ଗୁଗଲ୍‌ ସର୍ଚ୍ଚ କରି ଡାକ୍ତର ଦେଲେ ଇଞ୍ଜେକ୍‌ଶନ, ଚାଲିଗଲା ଶିଶୁର ଜୀବନ

ନବରଙ୍ଗପୁର/ଡାବୁଗାଁ,୩୧ା୩: ନବରଙ୍ଗପୁର ଜିଲା ଡାବୁଗାଁ ଡାକ୍ତରଖାନାରେ ଶିଶୁ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ଦେଖାଦେଇଛି। ଡାକ୍ତର ଗୁଗଲ୍‌ରୁ ସର୍ଚ୍ଚକରି ଇଞ୍ଜେକ୍‌ଶନ ଦେଇଥିବା ମୃତ ଶିଶୁର ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ଏହାକୁ ନେଇ ବୁଧବାର ମଧ୍ୟାହ୍ନରେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚାପା ଉତ୍ତେଜନା ଦେଖାଦେଇଥିଲା।
ନବଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ନୀଳାଦ୍ରିଗୁଡ଼ା ଗାଁର ପ୍ରଶାନ୍ତ ବିଷୋୟୀ ସ୍ତ୍ରୀ ଅମୃତା ଓ ୬ ମାସର ଶିଶୁପୁତ୍ର ଶ୍ରୀୟାଂଶୁଙ୍କୁ ନେଇ ଡାବୁଗାଁ ବ୍ଲକ ବଡଓଲମାସ୍ଥିତ ଶ୍ୱଶୁରଘରକୁ ଆସିଥିଲେ। ଥଣ୍ଡା କାଶ ହେଉଥିବାରୁ ସେମାନେ ବୁଧବାର ଶ୍ରୀୟାଂଶୁଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ଡ୍ୟୁଟିରେ ଥିବା ଡାକ୍ତର ସନ୍‌ଲପ ପଟ୍ଟନାୟକ ଶ୍ରୀୟାଂଶୁଙ୍କୁ ଦେଖିଥିଲେ। ଏହାପରେ ସେ ଗୁଗଲ୍‌ ସର୍ଚ୍ଚ କରି ସେ ଏକ ଇଞ୍ଜେକ୍‌ଶନ ଲେଖିଥିଲେ। ଇଞ୍ଜେକ୍‌ଶନ ନେବାର ୧୫ ମିନିଟ୍‌ ମଧ୍ୟରେ ଶ୍ରୀୟାଂଶୁ ଆଖିବୁଜି ଦେଇଥିଲା ବୋଲି ପ୍ରଶାନ୍ତ ଅଭିଯୋଗ କରିଛନ୍ତି। ଏହାପରେ ଶିଶୁପୁତ୍ରର ପରିବାର ଓ ସମ୍ପର୍କୀୟ ଲୋକେ ଡାକ୍ତରଖାନାରେ ହୋହାଲ୍ଲା କରିଥିଲେ। ଖବରପାଇ ପୋଲିସ ସେଠାରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା। ଏ ନେଇ ଡାକ୍ତର ସନ୍‌ଲପ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ଘଟଣା ସମ୍ପର୍କରେ ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜଙ୍କୁ ପଚାରନ୍ତୁ ବୋଲି ସେ କହିଥିଲେ। ଡାବୁଗାଁ ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜ ଡାକ୍ତର ଶୁଭାଶିଷ ସାହୁଙ୍କୁ ପଚାରିବାରୁ ସେ ଡାକ୍ତରଖାନାରେ ନ ଥିଲେ। ଘଟଣା ସମ୍ପର୍କରେ ଅବଗତ ନ ଥିବା ସେ କହିଛନ୍ତି। ଜିଲାପାଳ ଅଜିତ୍‌ କୁମାର ମିଶ୍ରଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ସିଡିଏମ୍‌ଓଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ନାହିଁ, ଅସରାଏ ବର୍ଷା ହେଲେ ରୋଗୀଙ୍କୁ ବାଉଁଶ ଦୋଳା ଭରସା

ମହାକାଳପଡ଼ା,୨୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ସାନ୍ତାଳୀ ଗାଁ ପାଣିଖିଆକୁ ଭଲ ରାସ୍ତା ନାହିଁ। ଅସରାଏ ବର୍ଷା…

ଏଲନ ମସ୍କଙ୍କୁ ଶକ୍ତ ଝଟକା: ହାତରୁ ଗଲା…

ନ୍ୟୁୟର୍କ,୨୫।୬: ଦୁନିଆର ପ୍ରଥମ ଟ୍ରିଲିୟନେୟାର (Trillionaire) ଭାବେ ଏଲନ ମସ୍କଙ୍କ ସଂକ୍ଷିପ୍ତ ସମୟ ଶେଷ ହୋଇଯାଇଛି। ସ୍ପେସଏକ୍ସ (SpaceX – SPCX) ଏବଂ ଟେସଲା (Tesla –…

ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ, ନବୀନଙ୍କ ଉପସ୍ଥିତିରେ ବିଜେଡିରେ ମିଶିଲେ ସୁଜାତା

ଭୁବନେଶ୍ବର,୨୫ା୬: ବିଜେଡିରେ ମିଶିଲେ କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ସ୍ତ୍ରୀ ତଥା ପୂର୍ବତନ ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ । ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗୁରୁବାର ବିଧିବଦ୍ଧ ଭାବେ ସେ…

ପିଲାଙ୍କୁ ମିଳିବ ସ୍କୁଲ ବ୍ୟାଗ୍‌, ଏହି ଶ୍ରେଣୀରୁ…

ଭୁବନେଶ୍ୱର,୨୫ା୬: ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ନୂଆ ସ୍କୁଲ ବ୍ୟାଗ୍‌। ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଏହି ବ୍ୟାଗ୍‌ ମିଳିବ। ଶୀଘ୍ର ବଣ୍ଟନ କରିବାକୁ ଡିଇଓ…

ଦାବି ପୂରଣ ନ ହେଲେ ଜୁଲାଇ ୧ରୁ ସାମୂହିକ ଛୁଟି: ଚେତାବନୀ ଦେଲା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ

ନବରଙ୍ଗପୁର,୨୫।୬(ସଦାଶିବ ପ୍ରହରାଜ): ଓଡ଼ିଶାର ରାଜସ୍ବ ପ୍ରଶାସନର ମେରୁଦଣ୍ଡ ଆର୍‌ଆଇ, ଏଆର୍‌ଆଇ, ରେଭିନ୍ୟୁ ସୁପରଭାଇଜରମାନେ ୨୨ ତାରିଖରୁ ମିଶନ୍‌ ସ୍ବାଭିମାନ ଅଧୀନରେ ବ୍ୟାପକ ପ୍ରତିବାଦ ଆରମ୍ଭ କରିଛନ୍ତି। ଏନେଇ…

ଜନ ସଂପର୍କ ଅଭିଯାନ, ମୋହନ ସରକାରଙ୍କ ଉପଲବ୍ଧି-ଲକ୍ଷ୍ୟ ବଖାଣିଲେ ଏମପି

ପାଟଣା,୨୫ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ମୁଖ୍ୟାଳୟ ସଂରା ପଶି ଲକ୍ଷ୍ମୀ ପଣ୍ଡପରେ ଗୁରୁବାର କେନ୍ଦୁଝର ଏମପି ଅନନ୍ତ ନାୟକ ନିର୍ବାଚନ ମଣ୍ଡଳୀର ବରିଷ୍ଠ…

ଗ୍ରାହକଙ୍କ ପାଇଁ ଖୁସି ଖବର!ହଜାର ହଜାର ଟଙ୍କା ଶସ୍ତା ହେଲା ସୁନା, କିଣିବା ପୂର୍ବରୁ ଜାଣନ୍ତୁ ରେଟ୍

ନୂଆଦିଲ୍ଲୀ,୨୫।୬: ଗୁରୁବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଏବଂ ରୁପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି। ସୁନା ମୂଲ୍ୟ ପ୍ରାୟ ୧,୪୫୦–୧,୯୦୦…

ଭଞ୍ଜନଗର ଅଞ୍ଚଳରେ ବଢୁଛି ଗୋ’ ଚାଲାଣ, ପାଟ୍ରୋଲିଂ ସମୟରେ ୪ ଜଣଙ୍କୁ ଧରିଲେ ଏଏସ୍‌ଆଇ

ଭଞ୍ଜନଗର,୨୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବେନିୟମ ଭାବେ ଗୋ’ ଚାଲାଣ ଦିନକୁ ଦିନ  ବଢୁଛି। ବିଭିନ୍ନ ସମୟରେ ଜିଲାର ବିଭିନ୍ନ ଗାଈହାଟ ଦେଇ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri