‘ନୀଳାଚଳ ଇସ୍ପାତ କାରଖାନାକୁ ଘରୋଇକରଣ ନିଷ୍ପତ୍ତି ଠିକ୍‌ ନୁହେଁ’: ଶ୍ରୀକାନ୍ତ

ଭୁବନେଶ୍ୱର,୨୭ା୨(ବ୍ୟୁରୋ): କଳିଙ୍ଗ ନଗରସ୍ଥିତ ସରକାରୀ ଉଦ୍ୟୋଗ, ‘ନୀଳାଚଳ ଇସ୍ପାତ କାରଖାନା’କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଘରୋଇକରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ବିରୋଧରେ କାରଖାନାର ୪ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଓ କର୍ମଚାରୀ ଶାନ୍ତିପୂର୍ଣ୍ଣ ଭାବେ ୪୫ଦିନ ହେବ ପ୍ରତିବାଦ ଚଳାଇଛନ୍ତି। ସ୍ଥାନୀୟ ଜନସାଧାରଣ ମଧ୍ୟ ଏହି ପ୍ରତିବାଦରେ ବହୁସଂଖ୍ୟାରେ ଯୋଗ ଦେଉଛନ୍ତି। ‘ନୀଳାଚଳ’ କ୍ଷତି କରୁଥିବା କୁହାଯାଉଛି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରଶ୍ନ ଉଠାଇଛନ୍ତି। ସମୁଦାୟ ୧୪ଶହ କୋଟି ଟଙ୍କା କ୍ଷତି ହୋଇଥିବା ସରକାର କହୁଛନ୍ତି। ଏହି କ୍ଷତିର ମୁଖ୍ୟ କାରଣ ‘କଞ୍ଚାମାଲ’-‘ଲୁହାପଥର’ ବୋଲି ଜଣାପଡିଛି । ବଜାର ଦରରେ ଏମ୍‌ସିଠାରୁ ‘ନୀଳାଚଳ’ ଲୁହାପଥର କିଣୁଛି । ଅନ୍ୟ ଘରୋଇ ଶିଳ୍ପଗୁଡ଼ିକ ତାଙ୍କ ନିଜସ୍ବ ଖଣିରୁ ମାତ୍ର ୫୦୦ ଟଙ୍କାରେ ଲୁହାପଥର ପାଉଥିଲାବେଳେ ‘ନୀଳାଚଳ’ ବଜାର ଦରରେ ହାରାହାରି ୩ ହଜାର ଟଙ୍କାରେ କିଣୁଛି। ଅର୍ଥାତ୍‌ ପ୍ରତି ଟନ୍‌ରେ ପ୍ରାୟ ୨୫ ଶହ ଟଙ୍କା ଅଧିକ ଦେବାକୁ ପଡ଼ୁଛି। ଏହି ସରକାରୀ ଉଦ୍ୟୋଗ କିପରି ଲାଭ କରିବ ଏବଂ ଅନ୍ୟ ଶିଳ୍ପ ସହ ପ୍ରତିଯୋଗିତା କରିବ ବୋଲି ଶ୍ରୀକାନ୍ତ ପ୍ରଶ୍ନ ଉଠାଇଛନ୍ତି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେନା ବିଧାୟକମାନଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ସେତେବେଳେ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଉପା ସରକାରଙ୍କ ନିଷ୍ପତ୍ତି ଯୋଗୁ ନୀଳାଚଳକୁ ୧୨୦ ମିଲିୟନ ଟନ୍‌ ଗଚ୍ଛିତ ଥିବା ଏକ ଲୁହାପଥର ଖଣି ମିଳିବାର ରାସ୍ତା ଖୋଲିଥିଲା । ଗତ ୫ବର୍ଷ ଧରି ଏହି ଖଣିର ଜମି ଅଧିଗ୍ରହଣରେ ବିଳମ୍ବ ହେଲା । ଏବେ ଏହି ଅନୁମତି ମିଳିଲା ପରେ ଖଣିରୁ ଉପତ୍ାଦନ ଆରମ୍ଭ ହୋଇଛି । ଠିକ୍‌ ଏହି ସମୟରେ ଘରୋଇକରଣ କରିବା ପାଇଁ ନିଷ୍ପତ୍ତି ସରକାର ନେଇଛନ୍ତିି । ଏହା ପଛରେ କ’ଣ ରହସ୍ୟ ନା ଭୟଙ୍କର ଷଡ଼ଯନ୍ତ୍ର ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଉକ୍ତ କାରଖାନା ପ୍ରତିଷ୍ଠା ବେଳେ ସେହି ଅଞ୍ଚଳର ସାଧାରଣ ଲୋକେ ତାଙ୍କ ୨୫ଶହ ଏକର ଜମିକୁ କମ୍‌ ଦାମରେ ସରକାରଙ୍କୁ ଦେଇଥିଲେ । ବର୍ତ୍ତମାନ ଏହାର ମୂଲ୍ୟ ଅତିକମ୍‌ରେ ଏକର ପିଛା ୩୦ ଲକ୍ଷ ଟଙ୍କାରୁ କମ୍‌ ହେବନାହିଁ । ଏବେ ତ ପୁରୀରେ ରାଜ୍ୟ ସରକାର ଏକର ପିଛା ପ୍ରାୟ ୯ କୋଟି ପ୍ୟାକେଜ ଦେଇ ଲୋକଙ୍କ ଜମି ଅଧିଗ୍ରହଣ କଲେ । କଳିଙ୍ଗ ନଗରବାସୀଙ୍କର ଏହି ମୂଲ୍ୟବାନ୍‌ ଜମିକୁ କାହିିଁକି ମାଗଣାରେ ଘରୋଇ ଶିଳ୍ପକୁ ହସ୍ତାନ୍ତର କରାଯିବ ତା’ର ଉତ୍ତର ରଖନ୍ତୁ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀଙ୍କ ଗୁପ୍ତ ବୁଝାମଣା ଲୋକଲୋଚନକୁ ଆସୁ ବୋଲି ଶ୍ରୀକାନ୍ତ କହିଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ବିଧାନସଭା ଏବଂ ରାଜ୍ୟବାସୀଙ୍କୁ ଅନ୍ଧକାରରେ ରଖାଯାଇଛି। ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗରେ କାୈଣସି ପ୍ରଶ୍ନ ଉଠୁନାହିଁ। ଚୁପ୍‌ଚାପ୍‌ ରାଜ୍ୟ ଓ କେନ୍ଦ୍ର ସରକାର କେବଳ ଏକ ନିର୍ଦ୍ଦିଷ୍ଟ ଶିଳ୍ପପତିଙ୍କୁ ଓଡ଼ିଶାର ଏହି ‘ରତ୍ନଭଣ୍ଡାର’କୁ କାହିଁକି ହସ୍ତାନ୍ତର କରୁଛନ୍ତି, ସେନେଇ ଲୋକମାନଙ୍କ ଜାଣିବାର ଅଧିକାର ଅଛି। ରାଜ୍ୟର ବୃହତ୍ତର ସ୍ବାର୍ଥ ପାଇଁ ‘ନୀଳାଚଳ କାରଖାନା’ ସମ୍ପର୍କରେ ଏକ ବିଶେଷ ଆଲୋଚନା ହେଉ। ଏହାସହ ଉକ୍ତ କାରଖାନାକୁ କାହିଁକି ଘରୋଇକରଣ କରାଯାଉଛି ତା’ର ସମସ୍ତ ତଥ୍ୟସହ ଏକ ”ଶ୍ୱେତପତ୍ର“ ବିଧାନସଭାରେ ଉପସ୍ଥାପିତ କରାଯାଉ ବୋଲି ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri