ରାଜ୍ୟ ସ୍ଥିତି ସମ୍ପର୍କରେ ନଡ୍ଡାଙ୍କୁ ଜଣାଇଲେ ସମୀର
ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତି ଗତ ବୁଧବାର ନୂଆଦିଲ୍ଲୀଠାରେ ସାକ୍ଷାତ୍ କରିଛନ୍ତି। ଆଲୋଚନା ବେଳେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, ଦଳର ସାଙ୍ଗଠନିକ କାର୍ଯ୍ୟ, ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ମହିଳାଙ୍କ ପ୍ରତି ନିର୍ଯାତନା ଓ…
୪ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ
ଭଦ୍ରକ ଅଫିସ, ୧୧।୧୨: ବୟସ ମାତ୍ର ୪ ବର୍ଷ ୬ ମାସ। ତୁଳସୀ ଦୁଇପତ୍ରରୁ ବାସିଲା ଭଳି ତାଙ୍କ ପ୍ରତିଭା ଏବେଠାରୁ ବାସିଲାଣି। ହିନ୍ଦୀ ଓ ଇଂଲିଶରେ ୮୦ଟି ରାଇମ୍ସ ଗାଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ଭଦ୍ରକ…
ଚାଇଲ୍ଡ ଲାଇନର ଚଢାଉ: ୨ ସ୍ଥାନରୁ ୨୧ ଉଦ୍ଧାର
ମାଲକାନଗିରି,୧୧।୧୨ (ଡି.ଏନ୍.ଏ.): ମାଲକାନଗିରି ଜିଲା ଚାଇଲ୍ଡ ଲାଇନ ପକ୍ଷରୁ ଶୁକ୍ରବାର ୨ଟି ସ୍ଥାନରୁ କାର୍ଯ୍ୟରେ ନିୟୋଜିତ ଥିବା ୧୦ ଶିଶୁଶ୍ରମିକ ଏବଂ ତେଲଙ୍ଗାନାକୁ ଶ୍ରମିକ ଭାବେ କାମ କରିବାକୁ ଯାଉଥିବା ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ମାଲକାନଗିରିସ୍ଥିତ ସଂସ୍କୃତି ଭବନ କାର୍ଯ୍ୟାଳୟ…
ଭିତରକନିକାରେ ଡଲଫିନ୍ ଗଣନା ୧୬ରେ
ରାଜନଗର,୧୧।୧୨(ଡି.ଏନ.ଏ.): ଭିତରକନିକା ଅଞ୍ଚଳରେ ଚଳିତମାସ ୧୬ରୁ ୧୮ ତାରିଖ ଯାଏ ଡଲଫିନ୍ ଗଣନା କରାଯିବ। ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏ ସମୁଦ୍ର ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍ ଓ ନଦୀରେ ଡଲଫିନ ଗଣନା କରାଯିବ ବୋଲି ରାଜନଗର ଡିଏଫ୍ଓ…
ପ୍ରତିପକ୍ଷଙ୍କୁ ଜବାବ ତଲବ
କଟକ ଅଫିସ,୧୧।୧୨: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ସମ୍ପର୍କିତ ମାମଲାର ଶୁଣାଣି ଶୁକ୍ରବାର ହାଇକୋର୍ଟରେ ହୋଇଥିଲା। ଆସନ୍ତା ୧୩ ସୁଦ୍ଧା ଜବାବ ତଲବ ପାଇଁ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ସମସ୍ତ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୩ ତାରିଖରେ…
ବିଧାନସଭା ଅଧାରୁ ବନ୍ଦ
ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଅଧାରୁ ବନ୍ଦ ହୋଇଛି। ଲଗାତର ଗୃହ ଅଚଳ ହେବା ପରେ ଶୁକ୍ରବାର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ଲାଗି ମୁଲତବୀ କରାଯାଇଛି। ଶୁକ୍ରବାର ଅପରାହ୍ନରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିଧାନସଭା ଅଧିବେଶନକୁ ବନ୍ଦ…
ବୋହିନେଲେ ଲୁହାପଥର
ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଖଣି ରାଜସ୍ବରେ ବ୍ୟାପକ ହେରଫେର ଓ ଅନିୟମିତତା ହୋଇଛି। ଲିଜ୍ଧାରୀ ଅନୁମୋଦିତ ପରିମାଣଠାରୁ ଅଧିକ ପରିମାଣର ଲୁହାପଥର ଉତ୍ତୋଳନ କରିଥିଲେ ମଧ୍ୟ ଖଣି ଯୁଗ୍ମ ନିର୍ଦ୍ଦେଶକ ସେମାନଙ୍କଠାରୁ ବଳକା ମୂଲ୍ୟ ଆଦାୟ କରିନାହାନ୍ତି। ଫଳରେ ସରକାରଙ୍କୁ ଖଣି ଟିକସ ବାବଦରେ…
ଧିରେ ଧିରେ ସଂକ୍ରମିତ ହେଉଛି ଶରୀରର ଅନ୍ୟଅଙ୍ଗ
କଟକ ଅଫିସ, ୧୧ା୧୨- ବରିଷ୍ଠ ଅଭିନେତା ମିହିର ଦାସଙ୍କ ସ୍ବ୍ୟସ୍ଥାବସ୍ଥା ଏବେ ସଙ୍କଟାପନ୍ନ ରହିଛି। କିଡ୍ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ସେ କଟକର ଏକ ଘରୋଇ ହସ୍ପିଟାଲରେ ଗତ ୭ ତାରିଖରୁ ଚିକିତ୍ସିତ ହେଉଛନ୍ତି। ଏବେ ସେ ଭେଣ୍ଟିଲେଟରରେ ରହିଥିବାବେଳେ…
ବାତ୍ୟା କ୍ଷୟକ୍ଷତି ଆକଳନ କରିବେ କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ବାତ୍ୟା ‘ଜଓ୍ବାଦ’ କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିବ। ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ଆସୁଥିବା ଏହି ଟିମ୍ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ୧୨ ଓ ୧୩ ତାରିଖ ୨…
ଡିବିରିରେ ଜଳିଗଲା ସଂସାର
ପାଟଣା,୧୦ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚାକୁଣ୍ଡାପାଳ ପଞ୍ଚାୟତ ଜଡ଼ିଚାତର ଗାଁ ଉପରସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଡିବିରିରୁ ନିଆଁ ଲାଗି ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଲାଲମୋହନ ମହାନ୍ତ(୬୨) ଓ ତାଙ୍କ ସ୍ତ୍ରୀ ଲବଙ୍ଗ(୫୫)। ସୂଚନା…
ନୂଆବର୍ଷରେ ମିଳିବନି ଜଗା ଦର୍ଶନ
ପୁରୀ ଅଫିସ,୧୦।୧୨: ନିଳାଦ୍ରୀ ଭକ୍ତନିବାସ ପରିସରରେ ଶୁକ୍ରବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ଓ ନୀତି ସବ୍କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା ମାସ ପାଇଁ ଶ୍ରୀମନ୍ଦିର ନୀତିକାନ୍ତି ଏବଂ ଏସ୍ଓପିକୁ ନେଇ କିଛି…
ବରଗଡ଼ ଧନୁଯାତ୍ରା ସ୍ଥଗିତ
ବରଗଡ଼ ଅଫିସ୍,୧୦।୧୨: ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡ୍ ଲାଇନକୁ ଦୃଷ୍ଟିରେ ରଖି ଶୁକ୍ରବାର ସନ୍ଧ୍ୟାରେ ଜିଲାପାଳଙ୍କ ଅଫିସ ସମ୍ମିଳନୀ କକ୍ଷରେ ଧନୁଯାତ୍ରା ମହୋତ୍ସବ ସମିତି ଅଧ୍ୟକ୍ଷ ତଥା ଜିଲାପାଳ ମୋନିଷା…
Archives


