ମା’ବାପାଙ୍କ ପ୍ରେରଣା ସଫଳତା ଦେଲା : ଅଂଶୁମାନ

ଭୁବନେଶ୍ୱର, ୧୨ା୧(ବ୍ୟୁରୋ): ଆଇଇଏସ୍‌ ୨୦୧୯ର ରେଜଲ୍ଟ ବାହାରିବା ପରେ ଅଂଶୁମାନ ବହୁ ଖୁସି ବ୍ୟକ୍ତ କରିବା ସହିତ ଏହାର ଶ୍ରେୟ ମା’ବାପା, ଅଜା, ଗୁରୁଜନ ଓ ସାଙ୍ଗସାଥୀଙ୍କୁ ଦେଇଛନ୍ତି। ଦୁଇଥର ବିଫଳ ହେବା ପରେ ତୃତୀୟ ଚେଷ୍ଟାରେ ସେ ଏହି ସଫଳତା ପାଇଛନ୍ତି। ପରିବାରର ସହଯୋଗ ତାଙ୍କୁ ସଫଳତା ହାସଲ ଲାଗି ଉତ୍ସାହିତ କରି ଆସିଛି ବୋଲି ସେ କହିଛନ୍ତି। ମା’ ଅର୍ଥନୀତି ବିଭାଗ ପ୍ରଫେସର ଓ ବାପା ପ୍ରଶାସନିକ ଅଧିକାରୀ। ତେଣୁ ଅର୍ଥନୀତିକୁ ସିଭିଲ ସର୍ଭିସରେ କିପରି କାମରେ ଲଗାଇ ହେବ ସେଥିନିମନ୍ତେ ଉଭୟଙ୍କ ନିକଟରୁ ପ୍ରେରଣା ମିଳିଥିଲା। ଏଥିପାଇଁ ମା’ ପାଠ ପଢ଼ିବାକୁ ପ୍ରେରଣା ଦେଇଥିବାବେଳେ ଏହାକୁ କିପରି କାମରେ ଲଗାଇହେବ ବାପା ସେ ବିଷୟରେ ଶିକ୍ଷା ଦେଇଛନ୍ତି। ସମାଜ ପାଇଁ କିଛି କରିବାକୁ ଉଭୟେ ମୋତେ ସବୁବେଳେ ପରାମର୍ଶ ଦେଇଛନ୍ତି। ନିଜ ମାଟି ପାଇଁ କିଛି କରିବାକୁ ଆଶା ରଖି ଚେଷ୍ଟା ଜାରି ରଖିଥିଲି। ଟପ୍ପର ହୋଇଥିବା ଖବର ପାଇବା ପରେ ମା’ବାପା ବହୁତ ଖୁସି ହୋଇଥିବାରୁ ମୁଁ ବି ବହୁତ ଖୁସି ବୋଲି କହିଛନ୍ତି ଅଂଶୁମାନ।

‘ସିଲାବସ୍‌ ଅନୁଯାୟୀ ଭଲ ଭାବେ ପଢ଼ନ୍ତୁ’
ନିଜ ଅଭିଜ୍ଞତାରୁ ସିଭିଲ ସର୍ଭିସ୍‌ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ରଙ୍କୁ ସେ କହିଛନ୍ତି ଯେ, ଯାହା ବି ସିଲାବସ୍‌ ଅଛି ତାହାକୁ ଫଲୋ କରନ୍ତୁ। ଅଳ୍ପକିଛି ପଢ଼ି ପରୀକ୍ଷାରେ ପାସ୍‌ କରିବାର ଇଚ୍ଛା ରଖିବା ଉଚିତ ନୁହେଁ। ସିଲାବସ୍‌ ଅନୁଯାୟୀ, ଭଲ ଭାବେ ସବୁଦିନ ପଢ଼ିଲେ ନିହାତି ଭାବେ ମେରିଟ୍‌ ଲିଷ୍ଟରେ ବହୁତ ଓଡ଼ିଆ ସ୍ଥାନ ପାଇପାରିବେ। ଆଗକୁ ମୁଁ ଆଶା କରିବି ଏହି ପରୀକ୍ଷାରେ ଅନେକ ଓଡ଼ିଆ ସ୍ଥାନ ପାଆନ୍ତୁ। ମାନ୍ଦାବସ୍ଥାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ଦେଖାଦେଇଥିବା ଯୋଗୁ ଭାରତରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ଏଥିନିମନ୍ତେ ଭାରତ ସରକାର, ରାଜ୍ୟ ସରକାର ଓ ରିଜର୍ଭ ବ୍ୟାଙ୍କ ଚେଷ୍ଟା ଚଳାଇଥିବା ଆଇଇଏସ୍‌ ଟପ୍ପର ଅଂଶୁମାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନରେ ଠକେଇ ହେବାମାତ୍ରେ ଶୀଘ୍ର କରନ୍ତୁ ଏପରି: ପାଟପୁର ପୋଲିସ ପକ୍ଷରୁ…

ଦିଗପହଣ୍ଡି,୨୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ଶୁକ୍ରବାର ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ମାଧ୍ୟମିକ ବିଦ୍ୟାଳୟ ପରିସରରେ ସାଇବର କ୍ରାଇମ୍ ରୁ କିଭଳି ସୁରକ୍ଷିତ…

ବ୍ଲକ୍ ପଞ୍ଚାୟତ ବିକାଶ ଯୋଜନା ବୈଠକରେ ତାତିଲେ ନିର୍ବାଚିତ ସଦସ୍ୟ: କାର୍ଯ୍ୟଶୈଳୀ ନେଇ ଅସନ୍ତୋଷ ବ୍ୟକ୍ତ କଲେ…

ପାଟଣା, ୨୮୮ (ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ବ୍ଲକ୍ ସଭାଗୃହରେ ଶୁକ୍ରବାର ବ୍ଲକ୍ ପଞ୍ଚାୟତ ବିକାଶ ଯୋଜନାର ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ…

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

ପାଣିଡଙ୍ଗର ଜଳ ପ୍ରକଳ୍ପ ଦାବିରେ ଗଣ ପ୍ରତିବାଦ

ଗୁଣପୁର,୨୮ା୮(ସୁଜାତା ପାଢ଼ୀ): ସିପିଆଇ (ଏମ୍‌ଏଲ) ଲିବରେଶନ ପକ୍ଷରୁ ବଂଶଧାରା ନଦୀ ଗୁଡ଼ାରୀର ପାଣି ଡଙ୍ଗରଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବିରେ ଶୁକ୍ରବାର ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରେ ଏକ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

ଗଞ୍ଜେଇ ଲିଙ୍କ: ଫାଣ୍ଡି ଅଧିକାରୀ ସସ୍‌ପେଣ୍ଡ, ବିଦା ହେଲେ ହୋମଗାର୍ଡ

ବୌଦ୍ଧ,୨୮।୭: ଗଞ୍ଜେଇ ଚୋରା ଚାଲାଣ ଲିଙ୍କ୍‌ରେ ବୌଦ୍ଧ ଜିଲା ବଘିଆପଡ଼ା ଫାଣ୍ଡି ଅଧିକାରୀ ତଥା SI ପ୍ରାଣବନ୍ଧୁ ସାହୁଙ୍କୁ ଚାକିରିରୁ ସସ୍‌ପେଣ୍ଡ କରାଯାଯାଇଛି। ଏପରିକି ହୋମଗାର୍ଡ ମାନଭଞ୍ଜନ…

ପାର୍ଟିଶନ ପାଇଁ ନେଉଥିଲେ ଏତିକି ଟଙ୍କା ଲାଞ୍ଚ, ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କୁ ଧରିଲା ଭିଜିଲାନ୍ସ

ପାଟଣା,୨୮ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲରେ କାର୍ଯ୍ୟରତ ରେଭିନ୍ୟୁ ଆସିଷ୍ଟାଣ୍ଟ ବିଏଚ୍‌ ଉମାଶଙ୍କର ମ୍ୟୁଟେଶନ ପାଇଁ ଜଣେ ଆବେଦନକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri