୯ ମାସରେ ୧୧ କୋଟି ଖର୍ଚ୍ଚ, ଦୁର୍ଘଟଣା କମୁନି

ଯାଜପୁର ଅଫିସ,୪ା୭: ପ୍ରତିବର୍ଷ ମୋଟରଯାନ(ଏମ୍‌ଭି) ମାମଲାରେ ଆଦାୟ ହେଉଥିବା ଜରିମାନାରୁ ୨୦% ଅର୍ଥ ବିଭିନ୍ନ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମରେ ବିନିଯୋଗ କରାଯାଉଛି। ଏହି କ୍ରମରେ ୨୦୨୧ ସେପ୍ଟେମ୍ବର ୧ରୁ ୨୦୨୨ ମେ ୩୧ ପର୍ଯ୍ୟନ୍ତ ୧୧ କୋଟି ୪ ଲକ୍ଷ ୬୬ ହଜାର ୧୩୯ ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ବିନିଯୋଗ ଅର୍ଥକୁ ଫଣ୍ଡ ମ୍ୟାନେଜମେଣ୍ଟ କମିଟି ପକ୍ଷରୁ ମଞ୍ଜୁର କରାଯାଇଛି। ହେଲେ ଓଡ଼ିଶାର ସିଆଇଡି ଓ କ୍ରାଇମବ୍ରାଞ୍ଚର ରିପୋର୍ଟ ଅନୁଯାୟୀ ରାଜ୍ୟରେ ୨୦୨୦ ଅପେକ୍ଷା ୨୦୨୧ରେ ଦୁର୍ଘଟଣା ଜନିତ ମୃତ୍ୟୁହାର ୭.୨୪% ବୃଦ୍ଧି ପାଇଛି। ୨୦୨୦ରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୪୭୩୮ ରହିଥିଲାବେଳେ ୨୦୨୧ରେ ତାହା ୫୦୮୧ରେ ପହଞ୍ଚିଛି। ତେଣୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ କାହିଁକି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି ସେ ନେଇ ଗତ ଏପ୍ରିଲରେ ଜବାବ ତଲବ ହୋଇଥିଲା। ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ଓଡ଼ିଶାରେ ୨୦୨୦ ସୁଦ୍ଧା ସଡ଼କ ଦୁର୍ଘଟଣାର ମୃତ୍ୟୁହାରକୁ ୫୦ପ୍ରତିଶତ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଓଡ଼ିଶାରେ ୨୦୧୪ରୁ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୯%କୁ ବୃଦ୍ଧି ଘଟିଛି। ଏଥିରୁ ଉପରୋକ୍ତ ବିପୁଳ ଅର୍ଥର ଠିକ ବିନିଯୋଗ ଏବଂ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପରିବହନ ବିଭାଗ ପକ୍ଷରୁ ଆରଟିଓ ଏବଂ ପୋଲିସ ବିଭାଗକୁ ୩୧ା୧ା୨୦୨୨ରେ ୧ ମାସ ପାଇଁ ସ୍ପେଶାଲ ଏନ୍‌ଫୋର୍ସମେଣ୍ଟ ଚଢାଉ କରି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଚଢାଉ ସୁଚାରୁରୂପେ ସମ୍ପାଦନ ହୋଇ ପାରି ନ ଥିଲା। ତେଣୁ ଏପ୍ରିଲ ୧ରୁ ଚଢାଉ ଅଭିଯାନରେ ତତ୍ପରତା ପ୍ରକାଶ କରିବାକୁ ପରିବହନ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଥିଲେ, ଯାହାକି ଏଯାଏ ମନ୍ଥର ଗତିରେ ଚାଲିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ସଡ଼କ ସୁରକ୍ଷା ବାବଦ ବିଭିନ୍ନ ସାମଗ୍ରୀ କିଣିବାକୁ ପୁରୀ ଜିଲା ପାଇଁ ୩୦ ଲକ୍ଷ, ରାୟଗଡ଼ା ପାଇଁ ୩୨.୨୨ ଲକ୍ଷ, ଝାରସୁଗୁଡ଼ା ୮.୯୩ ଲକ୍ଷ, ନବରଙ୍ଗପୁର ୧୦ ଲକ୍ଷ, କମିଶନରେଟ ପୋଲିସ ପାଇଁ ୮୯.୭୧ ଲକ୍ଷ, ସୁବର୍ଣ୍ଣପୁର ଜିଲା ପାଇଁ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସେହିପରି ଅନୁଗୋଳ ଜିଲାରେ ହାଇମାକ୍ସ ଲାଇନ ସ୍ଥାପନ, ଟ୍ରାଫିକ ସିଗ୍‌ନାଲ, ବ୍ୟାରିକେଡ ଇତ୍ୟାଦି ପାଇଁ ୧ କୋଟି ୯୯ ଲକ୍ଷ ୫୩ ହଜାର ୫୨୦ ଟଙ୍କା ମଞ୍ଜୁର କରିବାକୁ ପ୍ରସ୍ତାବ ଦିଆଯାଇଛି। ପରିବହନ ସଚିବଙ୍କୁ ଏହି ଅର୍ଥ ରିଲିଜ କରିବା ପୂର୍ବରୁ ଆବଶ୍ୟକ ସ୍ପଷ୍ଟୀକରଣ ମାଗିବାକୁ ନିର୍ଦ୍ଦେଶ ହୋଇଛି। କ୍ରାଇମ୍‌ବ୍ରାଞ୍ଚ ଆଇଜି ପକ୍ଷରୁ ୯୨ଟି ସ୍ପୀଡ୍‌ ଲେଜର ଗନ, ୪୦୪ଟି ବ୍ରେଥ୍‌ ଆନାଲାଇଜର, ୪୪୩ଟି ଇ-ଚାଲାଣ ଡିଭାଇସ୍‌, ୫୬୧ଟି ବଡି ୱର୍ନ କ୍ୟାମେରା ଆଦି କିଣିବାକୁ ୧୬.୨୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ଏହାସହ ଡିଏମ୍‌ଇଟି, ଅଗ୍ନିଶମ ବିଭାଗ ଆଦି ପକ୍ଷରୁ ମଧ୍ୟ ପ୍ରସ୍ତାବ ଗୃହୀତ ହୋଇଛି। ୨୦୨୧ ସେପେମ୍ବରରୁ ୨୦୨୨ ମେ ପର୍ଯ୍ୟନ୍ତ ସଚେତନତା ପାଇଁ ଖବରକାଗଜ ବିଜ୍ଞାପନରେ ୯.୮୭ ଲକ୍ଷ ଟଙ୍କା, ସଡ଼କ ସୁରକ୍ଷାରେ ନିୟୋଜିତ ଗାଡ଼ି ପାଇଁ ୩.୪୬ ଲକ୍ଷ ଟଙ୍କା, ଦୁର୍ଘଟଣା ତଦନ୍ତରେ ୭ ଲକ୍ଷ, ଦିଶା ପ୍ରକଳ୍ପ ବିକାଶରେ ୩.୪୧ କୋଟି, ଦିଶା ପ୍ରକଳ୍ପରେ ବିଦ୍ୟୁତ୍‌ ସଂଯୋଗ ୬୭.୭୭ ଲକ୍ଷ, ଆଇଟି ସାମଗ୍ରୀ ୩.୪ ଲକ୍ଷ, ୩୫ ଆରଟିଓ ପାଇଁ ରାଜପଥରେ ନିୟୋଜିତ ଗାଡ଼ି ମରାମତି ଖର୍ଚ୍ଚରେ ୧.୪୧ କୋଟି, ସିକ୍ୟୁରିଟି ଗାର୍ଡ ବାବଦକୁ ୧.୨୦ କୋଟି, ପ୍ରଥମ ରେସପଣ୍ଡର ତାଲିମ କାର୍ଯ୍ୟକ୍ରମରେ ୪୪.୭୪ ଲକ୍ଷ, ପୁରୀ, କୋରାପୁଟ ଓ ଅନୁଗୋଳ ଜିଲାରେ ଟ୍ରାଫିକ ସାମଗ୍ରୀ କିଣା ବାବଦକୁ ୧୩.୬ ଲକ୍ଷ, ଭୁବନେଶ୍ୱର କମିଶନର ପୋଲିସ ଅଧୀନରେ ଛାତ୍ର ଟ୍ରାଫିକ ସ୍ବେଚ୍ଛାସେବୀ ଓ ଟ୍ରାଫିକ ଟ୍ରେନିଂ ପାର୍କ ବାବଦକୁ ୫୯.୭୮ ଲକ୍ଷ, ସଡ଼କ ସୁରକ୍ଷା ସାମଗ୍ରୀ କିଣାରେ ୪୫.୪୫ ଲକ୍ଷ, ୨୩ ଇଣ୍ଟରସେପ୍ଟର ଭେହିକିଲ ନିମନ୍ତେ ୧.୪୬ କୋଟି ଟଙ୍କା ଏପରିଭାବେ ୧୧.୪ କୋଟି ଖର୍ଚ୍ଚ କରାଯାଇଛି। ତଥାପି ଦୁର୍ଘଟଣା କମିବା ପରିବର୍ତ୍ତେ ବୃଦ୍ଧି ପାଉଥିବା ବିଡମ୍ବନା ବୋଲି ମତପ୍ରକାଶ ପାଇଛି। ରାଜ୍ୟର ୧୬ ନଂ, ୫୩ ନଂ., ୨୦ ନଂ. ଆଦି ଜାତୀୟ ରାଜପଥ କଡ଼ରେ ବେଆଇନ ଭାବେ ପାର୍କିଂ ଏବଂ ଓଭରଲୋଡିଂ ଦୁର୍ଘଟଣାର ପ୍ରମୁଖ କାରଣ ହୋଇଛି। ଗତ ମେ ୩୧ରେ ୧୬ ନଂ. ଜାତୀୟ ରାଜପଥ ବଡ଼ଚଣା ନିକଟରେ ବେଆଇନ ପାର୍କିଂ କରିଥିବା ଏକ ସିମେଣ୍ଟ ବୋଝେଇ ଓଭରଲୋଡିଂ ଗାଡି ପଛରେ ପିଟି ହୋଇ ଆମ୍ବୁଲାନ୍ସରେ ଥିବା ୩ ଜଣଙ୍କ ଅକାଳ ମୃତ୍ୟୁ ହୋଇଥିଲା। ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଛି। ସମ୍ପୃକ୍ତ ସିମେଣ୍ଟ କମ୍ପାନୀକୁ ତଦନ୍ତରୁ ବାଦ ଦିଆଯାଇଛି। ଏଭଳି ପ୍ରିୟାପ୍ରୀତି ଚାଲିଥିଲେ ଯେତେ ଟଙ୍କା ବିନିଯୋଗ ହେଲେ ବି ଦୁର୍ଘଟଣା ହ୍ରାସ ଅସମ୍ଭବ ବୋଲି ମତପ୍ରକାଶ ପାଇଛି। ତେବେ ଏହିକ୍ରମରେ ରାଜ୍ୟ ପରିବହନ ବିଭାଗର ଯୁଗ୍ମ ସଚିବ କିଶୋର ଚନ୍ଦ୍ର ଦାସ ୯ା୬ା୨୦୨୨ରେ ଅନୁଷ୍ଠିତ ସଡ଼କ ସୁରକ୍ଷା ପାଣ୍ଠି ପରିଚାଳନା ବୈଠକର ନିଷ୍ପତ୍ତିଗୁଡିକର କାର୍ଯ୍ୟାନ୍ବୟନ ପାଇଁ ବୁଧବାର ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?