ରାଜ୍ୟ

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ଉଚ୍ଛେଦ ଆରମ୍ଭ: ଭାଙ୍ଗିଲା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ପୁରୀ ଅଫିସ,୪।୧୨ : ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ଉଚ୍ଛେଦ ଆରମ୍ଭ ହୋଇଛି। ଦୋଳବେଦୀ କୋଣରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ପୂର୍ବାହ୍ନରେ ଭଙ୍ଗାଯିବା ଆରମ୍ଭ ହୋଇଛି। ଗତ ସୋମବାର ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ଚେୟାର, ଟେବୁଲ୍‌ ଆଦି ଆସବାବପତ୍ର ଖାଲି କରାଯାଇଥିଲା।…

କାଳ ସାଜିଛି ରଙ୍ଗ୍‌ ସାଇଡ୍‌ ଡ୍ରାଇଭିଂ:ଟୁଇନ୍‌ ସିଟିରେ ୨୦୦ ସ୍ଥାନ ଚିହ୍ନଟ, ୬୦ ଅତି ସମ୍ବେଦନଶୀଳ

ଭୁବନେଶ୍ୱର,୪ା୧୨(ବ୍ୟୁରୋ):ରଙ୍ଗ୍‌ ସାଇଡ୍‌ ଡ୍ରାଇଭିଂ ଯୋଗୁ ଅଧିକାଂଶ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଡିସେମ୍ବର ୧ରୁ ରାଜ୍ୟରେ ନୂଆ ମୋଟର ଯାନ ଆଇନକୁ କଡ଼ାକଡ଼ି କରାଯାଇଥିବାବେଳେ ୧୦ ଟ୍ରଫିକ ନିୟମ ଉଲ୍ଲଂଘନକାରୀ ଧରପଗଡ଼ ଚାଲିଛି। ତେବେ କଟକ ଓ ଭୁବନେଶ୍ୱର ଟୁଇନ୍‌ସିଟିରେ…

ରାଜ୍ୟରେ ୬ ବୃହତ୍‌, ୨୦ ମଧ୍ୟମ ଜଳଭଣ୍ଡାର ନିର୍ମାଣ ହେବ

ଭୁବନେଶ୍ୱର,୪ା୧୨ (ବ୍ୟୁରୋ):ରାଜ୍ୟରେ ଜଳସେଚନ ପାଇଁ ଆଉ ୬ଟି ବୃହତ୍‌ ଜଳଭଣ୍ଡାର ଓ ୨୦ଟି ମଧ୍ୟମ ଜଳଭଣ୍ଡାର ନିର୍ମାଣ ହେବ। ଏ ନେଇ ସର୍ବେକ୍ଷଣ ଓ ଅନୁସନ୍ଧାନ ଚାଲିଛି। ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ। ମନ୍ତ୍ରୀ କହିଛନ୍ତି ଯେ…

ଲୋକ ସଭାରେ ଉଠିଲା ଓଡ଼ିଶା ପିଏମ୍‌ଏଓ୍ବାଇ ଦୁର୍ନୀତି ପ୍ରସଙ୍ଗ

ଭୁବନେଶ୍ୱର,୪ା୧୨(ବ୍ୟୁରୋ):ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ ଦୁର୍ନୀତି ହୋଇଥିବା ନେଇ ଲୋକ ସଭାରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ପ୍ରଶ୍ନ ଉଠାଇଛନ୍ତି। ଅପରାଜିତା ନିଜ ନିର୍ବାଚନମଣ୍ଡଳୀ ମଧ୍ୟରେ ହୋଇଥିବା ଦୁର୍ନୀତିକୁ ନେଇ ଦାୟିତ୍ୱରେ ଥିବା ଅଫିସରଙ୍କ ବିରୋଧରେ ସରକାର କ’ଣ କାର୍ଯ୍ୟାନୁଷ୍ଠାନ…

ଆୟୁଷ୍ମାନ ଭାରତ: ଓଡ଼ିଶା ପାଇଛି ୧୧୩କୋଟି

ଭୁବନେଶ୍ୱର,୪ା୧୨(ବ୍ୟୁରୋ):କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ଲାଗୁ କରୁ ନ ଥିବାରୁ ଭାଜପା ଓ ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଛି। ଏହି ଯୋଜନା ଓଡ଼ିଶାରେ ଲାଗୁ ହେଲେ ପ୍ରଧାନମନ୍ତ୍ରୀ କାଳେ ନାଁ ନେଇଯିବେ ସେଥିଲାଗି ରାଜ୍ୟ…

ଓଡ଼ିଶୀ, ବାଲିନିଜ୍‌ ନୃତ୍ୟର ସମ୍ମେଳନ

ଭୁବନେଶ୍ୱର, ୪ା୧୨ (ବ୍ୟୁରୋ):ଓଡ଼ିଶା ସହ ଇଣ୍ଡୋନେସିଆର ସମ୍ପର୍କ କାହିଁ କେଉଁକାଳରୁ ରହିଆସିଛି। ଇଣ୍ଡୋନେସିଆ ବାଲିର କଳାକାରମାନେ ସାଂସ୍କୃତିକ ସମ୍ପର୍କର ଭିନ୍ନ ଝଲକ ଆଣିଦେଇଛନ୍ତି। ସୋମବାର କୋଣାର୍କ ନୃତ୍ୟୋତ୍ସବରେ ସୀତାହରଣ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିବା ଏହି କଳାକାରମାନେ ମଙ୍ଗଳବାର ସନ୍ଧ୍ୟାରେ…

ରେଭେନ୍‌ଶାରେ ଲୋକପ୍ରିୟ ନାଁ ‘ବୋପା’,୬୨ ବର୍ଷ ହେବ ବିକୁଛନ୍ତି ପାଉଁରୁଟି

କଟକ ଅଫିସ,୪ା୧୨:ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ‘ବୋପା’ ନାମ ସହ ଅନେକେ ପରିଚିତ। ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଅଧ୍ୟାପିକାଅଧ୍ୟାପକମାନେ ମଧ୍ୟ ତାଙ୍କୁ ସେହି ନାମରେ ଡାକନ୍ତି। ଏଠାରେ ଶିକ୍ଷାଲାଭ କରି ଏବେ ରାଜ୍ୟ ରାଜନୀତିର ମନ୍ତ୍ରୀ, ବିଧାୟକ ପଦବୀରେ ଥିବା ନେତାଙ୍କ ପାଖରେ ମଧ୍ୟ…

୯ ଏସିପିଙ୍କ ବଦଳି

ଭୁବନେଶ୍ୱର, ୪ା୧୨(ବ୍ୟୁରୋ):କମିଶନରେଟ୍‌ ପୋଲିସ ପକ୍ଷରୁ ୯ଜଣ ଏସିପିଙ୍କ ଅଦଳବଦଳ କରାଯାଇଛି। କଟକ ଜୋନ୍‌-୧ ଏସିପି ଥିବା ମାନସ ରଞ୍ଜନ ଗଡ଼ନାୟକଙ୍କୁ ଭୁବନେଶ୍ୱର ଜୋନ୍‌-୧କୁ ବଦଳି କରାଯାଇଛି। ଭୁବନେଶ୍ୱର ଜୋନ୍‌-୧ ଏସିପି ବିଷ୍ଣୁ ପ୍ରସାଦ ପାତ୍ରଙ୍କୁ ଭୁବନେଶ୍ୱର ଜୋନ୍‌-୨କୁ ବଦଳି କରାଯାଇଛି। ସେହିଭଳି…

ଓଡ଼ିଶୀରେ ତ୍ରିବେଣୀ ସଙ୍ଗମ:କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା

କୋଣାର୍କ,୪ା୧୨(ଡି.ଏନ.ଏ.):କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ଉତ୍ସବର ମଙ୍ଗଳବାର ଥିଲା ତୃତୀୟ ସନ୍ଧ୍ୟା। ଏଥିରେ ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟ ନୃତ୍ୟରେ ଅତି ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ…

ସ୍ମିତାରାଣୀ ମୃତ୍ୟୁ ମାମଲା:ହାଇକୋର୍ଟରେ ରୂପେଶ ଭଦ୍ର

କଟକ ଅଫିସ, ୩ା୧୨:ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ରୂପେଶ ଭଦ୍ର ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତ ଶୁକ୍ରବାର ଯାଜପୁର ଜିଲା ଓ ଦୌରାଜଜ ରୂପେଶଙ୍କ…

ଦୁର୍ଗମ ଅଞ୍ଚଳକୁ ରାସ୍ତା କାମ ଶୁଭାରମ୍ଭ

ଖଜୁରିପଡ଼ା,୪ା୧୨-କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ ସୁଡ୍ରୁକୁମ୍ପା ପଞ୍ଚାୟତ ଜାଣମେଣି, କାଳିଆମ୍ବା ଓ ଦୁର୍ଗମ ଅଞ୍ଚଳ ଗ୍ରାମବାସୀଙ୍କ ଦୀର୍ଘବର୍ଷର ଅଭିଯୋଗ ପରେ ରାସ୍ତା କାମ ଆରମ୍ଭ ହୋଇଛି। ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର କହଁର ବର୍ଷେ ତଳେ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି।…

କୃଷି ପରିବେଶକୁ ଧ୍ୱଂସ କରୁଛି କର୍ପୋରେଟ୍‌ ଶୈଳ୍ପିକ କୃଷି

ଭୁବନେଶ୍ୱର, ୪ା୧୨(ବ୍ୟୁରୋ):ଗ୍ରୀନ୍‌ପିସ୍‌ ଇଣ୍ଡିଆ ଦ୍ୱାରା ମହିଳା ଶ୍ରମଜୀବୀ ମଞ୍ଚ, ଓଡ଼ିଶା ଏବଂ ଓଡ଼ିଶା ଶ୍ରମଜୀବୀ ମଞ୍ଚ ସହଯୋଗରେ ମାଟି ସ୍ବାସ୍ଥ୍ୟର ସ୍ଥିତି ଏବଂ ଓଡ଼ିଶାରେ କୃଷିର ନିରନ୍ତରତା ଉପରେ ଏକ ପରାମର୍ଶ ସଭା ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri