Posted inରାଜ୍ୟ

କୋଭିଡ୍‌ ପରୀକ୍ଷା ନେଇ ଭାଜପା-ବିଜେଡି ଭିତରେ କଟାକ୍ଷ

ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଏହାସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଦେଇଥିବା ନିର୍ଦ୍ଦେଶକୁ କୌଣସି ସରକାରୀ ଅଧିକାରୀ ପାଳନ କରୁନାହାନ୍ତି। ପ୍ରତିଦିନ ୧୫ହଜାର ଟେଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିବା ପରେ ସୁଦ୍ଧା ଏହା ହୋଇ ପାରିଲାନାହିଁ। ସରକାରୀ ଅଧିକାରୀମାନେ ଏ ଦିଗରେ ଧ୍ୟାନ ନ ଦେଇ କେବଳ ଗଣମାଧ୍ୟମକୁ ବିବୃତି ଦେଇ ନିଜ ପିଠି ନିଜେ ଥାପୁଡାଉଛନ୍ତି ବୋଲି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ା ଭାଜପାର ଏହି ଅଭିଯୋଗ ଉପରେ ବିଜେଡି କଡା ପ୍ରତିକ୍ରିୟା ପ୍ରକାଶ କରିଛି। ଆଇସିଏମ୍‌ଆର ନିର୍ଦ୍ଦେଶାବଳୀ ଭାଜପା ନେତାମାନେ ପଢନ୍ତୁ ବୋଲି ବିଜେଡି ନେତା ସସ୍ମିତ ପାତ୍ର କହିଛନ୍ତି।
ଗୋଲକ କହିଛନ୍ତି ଯେ, ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ପ୍ରତିଦିନ ୧୫ହଜାରରୁ ଊର୍ଦ୍ଧ୍ୱ ଟେଷ୍ଟ କରୁଛି ା ଏବେ ସୁଦ୍ଧା ଆନ୍ଧ୍ର ପ୍ରଦେଶ ୫ ଲକ୍ଷ ୬୭ ହଜାର ଟେଷ୍ଟ କରିଥିବାବେଳେ ଓଡିଶାରେ ୨ ଲକ୍ଷ ୫ ହଜାର ୫୦୧ ଟେଷ୍ଟ ହୋଇଛି ା ଏହା ମଧ୍ୟରୁ ୪୧୬୩ ପଜିଟିଭ ବାହାରିଥିବାବେଳେ ୧୨୯୫ଟି ଆକ୍ଟିଭ କେସ ରହିଛି। ଜୁନ୍‌ ୭ରେ ୩୪୭୭, ୮ରେ ୩୩୧୭, ୯ରେ ୨୯୬୯, ୧୦ରେ ୩୦୨୬, ୧୧ରେ ୩୩୩୩, ୧୨ରେ ୩୮୩୩, ୧୩ରେ ୩୮୮୦, ୧୪ରେ ୩୫୫୮, ୧୫ରେ ୨୪୯୯, ୧୬ରେ ୨୯୮୮ ଜଣଙ୍କ କରୋନା ଟେଷ୍ଟ ହୋଇଛି। ଗଞ୍ଜାମରେ ସର୍ବାଧିକ କରୋନା ରୋଗୀ ବାହାରିବାରୁ ସେଠାରେ ଭୟାଭୟ ସ୍ଥିତି ରହିଛି ା ବ୍ୟବସାୟୀମାନେ ନିୟମିତ ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବାରୁ ସେମାନଙ୍କୁ କରୋନା ହେବାର ଆଶଙ୍କା ରହିଛି। ଏଣୁ ଅତ୍ୟାବଶକ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀଙ୍କ ମଧ୍ୟ କରୋନା ପରୀକ୍ଷା କରାଯିବା ଆବଶ୍ୟକ। ସରକାର ପ୍ରବାସୀଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୭ଦିନ ରଖି ବିନା ପରୀକ୍ଷାରେ ଘରକୁ ପଠାଇ ଦେଉଛନ୍ତି ା ଏହାଦ୍ୱାରା କରୋନା ବ୍ୟାପିବାର ସମ୍ଭାବନା ଅଧିକ ଅଛି ବୋଲି ଗୋଲକ କହିଛନ୍ତି।
ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ, କେନ୍ଦ୍ରର ଭାଜପା ନେତୃତ୍ୱାଧିନ ସରକାର ଏବଂଦେଶରେ କରୋନା ମନିଟରିଂ କରୁଥିବା ଜାତୀୟ ସଂସ୍ଥା ଆଇସିଏମ୍‌ଆର କେବଳ ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତିମାନଙ୍କ ପରୀକ୍ଷା କରିବାକୁ ମାର୍ଗଦର୍ଶିକା ଜାରି କରିଛନ୍ତି। ଭାଜପା ନେତାମାନେ ବୟାନବାଜି କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ପଢିବା ଦରକାର। ଆଇସିଏମଆର ଆଧାରରେ କରୋନା ପରୀକ୍ଷା ଚାଲିଛି। ରାଜ୍ୟରେ କରୋନା ବର୍ତ୍ତମାନ ନିୟନ୍ତ୍ରଣାଧିନ ରହିଛି। ଆଇସିଏମଆର ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟ ସରକାର ମିଶାମିଶି ଭାବେ ପରୀକ୍ଷା ଚଳାଇଛନ୍ତି। ଭାଜପା ଏବଂ କଂଗ୍ରେସ ଶାସିତ ରାଜ୍ୟଗୁଡିକ ଅନୁରୂପ ଭାବେ ପରୀକ୍ଷା କରୁଛନ୍ତି। ତେଣୁ ଏଭଳି ସ୍ପର୍ଶକତାର ଘଟଣାରେ ରାଜନୀତି କରିବା ଆଗରୁ ଭାଜପା ରାଜ୍ୟ ନେତୃବୃନ୍ଦ କେନ୍ଦ୍ର ମାର୍ଗଦର୍ଶିକା ପଢନ୍ତୁ। କେଉଁସବୁ ଭାଜପା ଶାସିତ ରାଜ୍ୟଗୁଡିକରେ ଟିଏମ୍‌ସି ଭଳି ବ୍ୟବସ୍ଥା ହୋଇଛି ବୋଲି ପାତ୍ର ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରୁବିଗ୍ରହଙ୍କ ଅଧରପଣା ନୀତି ଆରମ୍ଭ

ପୁରୀ,୨6ା୭(ଅଜିତ୍‌ କୁମାର ମହାନ୍ତି): ସରି ଆସୁଛି ଘୋଷଯାତ୍ରା। ଶନିବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଅଧରପଣା ନୀତି ଆରମ୍ଭ ହୋଇଯାଇଛି। ପାଣିଆ…

ବିଲରେ ଧାନ ରୋଇବାବେଳେ ହେଲା ବଜ୍ରପାତ, ଏକାଠି ଟଳିପଡ଼ିଲେ ବାପ-ପୁଅ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଲିପଡ଼ା ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ରବିବାର ବିଲକୁ ଧାନ ରୋଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ବାପ-ପୁଅଙ୍କ…

ପ୍ରବଳ ବର୍ଷାରେ ବୁଡ଼ିଗଲା କନ୍ଦରପୁର ଲେବଲ କ୍ରସିଂ ରାସ୍ତା, ଯାନବାହନ ଚଳାଚଳ ବନ୍ଦ

କଟକ ସଦର,୨୬ା୭(ସୁଶାନ୍ତ କୁମାର ଜେନା): କଟକ-ନୂଆଗାଁ ଜାତୀୟ ରାଜପଥ ନଂ ୫୫ର କନ୍ଦରପୁର ଲେବଲ କ୍ରସିଂ ନିକଟ ଅସ୍ଥାୟୀ ରାସ୍ତାଟି ଶନିବାର ରାତିର ଅବିଶ୍ରାନ୍ତ ବର୍ଷାରେ ବୁଡିଯାଇଛି।…

ଲୋୟର ସୁକତେଲର ୩ ଗେଟ୍‌ ଖୋଲିଲା: ଛଡ଼ାଗଲା ପ୍ରଥମ ବନ୍ୟାଜଳ, ପାଣିଘେରରେ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର,୨୬ା୭(ସୁନିଲ କୁମାର ମହାନ୍ତି): ଉପରମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମର ୩ଟି ଗେଟ୍‌ ଖୋଲାଯାଇଛି। ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ…

ବିରାଟକାୟ ଗଛ ପଡ଼ି ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଅନ୍ଧାରରେ ଗାଁ

ଦାରିଙ୍ଗବାଡ଼ି,୨୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରୁ ଲଘୁଚାପ ଜନିତ ବର୍ଷା ଜାରି ରହିଛି ଏଥିପାଇଁ ଅଞ୍ଚଳର ଦୁର୍ଗମ ଗ୍ରାମଗଡ଼ିକ ଅଧିକ…

ଡ୍ରେନ୍‌ ସଫେଇ ପରେ ରାସ୍ତାକଡ଼ରେ ସ୍ଲାବ୍‌, ବଢୁଛି ଟ୍ରାଫିକ୍‌ ଜାମ୍‌

ତିହିଡ଼ି,୨୬ା୭(କାଳନ୍ଦୀ ବେହେରା): ଭଦ୍ରକ-ଆରଡ଼ି ମୁଖ୍ୟ ରାସ୍ତାର ଆରଡ଼ି ଛକ ନିକଟରେ ଡ୍ରେନ୍‌ ସଫେଇ କରାଯିବା ପରେ ଡ୍ରେନ୍‌ ଉପରେ ଥିବା ସ୍ଲାବ୍‌ଗୁଡ଼ିକୁ ରାସ୍ତାପାର୍ଶ୍ୱରେ ରଖି ଦିଆଯାଇଥିବାରୁ ଯାତାୟାତରେ…

ବାର୍‌ହା ଆକ୍ରମଣରେ ଜଣଙ୍କ ଜୀବନ ଗଲା, ୧୦ରୁ ଅଧିକ ଆହତ

ଢେଙ୍କାନାଳ,୨୬ା୭(ରତନ ନାୟାର): ଢେଙ୍କାନାଳ ଜିଲା ଇନ୍ଦିପୁର ଗାଁରେ ବାର୍‌ହା ଆତଙ୍କ। ବାର୍‌ହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୃତକ ହେଲେ ଇନ୍ଦିପୁର…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାକୁ…

ଭୁବନେଶ୍ୱର,୨୬ା୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ। ଆଗାମୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେବ। ଆସନ୍ତାକାଲି ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri