୯୮୩ ରେଳ ଷ୍ଟେଶନ ଜଗିବ ଆଇପି କ୍ୟାମେରା

ଭୁବନେଶ୍ୱର, ୧୨ା୧(ବ୍ୟୁରୋ): ପୂର୍ବତଟ ରେଳପଥର ପ୍ରମୁଖ ଷ୍ଟେଶନଗୁଡ଼ିକରେ ଖୁବ୍‌ଶୀଘ୍ର ସୁରକ୍ଷା ବ୍ୟବସ୍ଥା ବଢ଼ିବ। ରାଜ୍ୟର ବଡ଼ ରେଳ ଷ୍ଟେଶନରେ ଆଇପି ସର୍ଭେଲାନ୍ସ କ୍ୟାମେରା ଲାଗିବ। ଏଥିପାଇଁ ରେଲ୍‌ଓ୍ବେ ବୋର୍ଡ଼ ଅନୁମତି ଦେଇସାରିଛି। ଷ୍ଟେଶନ ପ୍ରତୀକ୍ଷାଳୟ, ଟିକଟ କାଉଣ୍ଟର, ପାର୍କିଂ, ପ୍ରବେଶ ଦ୍ୱାର, ପ୍ରସ୍ଥାନ ଦ୍ୱାର, ପ୍ଲାଟଫର୍ମ, ଫୁଟ୍‌ ଓଭରବ୍ରିଜ୍‌, ବୁକିଂ କାର୍ଯ୍ୟାଳୟରେ ଇଣ୍ଟରନେଟ୍‌ ପ୍ରୋଟୋକଲ ଭିଡ଼ିଓ ସର୍ଭେଲାନ୍ସ ବ୍ୟବସ୍ଥା କରାଯିବ ବୋଲି ରେଲ୍‌ଓ୍ବେ ସୂତ୍ରରୁ ଜଣାପଡିଛି। ନିର୍ଭୟା ଫଣ୍ଡ୍‌ରୁ ରେଲ୍‌ଓ୍ବେକୁ ମିଳିଥିବା ୨୫୦ କୋଟି ଟଙ୍କାରେ ଦେଶର ୯୮୩ ଷ୍ଟେଶନରେ ଏହି କ୍ୟାମେରା ଲଗାଇବାକୁ ରେଲ୍‌ଓ୍ବେ ସ୍ଥିର କରିଛି। ପ୍ରଥମ ପର୍ଯ୍ୟାୟରେ ଦେଶର ୨୦୦ ଷ୍ଟେଶନରେ ଏହି କ୍ୟାମେରା ଲଗାଯିବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୮୧ ଷ୍ଟେଶନରେ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। କ୍ୟାମେରାରେ ରେକର୍ଡ଼ ହେଉଥିବା ଚିତ୍ରକୁ ଅଧିକ ସ୍ପଷ୍ଟ କରିବା ପାଇଁ ୪ ପ୍ରକାର କ୍ୟାମେରା ଲଗାଯିବ। ଡୋମ୍‌ ଟାଇପ୍‌, ବୁଲେଟ୍‌ ଟାଇପ୍‌, ପାନ୍‌ ଟିଲ୍ଟ ଟାଇପ୍‌, ଅଲ୍‌ଟ୍ରା-୪କେ କ୍ୟାମେରା ଲଗାଯିବ। ଏହାକୁ ଆର୍‌ପିଏଫ ପରିଚାଳନା କରିବ। ପ୍ରତ୍ୟେକ କ୍ୟାମେରା ୧ଟିବି ଓ ୪କେ କ୍ୟାମେରା ୪ଟିବି ଡାଟା ରଖିପାରିବ। ଏହି ଭିଡ଼ିଓ ମାତ୍ର ୩୦ଦିନ ପାଇଁ ରଖାଯିବ। ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଥିଲେ ଅଧିକ ଦିନ ପାଇଁ ରଖାଯାଇପାରିବ। ତେବେ ଏହି କାର୍ଯ୍ୟ ରେଲ୍‌ଓ୍ବେର ପିଏସ୍‌ୟୁ ୟୁନିଟ୍‌ ରେଲ୍‌ଟେଲକୁ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri