ପୁଣି ହେବ କଣ୍ଟେନ୍‌ମେଣ୍ଟ

ଭୁବନେଶ୍ୱର, ୧।୪(ବ୍ୟୁରୋ):କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଏପ୍ରିଲ୍‌ ମାସ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି। ଏହି ଗାଇଡଲାଇନ୍‌ ଏପ୍ରିଲ୍‌ ୧ରୁ ୩୦ତାରିଖ ପର୍ଯ୍ୟନ୍ତ ଲାଗୁ ହେବ। ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଏହି ଗାଇଡଲାଇନ୍‌ ଅନୁସାରେ ଏଣିକି କରୋନା ସଂକ୍ରମିତ ବହୁଳ ଅଞ୍ଚଳକୁ ଚିହ୍ନଟ କରି ସ୍ଥାନୀୟ ପ୍ରଶାସନ କଣ୍ଟେନ୍‌ମେଣ୍ଟ ଜୋନ୍‌ କିମ୍ବା ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ପାଇଁ ନିଷ୍ପତ୍ତି ନେଇପାରିବେ। କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କ୍ଷମତା ଜିଲାପାଳ ଓ ପୌର ପରିଷଦକୁ ଦିଆଯାଇଛି। ଯେଉଁ ଅଞ୍ଚଳରେ ଅଧିକ ସଂକ୍ରମଣ ଚିହ୍ନଟ ହେବ ତାହାକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ନେଇପାରିବ। କଣ୍ଟେନମେଣ୍ଟ ଜୋନ୍‌ରୁ କେହି ବାହାରି ପାରିବେନି। ଘରକୁ ଘର ସର୍ଭେ ହେବ। ସେହିଭଳି ଧର୍ମାନୁଷ୍ଠାନ ଭିତରକୁ କେତେଜଣ ଶ୍ରଦ୍ଧାଳୁ ଯିବେ ଓ ଧାର୍ମିକ କାମରେ କେତେଜଣ ସାମିଲ ହୋଇପାରିବେ ତାହା ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଉପରେ ନିର୍ଭର କରିବ। ସେହିଭଳି ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟ୍‌ମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି।
ଏପରି କି ଅଧିକ ଆର୍‌ଟି-ପିସିଆର ଟେଷ୍ଟ କରିବାକୁ କୁହାଯାଇଛି। ଏହାସହ ମାସ୍କ ଓ ସାମାଜିକ ଦୂରତା କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ସେପଟେ ପିପିଲି ଉପନିର୍ବାଚନ ପାଇଁ ମଧ୍ୟ ଗାଇଡଲାଇନ୍‌ ଜାରି ହୋଇଛି। ସଭାସମିତି ପାଇଁ କଟକଣା ଜାରି କରାଯାଇଛି। ଇନ୍‌ଡୋର ହଲ୍‌ରେ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସଭା କରାଯାଇପାରିବ। ଇନ୍‌ଡୋର ହଲ୍‌ରେ ୫୦% ସିଟ୍‌ରେ ଲୋକେ ବସିପାରିବେ। ସଭାରେ ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ। ଖୋଲା ଜାଗାରେ ଆକାର ଦେଖି ସଂଖ୍ୟା ପ୍ରଶାସନ ନିର୍ଦ୍ଧାରଣ କରିବ। ରାଜ୍ୟରେ କରୋନାର ଦ୍ବିତୀୟ ଲହର ଆଶଙ୍କାରେ ସରକାର ଆଗୁଆ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ମାସକ ପୂର୍ବରୁ ବିବାହ ଭୋଜିରେ ୫୦୦ ଲୋକଙ୍କୁ ସାମିଲ୍‌ ଅନୁମତି ଦିଆଯାଇଥିଲା। ଏହି ସଂଖ୍ୟାକୁ ମାର୍ଚ୍ଚରେ ପୁଣି ୨୦୦କୁ ହ୍ରାସ କରିଦିଆଯାଇଥିଲା। ଏପ୍ରିଲ୍‌ରେ ଏହି ସୀମିତ ସଂଖ୍ୟା ବଳବତ୍ତର ରହିବ। ଏହା ସହ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ମିଳିବ। ନିର୍ଦ୍ଦେଶନାମାରେ କେବଳ ବିବାହ ଓ ଅନ୍ତ୍ୟେଷ୍ଟିକ୍ରିୟାରେ ଲୋକସଂଖ୍ୟା ଉପରେ କଟକଣା ଜାରି କରାଯାଇଛି। ଅନ୍ୟ କୌଣସି ଧାର୍ମିକ, ରାଜନୈତିକ, ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଦିଆଯାଇ ନାହିଁ। ଗାଇଡଲାଇନରେ ସ୍ପଷ୍ଟ କରାଯାଇଛି ଯେ, କୌଣସି ହଲ୍‌ରେ ବିବାହ ଭୋଜି ହେଲେ ହଲ୍‌ କ୍ଷମତାର ୫୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଅନୁମତି ମିଳିବ ନାହିଁ। ଖୋଲା ଜାଗାରେ ବିବାହ ଭୋଜି କରାଗଲେ, ଜାଗାର ଆକାରକୁ ଦେଖି ଅନୁମତି ଦିଆଯିବ। ତେବେ ତାହା ୨୦୦ରୁ ଅଧିକ ହେବ ନାହିଁ। ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଥର୍ମାଲ୍‌ ସ୍କାନିଂ ଓ ହାତ ଧୁଆକୁ ବାଧ୍ୟତାମୂଳକ କରାଯିବ। ଏଥିପାଇଁ ଆୟୋଜକ ସମସ୍ତ ବନ୍ଦୋବସ୍ତ ନିଶ୍ଚିତ କରାଇବେ। ସମସ୍ତ ଜିଲାପାଳ, ଏସ୍‌ପି, ମହାନଗର ନିଗମ କମିଶନର ଓ ପୋଲିସ କମିଶନର କୋଭିଡ୍‌ ଗାଇଡଲାଇନ୍‌ ଠିକ୍‌ ଭାବେ ପାଳନ ହେଉଛି କି ନାହିଁ ତାହାର କଡ଼ାକଡ଼ି ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ମା’ଙ୍କ ଶ୍ରାଦ୍ଧ ଲାଗି ଛୁଟିରେ ଗାଁକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦେଶ ସେବାରେ ନିୟୋଜିତ ଥିବା ଆସାମ ରାଇଫଲ୍ସ ହାବିଲଦାର ସରୋଜ କୁମାର ଶବରଙ୍କୁ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

‘ମୁଁ ଫୋନ୍ କରୁଥିଲି କିନ୍ତୁ…’… ବିରାଟ କୋହଲିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ DCର କୋଚ୍

ନୂଆଦିଲ୍ଲୀ,୨୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ବିରୋଧରେ ପୁଣିଥରେ ଏକ ବଡ଼ ଅଭିଯୋଗ ଆସିଛି। ପୂର୍ବତନ ଭାରତୀୟ ସ୍ପିନର୍…

ଆସୁଛି ବାତ୍ୟା: ଇନ୍ଦ୍ରାବତୀର ୨ ଗେଟ୍‌ ଖୋଲିଲା

ନବରଙ୍ଗପୁର,୨୪।୧୦: ସମ୍ଭାବ୍ୟ ବାତ୍ୟା ଏବଂ ବର୍ଷାକୁ ଦୃଷ୍ଟିରେ ରଖି ଶନିବାର ଇନ୍ଦ୍ରାବତୀ ଜଳଭଣ୍ଡାରର ୨ଟି ଗେଟ୍‌ ଖୋଲାଯାଇଛି। ଡ୍ୟାମ୍‌ର ୩ ଓ ୬ ନମ୍ବର ଗେଟ୍‌ରୁ ୧୩୩…

୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ୯ ମୋବାଇଲ ଜବତ, ୭ ଜୁଆଡ଼ିଙ୍କୁ ଗିରଫ କରି…

ଗଞ୍ଜାମ,୨୪ା୧୦(ବିଦ୍ୟାଧର ସାହୁ): ରମ୍ଭା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପୋଇରାଶି ପଞ୍ଚାୟତ ବରପଲ୍ଲୀ ଓ ଭୁଆଁଭୂଇଁ ଗ୍ରାମ ନିକଟସ୍ଥ ଠାକୁରାଣୀ ମନ୍ଦିରଠାରେ ଜୁଆଆଡ୍ଡା ଚାଲିଥିବାବେଳେ ରମ୍ଭା…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ୧ ନଭେମ୍ୱରରୁ ବଦଳିଯିବ ଡ୍ରାଇଭିଂ ଲାଇସେନ୍ସ, ମୋବାଇଲ କଲିଂ ଓ ଗ୍ୟାସ୍‌ ସିଲିଣ୍ଡର ଦର

ନୂଆଦିଲ୍ଲୀ,୨୪।୧୦: ଦେଶ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର (NCR)ରେ ଆସନ୍ତା ୧ ନଭେମ୍ୱର ୨୦୨୬ରୁ ସାଧାରଣ ଜନତାଙ୍କ ଜୀବନ ସହିତ ଜଡ଼ିତ ଅନେକ ବଡ଼ ପରିବର୍ତ୍ତନ ଲାଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?