ରାଜ୍ୟ

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଦୁର୍ନୀତି

ଭଞ୍ଜନଗର,୨୨।୮(ଡି.ଏନ.ଏ): ରାଜ୍ୟରେ ଅଫିସର ରାଜ ଚାଲିଛି । ନେତା ମନ୍ତ୍ରୀଙ୍କ କଥା ଅଫିସରମାନେ ଶୁଣୁନାହାନ୍ତି। ଏ ନେଇ ବିଭିନ୍ନ ସମୟରେ ବିରୋଧି ଦଳର ନେତାମାନେ ଅଭିଯୋଗ କରୁଛନ୍ତି । ଏନେଇ ଶାସକଦଳର ନେତାମାନେ ଖୋଲାଖୋଲି ଭାବେ କହିବାକୁ ସଙ୍କୋଚ କରୁଥିଲେ ମଧ୍ୟ…

୪ବ୍ଲକରେ ୪ ଲକ୍ଷ ଜଳବନ୍ଦୀ

ଭୋଗରାଇ,୨୨ା୮(ଡିି. ଏନ.ଏ.): ସୁବର୍ଣ୍ଣରେଖା ଉପର ମୁଣ୍ଡରେ ଲଘୁଚାପ ଜନିତ ଭୀଷଣ ବର୍ଷା ହେବାରୁ ଚାନ୍ଦିଲି ଡ୍ୟାମ ସହିତ ବିଭିନ୍ନ ଜଳାଧାରରେ ବର୍ଷା ପାଣି ପରିପୂର୍ଣ ହୋଇଛି। ଏଭଳି ସ୍ଥିତିରେ ଚାନ୍ଦିଲି ଓ ଗାଲୁଡ଼ିହି ଡ୍ୟାମ୍‌ରୁ ୧୮ଟି ଗେଟ ଖୋଲାଯାଇ ବର୍ଷାଜଳ ନିଷ୍କାସିତ…

ସୁବର୍ଣ୍ଣରେଖାରେ ବନ୍ୟା: ୩ ବ୍ଲକ ଜଳମଗ୍ନ

ବାଲେଶ୍ୱର ଅଫିସ,୨୨ା୮: ବାଲେଶ୍ୱର ଜିଲାରେ ପ୍ରବାହିତ ସୁବର୍ଣ୍ଣରେଖାରେ ବନ୍ୟା ଆସିଛି। ଫଳରେ ବାଲିଆପାଳ, ଭୋଗରାଇ, ଜଳେଶ୍ୱର ବ୍ଲକର ସମସ୍ତ ଅଞ୍ଚଳ ଜଳବନ୍ଦୀ। ରବିବାର ରାତି ୩ରୁ ୧୧.୯୦ ମିଟର, ସୋମବାର ୯ଟା ସମୟ ପର୍ଯ୍ୟନ୍ତ ସ୍ଥିର ରହିଛି। ମଧ୍ୟାହ୍ନ ୧୨ଟା ସୁଦ୍ଧା…

କଚ୍ଛପ ଗତିରେ ୨୯ ମେଗା ପାଣି ପ୍ରକଳ୍ପ

ଯାଜପୁର ଅଫିସ,୨୨ା୮: ରାଜ୍ୟର ୬ ଖଣି ପ୍ରଭାବିତ ଜିଲାରେ ଓଏମ୍‌ବିଏଡିସିି (ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ପାଣ୍ଠିରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୯ଟି ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ କଚ୍ଛପ ଗତିରେ ଚାଲିଛି। ଏଥିରେ ନିୟୋଜିତ ଅଣଓଡ଼ିଆ…

ବନ୍ୟାରେ ଜିଲା କୃଷି ଅର୍ଥନୀତି ବିପନ୍ନ

କେନ୍ଦ୍ରାପଡ଼ା ଅଫିସ,୨୨ା୮: ମହାନଦୀରେ ବନ୍ୟା ପାଣି କେନ୍ଦ୍ରାପଡ଼ା ଜିଲାର କୃଷି ଅର୍ଥନୀତିକୁ ବିପନ୍ନ କରି ଦେଇଛି। ଜିଲାର ୭ ବ୍ଲକର ୪୧ ପଞ୍ଚାୟତରେ ବନ୍ୟାଜଳ ଜମି ରହି ଖରିଫ ଚାଷ, ପନିପରିବା ଫସଲକୁ ଉଜାଡି ଦେଇଛି। ଏବେ ସୁଦ୍ଧା ବନ୍ୟା ପ୍ରଭାବିତ…

ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଲା ବନ୍ୟା

ଜଗତ୍‌ସିଂହପୁର ଅଫିସ,୨୨ା୮: ଜଗତ୍‌ସିଂହପୁର ଜିଲାରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଅମଳ ବେଳେ ପ୍ରାକୃତିକ ବିପତ୍ତି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ବିଭିନ୍ନ ମାଧ୍ୟମରେ ଏପରି କି କରଜ କରି ଅନେକ ଚାଷୀ…

ଘରୋଇ ଡଙ୍ଗାରେ ପୁଣି ଯାତ୍ରୀ ପରିବହନ

ମହାକାଳପଡ଼ା, ୨୨ା୮ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀ ବାହାକୁଦ ଘାଟରୁ ପାରାଦୀପ ମୂଷାଡିଆ ଫେରି ଘାଟରେ ଗତ ୧୬ ତାରିଖରୁ ରାମନଗର ପଞ୍ଚାୟତ ପକ୍ଷରୁ ମହାନଦୀରେ ବନ୍ୟା ଯୋଗୁ ଡଙ୍ଗା ଚଳାଚଳକୁ ବନ୍ଦ କରାଯାଇଥିଲା। ପୁଣି ନିର୍ଦ୍ଦେଶ ନ…

କମୁଛି ସଂକ୍ରମଣ: ଆଜି ରାଜ୍ୟରୁ ୨୦୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି। ସୋମବାର ରାଜ୍ୟରୁ ୨୦୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୫,୨୬୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ…

ବଢୁଛି ବ୍ରାହ୍ମଣୀ, ଖରସ୍ରୋତା

ରସୁଲପୁର/ଧର୍ମଶାଳା, ୨୨ା୮(ଡି.ଏନ.ଏ.): poରସୁଲପୁର ବ୍ଲକର ଉତ୍ତର ସୀମାରେ ଖରସ୍ରୋତା ଓ ଦକ୍ଷିଣ ସୀମାରେ ପ୍ରବାହିତ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ରେଙ୍ଗାଳି ଡ୍ୟାମର ଉପର ମୁଣ୍ଡରେ ଅଧିକ ବର୍ଷା ହୋଇଛି। ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ଏହି ଡ୍ୟାମରୁ ଗୋଟିଏ…

ମରାମତି ଘାଇ ଭାଙ୍ଗିଲା

ଯାଜପୁର ଅଫିସ,୨୨ା୮: ବୈତରଣୀ ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ଜଳପତନ ବୃଦ୍ଧି ପାଇବାରେ ଲାଗିଛି। ଆଖୁଆପଦା ଠାରେ ବିପଦସଙ୍କେତ ୧୭.୮୩ ମିଟର ରହିଥିବାବେଳେ ସେଠାରେ ରବିବାର ସନ୍ଧ୍ୟା ସୁଦ୍ଧା ୧୮.୯୩…

ମାଟ୍ରିକ୍‌ ମାର୍କଶିଟ୍‌ ପାଇଁ ଟଙ୍କା ଆଦାୟ ଘଟଣା: ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଗୋପ,୨୨।୮(ଡି.ଏନ୍‌.ଏ.): ଗୋପ ବ୍ଲକ ଦିହୁଡା ନୀଳକଣ୍ଠେଶ୍ୱର ନୋଡାଲ ସ୍କୁଲରେ ଶନିବାର ମାଟ୍ରିକ୍‌ ମାର୍କଶିଟ୍‌ ପାଇଁ ଟଙ୍କା ନିଆଯାଇଥିଲା। ଏଥିସହ ୯ମ ଶ୍ରେଣୀ ପିଲାଙ୍କଠାରୁ ନାମ ରେଜିଷ୍ଟ୍ରେଶନ ଫି ଆଦାୟ ହୋଇଥିଲା। ସରକାରୀ ନିୟମ ଉଲ୍ଲଂଘନ ହୋଇଥିବା ନେଇ ଅଭିଭାବକ ଅଭିଯୋଗ କରିଥିଲେ।…

ବ୍ରହ୍ମପୁର ଜେଲ ଅଧୀକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ବ୍ରହ୍ମପୁର ସର୍କଲ ଜେଲ ଅଧୀକ୍ଷକ (ସୁପରିଣ୍ଟେଣ୍ଡେଣ୍ଟ) ନିଜ କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗ ହୋଇଛି। ତେଣୁ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କେରଳ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ଓଡ଼ିଶା ପୋଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି। ଚିଠି ପାଇବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?