ପୋଲିସ ଚାକିରିରେ ଜାଲ୍‌ ଡକ୍ୟୁମେଣ୍ଟ ର଼୍ୟାକେଟ

ଭୁବନେଶ୍ୱର,୧୫।୯ (ବ୍ୟୁରୋ): ପୋଲିସ ଚାକିରିଟିଏ ପାଇବା ପାଇଁ ଅନେକଙ୍କ ପ୍ରାୟ ଇଚ୍ଛା ଥାଏ। ଏଥିପାଇଁ ଅନେକ ଯୁବକ ଶାରୀରିକ ଏବଂ ମାନସିକ ସ୍ତରରେ ପ୍ରସ୍ତୁତ ହୁଅନ୍ତି। କିନ୍ତୁ ଏବେ କେତେଜଣ ଠକ ଏହି ଚାକିରି କରାଇ ଦେବା ପାଇଁ ଗଳାବାଟ ବାଛିଛନ୍ତି। ସେମାନେ ଲକ୍ଷାଧିକ ଟଙ୍କା ନେଇ ଆଶାୟୀ ଯୁବକଙ୍କୁ ଜାଲ ଡକ୍ୟୁମେଣ୍ଟ ଯୋଗାଇ ଦେଉଛନ୍ତି। ଏହିପରି ଜଣେ ଯୁବକ ୟୁନିଟ-୫ ଷ୍ଟାପ୍‌ ସିଲେକ୍ସନ୍‌ କମିଶନ ଅଫିସକୁ ଜାଲ ଡକ୍ୟୁମେଣ୍ଟ ଧରି ଚାକିରି କରିବାକୁ ଆସିବା ପରେ ଘଟଣା ପଦାକୁ ଆସିଛି। ଏ ନେଇ ଷ୍ଟାପ୍‌ ସିଲେକ୍ସନ୍‌ କମିଶନ ଅଫିସ ପକ୍ଷରୁ କ୍ରାଇମ୍‌ବ୍ରାଞ୍ଚକୁ ଜଣାଇବା ସହ ସମସ୍ତ ପ୍ରମାଣ ଦେଇଥିଲେ। କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଅଧିକାରୀ ଏହି ମାମଲାର ପ୍ରାଥମିକ ତଦନ୍ତ କରି ରିପୋର୍ଟ ଦେବା ପରେ ସାଇବର ସେଲରେ ଏକ ଗତ ୩ଦିନ ତଳେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଏହି ମାମଲାରେ ଦେବବ୍ରତ ପ୍ରଧାନ ସହ ଅନ୍ୟମାନଙ୍କ ନାମରେ ସଙ୍ଗିନ ଦଫା ଲଗାଯାଇ ମାମଲା ହୋଇଛି। ଏପରିକି ଏହି ଜାଲ ଡକ୍ୟୁମେଣ୍ଟ ପଛରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ଜାଣିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଗୁଗୁଲ ଅଫିସକୁ ଚିଠି ଲେଖିଛନ୍ତି। କେଉଁମାନଙ୍କ ମେଲକୁ ଏହି ଜାଲ ନୋଟିଫିକେଶନ ଯାଇଛି ତାହାକୁ ମଧ୍ୟ ଜଣାଇବା ପାଇଁ ଗୁଗଲକୁ କୁହାଯାଇଛି। ଅନ୍ୟପଟେ ଏହି ର଼୍ୟାକେଟରେ ଥିବା ଦେବବ୍ରତ ଏବେ ଫେରାର ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ୨୦୧୩ରେ ପୋଲିସ ଏସ୍‌ଆଇ ପୋଷ୍ଟ ପାଇଁ ଷ୍ଟାପ୍‌ ସିଲେକ୍ସନ୍‌ କମିଶନ ବିଜ୍ଞାପନ ବାହାର କରିଥିଲେ। ଯେଉଁଥିରେ ଏକାଧିକ ଯୁବତୀ ଯୁବକ ଆବେଦନ କରିବା ସହ ପରୀକ୍ଷା ଦେଇଥିଲେ। ଏହାର ରେଜଲ୍ଟ ୨୦୧୬ ଡିସେମ୍ବର ୭ରେ ବାହରିଥିଲା, ଯେଉଁଥିରେ ୮୪୦ଜଣ ପିଲା ପାସ୍‌ କରିଥିଲେ। ପାସ୍‌ କରିଥିବା ସମସ୍ତ ପିଲାଙ୍କୁ ଷ୍ଟାପ୍‌ ସିଲେକ୍ସନ୍‌ କମିଶନ ମେରିଟ୍‌ ଅନୁଯାୟୀ ପ୍ରାର୍ଥୀଙ୍କୁ ଡାକି ମୌଖିକ ନେବା ସହ ଚାକିରି ଦିଆଯାଇଥିଲା। ହେଲେ ଚାକିରି ପାଇ ନ ଥିବା ଏକାଧିକ ପ୍ରାର୍ଥୀ ଏ ନେଇ ଷ୍ଟାପ୍‌ ସିଲେକ୍ସନ୍‌ କମିଶନ ଅଫିସ ଘେରାଉ କରିବା ସହ ଧାରଣା ଦେଇଥିଲେ। ହେଲେ ୨୦୧୯ ଅକ୍ଟୋବରରେ ଡେଲାଙ୍ଗ ଅଞ୍ଚଳର ଦେବବ୍ରତ ପ୍ରଧାନ ଜାଲ୍‌ ଡକ୍ୟୁମେଣ୍ଟ ନେଇ ଷ୍ଟାପ୍‌ ସିଲେକ୍ସନ ଅଫିସକୁ ଯାଇଥିଲେ। ତାଙ୍କର ପୋଲିସ ଏସ୍‌ଆଇ ପାଇଁ ଚାକିରି ହୋଇଯାଇଥିବା କହିଥିଲେ। କମିଶନଙ୍କ ଅଫିସରେ ଥିବା କର୍ମଚାରୀ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ତାଙ୍କୁ ଡକ୍ୟୁମେଣ୍ଟ ମାଗିଥିଲେ। ସାଥିରେ ଆଣିଥିବା ଡକ୍ୟୁମେଣ୍ଟକୁ ଦେଖାଇଥିଲେ। ଅଧିକାରୀମାନେ ଏହି ଡକ୍ୟୁମେଣ୍ଟକୁ ଦେଖିବା ପରେ ଜଣାପଡିଥିଲା ତାହା ୨୦୧୫ ଓ୍ବେଲଫେୟାର ଏକ୍ସଟେନ୍‌ସନ୍‌ ଅଫିସର ପଦବୀ ପାଇଁ ହୋଇଥିବା ମୌଖିକ ନୋଟିଫିକେଶନ୍‌। ଏଥିରେ ସନ୍ଦେହ ହେବାରୁ ଅଧିକାରୀମାନେ ଦେବବ୍ରତଙ୍କୁ ପଚାରିବାରୁ ତାହାକୁ ଜାଲିଆତି କରାଯାଇ ପୋଲିସ ଏସ୍‌ଆଇ ଚାକିରି ହୋଇଥିବା ଜଣାପଡ଼ିଥିଲା। ଏ ନେଇ ଷ୍ଟାଫ୍‌ ସିଲେକ୍ସନ୍‌ ଅଧିକାରୀ ଦେବବ୍ରତଙ୍କୁ ପଚାରିବା ପରେ ତାଙ୍କ ମେଲକୁ ଏହି ନୋଟିଫିକେଶନ୍‌ ଅନ୍ୟ ଜଣେ ଯୁବକ ପଠାଇଥିବା କହିଥିଲେ। ତାଙ୍କ ମେଲକୁ ଯାଞ୍ଚ କରିବା ପରେ ଜଣାପଡିଥିଲା ଏହା ପଛରେ ଏକ ର଼୍ୟାକେଟ କାମ କରୁଥିବା ଜଣାପଡ଼ିଛି। ଯୁବକମାନଙ୍କୁ ପୋଲିସ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ନେଇ ଏଭଳି ଫେକ୍‌ ନୋଟିଫିକେଶନ୍‌ ଦେଉଛନ୍ତି। ଶେଷରେ ଷ୍ଟାପ୍‌ ସିଲେକ୍ସନ୍‌ କମିଶନ କ୍ରାଇମ୍‌ବ୍ରାଞ୍ଚ ମାମଲାର ତଦନ୍ତ କରିବାକୁ ପାଇଁ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଳମଗ୍ନ ବାଂଶପାଳ BEOଙ୍କ କାର୍ଯ୍ୟାଳୟ: ଆଣ୍ଠୁଏ ପାଣିରେ ଚାଲିଛି ସରକାରୀ କାମ, ନଷ୍ଟ ହେଉଛି ପିଲାଙ୍କ ବହି

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କ (BEO) କାର୍ଯ୍ୟାଳୟ ବର୍ତ୍ତମାନ ଲଗାଣ ବର୍ଷା ଯୋଗୁ ଜଳମଗ୍ନ ଅବସ୍ଥାରେ ରହିଛି। କାର୍ଯ୍ୟାଳୟ ପରିସରରେ…

ଅଙ୍ଗ ନଦୀ ବନ୍ୟା ପାଣି ଘେରରେ ଦିଗଶିରା ଗ୍ରାମ, ବ୍ରିଜରେ କାମ କରୁଥିବା ବେଳେ ଫସିଥିବା ୨୦ ଶ୍ରମିକ ଉଦ୍ଧାର

ଡୁଙ୍ଗୁରିପାଲି, ୨୯।୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଦିଗଶିରା ଗ୍ରାମ ବର୍ତ୍ତମାନ ଅଙ୍ଗ ନଦୀର ବନ୍ୟା ପାଣି ଘେରରେ ରହିଛି। ଉପରମୁଣ୍ଡରେ ଲଘୁଚାପ ଜନିତ…

ଭୀଷ୍ମଗିରି କଲେଜରେ ଗୁରୁ ପୂର୍ଣ୍ଣିମା ଉତ୍ସବ, ଭାରତୀୟ ସଂସ୍କୃତି ଆଧାରରେ…

ଦିଗପହଣ୍ଡି,୨୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜରେ ବୁଧବାର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଥିଲା। କଲେଜ…

୨ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଦାରିଙ୍ଗବାଡିରୁ ଉଠାଇଲା ମୁମ୍ବାଇ ପୋଲିସ

ଦାରିଙ୍ଗବାଡି,୨୯।୭(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରାଚାଲାଣ ଏବେ ଆଉ କେଵଳ ରାଜ୍ୟ ମଧ୍ୟରେ ସିମିତ ହୋଇ ରହିନାହିଁ । କନ୍ଧମାଳରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ…

ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ହରିଚନ୍ଦନପୁରରେ ଏକ ଅଭାବନୀୟ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟ ଯୁବକଙ୍କ ହାଇଡ୍ରାମା ବର୍ତ୍ତମାନ ଚର୍ଚ୍ଚାର ବିଷୟ…

ପ୍ରବଳ ବର୍ଷା; କଳାହାଣ୍ଡିରେ ବଢ଼ିଲା ସ୍କୁଲ ଛୁଟି ଅବଧି, ଜିଲାପାଳ କହିଲେ…

ଭବାନୀପାଟଣା,୨୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଜାରି ରହିଛି ବର୍ଷା । ଏହାକୁ ଦୃଷ୍ଟିରେ ରଖି ଏବଂ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ସ୍କୁଲ ଛୁଟି…

ଖେମୁଣ୍ଡି କଲେଜରେ ବନ ମହୋତ୍ସବ: ଅତିଥି ,ଅଧ୍ୟାପିକା,  ଅଧ୍ୟାପକ ମିଳିମିଶିକଲେ …

ଦିଗପହଣ୍ଡି,୨୯|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଯୁକ୍ତ ୨ ଏବଂ ଯୁକ୍ତ ୩ ଜାତୀୟ ସେବା ଯୋଜନା(ଏନଏସଏସ) ୟୁନିଟ ପକ୍ଷରୁ କଲେଜ ପରିସରରେ…

ହୁମାରେ ବଡ଼ ଧରଣର ସିରିଜ୍ ଚୋରି: ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ହୁମା,୨୯।୭ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ହୁମା ଫାଣ୍ଡି ଅଧୀନ ପାଟଣା ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ସିରିଜ୍ ଚୋରି ଘଟିଛି। ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri