ରାଜ୍ୟ

୬ ବିଶ୍ୱବିଦ୍ୟାଳୟ କୁଳପତି ଚୟନ ପାଇଁ ଆଜି ସାକ୍ଷାତ୍‌କାର

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ):ଓଡ଼ିଶାରେ ଖାଲି ପଡ଼ିଥିବା ୬ ବିଶ୍ୱବିଦ୍ୟାଳୟ କୁଳପତି ପଦବୀ ପୂରଣ ପାଇଁ ସୋମବାର ପ୍ରାର୍ଥୀମାନଙ୍କ ସାକ୍ଷାତ୍‌କାର ଅନୁଷ୍ଠିତ ହେବ। କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ସାକ୍ଷାତ୍‌କାର ନେବେ। ଏଥିପାଇଁ ୧୮ଜଣ ଶର୍ଟ ଲିଷ୍ଟେଡ୍‌ ହୋଇଛନ୍ତି। ସେମାନଙ୍କ...

ଆଜିଠୁ ଟ୍ରକ୍‌ ଚଳାଚଳ ବନ୍ଦ ଡାକରା

ଭୁବନେଶ୍ୱର, ୨୩ା୧୧ (ବ୍ୟୁରୋ):ନିର୍ମାଣ କାର୍ଯ୍ୟ ଲାଗି ବାଲି, ଗୋଡ଼ି, ମୋରମ, ପଥର ଇତ୍ୟାଦି ନିର୍ମାଣ ସ୍ଥଳ ପର୍ଯ୍ୟନ୍ତ ପହଞ୍ଚାଇବାରେ ମାଲ ପରିବହନ ଶିଳ୍ପର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରିବହନରେ ନିୟୋଜିତ ଗାଡ଼ି, ମାଲିକ ଓ ଚାଳକଙ୍କ ଉତ୍ସର୍ଗୀକୃତ ସେବା ତାତ୍ପର୍ଯ୍ୟପୂର୍ଣ୍ଣ।...

ସିବିଏସ୍‌ଇ ଦ୍ୱାଦଶ ପ୍ରାକ୍ଟିକାଲ ପରୀକ୍ଷା ସମ୍ଭାବ୍ୟ ତାରିଖ ଘୋଷଣା

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ):ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦ୍ୱାଦଶ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ସମ୍ଭାବ୍ୟ ତାରିଖ ଘୋଷଣା କରିଛି। ଏ ନେଇ ରବିବାର ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଜାନୁୟାରୀ ୧ରୁ ଫେବୃୟାରୀ ୮ ପର୍ଯ୍ୟନ୍ତ ଏହି ପରୀକ୍ଷା...

ସ୍କୁଲ୍‌ ବନ୍ଦ ପ୍ରସଙ୍ଗରେ ନୂଆ ଯୁକ୍ତି:‘ମିଶ୍ରଣ ନିଷ୍ପତ୍ତି କେନ୍ଦ୍ରର’

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ):ରାଜ୍ୟରେ କୌଣସି ସ୍କୁଲ ବନ୍ଦ କରାଯାଉନାହିଁ। ଏହାକୁ ନିକଟସ୍ଥ ସ୍କୁଲ ସହ ମିଶ୍ରଣ କରାଯାଉଛି। ଏହି ମିଶ୍ରଣ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ନୁହେଁ, ବରଂ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ବୋଲି ସରକାରୀ ଦଳ ରବିବାର ଗୃହରେ ଉପସ୍ଥାପନ କରିଛି। ସ୍କୁଲ୍‌...

୧୫ରୁ କମ୍‌ ପିଲା ଥିଲେ ମିଶ୍ରଣ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ) :ବିଧାନସଭାରେ ଲଗାତର ୩ଦିନ ସ୍କୁଲ ବନ୍ଦ ଏବଂ ମିଶ୍ରଣ ପ୍ରସଙ୍ଗରେ ହୋହାଲ୍ଲା ପରେ ରବିବାର ରାଜ୍ୟ ସରକାର ତାଙ୍କର ନିଷ୍ପତ୍ତି ବଦଳାଇଛନ୍ତି। ୨୫ନୁହେଁ ଏଣିକି ୧୫ରୁ କମ୍‌ ପିଲା ଥିବା ସ୍କୁଲକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶ୍ରଣ କରିବାକୁ...

ଆରପାରିରେ ରାଜ୍ୟପାଳଙ୍କ ଧର୍ମପତ୍ନୀ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସ୍ତ୍ରୀ ସୁଶୀଳା ଦେବୀଙ୍କ ପରଲୋକ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରି ରାଜ୍ୟପାଳ ଏବଂ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସେ ଜଣେ ଧର୍ମପ୍ରାଣ, ପରୋପକାରୀ ମହିଳା...

୨୫, ୨୬ରେ ପ୍ରବଳ ବର୍ଷା

ଭୁବନେଶ୍ୱର, ୨୨।୧୧(ବ୍ୟୁରୋ)-ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଡିପ୍ରେସନରେ ପରିଣତ ହୋଇପାରେ। ଏହାର ପରବର୍ତ୍ତୀ ୪୮ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ୨୫ ତାରିଖ ଅପରାହ୍ନ ବେଳକୁ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଛୁଇଁବାର ସମ୍ଭାବନା...

ରାଜ୍ୟରେ ସୁସ୍ଥ ହେଲେ ୯୦୫ କରୋନା ଆକ୍ରାନ୍ତ: ସୁନ୍ଦରଗଡ ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୯୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କେନ୍ଦୁଝରରୁ ୬୦, କଟକରୁ ୫୯, ମୟୂରଭଞ୍ଜରୁ ୪୯, ଖୋର୍ଦ୍ଧାରୁ ୪୮, ଜଗତସିଂହପୁରରୁ ୪୩, ସମ୍ବଲପୁରରୁ ୪୩, କଳାହାଣ୍ଡିରୁ...

ପୋଖରୀରେ ବୁଡିଗଲେ ୨ ଭଉଣୀ

ମାଲକାନଗିରି, ୨୨।୧୧(ଡି.ଏନ.ଏ)-ମାଲକାନଗିରି ଜିଲା କାଲିମେଳା ବ୍ଲକ ମୋଟୁ ଥାନା ଅନ୍ତର୍ଗତ ପୁଶୁଗୁଡା ପଞ୍ଚାୟତ ମୁକାନପାଲି ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଖରୀରେ ବୁଡିଯାଇ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ବୟସ ୬ ଓ ୩ ବର୍ଷ...

ବଦଳିଲା ସ୍କୁଲ ମିଶ୍ରଣ ନିଷ୍ପତ୍ତି

ଭୁବନେଶ୍ୱର,୨୨।୧୧(ବ୍ୟୁରୋ)- ବିଧାନସଭାରେ ଲଗାତର ୩ଦିନ ସ୍କୁଲ ବନ୍ଦ ଏବଂ ମିଶ୍ରଣ ପ୍ରସଙ୍ଗରେ ହୋହାଲା ପରେ ରବିବାର ରାଜ୍ୟ ସରକାର ତାଙ୍କର ନିଷ୍ପତ୍ତି ବଦଳାଇଛନ୍ତି। ୨୫ନୁହେଁ ଏଣିକି ୧୫ରୁ କମ୍‌ ପିଲା ଥିବା ସ୍କୁଲକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶ୍ରଣ କରିବାକୁ...

ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା: ୫୨ ଦିନ ପରେ ମାଟି ତଳୁ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୨୨।୧୧(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା ପଞ୍ଚାୟତ ଛଣବଗଡ ଗାଁର ସାଇବାଣୀ ମଲ୍ଲିକ ନାମକ ଜଣେ ୭୦ ବର୍ଷୀୟା ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ଡାହାଣୀ ସନ୍ଦେହରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସାଇବାଣୀଙ୍କ ଗଳିତ ମୃତଦେହକୁ ରବିବାର...

ଭୁବନେଶ୍ୱରରୁ ଆଜି ପୁଣି ୪୩ ପଜିଟିଭ୍‌ ଚିହ୍ନଟ: ସଂଖ୍ୟା କମିଲେ ବି କମୁନି ଲୋକାଲ କେସ୍‌

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ରବିବାର ଆଉ ୪୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୨ ଜଣ ରହିଥିବା ବେଳେ ଲୋକାଲ କେସ୍‌ ୩୧ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri