ଆଇନ୍‌ଜୀବୀ ଦୀପାଳି ଆତ୍ମହତ୍ୟା ଘଟଣା: ଝାରପଡ଼ା ଜେଲରେ ବିକ୍ରମଙ୍କୁ ୨ ଘଣ୍ଟା ଜେରା

ଭୁବନେଶ୍ୱର,୨୭ା୨ (ବ୍ୟୁରୋ): ଆଇନଜୀବୀ ଦୀପାଳି ଜେନା ଆତ୍ମହତ୍ୟା ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଅଛନ୍ତି ଅଭିଯୁକ୍ତ ପୁରୁଷବନ୍ଧୁ ବିକ୍ରମ ଜେନା। ବୁଧବାର କମିଶନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ତାଙ୍କୁ ଜେଲ୍‌ ଭିତରେ ୨ ଘଣ୍ଟା ଧରି ମାରାଥନ ଜେରା କରିଛି। ଜେରାବେଳେ ପୋଲିସ କିଛି ନୂଆ ତଥ୍ୟ ପାଇଥିବା ଜଣାପଡିଛି।
ମିଳିଥିବା ସୂଚନାନୁସାରେ ଜେରାବେଳେ ବିକ୍ରମର କେତେକ କଥା ପୋଲିସକୁ ଆଶ୍ଚର୍ଯ୍ୟ କରିଥିଲା। ସେ କହିଥିଲେ, ମୁଁ ଯଦି ଚାହିଁଥାନ୍ତି ତା’ହେଲେ ଦୀପାଳିଙ୍କୁ ବଞ୍ଚାଇ ଦେଇ ପାରିଥାନ୍ତି ା ଡିସେମ୍ବର ୪ ତାରିଖ ଦିନ ତମାମ୍‌ ଦୀପାଳିଙ୍କ ପାଖକୁ କିଏ ଫୋନ୍‌ କରିଥିଲେ। ମୁଁ ତାଙ୍କୁ ବାରମ୍ବାର ପଚାରିଥିଲେ ମଧ୍ୟ ସେ ଫୋନ୍‌ ଦେଖାଇ ନ ଥିଲେ କି କିଏ ଫୋନ୍‌ କରିଥିଲେ କହି ନ ଥିଲେ। ଫଳରେ ଏହାକୁ ନେଇ ମୁଁ ରାଗିଯାଇଥିଲି। ଆମ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା। ପରେ ସେଠାରୁ ମୁଁ ପଳାଇ ଆସିଥିଲି। ରାତିରେ ମୁଁ ପୁଣି ଦୀପାଳିଙ୍କ ରୁମ୍‌କୁ ଯାଇ କିଏ ଫୋନ୍‌ କରିଥିଲେ ଯାଞ୍ଚ ସହ ପଚରାଉଚରା କରିଥିଲି। ତଥାପି ସେ କହି ନ ଥିଲେ ା ଫଳରେ ଆମ ମଧ୍ୟରେ ପୁଣି ବିବାଦ ଓ ଝଗଡା ହୋଇଥିଲା। ମୁଁ ରାଗରେ ଭୁବନେଶ୍ୱରରୁ କଟକ ଘରକୁ ପଳାଇ ଆସିଥିଲି। ମୁଁ ସେଠାରୁ ଚାଲି ଆସିବା ପରେ ଦୀପାଳି ସେହି ରୁମ୍‌ରେ ଆତ୍ମହତ୍ୟା କରିଦେଇଥିଲେ। ତେବେ ବିକ୍ରମଙ୍କ ବୟାନକୁ ନେଇ ଏବେ ପୋଲିସ ଅଧିକାରୀମାନେ ନୂଆ ସୁରାକ ପାଇଛନ୍ତି। ତୃତୀୟ ବ୍ୟକ୍ତି ଜଣକ କିଏ? ଦୀପାଳି କାହିଁକି ତାଙ୍କ ସମ୍ପର୍କରେ ବିକ୍ରମଙ୍କୁ କିଛି କହୁ ନ ଥିଲେ? ବିକ୍ରମ ହତ୍ୟା କରି ଏପରି ଆତ୍ମହତ୍ୟା ରୂପ ଦେବାକୁ ନାଟକ ରଚିଛନ୍ତି ନା ସେ ସେଠାରୁ ଚାଲିଆସିବା ପରେ ଦୀପାଳିଙ୍କ କ୍ଷେତ୍ରରେ ଆଉକିଛି ଘଟଣା ଘଟିଥିଲା ତାହାକୁ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ଏପରିସ୍ଥିତିରେ ଆସନ୍ତା ୮ରୁ ୧୦ ଭିତରେ କମିଶନରେଟ୍‌ ପୋଲିସ ଏହି ମାମଲାରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିବ ବୋଲି ଜଣାପଡିଛି ା
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୦ରେ ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନୀସ୍ଥିତ ଏକ ଭଡ଼ା ଘରୁ ଦୀପାଳିଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ରାଜ୍ୟସ୍ତରୀୟ ଓପନ୍ ଟ୍ରାପ୍ ସୁଟିଂ ଚାମ୍ପିୟନସିପ୍-୨୦୨୬: ସ୍ୱର୍ଣ୍ଣ ପଦକ ଜିତିଲେ ଥୁଆମୂଳ ରାମପୁରର ଶୁଭମ

ଥୁଆମୂଳ ରାମପୁର,୨୨ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍ ପାଇଁ ଗୌରବ । ଅନୁଗୁଳ ଜିଲା ତାଳଚେରସ୍ଥିତ ‘ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସ’ଠାରେ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri