‘ରାଞ୍ଚତ୍କୁ ନ ଯାଉ ରାଉରକେଲା ଏନ୍‌ଆଇଏମ୍‌ଆର୍‌’

ଭୁବନେଶ୍ୱର, ୧।୪(ବ୍ୟୁରୋ):ରାଉରକେଲାରେ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଲେରିଆ ରିସର୍ଚ୍ଚ (ଏନ୍‌ଆଇଏମ୍‌ଆର୍‌)କୁ ରାଞ୍ଚତ୍କୁ ସ୍ଥାନାନ୍ତର ନ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ। ସେ ଲେଖିଛନ୍ତି ଯେ, ୧୯୮୮ରେ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚର କ୍ଷେତ୍ରୀୟ ଶାଖା ଭାବେ ରାଉରକେଲାଠାରେ ଏନ୍‌ଆଇଏମ୍‌ଆର୍‌ ସ୍ଥାପିତ ହୋଇଥିଲା। ମ୍ୟାଲେରିଆ ଉପରେ ଅଧିକ ଗବେଷଣା ସହ ନିରାକରଣ କ୍ଷେତ୍ରରେ ଏହି ପ୍ରତିଷ୍ଠାନ କାର୍ଯ୍ୟ କରୁଛି। ଏବେ ରାଜ୍ୟ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଆଖିଦୃଶିଆ ସଫଳତା ହାସଲ କରିଛି ଓ ଜାତୀୟ ଲକ୍ଷ୍ୟ ପୂରଣ କରିବାରେ ସଫଳ ହୋଇପାରିଛି। ଏଥିସହିତ ସୁନ୍ଦରଗଡ଼ ଭଳି ଅନୁସୂଚିତ ଜାତି ଓ ଜନଜାତି ବହୁଳ ଅଞ୍ଚଳରେ ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ମାନଦଣ୍ଡ ଏବଂ ବଣଜଙ୍ଗଲ ଘେରା ଅଞ୍ଚଳର ମ୍ୟାଲେରିଆର ପ୍ରକୋପ କମିଛି। ଏହି ପ୍ରତିଷ୍ଠାନକୁ ରାଞ୍ଚତ୍କୁ ସ୍ଥାନାନ୍ତର ନିଷ୍ପତ୍ତି କୌଣସି ଦୃଷ୍ଟିରୁ ରାଜ୍ୟ ପାଇଁ ଗ୍ରହଣୀୟ ନୁହେଁ। ଏହାଦ୍ୱାରା ମାଲେରିଆ ରିସର୍ଚ୍ଚ କ୍ଷେତ୍ରରେ କୌଣସି କାର୍ଯ୍ୟ ସାଧିତ ହୋଇପାରିବ ନାହିଁ। ଅନ୍ୟପକ୍ଷରେ ରାଜ୍ୟର ପଶ୍ଚିମ ଓ ଉତ୍ତର ଓଡ଼ିଶା ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ହରାଇବ। ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଅନୁଷ୍ଠାନର ଆବଶ୍ୟକତାକୁ ଅଣଦେଖା କରାଯିବା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ତେଣୁ ଏହି ପ୍ରତିଷ୍ଠାନକୁ ରାଞ୍ଚତ୍କୁ ସ୍ଥାନାନ୍ତର ନ କରିବାକୁ ମନ୍ତ୍ରୀ ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଥ କହେ କାହାଣୀ: କଳାପାହାଡ଼ ବିଭୀଷିକାର ସାକ୍ଷୀ ‘ମା ଗଡ଼ଚଣ୍ଡୀ’

କଟକ ଅଫିସ, ୫ା୧୧: ପ୍ରାଚୀନ ସହର କଟକ। ଏଠାରେ ରହିଛି ଅନେକ ସଂସ୍କୃତି ଓ ଇତିହାସ। ସହରଟି ଯେତିକି ପୁରୁଣା ତା’ର କାହାଣୀ ମଧ୍ୟ ସେତିକି...

୫୪ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର,୨୧।୨(ବ୍ୟୁରେ)- ରାଜଧାନୀରେ ବ୍ରାଉନସୁଗାର କାରବାରରେ ରୋକ ଲଗାଇବା ନେଇ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ ଜାରି ରହିଛି। ବୁଧବାର କମିଶନରେଟ ପୋଲିସର ଡ୍ରଗ ଟାକ୍ସ ଫୋର୍ସ...

ଦିନ ୩ଟା ସୁଦ୍ଧା ୫୫.୦୫% ମତଦାନ: ବାଲେଶ୍ୱରରେ ୫୪.୮୫% , ତିର୍ତ୍ତୋଲରେ ୫୫.୨୩%

ଭୁବନେଶ୍ୱର, ୩।୧୧(ବ୍ୟୁରୋ): ଉଭୟ ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଭୋଟଗ୍ରହଣ ଜାରିରହିଛି। ସକାଳ ୭ଟାରୁ ଭୋଟ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ...

ଖରିଫ ଧାନ ସଂଗ୍ରହ ପଞ୍ଜୀକରଣ ଅବଧି ସେପ୍ଟେମ୍ବର ୭କୁ ବଢ଼ିଲା

ଭୁବନେଶ୍ୱର,୧।୯(ବ୍ୟୁରୋ): ଖରିଫ୍‌ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣ ଅବଧି ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୭କୁ ବୃଦ୍ଧି କରାଯାଇଛି। ରାଜ୍ୟର ବନ୍ୟା ପରିସ୍ଥିତି ଏବଂ...

ରାତି ଅଧରେ ଜେସିବି ଲଗାଇ ସ୍କୁଲ ଭାଙ୍ଗିଲେ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଲକ୍ଷ୍ମୀସାଗର ଥାନାଞ୍ଚଳରେ ଥିବା ଏକ ଘରୋଇ ସ୍କୁଲକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି। ସ୍କୁଲଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ କମ୍ପ୍ୟୁଟର, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସମେତ ବିଭିନ୍ନ...

୨୪ ଘଣ୍ଟାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮।୭: ରାଜ୍ୟର ୫ଟି ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ସତର୍କ ସୂଚନା...

କୋର୍ଟକୁ ଖଟିଆରେ ଆସିଲେ ବୃଦ୍ଧା

ବରଗଡ଼ ଅଫିସ୍‌,୧୫।୧୧: ଏକ ପାରିବାରିକ ବିବାଦକୁ ନେଇ ସୋମବାର ଜଣେ ବୃଦ୍ଧାଙ୍କୁ ଖଟିଆରେ ପରିବାର ଅଦାଲତକୁ ଅଣାଯିବା ଘଟଣା ବରଗଡ଼ ସହରରେ ଚର୍ଚ୍ଚାର ବିଷୟ ହୋଇଛି...

ଶାଳୀ ବିବାହ ସ୍ଥିର ହୋଇଯିବାରୁ ଅଶ୍ଳୀଳ ଫଟୋ ଭାଇରାଲ ପାଇଁ ଧମକ ଦେଇ ଭିଣୋଇ ଗିରଫ

କଣ୍ଟାପଡା,୧୦।୧୨(ଡି.ଏନ୍‌.ଏ.): ଶାଳୀ ସହ ଘଟିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଫଟୋକୁ ଭାଇରାଲ କରିଦେବାକୁ ଧମକ ଦେବା ଅଭିଯୋଗରେ ଓଲଟପୁର ପୋଲିସ ଅଭିଯୁକ୍ତ ଭିଣୋଇଙ୍କୁ ଗିରଫ କରି...

Advertisement
Archives

Model This Week