ଗିରଫ ହେଲେ ୩ ଅଣଓଡ଼ିଆ ପରୀକ୍ଷାର୍ଥୀ
ମଙ୍ଗଳବାର ପରୀକ୍ଷା ସରିବା ପରେ ଉତ୍ତରପ୍ରଦେଶର କେତେଜଣ ଯୁବକ ଆଇଜି ପାର୍କରେ ପଶି ନାନା ବିଶୃଙ୍ଖଳା ସୃଷ୍ଟି କରିଥିଲେ। ସେମାନେ ଯୁବତୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ କମେଣ୍ଟ ମାରିଥିଲେ। ଅକ୍ଷୟ ମହାରଣା ନାମକ ଜଣେ ଯୁବକ ପ୍ରତିବାଦ କରିବାରୁ ସେମାନେ…
ଭୁବନେଶ୍ୱର ଭିତରେ ଆର୍ମି ପରୀକ୍ଷାକୁ ପୋଲିସର ନା
ଭୁବନେଶ୍ୱର, ୧୬ା୧୦(ବ୍ୟୁରୋ): ଆଗାମୀ ଦିନରେ ଭୁବନେଶ୍ୱର ଭିତରେ ହୋଇ ନ ପାରେ ଆର୍ମି ପରୀକ୍ଷା। ୧୨୦ ବାଟାଲିୟନରେ ଚାଲିଥିବା ଟେରିଟୋରିଆଲ ଆର୍ମି ପରୀକ୍ଷାକୁ ଆସୁଥିବା ପରୀକ୍ଷାର୍ଥୀମାନେ ପାର୍କ, ଟ୍ରେନ୍ ଓ ଷ୍ଟେଶନରେ ଆତଙ୍କ ସୃଷ୍ଟି କରିବା ପରେ ଏଭଳି ନିଷ୍ପତ୍ତି ନେଇଛି…
ଟ୍ରକ ଧକ୍କାରେ ମହିଳା ମୃତ, ରାସ୍ତାରୋକୋ
ଗୋପାଳପୁର/କନିଷି,୧୬ା୧୦(ଡି.ଏନ.ଏ.):୧୬ନଂ ଜାତୀୟ ରାଜପଥ ରଣ୍ଢାଛକ ନିକଟରେ ରାସ୍ତା ପାର ହେଉଥିବାବେଳେ ଟ୍ରକ ଧକ୍କାରେ ବୁଧବାର ଭୋର ପ୍ରାୟ ୫ଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିକରଡ଼ା ଗ୍ରାମର କନକ ବେହେରା (୫୫)। ଦୁର୍ଘଟଣା ପରେ ଚାଳକ ଟ୍ରକ୍ ଛାଡି…
ଘରେ ପଶି ଟଙ୍କା,ସୁନା ଲୁଟିଲେ ଦୁର୍ବୃତ୍ତ
ଖଲ୍ଲିକୋଟ,୧୬ା୧୦(ଡି.ଏନ.ଏ.): ଖଲ୍ଲିକୋଟ ବ୍ଲକ କନ୍ଦିଗାଁ ଗ୍ରାମରେ ଟୁକୁନା ସ୍ବାଇଁଙ୍କ କବାଟ ଭାଙ୍ଗି ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଟଙ୍କା ଓ ସୁନା ଲୁଟି ନେଇଛନ୍ତି। ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟ ଖରାପ ଥିବାରୁ ଚିକିତ୍ସା ପାଇଁ ଟୁକୁନା ଏବଂ ତାଙ୍କ ସ୍ତ୍ରୀ ଭୁବନେଶ୍ୱର…
ଫୁଲବାଣୀରେ ହେବ ସରକାରୀ ମେଡିକାଲ କଲେଜ
ଭୁବନେଶ୍ୱର,୧୬ା୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଜନ୍ମଦିନ ଅବସରରେ ନୂଆ ଘୋଷଣା କରିଛନ୍ତି। ଏହି ଘୋଷଣା ରାଜ୍ୟର ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବ। ରାଜ୍ୟର ପ୍ରତ୍ୟେକ ଅବିଭକ୍ତ ଜିଲାରେ ଗୋଟିଏ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ କରିବାକୁ ଗୁରୁତ୍ୱ…
ମା’ ଝିଅଙ୍କୁ ମାଡ ମାରି, ଯୁବକ ଗିରଫ
ବୁଗୁଡ଼ା,୧୬ା୧୦(ଡି.ଏନ.ଏ.): ବୁଗୁଡ଼ା ଥାନା ବକ୍ସିପଲ୍ଲୀ ଗ୍ରାମରେ ଗୋଟିଏ ପରିବାରର ମା’ ଓ ୨ ଝିଅଙ୍କୁ ମାରପିଟ ଏବଂ ଟଣାଓଟରା କରିବା ଅଭିଯୋଗରେ ବୁଧବାର ବୁଗୁଡ଼ା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଯୁବକ ଜଣକ ବକ୍ସିପଲ୍ଲୀ ଗ୍ରାମର…
ଗ୍ରାହକଙ୍କୁ ମାଡ଼ ମାରି ଢାବା ମାଲିକ ଗିରଫ
ବାସୁଦେବପୁର,୧୬।୧୦ (ଡି.ଏନ.ଏ.): ଗ୍ରାହକଙ୍କୁ ମାଡ଼ ମାରିବା ଅଭିଯୋଗରେ ବାସୁଦେବପୁର-ଧାମରା ରାସ୍ତାର ନଳବାଙ୍କଠାରେ ଥିବା ଏକ ଢାବାର ମାଲିକ ଚିନ୍ମୟ ଭୋଇଙ୍କୁ ନାୟକାଣିଡିହୀ ଥାନା ପୋଲିସ ବୁଧବାର ଗିରଫ କରିଛି। ନାୟକାଣିଡିହୀ ପୋଲିସ ସୂଚନା ଅନୁଯାୟୀ, ଗତ ସୋମବାର ବ୍ରଜାନନ୍ଦପୁର ଗ୍ରାମର ରମେଶ…
ସମୁଦ୍ରରେ ଭାସିଯାଇ ବଙ୍ଗୀୟ ପର୍ଯ୍ୟଟକ ନିଖୋଜ
ଭୋଗରାଇ,୧୬।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ତାଳସାରୀ ସମୁଦ୍ରକୂଳରେ ଜଣେ ବଙ୍ଗୀୟ ପର୍ଯ୍ୟଟକ ବୁଧବାର ମଧ୍ୟାହ୍ନରେ ଗାଧୋଇବାକୁ ଯାଇ ସମୁଦ୍ର ସ୍ରୋତରେ ଭାସିଯାଇ ନିଖୋଜ ଅଛନ୍ତି। ନିଖୋଜ ଥିବା ବଙ୍ଗୀୟ ପର୍ଯ୍ୟଟକ ହେଲେ ହିମାଙ୍କର ବେରା (୨୭)। ତାଙ୍କ ଘର ପଶ୍ଚିମବଙ୍ଗ ହୁଗୁଳି…
ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନର ଯୋଜନା
ଭୁବନେଶ୍ୱର,୧୬ା୧୦(ବ୍ୟୁରୋ): ଭୁବନେଶ୍ୱର ସ୍ଥିତ ୧୨୦ ଇନଫାଣ୍ଟରି ବାଟାଲିଅନରେ ଚାଲିଥିବା ଟେରିଟୋରିଆଲ ଆର୍ମି ପରୀକ୍ଷାରେ ଗୁରୁବାର ପାଇଁ ସ୍ବତନ୍ତ୍ର ଟ୍ରେନ ଯୋଜନା କରାଯାଉଛି। ଗୁରୁବାର ପରୀକ୍ଷା ପାଇଁ ଉତ୍ତରାଖଣ୍ଡରୁ ପ୍ରାୟ ୩ ହଜାରରୁ ଅଧିକ ପରୀକ୍ଷାର୍ଥୀ ଯୋଗଦେବେ ବୋଲି ଜଣାପଡ଼ିଛି। ତେବେ ଏମାନେ…
ଆର୍ମି ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ
ଭୁବନେଶ୍ୱର, ୧୬ା୧୦(ବ୍ୟୁରୋ): ଆର୍ମି ପରୀକ୍ଷା ପାଇଁ ଟ୍ରେନରେ ମାତ୍ରାଧିକ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ବୁଧବାର ଦୁଇଟି ସ୍ବତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଇଛି। ବୁଧବାର ଓଡ଼ିଶାର ପିଲାମାନଙ୍କ ପରୀକ୍ଷା ଥିବାରୁ ଏହି ଦୁଇଟି ଟ୍ରେନର ବ୍ୟବସ୍ଥା କରାଯାଇଛି। ପରୀକ୍ଷା…
ବିଜେପୁର ଉପନିର୍ବାଚନ: ୪୩ ପଥପ୍ରାନ୍ତ ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
ବରଗଡ଼ ଅଫିସ, ୧୬।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ରୀତା ସାହୁଙ୍କ ପ୍ରଚାର ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନିଆ ଗସ୍ତରେ ବରଗଡ଼ ଆସିବେ। ବିଜେପୁର ବ୍ଳକ ଲାଉମୁଣ୍ଡା ଅସ୍ଥାୟୀ ହେଲିପ୍ୟାଡ୍ରେ ଗୁରୁବାର ପ୍ରାୟ ସାଢେ…
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଝଟକା: ସେବା ଯୋଗାଇବାକୁ ମନା କଲେ ନର୍ସିଂହୋମ
ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଜୋରଦାର ଝଟକା ଲାଗିଛି। ସ୍ବାସ୍ଥ୍ୟସେବା ଯୋଗାଉଥିବା ପାଖାପାଖି ୩୦୦ ନର୍ସିଂହୋମ ସେମାନଙ୍କ ସେବା ବନ୍ଦ କରିଦେଇଛନ୍ତି। ବକେୟା ଅର୍ଥ ପାଇଁ ସେବା ବନ୍ଦ କରାଯାଇଥିବା ବୁଧବାର ଅଲ୍ ଓଡ଼ିଶା ପ୍ରାଇଭେଟ ମେଡିକାଲ…
Archives


