୫ ଓଡ଼ିଆଙ୍କୁ ପଦ୍ମଶ୍ରୀ
ଭୁବନେଶ୍ୱର, ୨୨।୩(ବ୍ୟୁରୋ):ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୫ଜଣ ଓଡ଼ିଆଙ୍କୁ ଦେଶରେ ମର୍ଯ୍ୟାଦାଜନକ ପଦ୍ମଶ୍ରୀ ମିଳିଛି। ସମାଜସେବା କ୍ଷେତ୍ରରେ ସମାଜ ସଂସ୍କାରକ ତଥା ବିଶିଷ୍ଟ ପ୍ରବଚକ ଶ୍ରୀମଦ୍ ବାବା ବଳିଆ, ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ପ୍ରଫେସର ଡ. ଆଦିତ୍ୟ…
ପ୍ରସ୍ତୁତି ଶେଷ: ନିୟୋଜିତ ହେବେ ୨୨ ହଜାର ପୋଲିଂ କର୍ମଚାରୀ
ଭୁବନେଶ୍ୱର,୨୨ା୩(ବ୍ୟୁରୋ):ଆସନ୍ତା ୨୪ ତାରିଖରେ ୧୦୬ ପୌରସଂସ୍ଥା ଓ ୩ ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ। ସକାଳ ୮ଟାରୁ ଅପରାହ୍ନ ୫ଟା ମଧ୍ୟରେ ଭୋଟଗ୍ରହଣ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସୋମବାର ଖବରଦାତା ସମ୍ମିଳନୀରେ ରାଜ୍ୟ ନିର୍ବାଚନ…
ଏପ୍ରିଲରୁ ସ୍କୁଲ୍ରେ ମଧ୍ୟାହ୍ନଭୋଜନ
ଭୁବନେଶ୍ୱର, ୨୨ା୩(ବ୍ୟୁରୋ):ରାଜ୍ୟର ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ (ଏମ୍ଡିଏମ୍) ଦିଆଯିବ। ଏପ୍ରିଲରୁ ଏମ୍ଡିଏମ୍ ଆରମ୍ଭ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ଯୋଗୁ ସ୍କୁଲଗୁଡ଼ିକ ବନ୍ଦ ରହିଥିଲା। ତେଣୁ ୨୦୨୦ ମାର୍ଚ୍ଚରୁ ସ୍କୁଲରେ…
୨୫ରୁ ଆହୁରି ବଢ଼ିବ ତାତି ୪୪ ଡିଗ୍ରୀକୁ ଛୁଇଁବ ପାରଦ
ଭୁବନେଶ୍ୱର,୨୨ା୩(ବ୍ୟୁରୋ):ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଛି। ପାରଦ ୪୦ ଡିଗ୍ରୀ ସେଲସିୟସକୁ ଟପିଗଲାଣି। ଆସନ୍ତା ୨୫ ତାରିଖରୁ ସମଗ୍ର ରାଜ୍ୟ ଆହୁରି ଉତ୍ତପ୍ତ ହେବ। ଦିନର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀକୁ ଛୁଇଁବ। ଉପକୂଳରୁ ଉପାନ୍ତ ସବୁଠି ତାତିର ପ୍ରକୋପ ବୃଦ୍ଧି…
ଆନ୍ଧ୍ର ଆବେଦନକାରୀଙ୍କ ପିଟିଶନ ଖାରଜ
ନୂଆଦିଲ୍ଲୀ, ୨୨।୩:କୋରାପୁଟ ଜିଲାର ବିବାଦୀୟ କୋଟିଆର ୨୧ଟି ଗ୍ରାମକୁ ଆନ୍ଧ୍ରପ୍ରଦେଶର ବୋଲି ଘୋଷଣା କରିବା ସହ ସେଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ କରାଯାଇଥିବା ପଞ୍ଚାୟତ ନିର୍ବାଚନକୁ ଅସିଦ୍ଧ ଘୋଷଣା ସକାଶେ ଆନ୍ଧ୍ର ସମର୍ଥିତ ୫ ସରପଞ୍ଚ ଦାୟର କରିଥିବା ଆବେଦନକୁ ସୁପ୍ରିମକୋର୍ଟ…
୨୫ରୁ ଆହୁରି କଲବଲ କରିବ ତାତି ୪୪ ଡିଗ୍ରୀକୁ ଛୁଇଁବ ପାରଦ
ଭୁବନେଶ୍ୱର,୨୧ା୩(ବ୍ୟୁରୋ)-ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଛି। ପାରଦ ୪୦ ଡିଗ୍ରୀ ସେଲସିୟସକୁ ଟପିଗଲାଣି। ଆସନ୍ତା ୨୫ ତାରିଖରୁ ସମଗ୍ର ରାଜ୍ୟ ଆହୁରି ଉତ୍ତପ୍ତ ହେବ। ଦିନର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀକୁ ଛୁଇଁବ। ଉପକୂଳରୁ ଉପାନ୍ତ ସବୁଠି ତାତିର ପ୍ରକୋପ ବୃଦ୍ଧି…
ମେମୋରୀ ଚିପ୍ରେ ରହିଛି ମାନସଙ୍କ ହତ୍ୟା ରହସ୍ୟ
ଚାନ୍ଦବାଲି,୨୧।୩(ଡି.ଏନ୍.ଏ.): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ଓ ତାଙ୍କର ଜଣେ ସହଯୋଗୀ ଏବେ ବି ଫେରାର ଅଛନ୍ତି। ଏକ ଭିଡିଓ କ୍ଲିପ୍ ପାଇଁ ମାନସଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ପୋଲିସ ଜାଣିବାକୁ…
କ୍ୟାମେରାମ୍ୟାନ ମାନସ ହତ୍ୟାମାମଲା: ପୂର୍ବତନ ପ୍ରଶାସନିକ ଅଧିକାରୀ ଗିରଫ
ଚାନ୍ଦବାଲି,୨୧।୩(ଡି.ଏନ୍.ଏ.): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଗୁମର ଦିନକୁ ଦିନ ଫିଟିବାରେ ଲାଗିଛି। ସୋମବାର ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଅବସର ପ୍ରାପ୍ତ…
କୋରାପୁଟ ଗସ୍ତରେ ପୋଲିସ ଡିଜି
କୋରାପୁଟ,୨୧।୩(ଡି.ଏନ୍.ଏ.) : କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନିଲ କୁମାର ବଂଶଲ। ଡିଜିଙ୍କ ସହ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ, ଗୁଇନ୍ଦା ବିଭାଗ, ଆଇଜି ଅପରେସନ ଓ ଆଇଜି ଇଣ୍ଟିଲେଜେନସି ଅଧିକାରୀ ମଧ୍ୟ କୋରାପୁଟ ଗସ୍ତରେ ଅଛନ୍ତି। ପୋଲିସ ଡିଜି ଦକ୍ଷିଣ…
ପୌର ନିର୍ବାଚନ: ସଂଧ୍ୟା ୫ଟା ଯାଏ ହେବ ଭୋଟ ଗ୍ରହଣ
ଭୁବନେଶ୍ୱର,୨୧।୩(ବ୍ୟୁରୋ) : ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି। ଆସନ୍ତା ୨୪ ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏ ହେବ ଭୋଟ ଗ୍ରହଣ । ୨୨ ତାରିଖ ସଂଧ୍ୟା ୫ଟାରେ ସୁଦ୍ଧା ପ୍ରଚାର ସରିବ । ପୌର ନିର୍ବାଚନ ପାଇଁ…
ଏ ବର୍ଷ ବି ହେବନି ପ୍ରସିଦ୍ଧ ଚଡକ ମେଳା
ବାଲେଶ୍ୱର ଅଫିସ,୨୧।୩: ଚଳିତ ବର୍ଷ ବି ହେବନି ବାଲେଶ୍ୱରର ପ୍ରସିଦ୍ଧ ଚଡକ ମେଳା। କୋଭିଡ୍ କଟକଣା ପାଇଁ ଏଥର ଚଡକ ମେଳା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। କେବଳ ନୀତିକାନ୍ତି ପାଳନ ହେବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି।
ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ
ଛତ୍ରପୁର,୨୧ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରରେ ବିଜେଡି ପକ୍ଷରୁ ଭିନ୍ନ ଢଙ୍ଗରେ ନିର୍ବାଚନୀ ପ୍ରଚାର କରାଯାଇଛି। ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ, କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କ ନିମନ୍ତେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡଃ.ଗୋପବନ୍ଧୁ ଦାସ ଓ ସ୍ଥାନୀୟ ବିଧାୟକ ସୁବାସ…
Archives


