୯ ମାସରେ ୧୧ କୋଟି ଖର୍ଚ୍ଚ, ଦୁର୍ଘଟଣା କମୁନି

ଯାଜପୁର ଅଫିସ,୪ା୭: ପ୍ରତିବର୍ଷ ମୋଟରଯାନ(ଏମ୍‌ଭି) ମାମଲାରେ ଆଦାୟ ହେଉଥିବା ଜରିମାନାରୁ ୨୦% ଅର୍ଥ ବିଭିନ୍ନ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମରେ ବିନିଯୋଗ କରାଯାଉଛି। ଏହି କ୍ରମରେ ୨୦୨୧ ସେପ୍ଟେମ୍ବର ୧ରୁ ୨୦୨୨ ମେ ୩୧ ପର୍ଯ୍ୟନ୍ତ ୧୧ କୋଟି ୪ ଲକ୍ଷ ୬୬ ହଜାର ୧୩୯ ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ବିନିଯୋଗ ଅର୍ଥକୁ ଫଣ୍ଡ ମ୍ୟାନେଜମେଣ୍ଟ କମିଟି ପକ୍ଷରୁ ମଞ୍ଜୁର କରାଯାଇଛି। ହେଲେ ଓଡ଼ିଶାର ସିଆଇଡି ଓ କ୍ରାଇମବ୍ରାଞ୍ଚର ରିପୋର୍ଟ ଅନୁଯାୟୀ ରାଜ୍ୟରେ ୨୦୨୦ ଅପେକ୍ଷା ୨୦୨୧ରେ ଦୁର୍ଘଟଣା ଜନିତ ମୃତ୍ୟୁହାର ୭.୨୪% ବୃଦ୍ଧି ପାଇଛି। ୨୦୨୦ରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୪୭୩୮ ରହିଥିଲାବେଳେ ୨୦୨୧ରେ ତାହା ୫୦୮୧ରେ ପହଞ୍ଚିଛି। ତେଣୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ କାହିଁକି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି ସେ ନେଇ ଗତ ଏପ୍ରିଲରେ ଜବାବ ତଲବ ହୋଇଥିଲା। ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ଓଡ଼ିଶାରେ ୨୦୨୦ ସୁଦ୍ଧା ସଡ଼କ ଦୁର୍ଘଟଣାର ମୃତ୍ୟୁହାରକୁ ୫୦ପ୍ରତିଶତ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଓଡ଼ିଶାରେ ୨୦୧୪ରୁ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୯%କୁ ବୃଦ୍ଧି ଘଟିଛି। ଏଥିରୁ ଉପରୋକ୍ତ ବିପୁଳ ଅର୍ଥର ଠିକ ବିନିଯୋଗ ଏବଂ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପରିବହନ ବିଭାଗ ପକ୍ଷରୁ ଆରଟିଓ ଏବଂ ପୋଲିସ ବିଭାଗକୁ ୩୧ା୧ା୨୦୨୨ରେ ୧ ମାସ ପାଇଁ ସ୍ପେଶାଲ ଏନ୍‌ଫୋର୍ସମେଣ୍ଟ ଚଢାଉ କରି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଚଢାଉ ସୁଚାରୁରୂପେ ସମ୍ପାଦନ ହୋଇ ପାରି ନ ଥିଲା। ତେଣୁ ଏପ୍ରିଲ ୧ରୁ ଚଢାଉ ଅଭିଯାନରେ ତତ୍ପରତା ପ୍ରକାଶ କରିବାକୁ ପରିବହନ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଥିଲେ, ଯାହାକି ଏଯାଏ ମନ୍ଥର ଗତିରେ ଚାଲିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ସଡ଼କ ସୁରକ୍ଷା ବାବଦ ବିଭିନ୍ନ ସାମଗ୍ରୀ କିଣିବାକୁ ପୁରୀ ଜିଲା ପାଇଁ ୩୦ ଲକ୍ଷ, ରାୟଗଡ଼ା ପାଇଁ ୩୨.୨୨ ଲକ୍ଷ, ଝାରସୁଗୁଡ଼ା ୮.୯୩ ଲକ୍ଷ, ନବରଙ୍ଗପୁର ୧୦ ଲକ୍ଷ, କମିଶନରେଟ ପୋଲିସ ପାଇଁ ୮୯.୭୧ ଲକ୍ଷ, ସୁବର୍ଣ୍ଣପୁର ଜିଲା ପାଇଁ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସେହିପରି ଅନୁଗୋଳ ଜିଲାରେ ହାଇମାକ୍ସ ଲାଇନ ସ୍ଥାପନ, ଟ୍ରାଫିକ ସିଗ୍‌ନାଲ, ବ୍ୟାରିକେଡ ଇତ୍ୟାଦି ପାଇଁ ୧ କୋଟି ୯୯ ଲକ୍ଷ ୫୩ ହଜାର ୫୨୦ ଟଙ୍କା ମଞ୍ଜୁର କରିବାକୁ ପ୍ରସ୍ତାବ ଦିଆଯାଇଛି। ପରିବହନ ସଚିବଙ୍କୁ ଏହି ଅର୍ଥ ରିଲିଜ କରିବା ପୂର୍ବରୁ ଆବଶ୍ୟକ ସ୍ପଷ୍ଟୀକରଣ ମାଗିବାକୁ ନିର୍ଦ୍ଦେଶ ହୋଇଛି। କ୍ରାଇମ୍‌ବ୍ରାଞ୍ଚ ଆଇଜି ପକ୍ଷରୁ ୯୨ଟି ସ୍ପୀଡ୍‌ ଲେଜର ଗନ, ୪୦୪ଟି ବ୍ରେଥ୍‌ ଆନାଲାଇଜର, ୪୪୩ଟି ଇ-ଚାଲାଣ ଡିଭାଇସ୍‌, ୫୬୧ଟି ବଡି ୱର୍ନ କ୍ୟାମେରା ଆଦି କିଣିବାକୁ ୧୬.୨୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ଏହାସହ ଡିଏମ୍‌ଇଟି, ଅଗ୍ନିଶମ ବିଭାଗ ଆଦି ପକ୍ଷରୁ ମଧ୍ୟ ପ୍ରସ୍ତାବ ଗୃହୀତ ହୋଇଛି। ୨୦୨୧ ସେପେମ୍ବରରୁ ୨୦୨୨ ମେ ପର୍ଯ୍ୟନ୍ତ ସଚେତନତା ପାଇଁ ଖବରକାଗଜ ବିଜ୍ଞାପନରେ ୯.୮୭ ଲକ୍ଷ ଟଙ୍କା, ସଡ଼କ ସୁରକ୍ଷାରେ ନିୟୋଜିତ ଗାଡ଼ି ପାଇଁ ୩.୪୬ ଲକ୍ଷ ଟଙ୍କା, ଦୁର୍ଘଟଣା ତଦନ୍ତରେ ୭ ଲକ୍ଷ, ଦିଶା ପ୍ରକଳ୍ପ ବିକାଶରେ ୩.୪୧ କୋଟି, ଦିଶା ପ୍ରକଳ୍ପରେ ବିଦ୍ୟୁତ୍‌ ସଂଯୋଗ ୬୭.୭୭ ଲକ୍ଷ, ଆଇଟି ସାମଗ୍ରୀ ୩.୪ ଲକ୍ଷ, ୩୫ ଆରଟିଓ ପାଇଁ ରାଜପଥରେ ନିୟୋଜିତ ଗାଡ଼ି ମରାମତି ଖର୍ଚ୍ଚରେ ୧.୪୧ କୋଟି, ସିକ୍ୟୁରିଟି ଗାର୍ଡ ବାବଦକୁ ୧.୨୦ କୋଟି, ପ୍ରଥମ ରେସପଣ୍ଡର ତାଲିମ କାର୍ଯ୍ୟକ୍ରମରେ ୪୪.୭୪ ଲକ୍ଷ, ପୁରୀ, କୋରାପୁଟ ଓ ଅନୁଗୋଳ ଜିଲାରେ ଟ୍ରାଫିକ ସାମଗ୍ରୀ କିଣା ବାବଦକୁ ୧୩.୬ ଲକ୍ଷ, ଭୁବନେଶ୍ୱର କମିଶନର ପୋଲିସ ଅଧୀନରେ ଛାତ୍ର ଟ୍ରାଫିକ ସ୍ବେଚ୍ଛାସେବୀ ଓ ଟ୍ରାଫିକ ଟ୍ରେନିଂ ପାର୍କ ବାବଦକୁ ୫୯.୭୮ ଲକ୍ଷ, ସଡ଼କ ସୁରକ୍ଷା ସାମଗ୍ରୀ କିଣାରେ ୪୫.୪୫ ଲକ୍ଷ, ୨୩ ଇଣ୍ଟରସେପ୍ଟର ଭେହିକିଲ ନିମନ୍ତେ ୧.୪୬ କୋଟି ଟଙ୍କା ଏପରିଭାବେ ୧୧.୪ କୋଟି ଖର୍ଚ୍ଚ କରାଯାଇଛି। ତଥାପି ଦୁର୍ଘଟଣା କମିବା ପରିବର୍ତ୍ତେ ବୃଦ୍ଧି ପାଉଥିବା ବିଡମ୍ବନା ବୋଲି ମତପ୍ରକାଶ ପାଇଛି। ରାଜ୍ୟର ୧୬ ନଂ, ୫୩ ନଂ., ୨୦ ନଂ. ଆଦି ଜାତୀୟ ରାଜପଥ କଡ଼ରେ ବେଆଇନ ଭାବେ ପାର୍କିଂ ଏବଂ ଓଭରଲୋଡିଂ ଦୁର୍ଘଟଣାର ପ୍ରମୁଖ କାରଣ ହୋଇଛି। ଗତ ମେ ୩୧ରେ ୧୬ ନଂ. ଜାତୀୟ ରାଜପଥ ବଡ଼ଚଣା ନିକଟରେ ବେଆଇନ ପାର୍କିଂ କରିଥିବା ଏକ ସିମେଣ୍ଟ ବୋଝେଇ ଓଭରଲୋଡିଂ ଗାଡି ପଛରେ ପିଟି ହୋଇ ଆମ୍ବୁଲାନ୍ସରେ ଥିବା ୩ ଜଣଙ୍କ ଅକାଳ ମୃତ୍ୟୁ ହୋଇଥିଲା। ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଛି। ସମ୍ପୃକ୍ତ ସିମେଣ୍ଟ କମ୍ପାନୀକୁ ତଦନ୍ତରୁ ବାଦ ଦିଆଯାଇଛି। ଏଭଳି ପ୍ରିୟାପ୍ରୀତି ଚାଲିଥିଲେ ଯେତେ ଟଙ୍କା ବିନିଯୋଗ ହେଲେ ବି ଦୁର୍ଘଟଣା ହ୍ରାସ ଅସମ୍ଭବ ବୋଲି ମତପ୍ରକାଶ ପାଇଛି। ତେବେ ଏହିକ୍ରମରେ ରାଜ୍ୟ ପରିବହନ ବିଭାଗର ଯୁଗ୍ମ ସଚିବ କିଶୋର ଚନ୍ଦ୍ର ଦାସ ୯ା୬ା୨୦୨୨ରେ ଅନୁଷ୍ଠିତ ସଡ଼କ ସୁରକ୍ଷା ପାଣ୍ଠି ପରିଚାଳନା ବୈଠକର ନିଷ୍ପତ୍ତିଗୁଡିକର କାର୍ଯ୍ୟାନ୍ବୟନ ପାଇଁ ବୁଧବାର ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ଇଞ୍ଜିନ ସରକାର କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଝାରସୁଗୁଡ଼ା,୨୪ା୪ (ସଞ୍ଜୟ ମାଲି):ଝାରସୁଗୁଡା ଜିଲା ଲଇକେରା ବ୍ଲକରେ ମଙ୍ଗଳବାର ଭାଜପା ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଲଇକେରା ବିଜେଡି ମହିଳା ନେତ୍ରୀ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri