ରାଜ୍ୟ

ଜୁନ୍‌ରେ ଓଡ଼ିଶା ଆସିପାରନ୍ତି ପଙ୍ଗପାଳ: ମୁକାବିଲା ପାଇଁ ବୈଠକ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ଓଡ଼ିଶାକୁ ପଙ୍ଗପାଳ ଆସିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯିବା ପରେ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ଓୟୁଏଟି ଡିନ୍‌ ଲଳୀତ ମୋହନ ଗଡ଼ନାୟକଙ୍କ ସୂଚନା ଦେଇ କହିଛନ୍ତି, ଓଡ଼ିଶାକୁ ଜୁନ୍‌ରେ ପଙ୍ଗପାଳ ଆସିପାରନ୍ତି ବୋଲି କେନ୍ଦ୍ର…

ମାଲକାନଗିରିରେ ଭୀଷଣ ବଜ୍ରପାତ ସମ୍ଭାବନା: ୪ଟାରୁ ୧୦ ଯାଏ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରବିବାର ଅପରାହ୍ନ ୪ଟାରୁ ୧୦ ମଧ୍ୟରେ ମାଲକାନଗିରିରେ ଭୀଷଣ ବଜ୍ରପାତ ହେବାର ସମ୍ଭାବନା ରହିଛି। ଜିଲାର ୨ ବ୍ଲକ କୋରକୁଣ୍ଡା ଓ କୁଡ଼ୁମୁଲଗୁମାରେ ବଜ୍ରପାତ ହୋଇପାରେ। ଆର୍ଥ ନେଟ୍‌ଓ୍ବାର୍କର ସୂଚନା ଆଧାରରେ ଏ ନେଇ ଏସ୍‌ଆର୍‌ସି ସତର୍କ ରହିବାକୁ ପରାମର୍ଶ…

ବାଲେଶ୍ୱର ସହରରେ ଲାଗିଛି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିଖୋଜ ପୋଷ୍ଟର

ବାଲେଶ୍ୱର ଅଫିସ,୩୧ା୫: ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଖୋଜ ହୋଇଥିବା ପୋଷ୍ଟର ରବିବାର ପୂର୍ବାହ୍ନରେ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଦେଖିବାକୁ ମିଳିଛି। ପୋଷ୍ଟରଟି ଇଂରାଜୀ ଭାଷାରେ ଲିଖିତ। ‘ ଆମର ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ନିଖୋଜ’…

ଶ୍ରୀମନ୍ଦିରରେ ଏଏସ୍‌ଆଇ ଟିମ୍‌

ପୁରୀ ଅଫିସ,୩୧।୫: ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ଥିବା ଭାରତୀୟ ପତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ଏକ ଟିମ୍‌ ଶ୍ରୀମନ୍ଦିରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୂର୍ବାହ୍ନରେ ଏଏସ୍‌ଆଇ ସୁପରିଟେଣ୍ଡଣ୍ଟଙ୍କୁ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍‌ ପ୍ରଥମେ ସ୍ନାନ ମଣ୍ଡପ ବୁଲିଥିଲେ। ଆସନ୍ତା…

ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌କୁ ପଛରୁ ପିଟିଲା ଟ୍ରଲର, ୭ ଗୁରୁତର

ବସ୍ତା,୩୧।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନଂ ଜାତୀୟ ରାଜପଥର ଦଣ୍ଡିକା ଛକ ନିକଟରେ ରବିବାର ବସ୍‌କୁ ଏକ ଟ୍ରଲର ପଛପଟୁ ଧକ୍କା ଦେଇଛି। ଫଳରେ ୭ଜଣ ଗୁରୁତର ହୋଇ ବସ୍ତା ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ବସ୍‌ଟି…

ଜୁନ୍‌ ୧୭ରୁ ରାଜ୍ୟରେ ଖୋଲିବ ନାହିଁ ସ୍କୁଲ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜ୍ୟରେ ଜୁନ୍‌ ୧୭ ତାରିଖରୁ ସ୍କୁଲ ଖୋଲିବ ନାହିଁ। ଏନେଇ ରବିବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଶନିବାର କେନ୍ଦ୍ର ସରକାର ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ସ୍କୁଲ ଓ କଲେଜ୍‌ ଖୋଲିବା ନେଇ…

ଆଜି ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ: କ୍ୱାରାଣ୍ଟାଇନ୍‌ ସେଣ୍ଟରର ୧୧୯, ଲୋକାଲ କେସ୍‌ ୧୦

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରବିବାର ରାଜ୍ୟରେ ସର୍ବାଧିକ ୧୨୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ପଜିଟିଭ୍‌ ୧୯ ଜିଲାର ଥିବା ବେଳେ କେନ୍ଦ୍ରାପଡ଼ାରୁ ସର୍ବାଧିକ ଆକ୍ରାନ୍ତ ଅଛନ୍ତି। ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୯୪୮କୁ ବୃଦ୍ଧି ପାଇଛି। ପ୍ରକାଶ…

୧୯ ଜିଲାରୁ ୧୨୯ ପଜିଟିଭ୍‌: କେନ୍ଦ୍ରାପଡ଼ାରୁ ସର୍ବାଧିକ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜ୍ୟରେ ରବିବାର ଚିହ୍ନଟ ୧୨୯ ନୂଆ ପଜିଟିଭ୍‌ ୧୯ ଜିଲାର। ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲାରେ ସର୍ବାଧିକ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଗଜପତିରେ ୧୬, ନୂଆପଡ଼ାରେ ୧୨, ବଲାଙ୍ଗୀରରେ ୧୧, କେନ୍ଦୁଝରରେ ୩, ଗଞ୍ଜାମ-ଯାଜପୁରରେ ୧୦, ଖୋର୍ଦ୍ଧାରେ…

CORONAVIRUS UPDATE: ରାଜ୍ୟରେ ଆଉ ୧୨୯ ପଜିଟିଭ୍‌ ଚିହ୍ନଟ, ମୋଟ ଆକ୍ରାନ୍ତ ସଂଖ୍ୟା ୧,୯୪୮କୁ ବୃଦ୍ଧି

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜ୍ୟରେ ରବିବାର ୧୨୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧,୯୪୮କୁ ବୃଦ୍ଧି ପାଇଛି। ସେଥିରୁ ମୋଟ ଆକ୍ଟିଭ୍‌ କେସ୍‌ ୮୮୯ ଥିବା ବେଳେ ୧୦୫୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି…

କେନ୍ଦୁପତ୍ର କେରି ଦାମ୍‌ ବଢ଼ାଇଲେ ସରକାର: ଉପକୃତ ହେବେ ୮ ଲକ୍ଷ ୩୫ ହଜାର ବନ୍ଧାଳି, ତୋଳାଳି

ଭୁବନେଶ୍ୱର,୩୧। ୫(ବ୍ୟୁରୋ): ଲକ୍‌ଡାଉନ୍‌ ଯୋଗୁ ଆର୍ଥିକ ଦୁଃସ୍ଥିତିରେ ଥିବା କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଏବଂ ସାମୟିକ କର୍ମଚାରୀଙ୍କୁ ରାଜ୍ୟ ସରକାର ସହାୟତା ପ୍ରଦାନ କରିବେ। ରାଜ୍ୟରେ କାର୍ଯ୍ୟରତ ୮ ଲକ୍ଷ ୩୫ ହଜାର କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସାମୟିକ କର୍ମଚାରୀଙ୍କ…

ଦାଦନ ଖଟିବାକୁ ଯାଇ ଫସିଛନ୍ତି ସ୍ବାମୀ:ସ୍ତ୍ରୀଙ୍କ କାନ୍ଧରେ ୪ ପିଲାଙ୍କ ବୋଝ

କୋକସରା, ୩୧।୫(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ସନପୋଡ଼ାଗୁଡ଼ା ଗ୍ରାମର ମୋହନ ମେହେର ପରିବାର ପ୍ରତିପୋଷଣ ପାଇଁ ଗତ ୬ମାସ ତଳେ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିଲେ ା ସେଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ଲକ୍‌ଡାଉନ୍‌…

ସତ୍ୟଜିତ୍‌ଙ୍କୁ ଅଗ୍ନିଶମ ଅତିରିକ୍ତ ଦାୟିତ୍ୱ; ଅରୁଣ ବୋଥ୍ରା ଓଏସ୍‌ଆର୍‌ଟିସି ଅଧ୍ୟକ୍ଷ

ଭୁବନେଶ୍ୱର,୩୦ା୫(ବ୍ୟୁରୋ)-ରାଜ୍ୟ ସରକାର ଆଇପିଏସ୍‌ ଅଫିସର ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ୧୯୮୮ ବ୍ୟାଚ ଆଇପିଏସ୍‌ ଅଫସର ତଥା ସ୍ପେଶାଲ୍‌ ଡିଜି (ଇଣ୍ଟେଲିଜେନ୍ସ) ସତ୍ୟଜିତ୍‌ ମହାନ୍ତିଙ୍କୁ ଅଗ୍ନିଶମ ଏବଂ ହୋମଗାର୍ଡ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେସୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri