ମଦ ବିକ୍ରି ପ୍ରତିବାଦ ଥାନା ଘେରିଲେ ମହିଳା
ଦେଓଗାଁ,୨୦।୧୦(ଡି.ଏନ.ଏ) ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ସାଗରପାଲିରେ ବେଆଇନ ଭାବେ ଦେଶୀ ବିଦେଶୀ ମଦ ବିକ୍ରି ଚାଲିଛି । ଏହାର ପ୍ରତିବାଦରେ ସ୍ଥାନୀୟ ମହିଳାମାନେ ସୋମବାର ସନ୍ଧ୍ୟାରେ ଦେଓଗାଁ ଥାନାକୁ ଘେରାଉ କରିଛନ୍ତି । ଏହାସହ ସେମାନେ ସାଗରପାଲି ଗ୍ରାମରେ…
ଆବାସ ପାଇଁ ରାସ୍ତା ବାଧକ
ଭାପୁର, ୨୦।୧୦(ଡି.ଏନ.ଏ.) – ଆବାସ ଯୋଜନାରେ ଘର ତୋଳାହେବ। ଏଥିପାଇଁ ମିଳିଛି କାର୍ଯ୍ୟାଦେଶ। ଟଙ୍କା ବି ମଞ୍ଜୁର ହୋଇସାରିଲାଣି। ହେଲେ ହିତାଧିକାରୀ ଅସହାୟ। ଇଚ୍ଛାଥିଲେ ବି ସେମାନେ ନିଜର ଘର ଖଣ୍ଡିକ ତିଆରି କରିପାରିବେନି। କାରଣ ବାସଗୃହ ନିର୍ମାଣ ଲାଗି ଆବଶ୍ୟକ…
ପ୍ରଶାସନ ପାଣ୍ଠି ଦେଲେ ସମାଧାନ
ଅନୁଗୋଳ ଅଫିସ, ୨୦।୧୦ ଅନୁଗୋଳ ସହରରେ ବୁଲା ଗୋରୁଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସକାଳୁ ରାତିଯାଏ ଏମାନେ ବିଭିନ୍ନ ରାସ୍ତାକୁ କବ୍ଜା କରି ରଖୁଥିବାରୁ ଦୈନିକ ଏକାଧିକ ଦୁର୍ଘଟଣା ଘଟୁଛି। ସହରର ରାସ୍ତା ମଧ୍ୟ ଅପରିଷ୍କାର ହେଉଛି।…
ଗାଁକୁ ମାଡ଼ୁଛି ସୁବର୍ଣ୍ଣରେଖା
ବାରିପଦା ଅଫିସ,୨୦ା୧୦- ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟ ଦେଇ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀ। ଏହି ନଦୀ ମୟୂରଭଞ୍ଜ ଜିଲାର ଦୁଇଟି ବ୍ଲକ ମଧ୍ୟଦେଇ ବହି ଯାଉଥିବା ବେଳେ କୂଳକ୍ଷୟ ଯୋଗୁ ଗାଁ ଗଣ୍ଡା ପ୍ରତି ବିପଦ ସାଜିଛି। ଫଳରେ…
ଏସ୍ଏଏନ୍ଟି ମିଶାଇଲ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୦।୧୦-ବାଲେଶ୍ୱର ଚାନ୍ଦିପୁର ଡିଆରଡିଏ ପକ୍ଷରୁ କ୍ଷେପଣାସ୍ତ୍ର ଷ୍ଟାଣ୍ଡ ଅଫ୍ ଆଣ୍ଟି ଟ୍ୟାଙ୍କ ମିଶାଇଲ (ଏସ୍ଏଏନ୍ଟି) ସୋମବାର ପରୀକ୍ଷଣ କରାଯାଇଛି। ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ୮ କିଲୋଗ୍ରାମ୍ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଏହାର…
ଆରମ୍ଭ ହେଲା ‘ମୋ ବିଦ୍ୟୁତ୍’ ପୋର୍ଟାଲ ‘ମୋବାଇଲ ଆପ୍’: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୯ା୧୦(ବ୍ୟୁରୋ)- ରାଜ୍ୟର ବିଦ୍ୟୁତ୍ ସେବା ମୋ ସରକାର ଦ୍ୱାରା ତଦାରଖ କରାଯିବ। ରାଜ୍ୟର ୮୯ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ସୁବିଧା ପାଇଁ ଅନ୍ଲାଇନ ବିଦ୍ୟୁତ ଉପଭୋକ୍ତା ସେବା ପୋର୍ଟାଲ ‘ମୋ ବିଦ୍ୟୁତ୍’ ଏବଂ ମୋବାଇଲ ଆପ୍ ଆରମ୍ଭ କରାଯାଇଛି। ଏହାକୁ ସୋମବାର…
ଲୋଭର ବଶବର୍ତ୍ତୀ ନ ହୋଇ ଯୁବକ ଫେରାଇଲେ ୨୨ ହଜାର ଟଙ୍କା
ସୁନ୍ଦରଗଡ,୧୯।୧୦(ଡି.ଏନ୍.ଏ.)-ଆଜି ବିଞ୍ଚିଛି ମାନବିକତା। ଲୋଭର ବଶବର୍ତ୍ତୀ ନ ହୋଇ ଜଣେ ଯୁବକ ଶହେ କି ହଜାରେ ନୁହେଁ ଏକାବେଳେ ୨୨ ହଜାର ଟଙ୍କା ରାସ୍ତାରୁ ପାଇଥିଲେ ମଧ୍ୟ ଏହାର ପ୍ରକୃତ ମାଲିକଙ୍କୁ ଫେରାଇ ଦେଇଛନ୍ତି। ଏହି ଘଟଣା ସୁନ୍ଦରଗଡ ଜିଲା ବିଲେଇମୁଣ୍ଡାରେ…
ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭୩୮ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୯।୧୦(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୨୭୩୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୯୯ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୧୮୯, ଅନୁଗୋଳରୁ ୧୭୪, ସୁନ୍ଦରଗଡରୁ ୧୫୪, ବାଲେଶ୍ୱରରୁ ୧୧୪, ମୟୂରଭଞ୍ଜରୁ ୧୧୦, ପୁରୀରୁ ୧୦୯, ସମ୍ବଲପୁରରୁ ୧୦୭, କଳାହାଣ୍ଡିରୁ…
କଟକ ସହରରୁ ଆଜି ୬୪ କରୋନା ପଜିଟିଭ ଚିହ୍ନଟ
କଟକ ଅଫିସ,୧୯।୧୦- କଟକ ସହରରୁ ଆଜି ମୋଟ ୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୩୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୫ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଟୁଇଟ…
ଭୁବନେଶ୍ୱରରୁ ଆଜି ପୁଣି ୨୧୩ ପଜିିଟିଭ୍ ଚିହ୍ନଟ: ବଢ଼ୁଛି ଲୋକାଲ କେସ୍ ସଂଖ୍ୟା
ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୨୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୬୮ ଜଣ ରହିଥିବା ବେଳେ ଲୋକାଲ କେସ୍ ୧୪୫ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୦୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
ମାଓବାଦୀଙ୍କ ଆଡ୍ଡାରେ ଚଢାଉ: ବିପୁଳ ପରିମାଣର ବିସ୍ପୋରକ ଜବତ
କୋରାପୁଟ,୧୯।୧୦(ସ୍ବ.ପ୍ର)-କୋରାପୁଟ ଜିଲା ମାଛକୁଣ୍ଡ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଜଙ୍ଗଲରେ ମାଓବାଦୀଙ୍କ ଏକ ଆଡ୍ଡା ଉପରେ ରବିବାର ପୋଲିସ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ, ମାଓବାଦୀ କ୍ୟାଡରଙ୍କ ଫଟୋ, ଅତ୍ୟାଧୁନିକ ବିସ୍ପୋରକ ଜବତ କରାଯାଇଛି। ଏ ନେଇ ସୋମବାର…
ସ୍ବର୍ଗଦ୍ୱାରରୁ ହଟିଲା କଟକଣା
ପୁରୀ ଅଫିସ,୧୯ା୧୦: ମହାମାରୀ କରୋନା ପାଇଁ ସ୍ବର୍ଗଦ୍ୱାରରେ ମୃତଦେହ ଦାହ ଉପରେ ଲଗାଯାଇଥିବା କଟକଣା ହଟିଛି । ସୋମବାର ଜିଲାପାଳ ବଲୱନ୍ତ ସିଂ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ଏଣିକି ସରକାରଙ୍କ କୋଭିଡ୍ ଗାଇଡ୍ ଲାଇନ ଅନୁପାଳନ କରି ଜିଲା…
Archives


