ମାଉସୀ ମା’ ଛକରେ ଯୁବକଙ୍କୁ ଛୁରାମାଡ଼

ପୁରୀ ଅଫିସ, ୨୫।୫: ମଙ୍ଗଳବାର ରାତିରେ ଅଶାନ୍ତ ହୋଇପଡ଼ିଛି ପର୍ଯ୍ୟଟନର ସହର ପୁରୀ॥ ଏମାର ମଠ ଚକଡ଼ାରେ ଶ୍ରୀଲୋକନାଥ ମନ୍ଦିରର ଜଣେ ସେବାୟତଙ୍କୁ ଗୁଳି କରି ହତ୍ୟା କରାଯିବାର କିଛି ସମୟ ପରେ ଜଣେ ଯୁବକଙ୍କୁ ଛୁରାମାଡ଼ କରାଯାଇଛି। ଛୁରାମାଡ଼ର ଶିକାର ହୋଇଥିବା ଯୁବକ ହେଲେ ବାସେଳି ସାହି ଅଞ୍ଚଳର ସୂର୍ଯ୍ୟନାରାୟଣ ତ୍ରିପାଠୀ। କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ବଳଗଣ୍ଡି ଛକସ୍ଥିତ ମାଉସୀ ମା’ ମନ୍ଦିର ନିକଟରେ ସୂର୍ଯ୍ୟଙ୍କୁ ୩ଜଣ ଦୁର୍ବୃତ୍ତ ଛୁରାମାଡ଼ କରିଥିଲେ। ଫଳରେ ତାଙ୍କ ପେଟ ଓ ଛାତିରେ ଗଭୀର ଆଘାତ ଲାଗିଛି। ପ୍ରଥମେ ସୂର୍ଯ୍ୟଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁରୀ ଗୋଖା ସାହିର ଦୀପୁ ବେହେରା ଓ ତାଙ୍କର ଦୁଇଜଣ ସହଯୋଗୀ ତାଙ୍କୁ ଛୁରିରେ ଆକ୍ରମଣ କରିଥିବା ସୂର୍ଯ୍ୟ ଅଭିଯୋଗ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଦୀପୁ ବେହେରା, ବିବୁନା ଭୋଇ ଏବଂ ଶିବୁନା ପାତ୍ରଙ୍କୁ ଗିରଫ କରିଛି। ସେମାନଙ୍କୁ ଥାନାରେ ପଚରାଉଚରା କରାଯାଉଛି। ପୂର୍ବ ଶତ୍ରୁତାକୁ ନେଇ ଛୁରାମାଡ଼ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ବୋଲି ଏସ୍‌ପି କନଓ୍ବର ବିଶାଲ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫-ଟି ରୂପାନ୍ତରଣ ବିଦ୍ୟାଳୟରେ ନିମ୍ନମାନର କାର୍ଯ୍ୟ

ଡେରାବିଶ, ୨୮।୭ (ସ୍ବ.ପ୍ର.): ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ କରିବା ଓ କୋମଳମତି ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷାପ୍ରତି ଅଧିକ ଅଗ୍ରହ ଜନ୍ମାଇବା ପାଇଁ ୫-ଟି ଯୋଜନାରେ ବିଦ୍ୟାଳୟଗୁଡ଼ିକର...

ଭତ୍ତାରୁ ବଞ୍ଚିତ ଭିନ୍ନକ୍ଷମ ଦମ୍ପତି

କାଏମା,୨୦ା୧୦(ଡି.ଏନ.ଏ.): ସରକାରଙ୍କ ଗରିବ ଅସହାୟ ତଥା ଭିନ୍ନକ୍ଷମଙ୍କୁ ଭତ୍ତା ଦେବାର ବ୍ୟବସ୍ଥା ଥିଲେ ବି ଏହାକୁ କେତୋକାଂଶରେ କାର୍ଯ୍ୟକାରୀ କରାଯାଉନାହିଁ। ଏଭଳି ଆଉ ଏକ କରୁଣ...

ପରୀ ହତ୍ୟାକାଣ୍ଡ ଘଟଣା: ନ୍ୟାୟ ନ ମିଳିବାରୁ ବିଧାନସଭା ସମ୍ମୁଖରେ ମା’ ବାପାଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର/ନୟାଗଡ଼ ଅଫିସ,୨୪।୧୧(ବ୍ୟୁରୋ): ନୟାଗଡ଼ ସଦର ଥାନା ଯଦୁପୁର ଗ୍ରାମରେ ପ୍ରାୟ ୪ମାସ ତଳେ ଘଟିଥିବା ପରୀ (୫) ନାମକ ଶିଶୁକନ୍ୟା ହତ୍ୟା ଘଟଣାରେ ଏଯାଏ ତାଙ୍କ...

ଜଟିଳ ହେଉଛି ଟ୍ରାଫିକ୍‌ ସମସ୍ୟା

ଜଟଣୀ,୨୦।୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି। ଏହି ସମସ୍ୟା ଉପରେ ଲାଗିପାରୁନିି ଅଙ୍କୁଶ। ଫଳରେ ଯାତାୟାତରେ ସାଧାରଣ...

ପୌର କାର୍ଯ୍ୟାଳୟର ତାଗିଦକୁ ନେଇ ଆବାସ ହିତାଧିକାରୀଙ୍କ ବଢୁଛି ଅସନ୍ତୋଷ

ଆନନ୍ଦପୁର,୨୮ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦର ଆବାସ ହିତାଧିକାରୀଙ୍କ ଚିନ୍ତା ବଢ଼ିଛି। ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀମାନେ ଯଥାଶୀଘ୍ର ଗୃହକାର୍ଯ୍ୟ ଶେଷ କରିବାକୁ କିଛି...

ଭାରତ ବୈଶ୍ୱିକ ମଡେଲ୍‌ ହେବାକୁ ଯାଉଛି: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୨ା୯(ସୁନିତ୍‌ ମିଶ୍ର): ଭାରତ ବୈଶ୍ୱିକ ମଡେଲ୍‌ ହେବାକୁ ଯାଉଛି। ଏସବୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଯୋଗୁ ହୋଇପାରୁଛି। ଯେତେବେଳେ ଭାରତ ଚନ୍ଦ୍ରାୟନର...

ସ୍ତ୍ରୀ ହତ୍ୟାକରୀଙ୍କୁ ଆଜୀବନ ଜେଲ୍‌

କେନ୍ଦୁଝର, ୨୮।୧୧(ସ୍ବ.ପ୍ର.) : କେନ୍ଦୁଝର ଜିଲା ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ସୋମବାର ଏକ ହତ୍ୟା ମାମଲା ଶୁଣାଣି କରିଛନ୍ତି। ଏହି ଘଟଣାରେ ତେଲକୋଇ ଥାନା ବଡଖମଣର...

‘ବଳରାମଗଡ଼ି ମାଛଧରା ବନ୍ଦର କାମ ଖୁବ୍‌ ଶୀଘ୍ର’

ବାଲେଶ୍ୱର ଅଫିସ,୧୮।୨- ବାଲେଶ୍ୱର ଜିଲା ଚାନ୍ଦିପୁର ନିକଟସ୍ଥ ବଳରାମଗଡ଼ି ସମୁଦ୍ରକୂଳରେ ଖୁବ୍‌ ଶୀଘ୍ର ପ୍ରସ୍ତାବିତ ମାଛଧରା ବନ୍ଦର ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ...

Advertisement
Archives

Model This Week