ସ୍ତ୍ରୀଙ୍କ ସହ ଝିଅପୁଅଙ୍କୁ ବିଭତ୍ସ ଭାବେ ହତ୍ୟା ମାମଲା: ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ ସୀମାଞ୍ଚଳ

ଭଞ୍ଜନଗର, ୨୮।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବଡଗଡ ଥାନା ଅନ୍ତର୍ଗତ ବେଲପଡା ଗ୍ରାମରେ ୨୦୧୨ ମସିହାରେ ଘଟିଥିବା ବହୁଚର୍ଚ୍ଚିତ ସ୍ତ୍ରୀ, ନାବାଳିକା ଝିଅ, ନାବାଳକ ପୁତ୍ର ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ଭଞ୍ଜନଗର ଏଡିଜେ ଦେବବ୍ରତ ପଟ୍ଟନାୟକ ୨୪ ଜଣ ସାକ୍ଷୀଙ୍କ ବୟାନ ଏବଂ ବିଭିନ୍ନ ପ୍ରମାଣ ପତ୍ରକୁ ଆଧାର କରି ଅଭିଯୁକ୍ତ ସୀମାଞ୍ଚଳ ନାୟକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ପକାଇଛନ୍ତି। ଜରିମାନା ଅର୍ଥ ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡ ଭୋଗିବାକୁ ଏଡିଜେ ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଅଭିଯୁକ୍ତ ସୀମାଞ୍ଚଳ ଏବଂ ସ୍ତ୍ରୀ ଲକ୍ଷ୍ମୀ ନାୟକ ମଧ୍ୟରେ କୌଣସି କାରଣରୁ ପାରିବାରିକ ବିବାଦ ଲାଗି ରହିଥିଲା। ଏହିଭଳି ପରିସ୍ଥିତିରେ ସୀମାଞ୍ଚଳ ୨୦୧୨ ମସିହା ଫେବୃଆରୀ ମାସ ୧୭ ତାରିଖ ରାତିରେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ (୩୩), ଝିଅ ଶିବାନୀ (୧୨) ଓ ପୁଅ ଦୀପକ (୯)ଙ୍କୁ ଖଣ୍ଡାରେ ହତ୍ୟା କରିଥିଲେ। ସ୍ତ୍ରୀ, ଝିଅ ଓ ପୁଅର ବେକକୁ କାଟିବା ସହ ଝିଅର ବାମ ହାତଟିକୁ କାଟି ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରିଥିଲେ। ସ୍ତ୍ରୀ ଉପରେ ରାଗ ଶୁଝାଇବାକୁ ଯାଇ ନିରୀହ ଝିଅପୁଅକୁ ମଧ୍ୟ ସୀମାଞ୍ଚଳ ହତ୍ୟା କରିଥିଲେ। ଏହାପରେ ସେ ଘର ସମ୍ମୁଖରେ ବସି କାନ୍ଦିଥିଲେ। ଘଟଣା ପରଦିନ ସକାଳେ ଉକ୍ତ ଗ୍ରାମର ସୁକୁଟା ଗୌଡ ଗାଁ ଦାଣ୍ଡରେ ଯାଉଥିବା ବେଳେ ସୀମାଞ୍ଚଳ ତାଙ୍କୁ ଡାକି ଘଟଣା ସମ୍ପର୍କରେ କହିବା ସହ ମୋତେ ମଧ୍ୟ ହାଣିଦିଅ ବୋଲି କହିଥିଲେ। ଏହି ଘଟଣା ନେଇ ସୁକୁଟା ବଡଗଡ଼ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସେ ସମୟରେ ୧୨/୧୨ ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସୀମାଞ୍ଚଳଙ୍କୁ ଗିରଫ କରିଥିଲେ। ଘଟଣା ପରଠାରୁ ସୀମାଞ୍ଚଳ ଭଞ୍ଜନଗର ସତନ୍ତ୍ର ଉପ କାରାଗାରରେ ବନ୍ଦୀ ଥିବା ବେଳେ ବୁଧବାର ଉକ୍ତ ମାମଲାର ରାୟ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏମ୍‌ ତାଜ ଆଦେନୀ ଏବଂ ମୁଦାଲାଙ୍କ ପକ୍ଷରୁ ଏସ୍‌ଡିସି ରମେଶ ଚନ୍ଦ୍ର ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri