ଟଙ୍କା ଦେଇ ଟିକାକୁ ନା’

ଅନୁଗୋଳ ଅଫିସ, ୨୫।୪:  କୋଭିଡ୍‌ରୁ ବର୍ତ୍ତିବା ପାଇଁ ଟିକା ନେବା ଜରୁରୀ। ଏ ନେଇ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି। କିପରି ଅଧିକରୁ ଅଧିକ ଲୋକଙ୍କୁ ଶୀଘ୍ର ଟିକାକରଣ କରାଯିବ ତାହା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ସରକାରୀ ଓ ବେସରକାରୀ ହସ୍ପିଟାଲକୁ ସରକାରଙ୍କ ପକ୍ଷରୁ ଟିକା ଯୋଗାଇ ଦିଆଯାଉଛି। ସରକାରୀ ଡାକ୍ତରଖାନାରେ ଏହା ନିଃଶୁଳ୍କ ଥିବାବେଳେ ଘରୋଇ ମେଡିକାଲରେ ୨୫୦ ଟଙ୍କା ନିଆଯାଉଛି। ତେବେ କରୋନା କାଳରେ ରୋଜଗାର ହ୍ରାସ ପାଇଥିବାରୁ ଟଙ୍କା ଦେଇ ଟିକା ନେବାକୁ ଲୋକେ ସେପରି ଆଗ୍ରହ ଦେଖାଉ ନାହାନ୍ତି। ସେଥିପାଇଁ ଏପ୍ରିଲ ୧୧ ତାରିଖ ସୁଦ୍ଧା ଅନୁଗୋଳ ଜିଲାର ସରକାରୀ ଡାକ୍ତରଖାନାରେ ୯୩ ପ୍ରତିଶତ (୯୩,୦୮୩ ଜଣ) ଲୋକ ଟିକା ନେଇଥିବା ବେଳେ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ମାତ୍ର ୨ ପ୍ରତିଶତ (୨୦୨୬ ଜଣ)ଙ୍କ ଟିକାକରଣ କରାଯାଇଛି। ଆଗାମୀ ମେ’ ୧ ତାରିଖଠାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଟିକାକରଣ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିବା ସହ ଘରୋଇ ହସ୍ପିଟାଲରେ ଡୋଜ୍‌ ପିଛା ୬୦୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରିଛନ୍ତି। ଫଳରେ ୨ଟି ଡୋଜ୍‌ ନେବାକୁ ହେଲେ ଜଣ ପିଛା ୧୨ଶହ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ଏହାଦ୍ୱାରା ଟିକାକରଣ ଓ କୋଭିଡ୍‌ଠାରୁ ଶୀଘ୍ର ମୁକ୍ତି ମିଳିବା ଲକ୍ଷ୍ୟ ବାଧାପ୍ରାପ୍ତ ହେବ। ତେଣୁ ରାଜ୍ୟ ସରକାର ସମସ୍ତଙ୍କୁ ବିନା ମୂଲ୍ୟରେ ଟିକାଦାନ କରିବାକୁ ଜୋରଦାର ଦାବି ହେଉଛି।
କରୋନାର ଦ୍ୱିତୀୟ ଲହର ଅଧିକ ସଂକ୍ରମଣ କରୁଥିବା ଯୋଗୁ କୋଭିଡ୍‌ ଟିକା ନେବାକୁ ଏବେ ସମେସ୍ତ ଅପେକ୍ଷା କରିଛନ୍ତି। ଏହି କାରଣରୁ ସରକାରୀ ଟିକାଦାନ କେନ୍ଦ୍ରଗୁଡ଼ିକରେ ଅସମ୍ଭାଳ ଭିଡ଼ ହେଉଛି। ବରିଷ୍ଠ ନାଗରିକ ହୋଇଥିଲେ ମଧ୍ୟ ସେମାନଙ୍କୁ ଘଣ୍ଟା ଘଣ୍ଟା ଧାଡ଼ିରେ ଠିଆ ହେବାକୁ ପଡ଼ୁଛି। ଅପରପକ୍ଷରେ ଚାହିଦା ତୁଳନାରେ ଯୋଗାଣ ହେଉ ନ ଥିବାରୁ ବହୁ ଟିକାଦାନ କେନ୍ଦ୍ରକୁ ଦିନ ଦିନ ଧରି ବନ୍ଦ ରଖିବାକୁ ପଡ଼ୁଛି। ସପ୍ତାହାନ୍ତ ଶଟ୍‌ଡାଉନ୍‌ ବେଳେ ଟିକାକରଣ ବନ୍ଦ ରଖାଯିବ ବୋଲି ରାଜ୍ୟ ସରକାର କହିଥିବାବେଳେ ମେ’ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକା ଦିଆଗଲେ ସରକାରୀ ଟିକାଦାନ କେନ୍ଦ୍ରଗୁଡ଼ିକରେ ଭିଡ଼ ବହୁଗୁଣ ବଢ଼ିଯିବ। ଯଦି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ପରି ଘରୋଇ ମେଡିକାଲର ଟିକାଦାନ କେନ୍ଦ୍ରରେ ରାଜ୍ୟ ସରକାର ବିନା ମୂଲ୍ୟରେ ସମସ୍ତଙ୍କୁ ଟିକା ଦେବାକୁ ଘୋଷଣା କରନ୍ତେ ତା’ହେଲେ ଭିଡ଼ ନିୟନ୍ତ୍ରଣ ସହ ଶୀଘ୍ର ଟିକାକରଣ ଓ କୋଭିଡ୍‌ଠାରୁ ମୁକ୍ତି ସହଜ ହୋଇଯାଆନ୍ତା ବୋଲି ମତପ୍ରକାଶ ପାଉଛି।

ବିନା ମୂଲ୍ୟରେ ଟିକା ମିଳୁ
ଗରିବ ଓ ନିମ୍ନ ମଧ୍ୟବିତ୍ତଙ୍କୁ ରାଜ୍ୟ ସରକାର ବିନା ମୂଲ୍ୟରେ ଟିକା ଯୋଗାଇବା କଥା। କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ରାଜ୍ୟ ସରକାର ସମସ୍ତଙ୍କୁ ନିଃଶୁଳ୍କ ଟିକା ଦେବାର ବ୍ୟବସ୍ଥା କରନ୍ତୁ। କରୋନା ଯୋଗୁ ଦୁଇବର୍ଷ ହେଲା ଲୋକଙ୍କ ଆର୍ଥିକ ଅବସ୍ଥା ଦୋହଲି ଯାଇଥିବାରୁ ମାଗଣା ଟିକା ଜରୁରୀ ହୋଇପଡ଼ିଛି।
-ବିପ୍ଳବ ଜେନା, ଅନୁଗୋଳ ଜିଲା କଂଗ୍ରେସ କମିଟି ସଭାପତି

ମାଗଣା ପାଇଁ କୁଣ୍ଠା କାହିଁକି
ନିର୍ବାଚନ ସମୟରେ ବିଭିନ୍ନ ଯୋଜନା କଥା କହି ଭୁଆଁ ବୁଲାଉଥିବା ରାଜ୍ୟ ସରକାର କୋଭିଡ୍‌ ପରି ଦୁର୍ଦ୍ଦିନରେ ଲୋକଙ୍କୁ ମାଗଣାରେ ଟିକା ଦେବାକୁ କାହିଁକି କୁଣ୍ଠାବୋଧ କରୁଛନ୍ତି। ଘର ଘର ବୁଲି ଯେପରି ସରକାରୀ ଯୋଜନା କୁହାଯାଉଛି, ସେହିଭଳି ଘର ପାଖରେ ନିଃଶୁଳ୍କ ଟିକା ବ୍ୟବସ୍ଥା କରାଯାଉ।
-ପ୍ରତାପ ଚନ୍ଦ୍ର ପ୍ରଧାନ, ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟ, ଅନୁଗୋଳ

ଅନ୍ୟ ରାଜ୍ୟ ପରି ଘୋଷଣା ହେଉ
କେତେକ ରାଜ୍ୟ ସରକାର ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିଛନ୍ତି। କରୋନର ଦ୍ୱିତୀୟ ଓ ତୃତୀୟ ମ୍ୟୁଟେଶନକୁ ନେଇ ଲୋକେ କାମଧନ୍ଦା ଛାଡ଼ି ଘରେ ଥିବାବେଳେ ଓଡ଼ିଶା ସରକାର ମାଗଣାରେ ଟିକାକରଣ କରନ୍ତୁ। ବର୍ଷେ ପରେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାର ଭିତ୍ତିଭୂମି ଯୋଗାଇ ନ ପାରିବା ଚିନ୍ତାର ବିଷୟ।
-ମାନସ ପାଳ, ଯୁବ ସଙ୍ଗଠକ ରାଜ୍ୟ ଉପସଭାପତି, ଅନୁଗୋଳ

ଠିକ୍‌ ସମୟରେ ସରକାର ନେବେ ନିଷ୍ପତ୍ତି
ରାଜ୍ୟ ସରକାର ସର୍ବଦା ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେଇଥାନ୍ତି। ତେଣୁ ସମସ୍ତଙ୍କୁ ବିନା ମୂଲ୍ୟରେ ଟିକା ଦେବା ନେଇ ଉଠୁଥିବା ଦାବି ସମ୍ପର୍କରେ ସରକାର ସମୟ ଅନୁସାରେ ବିଚାର କରିବେ। ଏ ଦିଗରେ କିଛି ନୂଆ ପଦକ୍ଷେପ ସରକାରଙ୍କ ପକ୍ଷରୁ ଆସିପାରେ। ଏହା ପୂର୍ବରୁ ଆକଳନ କରିବା କଷ୍ଟକର।
-ମହେନ୍ଦ୍ର ବସ୍ତିଆ, ଜିଲା ବିଜେଡି ସଭାପତି, ଅନୁଗୋଳ

 

୧୮୮ ପଜିଟିଭ୍‌ ଚିହ୍ନଟ

ଅନୁଗୋଳ ଜିଲାରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ୱିଶତକ ନିକଟତର ହୋଇଛି। ଶନିବାର ଜିଲାରୁ ୧୮୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ପଜିଟିଭ୍‌ ସଂଖ୍ୟା ୧୩ ହଜାର ୯୧୮ରେ ପହଞ୍ଚତ୍ଥିବା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରେ ଛେଣ୍ଡିପଦା ବ୍ଲକରୁ ସର୍ବାଧିକ ୩୧ ଜଣ ଚିହ୍ନଟ ହୋଇଥିବାବେଳେ ବଅଁରପାଳ ବ୍ଲକରେ ୩୦, ଅନୁଗୋଳ ପୌରାଞ୍ଚଳରେ ୨୮, ତାଳଚେର ବ୍ଲକରେ ୨୮, ତାଳଚେର ପୌରାଞ୍ଚଳରୁ ୨୨, କଣିହଁା ବ୍ଲକରୁ ୧୭, ଅନୁଗୋଳ ବ୍ଲକରୁ ୧୪, କିଶୋରନଗର ବ୍ଲକରୁ ୯, ପାଲଲହଡ଼ା ବ୍ଲକରୁ ୬ ଓ ଆଠମଲ୍ଲିକ ବ୍ଲକରୁ ୩ ଜଣ ରହିଛନ୍ତି। ସେହିପରି ଦିନକରେ ଜିଲାରୁ ୩୬ ଜଣ କରୋନାରୁ ସୁସ୍ଥ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ମୋଦି, ଏହି ସବୁ ବିଷୟକୁ ନେଇ ଆଲୋଚନା…

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍‌ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

ମଝି ଆକାଶରେ ଝଗଡ଼ା ଲାଗିଲେ ୨ ପାଇଲଟ୍‌, ବିମାନ ଜରୁରୀ ଅବତରଣ କରିବା ପରେ…

ଦୁବାଇ,୩୦ା୯: ବୁଧବାର ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନ ଏଫ୍‌ ଜେଡ୍‌ ୧୦୭୩କୁ ସାଉଦି ଆରବର ତାବୁକ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ବିମାନଟି ଜରୁରୀକାଳିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?