ରାଜ୍ୟ

ଅନାଥାଶ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିଲେ ବିଦ୍ୟାର୍ଥୀ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ସାଇ ଇଣ୍ଟରନ୍ୟାଶନାଲ ସ୍କୁଲର ଛାତ୍ରୀଛାତ୍ରମାନେ ଅନାଥ ଆଶ୍ରମ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ କରିଛନ୍ତି। ବୁଧବାର ଡୁମ୍‌ଡୁମାସ୍ଥିତ ଆଶ୍ରୟ ଅନାଥାଶ୍ରମ ଯାଇ ପିଲାମାନେ ସେଠାରେ ଅନ୍ତେବାସୀଙ୍କ ସହ ସମୟ ଅତିବାହିତ କରିଥିଲେ। ସେମାନଙ୍କୁ ନିଜ ହାତରେ…

ଓଡ଼ିଶାରେ ବିରଳ ଟିଆଇପିଏସ୍‌ ସର୍ଜରି

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ଓଡ଼ିଶାରେ ପ୍ରଥମଥର ପାଇଁ ‘ଟ୍ରାନ୍ସଜୁଗୁଲାର ଇଣ୍ଟ୍ରାହେପାଟିକ୍‌ ପୋର୍ଟୋସିଷ୍ଟମିକ୍‌ ସଣ୍ଟ(ଟିଆଇପିଏସ୍‌)’ର ବ୍ୟବହାର କରି ଜଣେ ୪୬ ବର୍ଷୀୟ ରୋଗୀଙ୍କ କ୍ରୋନିକ୍‌ ସିିରୋସିକ୍‌ ଲିଭର୍‌ର ସଫଳ ଚିକିସତ୍ା କରାଯାଇଛି। କ୍ରୋନିକ୍‌ ଆଲ୍‌କୋହଲିକ୍‌ ଲିଭର୍‌ ସିିରୋସିସ୍‌ରେ ପୀଡ଼ିତ ଜଣେ ରୋଗୀଙ୍କ ଠାରେ ଜଣ୍ଡିସ୍‌,…

ଶ୍ରେଣୀଗୃହରେ ଅଚେତ ହେଲେ ୨ ଛାତ୍ର

ବେଗୁନିଆ/ ବୋଲଗଡ, ୧୭।୧୦(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ବୋଲଗଡ଼ ବ୍ଲକ୍‌ ଅଞ୍ଚଳରେ ଥିବା ଏକ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଥିଲା। ପୂର୍ବାହ୍ନରେ ୨ ଜଣ ଅଷ୍ଟମ ଶ୍ରେଣୀର ଛାତ୍ର ବିଷାକ୍ତ ପଦାର୍ଥ ସେବନ କରି…

ପାର୍କିଂ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ କଲେ ମଲ୍‌ ଖୋଲିବା ମନା

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ଉଦ୍‌ଘାଟନ ଅପେକ୍ଷାରେ ଥିବା ଉତ୍କଳ କଳିକା ମଲ୍‌କୁ ଲାଗିଛି ଝଟ୍‌କା। ପାର୍କିଂ ସହ ଅନ୍ୟ କେତେକ ବ୍ୟବସ୍ଥା ନ ଥିବାରୁ ମଲ୍‌ ସଂକ୍ରାନ୍ତରେ ଟ୍ରାଫିକ ଡିସିପି ସାଗରିକା ତାଡ଼ ବିଡିଏକୁ ଅବଗତ କରାଇଛନ୍ତି। ପାର୍କିଂ ଓ ଅଗ୍ନି ନିରାପତ୍ତା…

ଟୁର୍‌ ଅପରେଟର୍‌ କରିପାରିବେ ଓଡ଼ିଶା ପର୍ଯ୍ୟଟନ ସମ୍ପଦର ପ୍ରଦର୍ଶନ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ):  ଓଡ଼ିଶା ପର୍ଯ୍ୟଟନ ସମ୍ପଦରେ ଭରପୂର। ଏଗୁଡ଼ିକର ଯଥାର୍ଥ ପ୍ରଦର୍ଶନ ଓ ବିପଣନ ଗୁରୁତ୍ୱପୂର୍ଣ୍ଣ ଅଟେ । ଏ ଦିଗରେ ଦେଶ ଓ ବିଦେଶର ଟୁର୍‌ ଅପରେଟର୍‌ମାନେ ଓଡ଼ିଶା ପ୍ରତି ଅଧିକ ଯତ୍ନବାନ ହେବାକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ…

ଓଡ଼ିଆ ଫିଲ୍ମ ମେକରଙ୍କୁ ଇଣ୍ଡିଆ ଇଣ୍ଟରନ୍ୟାଶନାଲ୍‌ ଏକ୍ସିଲେନ୍ସ ଆୱାର୍ଡ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ସୋସାଇଟି ଫର୍‌ ଆକ୍‌ନଲେଜ୍‌ମେଣ୍ଟ୍‌ ଇନ୍‌ ୱାର୍କ ଏକ୍ସିଲେନ୍ସ (ଏସ୍‌ଏଡବ୍ଲ୍ୟୁଇ) ପକ୍ଷରୁ ଓଡ଼ିିଆ ଚଳଚ୍ଚିତ୍ର ନିର୍ମାତାଙ୍କୁ ସମ୍ମାନିତ କରାଯାଇଛି। ନିକଟରେ ଦୁବାଇରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶାର ଯୁବ ଚଳଚ୍ଚିତ୍ର ନିର୍ମାତା ଅମୃତେନ୍ଦୁ ବରାଳଙ୍କୁ ଇଣ୍ଡିଆ ଇଣ୍ଟରନ୍ୟାଶ୍‌ନାଲ ଏକ୍ସିଲେନ୍ସ ଆୱାର୍ଡ…

ଟ୍ରେନ୍‌ରେ ‘ହାଉସଫୁଲ-୪’ ପ୍ରମୋଶନ

ଭୁବନେଶ୍ୱର, ୧୭।୧୦(ବ୍ୟୁରେ।): ଭାରତୀୟ ରେଳପଥ ପକ୍ଷରୁ ଆରମ୍ଭ ହେଲା ଚଳଚ୍ଚିତ୍ର ପ୍ରୋତ୍ସାହନ କାର୍ଯ୍ୟକ୍ରମ। ଆସନ୍ତା ୨୫ ଡିସେମ୍ବରରେ ଆସିବାକୁ ଥିବା ବଲିଉଡ଼ ଚଳଚ୍ଚିତ୍ର ‘ହାଉସଫୁଲ-୪’ର ପ୍ରମୋଶନ ପାଇଁ ୮ କୋଚ୍‌ ବିଶିଷ୍ଟ ସ୍ବତନ୍ତ୍ର ଟ୍ରେନ୍‌ ପ୍ରସ୍ତୁତ କରାଯାଇଛି। ଟ୍ରେନର ବାହାର ପାର୍ଶ୍ୱରେ…

ପୂର୍ବତନ ମୁଖ୍ୟଯନ୍ତ୍ରୀ ଜିବିଆର୍‌ ଦୋରାଙ୍କ ଦେହାନ୍ତ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ଜିବିଆର୍‌ ଦୋରାଙ୍କ ଗତ ୧୨ ତାରିଖରେ ନିଧନ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଦୋରା ୧୯୬୨ରେ ବୁର୍ଲା ଇଞ୍ଜିନିୟରିଂ କଲେଜରେ ଡିଗ୍ରୀ ଶେଷ କରିବା…

ସରିଲା ଚୌଦ୍ୱାର ରୂପଯାତ୍ରା, ଭସାଣି

ଚୌଦ୍ୱାର,୧୭।୧୦(ଡି.ଏନ୍‌.ଏ.): ଚୌଦ୍ୱାର ରୂପଯାତ୍ରା ଓ ଭସାଣି ଉତ୍ସବ ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ମେଲଣ ପଡ଼ିଆରେ ମଙ୍ଗଳବାର ରାତିରେ ମେଲଣ କରିଥିବା ୪୦ଟି ମେଢ଼ ବୁଧବାର ସକାଳୁ ଭସାଣ ଶୋଭାଯାତ୍ରା ଆରମ୍ଭ କରିଥିଲେ। ପୂର୍ବାହ୍ନ ପ୍ରାୟ ୯ଟାରୁ ମେଢ଼ଗୁଡ଼ିକ ପୂଜା…

ଲିଙ୍ଗରାଜ ମନ୍ଦିର ପାର୍ଶ୍ୱ ସର୍ଭେ ୩ଦିନ ବଢ଼ିଲା

ପୁରୁଣା ଭୁବନେଶ୍ୱର/ ଭୁବନେଶ୍ୱର ୧୭।୧୦(ବ୍ୟୁରୋ): ରାଜ୍ୟର ଅନ୍ୟତମ ଐତିହ୍ୟ ତଥା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ହେବ। ଏଥିପାଇଁ ମଙ୍ଗଳବାରଠାରୁ ଦୁଇଦିନିଆ ସର୍ଭେ ଆରମ୍ଭ ହୋଇଥିଲା। ହେଲେ ଜବରଦଖଲ ସ୍ଥାନ ଚିହ୍ନଟ କରିବାରେ ବହୁ ସମୟ…

ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ଶାସନ ସଚିବଙ୍କ ୨ ଦିନିଆ ଜଗତ୍‌ସିଂହପୁର ଗସ୍ତ: ବଢ଼ିବ ଜିଲା ମୁଖ୍ୟ ଚିକିତ୍ସାଳୟ ଶଯ୍ୟା ସଂଖ୍ୟା

ଜଗତ୍‌ସିଂହପୁର ଅଫିସ, ୧୭ା୧୦: ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ଦିନ ଧରି ୧୦୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ୟ (ଏମ୍‌ସିଏଚ୍‌) ୱାର୍ଡ ନିର୍ମାଣ ନେଇ ଦାବି ହୋଇ ଆସୁଥିଲା। ଅତୀତରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ସୁଦ୍ଧା…

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ସନ୍ଦେହଜନକ ମୃତ୍ୟୁ

ଧର୍ମଶାଳା,୧୭।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକର ଗ୍ରାମସେବିକା ତଥା ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ବୁଧବାର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସ୍ଥାନୀୟ ସରପଞ୍ଚଙ୍କ ନିଜସ୍ବ କାର୍ଯ୍ୟାଳୟ ପରିସରରେ ସ୍ମିତାରାଣୀ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଥିବାବେଳେ ତାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri