ଭୋରରୁ ଚମ୍ପଟ, ଅପରାହ୍ନରେ ଗିରଫ

କଟକ ଅଫିସ,୧୨ା୧: ଶନିବାର ଭୋର ସମୟରେ ଏସ୍‌ସିବି ମେଡିକାଲର ସେଣ୍ଟ୍ରାଲ ଆଇସିୟୁରୁ ଚମ୍ପଟ ମାରିଥିଲେ ଅଭିଯୁକ୍ତ ଆଲୋକ ସାହୁ। କିନ୍ତୁ ମଙ୍ଗଳାବାଗ ପୋଲିସ ତାଙ୍କୁ ଅପରାହ୍ନରେ ଜଣେ ଓକିଲଙ୍କ ଘରୁ ଗିରଫ କରିଥିଲା। ୫ମହଲା ଉପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଆଇସିୟୁ ଭିତରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ତାଙ୍କୁ ଫେରାର କରାଇବା ପଛରେ ପୋଲିସର ହାତ ରହିଥିବା ନେଇ ଆଲୋଚନା ହେଉଛି। ଏପରି କି ପୋଲିସ ୫୦ଟଙ୍କା ଲାଞ୍ଚ ନେଇ ଫେରାର ହୋଇଯିବାକୁ କହିଥିବା ଅଭିଯୁକ୍ତ ଆଲୋକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି।

ସୂଚନା ଅନୁଯାୟୀ, ଆଲୋକଙ୍କ ଘର ପୁରୀ ଜିଲା କୋଣାର୍କ ଥାନା ଅଧୀନ ଧନିତ୍ରୀ ଅଞ୍ଚଳରେ। ଗତବର୍ଷ ଅକ୍ଟୋବର ୨୯ରେ ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଅଞ୍ଚଳର ଏକ ମଦ ଦୋକାନରୁ ଚୋରି ହୋଇଥିଲା। ଏହି ଅଭିଯୋଗରେ ସ୍ପେଶାଲ ସ୍କ୍ବାଡ୍‌ ଗତ ୩ ତାରିଖ ରାତିରେ ଆଲୋକଙ୍କୁ ଗିରଫ କରି ଆଣି ରଘୁନାଥପୁର ଥାନାରେ ରଖିଥିଲା। ପୋଲିସ ହେପାଜତରେ ଥିବା ସମୟରେ ଆଲୋକ ଫିନାଇଲ ପିଇଦେଇ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ନିମନ୍ତେ ଗତ ୪ ତାରିଖରେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଣ୍ଟ୍ରାଲ ଆଇସିୟୁରେ ସେ ଚିକିତ୍ସିତ ହେଉଥିବାବେଳେ ଚମ୍ପଟ ମାରିଥିଲେ। ଏହାପରେ ସେ ସହରର ପୁରୀଘାଟ ଥାନା ଅଞ୍ଚଳର ଜଣେ ଓକିଲଙ୍କ ଘରେ ଥିବା ମଙ୍ଗଳାବାଗ୍‌ ପୋଲିସ ଜାଣିବାକୁ ପାଇଥିଲା। ସେଠାରୁ ସାଦା ପୋଷାକଧାରୀ ପୋଲିସ ତାଙ୍କୁ କାବୁ କରି ଆଣୁଥିବା ବେଳେ ସମ୍ପୃକ୍ତ ଓକିଲ ବିରୋଧ କରି ମଙ୍ଗଳାବାଗ ଥାନାକୁ ଜଣାଇଥିଲେ। ଏହାପରେ ମଙ୍ଗଳାବାଗ ଓ ପୁରୀଘାଟ ଥାନା ପୋଲିସ ପହଞ୍ଚି ଆଲୋକଙ୍କୁ ଗିରଫ କରି ଆଣିଥିଲେ। ରବିବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ମଙ୍ଗଳାବାଗ ଥାନା ଆଇଆଇସି ଅଭିତାଭ ମହାପାତ୍ର କହିଛନ୍ତି।

ଅନ୍ୟପକ୍ଷରେ ରଘୁନାଥପୁର ଥାନାରେ ତାଙ୍କୁ ନିର୍ଯାତନା ଦିଆଯିବାରୁ ସେ ଫିନାଇଲ ପିଇଦେଇଥିବା ଆଲୋକ ଅଭିଯୋଗ କରିଛନ୍ତି। ତାଙ୍କ ବାପା ବସନ୍ତଙ୍କ କହିବାନୁଯାୟୀ, ଗତ ଡିସେମ୍ବର ୧୨ରେ ଅଲୋକ ନିଜ ଟ୍ରାକ୍ଟର ନିମନ୍ତେ ଡିଜେଲ ଆଣିବା ପାଇଁ ଯାଇଥିଲେ। ମାତ୍ର ବାଟରେ ଏକ ବୋଲେରୋରେ କେତେଜଣ ବ୍ୟକ୍ତି ଆଲୋକଙ୍କୁ ଉଠାଇ ନେଇଥିଲେ। ଆଲୋକ ଘରକୁ ନ ଫେରିବାରୁ ଗତ ଡିସେମ୍ବର ୧୪ରେ ବସନ୍ତ କୋଣାର୍କ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଜଗତ୍‌ସିଂହପୁର ଜିଲା ପୋଲିସ ଆଲୋକକୁ ଉଠାଇ ନେଇଥିବା ଜାଣିବାକୁ ପାଇଥିଲେ। ଏହାପରେ ବସନ୍ତ ଜଗତ୍‌ସିଂହପୁର ଜିଲାର ଏ ଥାନାରୁ ସେ ଥାନା ଘୂରିବୁଲିଥିଲେ। ଜାନୁୟାରୀ ୧୦ରେ ରଘୁନାଥପୁର ପୋଲିସ ପକ୍ଷରୁ ବସନ୍ତଙ୍କ ନିକଟକୁ ଏକ ଫୋନ୍‌ କରି କୁହାଯାଇଥିଲା ଯେ, ଏକ ଚୋରି ମାମଲାରେ ପଚରା ଉଚରା କରୁଥିବାବେଳେ ଆଲୋକ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ମାତ୍ର ଶନିବାର ସକାଳେ ବସନ୍ତ ମେଡିକାଲକୁ ଆସି ଦେଖିବାରୁ ତାଙ୍କ ପୁଅ ଫେରାର ହୋଇଯାଇଥିବା ଜାଣିବାକୁ ପାଇଥିଲେ। ପ୍ରାୟ ୧ମାସ ଧରି ଆଲୋକଙ୍କୁ ପୋଲିସ ନିର୍ଯାତନା ଦେଉଥିବା ବସନ୍ତ କହିଛନ୍ତି। ଅପରପକ୍ଷରେ ଆଲୋକଙ୍କୁ ନିର୍ଯାତନା ଅଭିଯୋଗକୁ ରଘୁନାଥପୁର ଥାନା ଆଇଆଇସି ବବିତା ଦଳେଇ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

ପଡ଼ିଆରେ କ୍ରିକେଟ୍‌ ଖେଳୁଥିଲେ ଏଆର୍‌ଆଇ, ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା, ଆଉ ତା’ ପରେ…

ଗୁଣପୁର,୨୭ା୯(ସଙ୍କେତ ପାତ୍ର): ରାୟଗଡ଼ାରେ କ୍ରିକେଟ ଖେଳୁଥିବା ସମୟରେ ହଠାତ୍‌ ଛାତି ଯନ୍ତ୍ରଣା ହେବା ପରେ ଅଚେତ ହୋଇପଡ଼ି ଗୁଣପୁରରେ କାର୍ଯ୍ୟରତ ଏଆର୍‌ଆଇ ପି. ରାଜେଶଙ୍କ ଅକାଳ ବିୟୋଗ…

ଧରିତ୍ରୀ ପ୍ରଭାବ: ୪ ଦିନ ପରେ ଖୋଲିଲା ଗାଜଲବାଡ଼ି ଘାଟି ରାସ୍ତା, ତଥାପି ଜାରି ରହିଛି ଭାରୀଯାନ ଚଳାଚଳ କଟକଣା

ଦାରିଙ୍ଗବାଡ଼ି,୨୭ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାରୁ ୪ ଦିନ ପରେ ସିଲ୍‌କୁ ହଟାଇଛି ଗଞ୍ଜାମ ଜିଲା ପ୍ରଶାସନ। ଫଳରେ…

ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ ଯବାନଙ୍କୁ କାମୁଡ଼ିଲା ସାପ

ବାରିପଦା, ୨୭।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଓଡ୍ରାଫ ଯବାନଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି। ବେତନଟୀ ବ୍ଲକ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଚେତାବନୀ: ବଙ୍ଗୋପସାଗରରେ ନୂଆ ଲଘୁଚାପ ବଳୟ! ଏସବୁ ଜିଲାରେ…

ଭୁବନେଶ୍ୱର, ୨୭ା୯: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ମିଆଁମାର ଉପକୂଳ ଉପରେ ଆଜି ଏକ ଲଘୁଚାପ…

ସୋସୋରେ ଫୁଟିଲା ଗୁଳି, ବ୍ୟବସାୟୀଙ୍କଠାରୁ ଲୁଟ୍‌

ହାଟଡିହୀ, ୨୭।୯ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ଗୁଳି ଫୁଟାଇ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ଗତ ଶନିବାର…

ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ କରି ସହକାରୀ ଯନ୍ତ୍ରୀ…

ମାଲକାନଗିରି,୨୭ା୯(ଦୁର୍ଯ୍ୟୋଧନ ପାତ୍ର): ପୁଣି ଜଣେ ସରକାରୀ ବାବୁଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ମାଲକାନଗିରି ଜିଲା ମାଥିଲି…

ବୌଦ୍ଧ ବିଧାୟକଙ୍କ ନାଁରେ ଗିରଫ ପରୱାନା

ହରଭଙ୍ଗା,୨୭ା୯(ନରେନ୍ଦ୍ର କୁମାର ସାହୁ): ୨୦୨୪ରେ ଅନୁଷ୍ଠିତ ୧୭ତମ ବିଧାନସଭା ନିର୍ୱାଚନ ସମୟରେ ବର୍ତ୍ତମାନର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?