ହସ୍ତକଳା କରିଛି ସ୍ବାବଲମ୍ବୀ

ଚିତ୍ରଡ଼ା,୨୫।୪(ଡି.ଏନ.ଏ.)- ହାଣ୍ଡିଶାଳରୁ ମହାକାଶ। ଘର ଅଗଣାରୁ ସଂସଦ ଭବନ। ସବୁ କ୍ଷେତ୍ରରେ ନାରୀ ନିଜର ରାକାଷ୍ଠା ପ୍ରତିପାଦିତ କରିଆସୁଛନ୍ତି। ଅବଳା ଦୁର୍ବଳା ଶବ୍ଦ ଆଜିର ନାରୀ ଆଗରେ ହାର ମାନିଛି। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ କାଦୁଆଣି ଗ୍ରାମରେ। ଏହି ଗ୍ରାମର ମା’ ସିନ୍ଧୁତନୟା ପ୍ରଡ୍ୟୁସର ଗ୍ରୁପର ମହିଳା ସଦସ୍ୟାମାନେ ହସ୍ତକଳା ଦ୍ୱାରା ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିିପୋଷଣ କରି ପାରୁଛନ୍ତି। ନିଷ୍ଠା,ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସେମାନେ ନିଜର ଦକ୍ଷତା ଦେଖାଉଛନ୍ତି। ପୁରୁଷଙ୍କଠାରୁ କୌଣସି ଗୁଣରେ କମ୍‌ ନୁହନ୍ତି ବୋଲି ପ୍ରମାଣିତ କରି ପାରିଛନ୍ତି।
୯ଟି ଗ୍ରୁପର ୩୫ଜଣ ମହିଳା ମିଶି ୭ ମାସ ଟ୍ରେନିଂ ନେଇ ସବାଇଘାସ, ଖଜୁରୀ ଡାଳ, ସୁତୁଲୀ ଆଦିରେ ୨୦ରୁ ୨୫ ପ୍ରକାରର ସୁନ୍ଦର ଘରକରଣା ଉପକରଣ ତିଆରି କରୁଥିବା ଦେଖିବାକୁ ମିଳିଛି। ଲୋକଙ୍କଠାରୁ ସବାଇଘାସ କିଣି ଏବଂ ଜଙ୍ଗଲରୁ ଖଜୁରୀ ଡାଳ ଆଣି ଘରକାମ ସରିବା ପରେ ପ୍ରତ୍ୟେକ ଦିନ ଏହି ଜିନିଷ ତିଆରି କରିବାରେ ସେମାନେ ଲାଗିପଡ଼ିଛନ୍ତି। ଏହି ମହିଳାମାନେ ତିଆରି କରୁଥିବା ଫୁଲ ଚାଙ୍ଗୁଡ଼ି, ଡଷ୍ଟବିନ, ଫଳ ବାସ୍କେଟ ଆଦି ବିଭିନ୍ନ ଉପକରଣ କିଣିବାକୁ ଲୋକେ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି। ପ୍ରତ୍ୟେକ ମହିଳା ଦିନକୁ ୧୦୦ ଟଙ୍କା ହିସାବରେ ମାସକୁ ୩ ହଜାର ଟଙ୍କା ଲେଖାଏ ରୋଜଗାର କରିପାରୁଥିବା ଏହି ଗ୍ରୁପର ସଦସ୍ୟା ଧନବତୀ ଧଳ ପ୍ରକାଶ କରିଛନ୍ତି। ଏହି ସବୁ ସାମଗ୍ରୀ ତିଆରି କାର୍ଯ୍ୟରେ ସେମାନଙ୍କ ପରିବାର ଲୋକ ସହଯୋଗ କରୁଥିବା କୁହନ୍ତି ଲିଲି ନାୟକ। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଜିନିଷର ବଜାର ଚାହିଦା ଅଧିକ ଥିବା ସଂଯୁକ୍ତା ରାଜ କହିଛନ୍ତି। ସରକାରୀ ଭାବେ ସେମାନେ କୌଣସି ତାଲିମ କିମ୍ବା ସୁବିଧା ସୁଯୋଗ ନ ପାଇ ଯେଭଳି ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରୁଛନ୍ତି ତାହା ଦ୍ୱାରା ଅନ୍ୟ ମହିଳାମାନେ ପ୍ରେରଣା ପାଇବେ ବୋଲି ଏହି ଗ୍ରୁପର ସଦସ୍ୟାମାନେ କହିଛନ୍ତି। ସରକାର ସେମାନଙ୍କ ଗ୍ରୁପଟିକୁ ରେଜିଷ୍ଟ୍ରେଶନ କରାଇଦେଲେ ସେମାନେ ତିଆରି କରୁଥିବା ଜିନିଷର ଉଚିତ ମୂଲ୍ୟ ପାଇପାରନ୍ତେ ବୋଲି ପ୍ରକାଶ କରିଛନ୍ତି। ଏନେଇ ଓଡ଼ିଶା ଲିଭଲିହୁଡ୍‌ ମିଶନର ବିପିଏମ୍‌ ହିମାଂଶୁ ଭୂଷଣ ସାହୁଙ୍କୁ ପଚାରିିବାରୁ ଚଢ଼େଇଗାଁ ଏମ୍ବିକେ ମିନତୀ ଦାସ ତାଙ୍କୁ ଏ ବିଷୟରେ କହିଥିଲେ ଓ ସେ ଏହି ଗ୍ରୁପ ବିଷୟରେ ଜାଣିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ରେଜିଷ୍ଟ୍ରେଶନ ପାଇଁ ଆସିଲେ ଉକ୍ତ ଗ୍ରୁପଟିକୁ ଫରମେଶନ କରାଯିବା ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରର ୧୧ ହୋଟେଲରେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ମାରାତ୍ମକ କୋଭିଡ଼୍‌-୧୯ ସଂକ୍ରମଣ ରୋକିବା ପାଇଁ ସନ୍ଦିଗ୍ଧମାନେ କ୍ୱାରାଣ୍ଟାଇନ୍‌ରେ ରହିବାର ଆବଶ୍ୟକତା ରହିଛି। ଏପରି ସ୍ଥିତିରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସ୍ବତନ୍ତ୍ର...

ଘୁଞ୍ଚିଲା ହାଇକୋର୍ଟ ବାର୍‌ ନିର୍ବାଚନ

କଟକ ଅଫିସ,୧୯।୩ : ଆସନ୍ତା ୨୮ତାରିଖରେ ହାଇକୋର୍ଟ ବାର୍‌ ସମେତ ରାଜ୍ୟର ସମସ୍ତ ବାର୍‌ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନକୁ କରୋନା ପାଇଁ ଘୁଞ୍ଚାଇ ଦିଆଯାଇଛି।...

ଚଳିତବର୍ଷ ଧାନ ସଂଗ୍ରହ ବଢ଼ିଛି

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ରାଜ୍ୟକୁ ଭଲ ବର୍ଷା ଦେଇଛି। ରାଜ୍ୟର ମୁଖ୍ୟ ଫସଲ ଧାନ ଉତ୍ପାଦନ ବୃଦ୍ଧି ପାଇଛି। ଖରିଫ ଋତୁରେ ରାଜ୍ୟ ସରକାର...

ଯୋଡ଼ାରେ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା: ଜିଲାରେ ଇଣ୍ଟରନେଟ ସେବା ବନ୍ଦ

ଯୋଡ଼ା, ୧୧।୪ (ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ାରେ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଯୋଗୁ ସମଗ୍ର ଜିଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । ଏବେ...

କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ: ଗୋପ ବ୍ଲକରୁ ଫେରିବ ୬୧୧ ଆବାସ ଗୃହ

ଗୋପ, ୧୦।୯(ଡି.ଏନ୍‌.ଏ.)-ଗୋପ ବ୍ଲକ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଯୋଗୁ ଆବାସ ଗୃହ ଫେରିଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଆବାସ ଯୋଜନା ଗୃହ ପାଇଁ ବ୍ଲକ୍‌...

ଆଜି ରାଜ୍ୟରୁ ୨୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୮ା୪(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୨୨ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୮୨୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ...

ସମସିଆ ଘେରରେ ଲାଠୋର ଉ.ପ୍ରା.ବିଦ୍ୟାଲୟ: କୁଠି ଅଭାବୁ ପାଠ୍‌ପଢ଼ାରେ ଖେଲଢ଼େପ୍‌

  ଲାଠୋର, ୮।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ନାନା ସମସିଆ ଘେରରେ ରହିଛେ। ସ୍କୁଲରେ...

ରାଜଧାନୀରେ ରୋଡ୍‌ ରୋମିଓଙ୍କୁ ଛେଚିଲେ ଯୁବତୀ

ଭୁବନେଶ୍ୱର, ୯।୯(ବ୍ୟୁରୋ): ରାଜଧାନୀର ରସୁଲଗଡ଼ ଜିଜିପି କଲୋନୀରେ ଜଣେ ଯୁବତୀ ୨ଜଣ ରୋଡ ରୋମିଓଙ୍କୁ ମାଡ଼ ମାରିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ...

Advertisement
Archives

Model This Week