ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଗଜପତି,୧୫।୧୨(ଡି.ଏନ୍.ଏ.): ଗଜପତି ଜିଲା ଗୋଷାଣି ବ୍ଲକ ଲାବନ୍ୟଗଡ଼ ପଞ୍ଚାୟତର ଏସ୍ .ରାଉତପୁର ସ୍କୁଲ ସହାୟକ ଶିକ୍ଷକ ଦୁସମନ୍ତ ନାୟକଙ୍କ ଘରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ନାୟକଙ୍କ ଏଡେଦେଲା…
କୃଷକସଂଘ ସମିତିର ଆନ୍ଦୋଳନକୁ ମିଳିତ ଟ୍ରେଡୟୁନିୟନ ପକ୍ଷରୁ ସମର୍ଥନ
ସୁନ୍ଦରଗଡ଼, ୧୫।୧୨(ଡି.ଏନ୍.ଏ)- ଅଖିଳ ଭାରତ କୃଷକ ସଂଘର୍ଷ ସମିତିର ଆନ୍ଦୋଳନକୁ ସମର୍ଥନ ଜଣାଇ ସୋମବାର ମିଳିତ ଟ୍ରେଡ ୟୁନିୟନ ଓ କଂଗ୍ରେସ ପକ୍ଷରୁ ସୁନ୍ଦରଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ଗଣଧାରଣାରେ ସୁନ୍ଦରଗଡ ଜିଲାର ବିଭିନ୍ନ ପ୍ରାନ୍ତରରୁ ବିଭିନ୍ନ ସଙ୍ଗଠନର…
ସାଇବର କ୍ରାଇମ ନେଇ ପ୍ରଶିକ୍ଷଣ ଶିବିର
ରାଉରକେଲା ଅଫିସ,୧୫ା ୧୨-ସାଇବର କ୍ରାଇମ ରୋକାଯିବା ନେଇ ସୋମବାର ଠାରୁ ରାଉରକେଲାରେ ୫ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ କରାଯାଇଛି। ଡିଏସ୍ପି, ଇନ୍ସପେକ୍ଟର, ସବଇନ୍ସପେକ୍ଟର ର଼୍ୟାଙ୍କର ୩୦ଜଣ ପୋଲିସ ଅଧିକାରୀଙ୍କୁ ଏ ଦିଗରେ ତାଲିମ ପ୍ରଦାନ କରାଯିବ। ସ୍ଥାନୀୟ ଏସକେଡିଏଭି ପଲିଟେକନିକ ଠାରେ…
ନାହିଁ ବିଦ୍ୟୁତ୍ ସଂଯୋଗ, ଡିବିରି ଆଲୁଅ ଭରସା: ଅନ୍ଧାରରେ ଚିକିଲି ନଦୀ ଖଣି କଛାରପଡାବାସୀ
କୋକସରା, ୧୫।୧୨ (ଡି.ଏନ.ଏ.) ବିଦ୍ୟୁତ୍ ସେବାରୁ ବଞ୍ଚତ୍ତ ଲୋକମାନଙ୍କ ନିକଟରେ ବିଦ୍ୟୁତ୍ ସେବା ପହଞ୍ଚାଇବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ସୌଭାଗ୍ୟ ଯୋଜନା ଆରମ୍ଭ କରାଯାଇଛି। ହେଲେ ଆଜି ବି ଏହି ଯୋଜନା ଅନେକ ଗାଁରେ ପହଞ୍ଚତ୍ ପାରିନାହିଁ। କଳାହାଣ୍ଡି ଜିଲା…
ଫସଲବୀମା ପ୍ରଦାନ ପାଇଁ ପ୍ରତିଶ୍ରୁତି :ଚାଷୀଙ୍କର ଆମରଣ ଅନଶନ ପ୍ରତ୍ୟାହୃତ
ଦେବଗଡ଼,୧୫ା୧୨(ଡି.ଏନ.ଏ):ଆଗାମୀ ୧୫ ଦିନ ମଧ୍ୟରେ ଫସଲ ବୀମାରାଶି ପ୍ରଦାନ ପାଇଁ ଜିଲା ପ୍ରଶାସନ ତଥା ସମବାୟ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ା ଏହି ପ୍ରତିଶ୍ରୁତି ପରେ ସୋମବାର ଜିଲା କୃଷକ ସଂଘ ସମର୍ଥନରେ ଚାଷୀମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଆମରଣ…
ସମ୍ପଦ ଦେଉନି ସମୃଦ୍ଧି
ଛେଣ୍ଡିପଦା,୧୫ା୧୨(ସ୍ୱ.ପ୍ର.): ପ୍ରାକୃତିକ ସମ୍ପଦର ସଦ୍ବିନିଯୋଗ ସମୃଦ୍ଧିର ଦ୍ୱାର ଉନ୍ମୁକ୍ତ କରେ। ଲୋକଙ୍କ ଆର୍ଥିକ ଅଭିବୃଦ୍ଧିକୁ ଏହା ବଳ ଯୋଗାଏ। କିନ୍ତୁ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ୬ଟି ପଞ୍ଚାୟତ ବସନ୍ତପୁର, ମାଛକୁଟା, ପାତ୍ରପଡ଼ା, ଶିମିଳିପାଳ, ରାଇଝରଣ ଓ କଙ୍କରେଇବାସୀଙ୍କ କ୍ଷେତ୍ରରେ ଏହାର…
କ୍ୟାନ୍ସର ପୀଡିତଙ୍କ ପାଇଁ କେଶ ଦାନ
ବାରିପଦା ଅଫିସ,୧୫ା୧୨- ଶରୀରର ପ୍ରତ୍ୟେକଟି ଅଙ୍ଗକୁ ଦାନ କରିବା ପାଇଁ ରହିଛି ଇଚ୍ଛାଶକ୍ତି। ଚକ୍ଷୁଦାନ ଲାଗି ସ୍ବିକୃତୀ ଦେଇ ସାରିବା ପରେ ଏବେ କ୍ୟାନସର ପୀଡ଼ିତଙ୍କ ପାଇଁ ନିଜ କେଶକୁ ଦାନ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ କଲେଜ ଛାତ୍ରୀ। ମୃତ୍ୟୁ…
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍ରେ ୩ବର୍ଷର ସୋହିନୀ
ଖୋର୍ଦ୍ଧା/ ବାଲେଶ୍ୱର ଅଫିସ, ୧୫।୧୨- ଖୋର୍ଦ୍ଧା ଜିଲା କାଇମାଟିଆ ଗ୍ରାମର କମଳେନ୍ଦୁ ନାୟକ ଏବଂ ରଞ୍ଜନା ରାଣୀ ଦାସଙ୍କ ଝିଅ ସୋହିନୀ ନାୟକ। ବୟସ ୩ ବର୍ଷ ୭ ମାସ। ଏହି ବୟସରେ ପିଲାମାନେ ନାଚଗୀତ, ଖେଳକୁଦରେ ମସ୍ଗୁଲ ଥିବା ବେଳେ…
କୋଲାବ ଜଳଭଣ୍ଡାରରେ ବୁଡ଼ିିଗଲେ ୨ ନାବାଳକ
ସୁନାବେଡା, ୧୪ା୧୨(ସ୍ବ.ପ୍ର.)-ମାଲକାନଗିରି ଜିଲା ସୁନାବେଡ଼ା ପୌର ପରିଷଦ ସେମିଳିଗୁଡା ହନୁମାନ ନଗର ନିକଟସ୍ଥ କୋଲାବ ଜଳଭଣ୍ଡାରରେ ବୁଡ଼ିି ୨ଜଣ ନାବାଳକଙ୍କ ସୋମବାର ମୃତ୍ୟୁ ହୋଇଛି। ସେମାନେ ହେଲେ ନୟାଗଡ ଅଞ୍ଚଳର ପ୍ରଭାତ କୁମାର ଦଳାଇଙ୍କ ପୁଅ ଶୁଭ୍ରାଂଶୁ ଶେଖର ଦଳାଇ (୧୬…
ରାଜ୍ୟରେ ସୁସ୍ଥ ହେଲେ ୩୮୯ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୪।୧୨(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୩୮୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୪୨ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୩୯, କଟକରୁ ୩୫, ମୟୁରଭଞ୍ଜରୁ ୨୮, ଅନୁଗୋଳରୁ ୨୪, ବରଗଡରୁ ୨୧, ବଲାଙ୍ଗୀରରୁ ୧୮, କଳାହାଣ୍ଡିରୁ ୧୮, କେନ୍ଦୁଝରରୁ…
କ୍ୟାବିନେଟ୍ ନିଷ୍ପତ୍ତି: ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ
ଭୁବନେଶ୍ୱର,୧୪ା୧୨(ବ୍ୟୁରୋ)- ପୁରୀ ଶ୍ରୀମନ୍ଦିର ଭଳି ଭୁବନେଶ୍ୱରରେ ଥିବା ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଆଇନ ଆଣିଛନ୍ତି। ଏହାଦ୍ୱାରା ମନ୍ଦିର, ଏହାର ସମ୍ପତ୍ତି , ପରିସର ମଧ୍ୟରେ ଓ ବାହାରେ ଥିବା ଅନ୍ୟ ମନ୍ଦିର,…
କାର ଭିତରୁ ଲୁଟିନେଲେ ୫ଲକ୍ଷ
ଲଖନପୁର,୧୪ା୧୨(ଡି.ଏନ.ଏ.): ଝାରସୁଗୁଡା ସହର ବମ୍ବେ ଛକ ନିକଟରେ ଅଟକିଥିବା ଏକ କାର ଭିତରୁ ଦୁର୍ବୃତ୍ତମାନେ ସୋମବାର ଦିନ ଦ୍ବିପ୍ରହରରେ ୫ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ଝାରସୁଗୁଡା ଟାଉନ ଥାନା ପୋଲିସ ପହଞ୍ଚତ୍ ବିଭିନ୍ନ ରାସ୍ତା ସିଲ୍ କରି ଲୁଟ୍ ସମ୍ପର୍କରେ ଛାନ୍ଭିନ୍ ଆରମ୍ଭ…
Archives


