ଏସ୍‌ଆଇଙ୍କୁ ମହଙ୍ଗା ପଡିଲା ଥାର୍ଡ଼ ଡିଗ୍ରୀ

ରାଉରକେଲା ଅଫିସ,୧୭।୨: ଥାନା ଭିତରେ ଜଣେ ନାବାଳକଙ୍କୁ ଥାର୍ଡ଼ ଡିଗ୍ରୀ ଦେବା ଘଟଣା ସୁନ୍ଦରଗଡ଼ ଜିଲା ରାଉରକେଲା ଉଦିତନଗର ପୋଲିସ ଏସ୍‌ଆଇ ମାନସ ରଞ୍ଜନ ନାୟକଙ୍କୁ ମହଙ୍ଗା ପଡିଛି। ଏହି ଘଟଣାର ତଦନ୍ତ କରି ରାଉରକେଲା ଏପ୍‌ପି ମୁକେଶ କୁମାର ଭାମୁ ଏସ୍‌ଆଇ ନାୟକଙ୍କୁ ବୁଧବାର ନିଲମ୍ବିତ କରିଛନ୍ତି।
ସୂଚନା ଅନୁସାରେ, ୨୦୨୦ ଡିସେମ୍ବର ୨୬ରେ ଉଦିତନଗର ପୋଲିସ ମୋବାଇଲ ଚୋରି ଅଭିଯୋଗରେ ରାଉରକେଲା ଗୋପବନ୍ଧୁପାଲ୍ଲୀ ଅଞ୍ଚଳର ଜଣେ ନାବାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଥିଲା। ତଦନ୍ତ ସମୟରେ ଏସ୍‌ଆଇ ନାୟକ ଉକ୍ତ ନାବାଳକଙ୍କୁ ବିଦ୍ୟୁତ୍‌ କରେଣ୍ଟ ସହ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଇଥିବା ନେଇ ତାଙ୍କ ଜେଜେମା’ ଥାନାରେ ଅଭିଯୋଗ କରିଥିଲେ। ସ୍ଥାନୀୟ ଭାଜପା ନେତ୍ରୀ ପ୍ରମିଳା ଦାଶ ଏ ନେଇ ଶିଶୁମଙ୍ଗଳ କମିଟିକୁ ଅବଗତ କରାଇଥିଲେ। ଜିଲା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲ୍ଡ ଲାଇନ ପକ୍ଷରୁ ଘଟଣାର ତଦନ୍ତ ଚାଲିଥିଲା। ଅନ୍ୟପକ୍ଷେ ଏହି ଘଟଣାର ତଦନ୍ତ କରି ଫେବୃୟାରୀ ୧୫ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ମାନବାଧିକାର କମିଶନ ରାଉରକେଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଉଲ୍ଲେଖନୀୟ, ଗୋପବନ୍ଧୁପାଲ୍ଲୀ ଅଞ୍ଚଳର ଉକ୍ତ ନାବାଳକ ଟିମ୍ବର କଲୋନୀ ଅଞ୍ଚଳରେ ଥିବା ବୈଷ୍ଣୋଦେବୀ ମନ୍ଦିର ରାସ୍ତାରେ ଗୋଟିଏ ମୋବାଇଲ ପାଇଥିଲେ। ମୋବାଇଲ କିପ୍ୟାଡ୍‌ ଲକ୍‌ ଥିବାରୁ ସେ ତାକୁ ଖୋଲିବା ପାଇଁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦେଇଥିଲେ ା ତେବେ ଉକ୍ତ ବ୍ୟକ୍ତି ଜଣକ ମୋବାଇଲକୁ ନାବାଳକଙ୍କ ଠାରୁ ୧୫ ଶହ ଟଙ୍କାରେ କିଣି ନେଇଥିଲେ। ମୋବାଇଲ ଚୋରି ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଉକ୍ତ ନାବାଳକଙ୍କୁ ଅଟକ ରଖି ମାଡ଼ ମାରିଥିଲା। ନାବାଳକଙ୍କ ନିକଟରୁ କୌଣସି ତଥ୍ୟ ନ ମିଳିବାରୁ ଡିସେମ୍ବର ୨୭ରେ ତାଙ୍କୁ ଛାଡ଼ି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri