ସ୍ବତନ୍ତ୍ର ସଂକଳ୍ପକୁ କ୍ୟାବିନେଟ ମୋହର: ରାଜ୍ୟରେ ହେବ ଜାତିଭିତ୍ତିକ ଜନଗଣନା

ଭୁବନେଶ୍ୱର,୧୨ା୧(ବ୍ୟୁରୋ): ରାଜ୍ୟରେ ସାମାଜିକ, ଆର୍ଥିକ ଏବଂ ଜାତିଭିତ୍ତିକ ଜନଗଣନା ହେବ। ୨୦୨୧ ଜନସଂଖ୍ୟା ଗଣନା ବେଳେ ଏକା ସାଙ୍ଗରେ ଏହି ଗଣନା କରାଯିବ। ସାମାଜିକ, ଆର୍ଥିକ ପଛୁଆ ବର୍ଗ(ଏସଇବିସି), ଏସ୍‌ସି/ଏସ୍‌ଟିଙ୍କର ସ୍ବତନ୍ତ୍ର ଗଣନା କରିବେ। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏ ନେଇ ଏକ ସଂକଳ୍ପକୁ ଅନୁମୋଦନ କରାଯାଇଛି । ଗତ ଦୁଇ ଦଶନ୍ଧି ଧରି ମାନବ ସୂଚକାଙ୍କରେ ରାଜ୍ୟ ଉଲ୍ଲେଖନୀୟ ପ୍ରଗତି କରିଥିଲେ ମଧ୍ୟ ସାମଗ୍ରିକ ଅଭିବୃଦ୍ଧି ପାଇଁ ଜାତିଭିତ୍ତିକ ଜନଗଣନା ଜରୁରୀ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

୨୦୨୧ ଜନଗଣନା ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିଲେ ମଧ୍ୟ ସାମାଜିକ, ଆର୍ଥିକ ଓ ଜାତିଭିତ୍ତିକ ଗଣନା ପାଇଁ କୌଣସି ବ୍ୟବସ୍ଥା ହୋଇ ନାହିଁ। ରାଜ୍ୟର ଦୁର୍ବଳ ବର୍ଗର ଲୋକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କର ପ୍ରକୃତ ସଂଖ୍ୟା ଗଣାଯାଇ ନ ଥିବାରୁ ସୁବିଧା ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷେ ସମସ୍ୟା ସୃଷ୍ଟି ହେଉଛି। ୨୦୧୧ରେ ସାମାଜିକ, ଆର୍ଥିକ ଜନଗଣନା ହୋଇଥିଲେ ମଧ୍ୟ ତାହାକୁ ପ୍ରକାଶ କରାଯାଇ ପାରିନାହିଁ। ଏଥିଯୋଗୁ ଆସନ୍ତା ଜନଗଣନା ବେଳେ ଏଥିପାଇଁ ଏକ ସ୍ବତନ୍ତ୍ର କଲମ ରହିବ। କ୍ୟାବିନେଟ ନିଷ୍ପତ୍ତି ପରେ ଏହାକୁ କେନ୍ଦ୍ର ସରକାରଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯିବ।

ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ସାମାଜିକ, ଆର୍ଥିକ ଓ ଜାତିଭିତ୍ତିକ ଗଣନା କରିବା ନେଇ ରାଜ୍ୟ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ ”ଯେତେବେଳେ ଅର୍ଥନୈତିକ ଏକତା ଦେଖାଦେବ ସେତେବେଳେ ପୂର୍ଣ୍ଣ ସ୍ବାଧୀନତା ମିଳିପାରିବ। ଆମେ ସମାନ ଭାବେ ଜନ୍ମ ନେଇଛୁ, ଆମ ସମସ୍ତଙ୍କୁ ସମାନ ସୁଯୋଗ ମିଳିବା ଦରକାର।“ ଗାନ୍ଧିଜୀଙ୍କ ଏହି ଚିନ୍ତାଧାରାକୁ ସମ୍ବିଧାନରେ ସ୍ଥାନିତ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୧୫(୪) ଅନୁଯାୟୀ ରାଜ୍ୟ ସରକାର ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ପଛୁଆ ଥିବା ବର୍ଗ, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ବ୍ୟବସ୍ଥା ରହିଛି । ଅନୁଚ୍ଛେଦ-୪୬ରେ ଦୁର୍ବଳ ଶ୍ରେଣୀଙ୍କ ସାମାଜିକ ଓ ଶିକ୍ଷାଗତ ଉନ୍ନତି ପାଇଁ ସ୍ବତନ୍ତ୍ର ଯତ୍ନ ନେବାକୁ କୁହାଯାଇଛି। ଅନୁଚ୍ଛେଦ ୧୬(୪) ଅନୁଯାୟୀ ପଛୁଆ ବର୍ଗଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବାକୁ ବ୍ୟବସ୍ଥା ରହିଛି। ଗଣନା ହୋଇ ନ ଥିବାରୁ ସରକାରୀ ଚାକିରିରେ ସେମାନଙ୍କୁ ପର୍ଯ୍ୟାପ୍ତ ନିଯୁକ୍ତି ମିଳିପାରୁ ନାହିଁ। ଦେଶର ସାମାଜିକ ବ୍ୟବସ୍ଥା ମଧ୍ୟରେ ରାଜ୍ୟର ସାମାଜିକ ବିବିଧତା କେଉଁ ଅନାଦି କାଳରୁ ରହି ଆସିଛି। ଗତ ୮୩ ବର୍ଷ ଧରି ଦେଶର ଆଧୁନିକ ରାଜ୍ୟ ଭାବେ ଓଡିଶା ଅନେକ କ୍ଷେତ୍ରରେ ପ୍ରଗତି କରିଛି। ଗତ ଦୁଇ ଦଶନ୍ଧି ଧରି ରାଜ୍ୟର ପ୍ରଗତି ହୋଇଛି। ତେବେ ୧୯୩୧ ପରଠାରୁ ଜନଗଣନାରେ ଜାତିଭିତ୍ତିକ ଗଣନାକୁ ପ୍ରାଧାନ୍ୟ ଦିଆଯାଇ ନାହିଁ। ଆସନ୍ତା ଜନଗଣନାରେ ଏସ୍‌ଇବିସି, ଏସ୍‌ସି/ଏସ୍‌ଟି ବର୍ଗ ପାଇଁ ସ୍ବତନ୍ତ୍ର ଗଣନା କରାଯିବ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଏହାକୁ କାର୍ଯ୍ୟକାରୀ କରିପାରିଲେ ବାପୁଙ୍କ ଚିନ୍ତାଧାରାକୁ ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ସାମାଜିକ, ଅର୍ଥନୈତିକ ଓ ଜାତିଭିତ୍ତିକ ଜନଗଣନା କରିବାକୁ ମହାରାଷ୍ଟ୍ର ବିଧାନସଭାରେ ଅନୁମୋଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri