ମାଉସୀ ମା’ ଛକରେ ଯୁବକଙ୍କୁ ଛୁରାମାଡ଼

ପୁରୀ ଅଫିସ, ୨୫।୫: ମଙ୍ଗଳବାର ରାତିରେ ଅଶାନ୍ତ ହୋଇପଡ଼ିଛି ପର୍ଯ୍ୟଟନର ସହର ପୁରୀ॥ ଏମାର ମଠ ଚକଡ଼ାରେ ଶ୍ରୀଲୋକନାଥ ମନ୍ଦିରର ଜଣେ ସେବାୟତଙ୍କୁ ଗୁଳି କରି ହତ୍ୟା କରାଯିବାର କିଛି ସମୟ ପରେ ଜଣେ ଯୁବକଙ୍କୁ ଛୁରାମାଡ଼ କରାଯାଇଛି। ଛୁରାମାଡ଼ର ଶିକାର ହୋଇଥିବା ଯୁବକ ହେଲେ ବାସେଳି ସାହି ଅଞ୍ଚଳର ସୂର୍ଯ୍ୟନାରାୟଣ ତ୍ରିପାଠୀ। କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ବଳଗଣ୍ଡି ଛକସ୍ଥିତ ମାଉସୀ ମା’ ମନ୍ଦିର ନିକଟରେ ସୂର୍ଯ୍ୟଙ୍କୁ ୩ଜଣ ଦୁର୍ବୃତ୍ତ ଛୁରାମାଡ଼ କରିଥିଲେ। ଫଳରେ ତାଙ୍କ ପେଟ ଓ ଛାତିରେ ଗଭୀର ଆଘାତ ଲାଗିଛି। ପ୍ରଥମେ ସୂର୍ଯ୍ୟଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁରୀ ଗୋଖା ସାହିର ଦୀପୁ ବେହେରା ଓ ତାଙ୍କର ଦୁଇଜଣ ସହଯୋଗୀ ତାଙ୍କୁ ଛୁରିରେ ଆକ୍ରମଣ କରିଥିବା ସୂର୍ଯ୍ୟ ଅଭିଯୋଗ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଦୀପୁ ବେହେରା, ବିବୁନା ଭୋଇ ଏବଂ ଶିବୁନା ପାତ୍ରଙ୍କୁ ଗିରଫ କରିଛି। ସେମାନଙ୍କୁ ଥାନାରେ ପଚରାଉଚରା କରାଯାଉଛି। ପୂର୍ବ ଶତ୍ରୁତାକୁ ନେଇ ଛୁରାମାଡ଼ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ବୋଲି ଏସ୍‌ପି କନଓ୍ବର ବିଶାଲ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?