CORONAVIRUS UPDATE: ରାଜ୍ୟରେ ଆଜି ୩୬୦୦ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୬ ହଜାର ୩୩୪କୁ ବୃଦ୍ଧି
ଭୁବନେଶ୍ୱର,୨ା୧୦(ବ୍ୟୁରୋ): ଶୁକ୍ରବାର ମୋଟ୍ ୩୦ ଜିଲାରୁ ୩୬୦୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୬,୩୩୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ର ୨୧୦୯ ଜଣ…
ନଡ଼ିଆ ଷଡ଼େଇରେ ମାସ୍କ
ପୁରୀ ଅଫିସ,୨ା୧୦: ମହାମାରୀ କରୋନା କବଳରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ମାସ୍କ ନ ପିନ୍ଧି ପଦାକୁ ବାହାରିଲେ ପୋଲିସ ପକ୍ଷରୁ ଜରିମାନା ଆଦାୟ କରାଯାଉଛି। ଭଲ ଭାବେ…
ଅଧ୍ୟାପକ ନିଯୁକ୍ତିରେ ଓଡ଼ିଆ ପିଲାଙ୍କୁ ଅଣଦେଖା
ଭୁବନେଶ୍ୱର,୨ା୧୦(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବଶେନର ଗୁରୁବାର ତୃତୀୟ ଦିବସ ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଭିନ୍ନଭିନ୍ନ ପ୍ରଶ୍ନ ମାଧ୍ୟମରେ ରାଜ୍ୟରେ ଅଧ୍ୟାପକ…
କରୋନା ମୁକାବିଲା: ଗଜପତି ଜିଲାରେ ସର୍ବାଧିକ ୬୪.୬୭% ଆଣ୍ଟିବଡି ସୃଷ୍ଟି
ଭୁବନେଶ୍ୱର,୨।୧୦(ବ୍ୟୁରୋ): ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲା ପରେ ଏବେ ଗଜପତି ଜିଲାରେ ସେରୋ ସର୍ଭେ କାର୍ଯ୍ୟ ଶେଷ ହୋଇଛି। ଏହି ଜିଲାରୁ ରାଜ୍ୟର ସର୍ବାଧିକ ୬୫% ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି। ଟେଷ୍ଟ୍ ସମୟରେ ସର୍ବନିମ୍ନ ୪୪ ଓ…
କଟକ: ୪୧ କେନ୍ଦ୍ରରେ ହେବ ୟୁପିଏସ୍ସି ପ୍ରିଲିମ୍ନାରି ପରୀକ୍ଷା
କଟକ ଅଫିସ,୨।୧୦: ଆସନ୍ତା ୪ ତାରିଖରେ ଦୁଇଟି ସିଟିଂରେ ଭାରତୀୟ ପ୍ରଶାସନିକ ସେବା ପାଇଁ ୟୁପିଏସ୍ସି ପ୍ରିଲିମ୍ନାରୀ ପରୀକ୍ଷା ହେବ। କଟକର ୪୧ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏହି ସମସ୍ତ କେନ୍ଦ୍ରରେ ସୁଚାରୁ ରୂପେ ପରୀକ୍ଷା ପରିଚାଳନା କରିବା…
୯ରୁ ୧୮ ଯାଏଁ ଭୁବନେଶ୍ୱରରୁ ବରଗଡ଼ ରୋଡ୍ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍
ଭୁବନେଶ୍ୱର,୨।୧୦(ବ୍ୟୁରୋ): ବଲାଙ୍ଗୀର ଏବଂ ଲୋଇସିଂହା ଷ୍ଟେଶନ ମଧ୍ୟରେ ରେଳପଥ ଦୋହରୀକରଣ କାର୍ଯ୍ୟକ୍ଷମ ସମ୍ବନ୍ଧୀୟ ସୁରକ୍ଷା ଜନିତ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ୨୦୨୦ ଅକ୍ଟୋବର ୯ରୁ ୧୮ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ସ୍ବତନ୍ତ୍ର ଟ୍ରେନ୍କୁ ଆଂଶିକ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।…
ନିର୍ମାଣ ଅପେକ୍ଷାରେ ଗଲାଣି ୨ ବର୍ଷ
କେନ୍ଦ୍ରାପଡ଼ା ଅଫିସ, ୨।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡାଶାଳି ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଡିସେମ୍ବର ୮ରେ କେନ୍ଦ୍ରାପଡ଼ା ଜିଲା ଗସ୍ତ ଅବସରରେ ଘୋଷଣା…
ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍କୁ ନରସିଂହଙ୍କ ବିରୋଧ
ଭୁବନେଶ୍ୱର,୨।୧୦(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୦କୁ ନେଇ ଗୁରୁବାର ପୁଣିଥରେ ଗୃହରେ ବିରୋଧର ସ୍ବର ଉଠିଥିଲା। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଗୃହରେ ଏହି ବିଲ୍ ସମ୍ପର୍କରେ ବିବୃତି ରଖିବା ପରେ ପ୍ରଥମେ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। କଂଗ୍ରେସ…
ବିଦ୍ୟୁତ୍ ବଣ୍ଟନରେ କେବିକେ ଅଞ୍ଚଳକୁ ଅବହେଳା
ଭୁବନେଶ୍ୱର,୨ା୧୦(ବ୍ୟୁରୋ): ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କେବିକେ ଅଞ୍ଚଳକୁ ବିଦ୍ୟୁତ୍ ବଣ୍ଟନରେ ରାଜ୍ୟ ସରକାର ଅବହେଳା କରୁଥିବା କହିଛନ୍ତି। ଇନ୍ଦ୍ରାବତୀ, କୋଲାବ, ମାଛକୁଣ୍ଡ, ବାଲିମେଳା ଦ୍ୱାରା ୭୬% ଜଳବିଦ୍ୟୁତ୍ କେବିକେ ଅଞ୍ଚଳ ଓଡ଼ିଶାକୁ ଦେଉଥିଲେ ମଧ୍ୟ ସେହି ଅଞ୍ଚଳକୁ ଅବହେଳା କରାଯାଉଛି।…
କରୋନା ପରିଚାଳନା ନେଇ ମିଛ ତଥ୍ୟ ରଖୁଛନ୍ତି ସରକାର
ଭୁବନେଶ୍ୱର,୨।୧୦(ବ୍ୟୁରୋ): କରୋନା ପରିଚାଳନାରେ ସରକାର ଯେଉଁ ତଥ୍ୟ ରାଜ୍ୟବାସୀଙ୍କ ସାମ୍ନାରେ ରଖୁଛନ୍ତି ତାହା ମିଥ୍ୟା ଓ ବିଭ୍ରାନ୍ତିକର। ଅସତ୍ୟ ଉପରେ ଆଧାରିତ ତଥ୍ୟ ବଳରେ ଡବ୍ଲ୍ୟୁଏଚ୍ଓ ପାଖରୁ ଯେଉଁ ପ୍ରମାଣପତ୍ର ହାସଲ କରିଛନ୍ତି ତାହା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ଅଭିଯୋଗ କରିଛି।…
ଉପନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ
ଭୁବନେଶ୍ୱର,୨।୧୦(ବ୍ୟୁରୋ): ନିର୍ବାଚନ ପ୍ରଚାର ବେଳେ କୌଣସି ପ୍ରାର୍ଥୀଙ୍କ ବିରୋଧରେ ବ୍ୟକ୍ତିଗତ ଆକ୍ଷେପ କରାଯାଇ ପାରିବ ନାହିଁ। ଭାରତର ମୁଖ୍ୟ ନିର୍ବାଚନ କମିଶନ ଏ ନେଇ କଟକଣା ଜାରି କରିଛନ୍ତି। ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଯଦି କୌଣସି ରାଜନୈତିକ ଦଳ ବାଲେଶ୍ୱର…
୩ ଶିଫ୍ଟରେ ହେବ ଓଜେଇଇ
ଭୁବନେଶ୍ୱର, ୨।୧୦(ବ୍ୟୁରୋ): ଆସନ୍ତା ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ଏନେଇ ଗୁରୁବାର ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଏଥର ୩ଟି ଶିଫ୍ଟରେ ୨ ଘଣ୍ଟିଆ ଅବଧି ବିଶିଷ୍ଟ ପରୀକ୍ଷା କରାଯିବ। ସକାଳ…
Archives


