ଟଙ୍କା ଦେଇ ଟିକାକୁ ନା’

ଅନୁଗୋଳ ଅଫିସ, ୨୫।୪:  କୋଭିଡ୍‌ରୁ ବର୍ତ୍ତିବା ପାଇଁ ଟିକା ନେବା ଜରୁରୀ। ଏ ନେଇ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି। କିପରି ଅଧିକରୁ ଅଧିକ ଲୋକଙ୍କୁ ଶୀଘ୍ର ଟିକାକରଣ କରାଯିବ ତାହା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ସରକାରୀ ଓ ବେସରକାରୀ ହସ୍ପିଟାଲକୁ ସରକାରଙ୍କ ପକ୍ଷରୁ ଟିକା ଯୋଗାଇ ଦିଆଯାଉଛି। ସରକାରୀ ଡାକ୍ତରଖାନାରେ ଏହା ନିଃଶୁଳ୍କ ଥିବାବେଳେ ଘରୋଇ ମେଡିକାଲରେ ୨୫୦ ଟଙ୍କା ନିଆଯାଉଛି। ତେବେ କରୋନା କାଳରେ ରୋଜଗାର ହ୍ରାସ ପାଇଥିବାରୁ ଟଙ୍କା ଦେଇ ଟିକା ନେବାକୁ ଲୋକେ ସେପରି ଆଗ୍ରହ ଦେଖାଉ ନାହାନ୍ତି। ସେଥିପାଇଁ ଏପ୍ରିଲ ୧୧ ତାରିଖ ସୁଦ୍ଧା ଅନୁଗୋଳ ଜିଲାର ସରକାରୀ ଡାକ୍ତରଖାନାରେ ୯୩ ପ୍ରତିଶତ (୯୩,୦୮୩ ଜଣ) ଲୋକ ଟିକା ନେଇଥିବା ବେଳେ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ମାତ୍ର ୨ ପ୍ରତିଶତ (୨୦୨୬ ଜଣ)ଙ୍କ ଟିକାକରଣ କରାଯାଇଛି। ଆଗାମୀ ମେ’ ୧ ତାରିଖଠାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଟିକାକରଣ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିବା ସହ ଘରୋଇ ହସ୍ପିଟାଲରେ ଡୋଜ୍‌ ପିଛା ୬୦୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରିଛନ୍ତି। ଫଳରେ ୨ଟି ଡୋଜ୍‌ ନେବାକୁ ହେଲେ ଜଣ ପିଛା ୧୨ଶହ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ଏହାଦ୍ୱାରା ଟିକାକରଣ ଓ କୋଭିଡ୍‌ଠାରୁ ଶୀଘ୍ର ମୁକ୍ତି ମିଳିବା ଲକ୍ଷ୍ୟ ବାଧାପ୍ରାପ୍ତ ହେବ। ତେଣୁ ରାଜ୍ୟ ସରକାର ସମସ୍ତଙ୍କୁ ବିନା ମୂଲ୍ୟରେ ଟିକାଦାନ କରିବାକୁ ଜୋରଦାର ଦାବି ହେଉଛି।
କରୋନାର ଦ୍ୱିତୀୟ ଲହର ଅଧିକ ସଂକ୍ରମଣ କରୁଥିବା ଯୋଗୁ କୋଭିଡ୍‌ ଟିକା ନେବାକୁ ଏବେ ସମେସ୍ତ ଅପେକ୍ଷା କରିଛନ୍ତି। ଏହି କାରଣରୁ ସରକାରୀ ଟିକାଦାନ କେନ୍ଦ୍ରଗୁଡ଼ିକରେ ଅସମ୍ଭାଳ ଭିଡ଼ ହେଉଛି। ବରିଷ୍ଠ ନାଗରିକ ହୋଇଥିଲେ ମଧ୍ୟ ସେମାନଙ୍କୁ ଘଣ୍ଟା ଘଣ୍ଟା ଧାଡ଼ିରେ ଠିଆ ହେବାକୁ ପଡ଼ୁଛି। ଅପରପକ୍ଷରେ ଚାହିଦା ତୁଳନାରେ ଯୋଗାଣ ହେଉ ନ ଥିବାରୁ ବହୁ ଟିକାଦାନ କେନ୍ଦ୍ରକୁ ଦିନ ଦିନ ଧରି ବନ୍ଦ ରଖିବାକୁ ପଡ଼ୁଛି। ସପ୍ତାହାନ୍ତ ଶଟ୍‌ଡାଉନ୍‌ ବେଳେ ଟିକାକରଣ ବନ୍ଦ ରଖାଯିବ ବୋଲି ରାଜ୍ୟ ସରକାର କହିଥିବାବେଳେ ମେ’ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକା ଦିଆଗଲେ ସରକାରୀ ଟିକାଦାନ କେନ୍ଦ୍ରଗୁଡ଼ିକରେ ଭିଡ଼ ବହୁଗୁଣ ବଢ଼ିଯିବ। ଯଦି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ପରି ଘରୋଇ ମେଡିକାଲର ଟିକାଦାନ କେନ୍ଦ୍ରରେ ରାଜ୍ୟ ସରକାର ବିନା ମୂଲ୍ୟରେ ସମସ୍ତଙ୍କୁ ଟିକା ଦେବାକୁ ଘୋଷଣା କରନ୍ତେ ତା’ହେଲେ ଭିଡ଼ ନିୟନ୍ତ୍ରଣ ସହ ଶୀଘ୍ର ଟିକାକରଣ ଓ କୋଭିଡ୍‌ଠାରୁ ମୁକ୍ତି ସହଜ ହୋଇଯାଆନ୍ତା ବୋଲି ମତପ୍ରକାଶ ପାଉଛି।

ବିନା ମୂଲ୍ୟରେ ଟିକା ମିଳୁ
ଗରିବ ଓ ନିମ୍ନ ମଧ୍ୟବିତ୍ତଙ୍କୁ ରାଜ୍ୟ ସରକାର ବିନା ମୂଲ୍ୟରେ ଟିକା ଯୋଗାଇବା କଥା। କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ରାଜ୍ୟ ସରକାର ସମସ୍ତଙ୍କୁ ନିଃଶୁଳ୍କ ଟିକା ଦେବାର ବ୍ୟବସ୍ଥା କରନ୍ତୁ। କରୋନା ଯୋଗୁ ଦୁଇବର୍ଷ ହେଲା ଲୋକଙ୍କ ଆର୍ଥିକ ଅବସ୍ଥା ଦୋହଲି ଯାଇଥିବାରୁ ମାଗଣା ଟିକା ଜରୁରୀ ହୋଇପଡ଼ିଛି।
-ବିପ୍ଳବ ଜେନା, ଅନୁଗୋଳ ଜିଲା କଂଗ୍ରେସ କମିଟି ସଭାପତି

ମାଗଣା ପାଇଁ କୁଣ୍ଠା କାହିଁକି
ନିର୍ବାଚନ ସମୟରେ ବିଭିନ୍ନ ଯୋଜନା କଥା କହି ଭୁଆଁ ବୁଲାଉଥିବା ରାଜ୍ୟ ସରକାର କୋଭିଡ୍‌ ପରି ଦୁର୍ଦ୍ଦିନରେ ଲୋକଙ୍କୁ ମାଗଣାରେ ଟିକା ଦେବାକୁ କାହିଁକି କୁଣ୍ଠାବୋଧ କରୁଛନ୍ତି। ଘର ଘର ବୁଲି ଯେପରି ସରକାରୀ ଯୋଜନା କୁହାଯାଉଛି, ସେହିଭଳି ଘର ପାଖରେ ନିଃଶୁଳ୍କ ଟିକା ବ୍ୟବସ୍ଥା କରାଯାଉ।
-ପ୍ରତାପ ଚନ୍ଦ୍ର ପ୍ରଧାନ, ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟ, ଅନୁଗୋଳ

ଅନ୍ୟ ରାଜ୍ୟ ପରି ଘୋଷଣା ହେଉ
କେତେକ ରାଜ୍ୟ ସରକାର ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିଛନ୍ତି। କରୋନର ଦ୍ୱିତୀୟ ଓ ତୃତୀୟ ମ୍ୟୁଟେଶନକୁ ନେଇ ଲୋକେ କାମଧନ୍ଦା ଛାଡ଼ି ଘରେ ଥିବାବେଳେ ଓଡ଼ିଶା ସରକାର ମାଗଣାରେ ଟିକାକରଣ କରନ୍ତୁ। ବର୍ଷେ ପରେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାର ଭିତ୍ତିଭୂମି ଯୋଗାଇ ନ ପାରିବା ଚିନ୍ତାର ବିଷୟ।
-ମାନସ ପାଳ, ଯୁବ ସଙ୍ଗଠକ ରାଜ୍ୟ ଉପସଭାପତି, ଅନୁଗୋଳ

ଠିକ୍‌ ସମୟରେ ସରକାର ନେବେ ନିଷ୍ପତ୍ତି
ରାଜ୍ୟ ସରକାର ସର୍ବଦା ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେଇଥାନ୍ତି। ତେଣୁ ସମସ୍ତଙ୍କୁ ବିନା ମୂଲ୍ୟରେ ଟିକା ଦେବା ନେଇ ଉଠୁଥିବା ଦାବି ସମ୍ପର୍କରେ ସରକାର ସମୟ ଅନୁସାରେ ବିଚାର କରିବେ। ଏ ଦିଗରେ କିଛି ନୂଆ ପଦକ୍ଷେପ ସରକାରଙ୍କ ପକ୍ଷରୁ ଆସିପାରେ। ଏହା ପୂର୍ବରୁ ଆକଳନ କରିବା କଷ୍ଟକର।
-ମହେନ୍ଦ୍ର ବସ୍ତିଆ, ଜିଲା ବିଜେଡି ସଭାପତି, ଅନୁଗୋଳ

 

୧୮୮ ପଜିଟିଭ୍‌ ଚିହ୍ନଟ

ଅନୁଗୋଳ ଜିଲାରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ୱିଶତକ ନିକଟତର ହୋଇଛି। ଶନିବାର ଜିଲାରୁ ୧୮୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ପଜିଟିଭ୍‌ ସଂଖ୍ୟା ୧୩ ହଜାର ୯୧୮ରେ ପହଞ୍ଚତ୍ଥିବା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରେ ଛେଣ୍ଡିପଦା ବ୍ଲକରୁ ସର୍ବାଧିକ ୩୧ ଜଣ ଚିହ୍ନଟ ହୋଇଥିବାବେଳେ ବଅଁରପାଳ ବ୍ଲକରେ ୩୦, ଅନୁଗୋଳ ପୌରାଞ୍ଚଳରେ ୨୮, ତାଳଚେର ବ୍ଲକରେ ୨୮, ତାଳଚେର ପୌରାଞ୍ଚଳରୁ ୨୨, କଣିହଁା ବ୍ଲକରୁ ୧୭, ଅନୁଗୋଳ ବ୍ଲକରୁ ୧୪, କିଶୋରନଗର ବ୍ଲକରୁ ୯, ପାଲଲହଡ଼ା ବ୍ଲକରୁ ୬ ଓ ଆଠମଲ୍ଲିକ ବ୍ଲକରୁ ୩ ଜଣ ରହିଛନ୍ତି। ସେହିପରି ଦିନକରେ ଜିଲାରୁ ୩୬ ଜଣ କରୋନାରୁ ସୁସ୍ଥ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଦଫା ଦାବିରେ ଖଣି ବନ୍ଦ ଆନ୍ଦୋଳନ

ତାଳଚେର,୩୦ା୧୧ (ନି.ପ୍ର.)- ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ଦାବି ନେଇ ଛେଣ୍ଡିପଦା ବ୍ଲକ ଆମ୍ବପାଳ ଗ୍ରାମବାସୀଙ୍କ ପକ୍ଷରୁ ସୋମବାର ହିଙ୍ଗୁଳା କୋଇଲା ଖଣି ସମ୍ମୁଖରେ ଆନ୍ଦୋଳନ...

ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୧୦(ବ୍ୟୁରୋ): ଆଲୋକର ପର୍ବ ଦୀପାବଳି ଏବଂ ପବିତ୍ର କାଳୀପୂଜା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଗ୍ର ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଲୋକର ପର୍ବ ଦୀପାବଳି ଓ...

ଓମ୍‌ଫେଡ୍‌ ଗୋଖାଦ୍ୟ ଦୁର୍ନୀତି: ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ ଅଫିସ,୨୪।୧: ଓମ୍‌ଫେଡ୍‌ ଗୋଖାଦ୍ୟ ଦୁର୍ନୀତିର ସିବିଆଇ ତଦନ୍ତ କରାଯିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀଙ୍କ ଅର୍ଜିକୁ ଏତଲା ଭାବେ ଗ୍ରହଣ କରି ତଦନ୍ତ...

ମାଛ ନିଲାମରେ କେଳେଙ୍କାରୀ: ଗହୀରମଥା ବନପାଳ ନିଲମ୍ବିତ

ରାଜନଗର,୩ା୧୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସମୁଦ୍ର ମାଦଳିମାଉଥ ନିକଟ ନିଷିଦ୍ଧାଞ୍ଚଳରେ ପଶି ମାଛ ମାରୁଥିବାବେଳେ ନଭେମ୍ବର ୨୯ରେ ବନ ବିଭାଗର ପାଟ୍ରୋଲିଂ ଟିମ୍‌ ଲକ୍ଷ୍ମୀ ତାରିଣୀ-୩...

ବସ୍ତିରେ ହୋଇନାହିଁ ସଂକ୍ରମଣ: ବିଏମ୍‌ସି

ଭୁବନେଶ୍ୱର, ୧୨ା୫(ବ୍ୟୁରୋ): କରୋନା ସଂକ୍ରମଣରେ ରୋକ୍‌ ଲଗାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନାନା ପଦକ୍ଷେପ ହାତକୁ ନେଇଛି। ବିଏମ୍‌ସି ଡେପୁଟି କମିଶନର ଶୁଭେନ୍ଦୁ...

ଅତିଥି ବେଶରେ ଗହଣା ବ୍ୟାଗ୍‌ ନେଇ ଚମ୍ପଟ ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା କମିଶନରେଟ ପୋଲିସ, ଜବତ ହେଲା ଟଙ୍କା

ଭୁବନେଶ୍ୱର,୪।୩(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା କ୍ରିଷ୍ଟାଲ କୋଟିଆ କଲ୍ୟାଣ ମଣ୍ଡପରେ ଚାଲିଥିବା ଏକ ବିବାହ ଉତ୍ସବରେ ଭିଆଇପି ଅତିଥି ସାଜି ଗହଣା ବ୍ୟାଗ୍‌ ଲୁଟ୍‌ର...

ଶ୍ରୀମନ୍ଦିର ଭିଡିଓ ଭାଇରାଲ ଘଟଣା: କ୍ଷମା ମାଗିଲେ ଯୁବକ

ପୁରୀ ଅଫିସ,୪ା୧୨: ଶ୍ରୀମନ୍ଦିର ଏବଂ ଏହାର ଏହାର ଆଖପାଖ ଅଞ୍ଚଳର ଭିଡିଓ ରେକର୍ଡିଂ କରିଥିବା ବଙ୍ଗୀୟ ଯୁବକ ଅନିମେଶ ଚକ୍ରବର୍ତ୍ତୀ କ୍ଷମା ମାଗିଛନ୍ତି। ସେ ଏକ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଜଣେ କୋର୍ଟଚାଲାଣ

ଗୋପାଳପୁର,୨୭।୭- ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ଗୋଳନ୍ଥରା ପୋଲିସ ଜନୈକ ଯୁବକଙ୍କୁ ଶନିବାର ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଆସିକା ଥାନା...

Advertisement
Archives

Model This Week