ଟୁଇନ୍ ସିଟିରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା: ଆଜି ଗଡ଼ିିଲା ଅଯୁଗ୍ମ ନମ୍ବର, ବସ୍-ଟ୍ରକ୍ ପାଇଁ ଲାଗୁ ହେବନି ଏହି ନିୟମ
ଭୁବନେଶ୍ୱର, ୨୧ା୩(ବ୍ୟୁରୋ): ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶନିବାରଠାରୁ ଟୁଇନ୍ ସିଟି କଟକ ଓ ଭୁବନେଶ୍ୱରରେ ଦିଲ୍ଲୀ ଭଳି ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହୋଇଛି। ନିୟମ ଅନୁସାରେ ଶନିବାର ୨୧ ତାରିଖ ଅର୍ଥାତ୍ ଅଯୁଗ୍ମ ତାରିଖ ଥିବାରୁ ଆଜି କେବଳ ଅଯୁଗ୍ମ…
୨୨ରେ ବସ୍ ଚାଲିବନି
ଭୁବନେଶ୍ୱର,୨୧ା୩(ବ୍ୟୁରୋ): କରୋନା(କୋଭିଡ-୧୯)ର ଭୟାବହତାକୁ ଦେଖି ଆସନ୍ତା ୨୨ ତାରିଖରେ ସମଗ୍ର ଦେଶରେ ଜନତା କର୍ଫୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ସମର୍ଥନ ଜଣାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ…
ଏଟିଏମ୍, ଶାଖାରେ ଟଙ୍କାର ଅଭାବ ରଖନାହିଁ
ଭୁବନେଶ୍ୱର, ୨୧ା୩(ବ୍ୟୁରୋ): କରୋନା କଟକଣା ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ବ୍ୟାଙ୍କକୁ ଶୁକ୍ରବାର ଅର୍ଥ ବିଭାଗ ପକ୍ଷରୁ କେତେକ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ସ୍ଥିତିରେ ବ୍ୟାଙ୍କଗୁଡିକ ପର୍ଯ୍ୟାପ୍ତ ପରିମାଣର ଟଙ୍କା ବ୍ୟାଙ୍କ ଶାଖା ସମେତ ଏଟିଏମ୍ଗୁଡ଼ିକରେ ମହଜୁଦ ରଖିବାକୁ କୁହାଯାଇଛି। ବ୍ୟାଙ୍କ ଶାଖା…
ଏକତ୍ର ହେବେ ନାହିଁ ୭ରୁ ଅଧିକ ଲୋକ
ଭୁବନେଶ୍ୱର, ୨୧ା୩ (ବ୍ୟୁରୋ): କରୋନା ଭୂତାଣୁ (କୋଭିଡ୍-୧୯) ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି। ପ୍ରତିଦିନ ବିଭିନ୍ନ ଆଡ଼ଭାଇଜରି ଜାରି ସହ ସଚେତନତା ଓ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବାବେଳେ ଶୁକ୍ରବାର ଆଉଏକ ଆଡ୍ଭାଇଜରି…
୨୦୨୧ ଜନଗଣନା,ଏନ୍ପିଆର ସ୍ଥଗିତ ରହୁ
ଭୁବନେଶ୍ୱର,୨୧ା୩ (ବ୍ୟୁରୋ): ୨୦୨୧ ଜନଗଣନା ଓ ନ୍ୟାଶନାଲ ପପୁଲେଶନ ରେଜିଷ୍ଟ୍ରାର(ଏନ୍ପିଆର) ଅପ୍ଡେଟ ପ୍ରକ୍ରିୟା ସ୍ଥଗିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସ୍ବରାଷ୍ଟ୍ର…
ବାରବାଟୀ ଷ୍ଟାଡିୟମରେ ହେବ ଆଇସୋଲେଶନ ୱାର୍ଡ
କଟକ ଅଫିସ,୨୧ା୩ : କଟକ ବାରବାଟୀ ଷ୍ଟାଡିୟମକୁ କରୋନା ମୁକାବିଲା ପାଇଁ ପ୍ରସ୍ତୁତ କରାଯାଉଛି। ଏ ନେଇ ଜିଲା ପ୍ରଶାସନ ଓ କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କରୋନା ଭୂତାଣୁ ଭୟାବହତାକୁ ଦୃଷ୍ଟିରେ ରଖି ଏବେଠାରୁ ଏଭଳି…
କାର୍ଯ୍ୟକାଳ ସରିବା ପୂର୍ବରୁ ବଦଳିଲେ କୁଳସଚିବ
କଟକ ଅଫିସ,୨୧ା୩: ରେଭେନ୍ଶା ବିଶ୍ୱବିଦ୍ୟାଳୟରେ କୁଳସଚିବ ଭାବେ କାର୍ଯ୍ୟ କରୁଥିବା ଅଶୋକ କୁମାର ଦାଶଙ୍କୁ ରାଜ୍ୟ ସରକାରଙ୍କ ଜେନେରାଲ ଆଡମିନିଷ୍ଟ୍ରେଶନ ଆଣ୍ଡ ପର୍ସନାଲ ଗ୍ରିଭାନ୍ସ ବିଭାଗକୁ ବଦଳି କରାଯାଇଛି। ଏ ନେଇ ଶୁକ୍ରବାର କୁଳାଧିପତି ତଥା ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ନୋଟିସ ଜାରି…
ସ୍ୟାଣ୍ଡ ଆନିମେଶନରେ ନିର୍ଭୟା ଦୋଷୀଙ୍କ ଫାଶୀ
ପୁରୀ ଅଫିସ,୨୧ା୩: ଶେଷରେ ଫାଶୀଖୁଣ୍ଟରେ ଝୁଲିଛନ୍ତି ନିର୍ଭୟା ଦୋଷୀ। ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ ସିଂ, ଅକ୍ଷୟ ସିଂ, ବିନୟ ଶର୍ମା ଓ ପବନ ଗୁପ୍ତାଙ୍କୁ ଶୁକ୍ରବାର ସକାଳ ସାଢେ ୫ଟାରେ ଫାଶୀ ଦିଆଯାଇଛି। ଏହାକୁ…
ଐତିହ୍ୟ ସ୍ଥଳ ନିକଟରେ ବେଆଇନ ନିର୍ମାଣ
ପୁରୁଣା ଭୁବନେଶ୍ୱର,୨୧ା୩ (ଡି.ଏନ.ଏ.): ରାଜଧାନୀକୁ ସରସ ସୁନ୍ଦର ରୂପେ ଗଢି ତୋଳିବାର ଦାୟିତ୍ୱ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେଶନ(ବିଏମସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଙ୍କର ରହିଛି। ଭୁବନେଶ୍ୱରର ବଢୁଥିବା ଜନସଂଖ୍ୟାକୁ ନଜରରେ ରଖି ନୀତିନିୟମ ଓ କଟକଣା ଅନୁଯାୟୀ ଗୃହ ନିର୍ମାଣ…
ଅଲାରନାଥ ମନ୍ଦିରରେ ଦର୍ଶନ ବନ୍ଦ
ବ୍ରହ୍ମଗିରି,୨୧ା୩(ଡି.ଏନ.ଏ) : କରୋନା ଭୂତାଣୁ ସଂକ୍ରମଣରୁ ରୋକିବା ପାଇଁ ସମସ୍ତଙ୍କୁ ସଚେତନତା କରାଇବା ସହ ବ୍ରହ୍ମଗିରିରେ ଥିବା ମହାପ୍ରଭୁ ଅଲାରନାଥ ମନ୍ଦିରରେ ଦର୍ଶନ ପାଇଁ କଟକଣା ଲଗାଯାଇଛି। ଏ ନେଇ ଶୁକ୍ରବାର ପ୍ରଶାସନ ତରଫରୁ ମନ୍ଦିରରେ ଦର୍ଶନ ବନ୍ଦ କରି ଦିଆଯାଇଛି।…
ଧାନ ବିଲରେ ଫୁଟିଲା ପଦ୍ମ
କଣାସ,୨୧ା୩ (ସ୍ବ.ପ୍ର.): ସମାଜ ଯେତିକି ଆଧୁନିକ ଆଡ଼କୁ ଗତି କରୁଛି ପାଣିପାଗର ପରିବର୍ତ୍ତନ ଯୋଗୁ ବେଳେବେଳେ ଅଜବ ଘଟଣାମାନ ଦେଖିବାକୁ ମିଳୁଛି। ଜଣେ ଚାଷୀଙ୍କ ଖରାଟିଆ ଧାନ ବିଲରେ ପଦ୍ମ ଫୁଲ ଫୁଟିଥିବାର ଦେଖାଯାଇଛି। ତାହା ବି ପୁଣି ଗୋଟିଏ ଦିନ…
ସୁଧାର ଗୃହରେ ଫସିଛନ୍ତି ୧୩ ମହିଳା
ଖୋର୍ଦ୍ଧା ଅଫିସ,୨୧ା୩ : ସାରା ବିଶ୍ୱରେ ଲାଗି ରହିଛି କରୋନା ଆତଙ୍କ। ଏ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। କରୋନା ସଂକ୍ରମଣ ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି। ବିଦେଶ ଫେରନ୍ତାଙ୍କ…
Archives


