ମଦ ବିକ୍ରି ପ୍ରତିବାଦ ଥାନା ଘେରିଲେ ମହିଳା

ଦେଓଗାଁ,୨୦।୧୦(ଡି.ଏନ.ଏ)
ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ସାଗରପାଲିରେ ବେଆଇନ ଭାବେ ଦେଶୀ ବିଦେଶୀ ମଦ ବିକ୍ରି ଚାଲିଛି । ଏହାର ପ୍ରତିବାଦରେ ସ୍ଥାନୀୟ ମହିଳାମାନେ ସୋମବାର ସନ୍ଧ୍ୟାରେ ଦେଓଗାଁ ଥାନାକୁ ଘେରାଉ କରିଛନ୍ତି । ଏହାସହ ସେମାନେ ସାଗରପାଲି ଗ୍ରାମରେ ମଦ ବିକ୍ରି ଉପରେ ଅଙ୍କୁୁଶ ଲଗାଇବା ପାଇଁ ଥାନାଧିକାରୀଙ୍କ ନିକଟରେ ଦାବି କରିଛନ୍ତି ।
ମହିଳାଙ୍କ ଅଭିଯୋଗ ଅନୁସାରେ, ଗାଁରେ ମଦ କୁଚିଆମାନେ ବେଆଇନ ଭାବେ ମଦ ବିକ୍ରି କରୁଥିବାରୁ ଅନେକ ପରିବାର ତଳିତଳାନ୍ତ ହୋଇଯାଉଥିବା ବେଳେ କମ୍‌ ବୟସର ପିଲାମାନେ ପଥଭ୍ରଷ୍ଟ ହେବାରେ ଲାଗିଛନ୍ତି । ବର୍ତ୍ତମାନ କରୋନା କଟକଣା ଯୋଗୁ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଥିବା ବେଳେ ଖୁଲମଖୁଲା ମଦ ବିକ୍ରି ସେମାନଙ୍କ ଉପରେ ବିଶେଷ ପ୍ରଭାବ ପକାଉଛି । ଅନ୍ୟପଟେ ଅସାମାଜିକ କାର୍ଯ୍ୟକଳାପ ଯୋଗୁ ମହିଳା ଓ ଯୁବତୀ ମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଅନେକ ବ୍ୟକ୍ତି ଅପମିଶ୍ରଣ ମଦ ପିଇ ରୋଗଗ୍ରସ୍ତ ହୋଇପଡୁଛନ୍ତି । ଏଣୁ ମଦ ବିକ୍ରି ଉପରେ ତୁରନ୍ତ ଅଙ୍କୁଶ ଲଗା ନ ଗଲେ ଗାଁରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ବୋଲି ମହିଳାମାନେ କହିଛନ୍ତି ।
ଫଟୋ-ସାଗରପାଲିରେ ବେଆଇନଭାବେ ମଦ ବିକ୍ରିକୁ ନେଇ ମହିଳାମାନେ ଥାନାରେ ଅଭିଯୋଗ କରୁଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦିନେ ବଢ଼ୁଛି ଦିନେ କମୁଛି: ଆଜି ରାଜ୍ୟରେ ୧୪୬ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

ପୁଣି ଲାଗୁହେଲା ମହାମାରୀ ଆଇନ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣକୁ ଆଖିରେ ରଖି ରାଜ୍ୟ ସରକାର ପୁଣିଥରେ ମହାମାରୀ ଆଇନ ଶନିବାର ଲାଗୁ...

୧୫ରୁ ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା

ତାଳଚେର, ୩।୪(ନି.ପ୍ର.) ଦୀର୍ଘ ଦୁଇବର୍ଷ ପରେ ଅନୁଷ୍ଠିତ ହେବ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ବରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା। କରୋନା ପ୍ରକୋପ ନ ଥିବାରୁ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ବର୍ଗଦ୍ୱାରରେ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର,୪ା୧୦(ବ୍ୟୁରୋ): ପୁରୀ ସ୍ବର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ପୁଅ ରୁଦ୍ର ମହାରଥୀ ମୁଖାଗ୍ନି ଦେଇଥିଲେ।...

ଲକ୍‌ଡାଉନ୍‌ରେ ଶିଶୁ, କିଶୋରଙ୍କୁ ସୃଜନଶୀଳ କରିବାକୁ ନିଆରା ପ୍ରୟାସ: ଆରମ୍ଭ ହେବ ‘ମୋ ପ୍ରତିଭା’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨ା୪(ବ୍ୟୁରୋ)- କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ଲାଗି ଦେଶରେ ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଏହାଦ୍ୱାରା ସବୁବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ଏପରି କି କୋମଳମତି...

ସାଇକେଲ ଚୋରି କରି ଜେଲ ଗଲେ

ଦିଗପହଣ୍ଡି,୨।୨ (ଡି.ଏନ.ଏ.)- ଗଞ୍ଜାମ ଜିଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମର ସଞ୍ଜୀବ କୁମାର ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ସାଇକେଲ ଚୋରି କରିବା ମାମଲାରେ...

ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ:ଗୋଟିଏ ଦିନରେ ୧୪୧ ମଦ୍ୟପ ଗାଡ଼ିଚାଳକ ଗିରଫ

କଟକ ଅଫିସ, ୧୭-୯:ରାଜ୍ୟରେ ମଦ୍ୟପ ଗାଡି ଚାଳକଙ୍କୁ ନିସ୍ତାର ନାହିଁ। ସେମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଆପଣାଇଛି ପୋଲିସ। ମଦ୍ୟପାନ କରି ଗାଡି ଚଳାଉଥିବା ଚାଳକଙ୍କୁ...

ଅନ୍ଧାରରେ ୪୬ ଗଁ।, ହୋଇନି ବିଦ୍ୟୁତ୍‌ ସଂଯୋଗ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଦାରିଙ୍ଗବାଡ଼ି,୧ା୧୦(ଡି.ଏନ.ଏ)-ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ସରକାର ବିଭିନ୍ନ ସୁବିଧା ସୁଯୋଗ ଦେଉଥିବା ଦୃଷ୍ଟାନ୍ତ ରହିଛି ା କିନ୍ତୁ କେତେକ ସ୍ଥାନରେ ଏହା କାର୍ଯ୍ୟକାରୀ ହେଉଥିବା ବେଳେ ଅନ୍ୟ...

Advertisement
Archives

Model This Week