ମହାପ୍ରଭୁଙ୍କୁ ଦର୍ଶନ କଲେ ମମତା

ପୁରୀ ଅଫିସ,୨୭ା୨ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଅପରାହ୍ନ ୪ଟା ୧୦ରେ ମମତା ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲେ। ସେଠାରେ ଜିଲାପାଳ ବଲୱନ୍ତ ସିଂ ତାଙ୍କୁ ସ୍ବାଗତ କରିଥିଲେ। ପରେ ସିଂହଦ୍ୱାର ଚକଡ଼ାରେ ବରିଷ୍ଠ ଦଇତାପତି ସେବକ ଜଗନ୍ନାଥ ସ୍ବାଇଁ ମହାପାତ୍ର, ରାମକୃଷ୍ଣ ଦାସମହାପାତ୍ର, ରାମଚନ୍ଦ୍ର ଦାସମହାପାତ୍ର ପ୍ରମୁଖ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଏବଂ ଫୁଲହାର ପ୍ରଦାନ ପୂର୍ବକ ସ୍ବାଗତ ଜଣାଇଥିଲେ। ଅରୁଣ ସ୍ତମ୍ଭ ନିକଟରେ ଦୀପ ଜାଳି ପତିତପାବନଙ୍କୁ ଦର୍ଶନ କରିବା ପରେ ୪ଟା ୧୫ରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ମମତା। ବାଇଶିପାହାଚ, ଘଣ୍ଟିଦ୍ୱାର ଦେଇ ସେ ଭିତର କାଠକୁ ଯାଇଥିଲେ। ସେଠାରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିବା ସହ ସାଥିରେ ଆଣିଥିବା ଫଳ, ଫୁଲ, ବସ୍ତ୍ର ଆଦି ସେବାୟତଙ୍କୁ ଦେଇ ପୂଜାର୍ଚ୍ଚନା କରିଥିଲେ। ଦାନ, ଦକ୍ଷିଣା ପ୍ରଦାନ କରି ବେହେରଣ ଦ୍ୱାରରେ ବାହାରିଥିଲେ। ଏହାପରେ ମୁକ୍ତିମଣ୍ଡପ, ମା’ ବିମଳା, ମା’ ସରସ୍ବତୀ, ମହାଲକ୍ଷ୍ମୀ ପ୍ରଭୃତି ମନ୍ଦିର ବୁଲି ଦର୍ଶନ କରିଥିଲେ। ଏହି ସମୟରେ ନୀଳଚକ୍ରରେ ଧ୍ୱଜା ବନ୍ଧାଯାଉଥିଲା। ମମତା ବାନା ବନ୍ଧା ଦୃଶ୍ୟକୁ ଶେଷ ପର୍ଯ୍ୟନ୍ତ ଉପଭୋଗ କରିଥିଲେ। ବାନା ବାନ୍ଧୁଥିବା ଚୂନରା ସେବକ ତଳକୁ ଓହ୍ଲାଇ ଏକ ଓଲାଗି ବାନା ମମତାଙ୍କୁ ପିନ୍ଧାଇ ଦେଇଥିଲେ। ମହାପ୍ରଭୁଙ୍କ ଓଲାଗି ବାନା ପାଇ ମମତା ବେଶ୍‌ ଖୁସି ହୋଇଯାଇଥିଲେ। ପ୍ରାୟ ୪୦ ମିନିଟ୍‌ ସେ ମନ୍ଦିରରେ ବିତାଇବା ପରେ ଫେରିଥିଲେ। ସିଂହଦ୍ୱାରଠାରେ ଗଣମାଧ୍ୟମକୁ କହିଥିଲେ, ପୂର୍ବରୁ ଅନେକଥର ଶ୍ରୀମନ୍ଦିରକୁ ଆସି ଠାକୁରଙ୍କୁ ଦର୍ଶନ କରିଛି। ୨୦୧୭ରେ ବି ଆସିଥିଲି। ମୁଁ ଜଗନ୍ନାଥଙ୍କର ଜଣେ ଭକ୍ତ। ମୋ ଘରେ ଜଗନ୍ନାଥଙ୍କୁ ପୂଜା କରେ। ପୁରୀରୁ ବି ସେବାୟତମାନେ ଯାଇ ପୂଜା କରିଥାନ୍ତି। ଆଜି ମହାପ୍ରଭୁଙ୍କୁ ଭଲ ଭାବେ ଦର୍ଶନ କରିଥିବାରୁ ବେଶ୍‌ ଖୁସି ଲାଗୁଛି। ପଶ୍ଚିମବଙ୍ଗ, ଓଡ଼ିଶା ସମେତ ଦେଶବାସୀ ଶାନ୍ତିରେ ରୁହନ୍ତୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କଲି। ମଣିଷ ମଣିଷ ଭିତରେ ହିଂସା, ବିବାଦ କିମ୍ବା କୌଣସି ପ୍ରକାର ଭେଦଭାବ ନ ରହୁ। ଦେଶ ବି ଭଲରେ ଆଗକୁ ବଢୁ। ଆମେ ସମସ୍ତେ ଭାରତୀୟ ଏବଂ ଭାଇଭଉଣୀ। ସମସ୍ତେ ହସଖୁସି ଏବଂ ସୁଖାଶନ୍ତିରେ ରୁହନ୍ତୁ ଏହା ହିଁ ଠାକୁରଙ୍କ ନିକଟରେ କାମନା କରିଛି। ପଶ୍ଚିମବଙ୍ଗର ପଡ଼ୋଶୀ ରାଜ୍ୟ ଓଡ଼ିଶା। ପୁରୀକୁ ୧୦୦ ପ୍ରତିଶତ ପଶ୍ଚିମବଙ୍ଗ ପର୍ଯ୍ୟଟକ ଆସୁଛନ୍ତି। ଆମ ଦୁଇ ରାଜ୍ୟ ମଧ୍ୟରେ ଭଲ ସମ୍ପର୍କ ରହିଛି। ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇଛି ବୋଲି ମମତା କହିଥିଲେ। ଏହି ଅବସରରେ ମମତାଙ୍କୁ ଶ୍ରୀମନ୍ଦିରର ସେବାୟତମାନେ ମହାପ୍ରଭୁଙ୍କ ପଟଚିତ୍ର ଏବଂ ଭୋଗ ପ୍ରଦାନ କରିଥିଲେ।

ବାନା ବନ୍ଧା ଦୃଶ୍ୟ ବେଶ୍‌ ଚମତ୍କାର

ଦର୍ଶନ କରିବା ସମୟରେ ନୀଳଚକ୍ରରେ ବାନା ବନ୍ଧା ଯାଉଥିଲା। ଏହି ବାନା ବନ୍ଧାଯିବାର ଦୃଶ୍ୟ ଦେଖିବା ଭାଗ୍ୟରେ ଥିଲା। ବେଶ୍‌ ଚମତ୍କାର ଥିଲା ଏହି ଦୃଶ୍ୟ। ବାନା ବନ୍ଧା ସରିବା ପରେ ସମ୍ପୃକ୍ତ ସେବକ ଏକ ବାନା ଆଣି ମୋତେ ପ୍ରଦାନ କରିଛନ୍ତି । ଏହାକୁ ମୁଁ ସାଥିରେ ପଶ୍ଚିମବଙ୍ଗ ନେଇଯିବି ବୋଲି ବେଶ୍‌ ଭାବବିହ୍ବଳ ହୋଇ କହିଥିଲେ ମମତା ବାନାର୍ଜୀ।

‘ରକ୍ତ ନୁହେଁ, ଶାନ୍ତି ଚାହୁଁ’

ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ନେଇ ଦିଲ୍ଲୀ ବର୍ତ୍ତମାନ ଅଶାନ୍ତ ହୋଇପଡିଛି। ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ଅନେକଙ୍କ ଜୀବନ ଯାଇଛି। ତେବେ ଦିଲ୍ଲୀରେ ବର୍ତ୍ତମାନ ଯେଉଁଭଳି ପରିସ୍ଥିତି ଉପୁଜିଛି ସେ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ମମତା କହିଥିଲେ, ଦେଶରେ ଶାନ୍ତି ବଜାୟ ରଖିବା ଦରକାର। ରକ୍ତ ନୁହେଁ, ଆମେ ଶାନ୍ତି ଚାହୁଁ ବୋଲି କହିଥିଲେ ମମତା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri