କେନ୍ଦ୍ରମନ୍ତ୍ରୀଙ୍କୁ କୋରାପୁଟ ଜିଲା ପ୍ରଶାସନର ଅସହଯୋଗ

ଭୁବନେଶ୍ୱର,୧୩।୪(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ସମସ୍ତ ଜନକଲ୍ୟାଣ କାର୍ଯ୍ୟର ହିସାବ ସାଧାରଣ ଜନତାଙ୍କ ନିକଟରେ ଉପସ୍ଥାପିତ କରାଯିବ। ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବାର ପ୍ରୟାସ କେନ୍ଦ୍ର ସରକାର ଜାରି ରଖିଛନ୍ତି। ଗତ ୭ ତାରିଖରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଭାଜପା କାର୍ଯ୍ୟକର୍ତ୍ତାମାନେ ଦେଶବ୍ୟାପୀ ‘ସାମାଜିକ ନ୍ୟାୟିକ ପକ୍ଷ’ ପାଳନ ଅବସରରେ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ସାଧାରଣ ଜନତାଙ୍କୁ ଅବଗତ କରାଇବା ସହ ସଚେତନ ସୃଷ୍ଟି କରୁଛନ୍ତି। ଏହି ଅବସରରେ ଅନୁନ୍ନତ ଜିଲା ଭାବେ ଚିହ୍ନଟ ହୋଇଥିବା ଦେଶର ଆକାଂକ୍ଷୀ ଜିଲାଗୁଡ଼ିକରେ କେନ୍ଦ୍ରମନ୍ତ୍ରୀମାନେ ଗସ୍ତ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଏବଂ କାର୍ଯ୍ୟକ୍ରମର ବାସ୍ତବ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ୧୦ ଆକାଂକ୍ଷୀ ଜିଲାକୁ ୧୦ କେନ୍ଦ୍ରମନ୍ତ୍ରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ସଞ୍ଜୀବ କୁମାର ବାଲ୍ୟାନ ମଙ୍ଗଳବାର କୋରାପୁଟ ଜିଲା ଗସ୍ତ କରିଛନ୍ତି। ହେଲେ ବାଲ୍ୟାନ କୋରାପୁଟ ଜିଲା ଗସ୍ତରେ ଖୁସି ନ ଥିବା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଏଠାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା ଲାଗି ଆସିଥିଲୁ। ହେଲେ ଜିଲା ପ୍ରଶାସନ କି ଲୋକ ପ୍ରତିନିଧି କେହି ଆସିଲେନି। ଏହା ଜିଲା ପ୍ରଶାସନର ଅସହଯୋଗ। ଫଳରେ ଯେତିକି ଜାଣିବାକଥା ଜାଣିପାରିଲୁନି। ସମୀକ୍ଷା ଠିକ୍‌ରେ ହୋଇପାରିଲାନି। ଆଗକୁ ଏଭଳି ନ କରିବା ଲାଗି ସେ ଅନୁରୋଧ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାଲକାନଗିରି, ଅର୍ଜୁନ ମୁଣ୍ଡା କଳାହାଣ୍ଡି, ପ୍ରହ୍ଲାଦ ସିଂ ପଟେଲ ଗଜପତି, ସାଧ୍ୱୀ ନିରଞ୍ଜନା ଜ୍ୟୋତି ବଲାଙ୍ଗୀର, ପ୍ରଫେସର ଏସ.ବାଘେଲ ନୂଆପଡ଼ା, ସୁଶ୍ରୀ ଶୋଭା କରନ୍ଦଲାଜେ ନବରଙ୍ଗପୁର, ସୋମ ପ୍ରକାଶ ରାୟଗଡ଼ା ଏବଂ ଡ.ଶୁଭ ସରକାର କନ୍ଧମାଳ ଜିଲା ଗସ୍ତ କରିବେ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୧୩ରୁ ୪ଦିନିଆ ଢେଙ୍କାନାଳ ଗସ୍ତରେ ଯାଇ ଆକାଂକ୍ଷୀ ଯୋଜନା ସମୀକ୍ଷା କରିବେ। ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀମାନେ କେନ୍ଦ୍ରୀୟ ଜନକଲ୍ୟାଣ କାର୍ଯ୍ୟକ୍ରମର କାଯର୍‌ୟାନ୍ବୟନ, ବାସ୍ତବ ସ୍ଥିତି ନିରୀକ୍ଷଣ, ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ହିତାଧିକାରୀ, ସ୍ଥାନୀୟ ଏମ୍‌ପି, ବିଧାୟକ, ଚେୟାରମ୍ୟାନ, ସରପଞ୍ଚ ଓ ଅନ୍ୟ ଜନପ୍ରତିନିଧି ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବିସ୍ତୃତ ଆଲୋଚନା କରିବେ। ଏହାପରେ ସମସ୍ତ କେନ୍ଦ୍ରମନ୍ତ୍ରୀ ନିଜ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀମାନେ ଖବରଦାତା ଜରିଆରେ ଗସ୍ତ ସମ୍ପର୍କରେ ଅବଗତ କରାଇବେ ବୋଲି ଗୋଲକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?