ଚକାପାଦର ଅବହେଳିତ ଗାଁ ଲାଣ୍ଡାପାଜୁ: ମୌଳିକ ସୁବିଧା ପାଉନାହାନ୍ତି ଲୋକେ, ବିକାଶ ବହୁ ଦୂରରେ

ଫୁଲବାଣୀ ଅଫିସ, ୨୯।୯: କନ୍ଧମାଳ ଜିଲାର ଏଭଳି ଗାଁ ରହିଛି ଯେଉଁଠି ଲୋକେ ଆଜି ପର୍ଯ୍ୟନ୍ତ ସର୍ବନିମ୍ନ ମୌଳିକ ସୁବିଧା ପାଉନାହାନ୍ତି। ବିକାଶ କଥା ବହୁ ଦୂରରେ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଚକାପାଦ ବ୍ଲକ ଅନ୍ତର୍ଗତ ବେହେରାଗାଁ ପଞ୍ଚାୟତ ଲାଣ୍ଡାପାଜୁ ଗାଁରେ।

ଲାଣ୍ଡାପାଜୁ ଗ୍ରାମରେ ଦୁଇଟି ସାହି ଅଛି । ଗାଁରେ ପ୍ରାୟ ୬୦ ଘରର ଲୋକ ସଂଖ୍ୟା ୪୦୦ରୁ ଊର୍ଦ୍ଧ୍ୱ ହେବ । ବ୍ଲକ ମୁଖ୍ୟାଳୟ ଠାରୁ ୨/୩ କି.ମି. ଦୂରରେ ବେହେରା ଗାଁ ପଞ୍ଚାୟତ କାର୍ଯ୍ୟାଳୟ ରହିଥିଲେ ମଧ୍ୟ ୧୬ କି.ମି. ଦୂରରେ ଲାଣ୍ଡାପାଜୁ ଗ୍ରାମ । ଏ ପର୍ଯ୍ୟନ୍ତ ଗାଁକୁ ରାସ୍ତାଟିଏ ନାହିଁ । ପାହାଡ ଏବଂ ନଦୀ ଅତିକ୍ରମ କରି ଗାଁକୁ ଯିବାକୁ ପଡେ। କିଛି ଦିନ ହେବ ଗ୍ରାମକୁ ଯିବା ଲାଗି ପାହାଡ କାଟି ରାସ୍ତା ହେଉଥିଲା । ମାତ୍ର ଲଗାଣ ବର୍ଷା ଯୋଗୁ ପାହାଡ କଟା ଯାଇଥିବା ଅନେକ ସ୍ଥାନରେ ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇଛି । ଏହାଛଡା ଗାଁକୁ ୭ ରୁ ୮ କି.ମି. ଲମ୍ବି ରହିଥିବା ଚଲା ରାସ୍ତାରେ ମଧ୍ୟ ଅନେକ ସ୍ଥାନରେ ବଡ ବଡ ଗାତ ହୋଇଛି। ଯାହାକୁ ପାର ହୋଇ ଯିବା ସମ୍ଭବ ନୁହେଁ । ଅଧିକ ବର୍ଷା ହେଲେ ପାହାଡ଼ି ନଦୀର ସ୍ରୋତ ପ୍ରଖର ହୁଏ । ନଦୀ ପାର ହେବା ସମ୍ଭବ ହୁଏ ନାହିଁ । ପାଣି କମିବା ଯାଏ ଏହି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼େ। ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଖାଦ୍ୟ ସାମଗ୍ରୀ ମିଳେନାହିଁ । ପିଲାମାନେ ବିଦ୍ୟାଳୟକୁ ଯାଇପାରନ୍ତି ନାହିଁ। ରାଶନ ସାମଗ୍ରୀ ଆଣିବାକୁ ହେଲେ ଗାଁରୁ ୧୮ କି.ମି. ଦୂର ଟିକାବାଲି ସହର ଉପରେ ନିର୍ଭର କରିବାକୁ ପଡେ । ପ୍ରବଳ ବର୍ଷା ହେଲେ ଯିବା ସମ୍ଭବ ହୁଏନାହିଁ । ଏହି ସମୟରେ କାହାର ଦେହ ଖରାପ ହେଲେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ଗର୍ଭବତୀମାନେ ମେଡିକାଲ ଯାଇପାରନ୍ତିନି। ଗ୍ରାମରେ ପ୍ରସବ ବେଳେ ଅନେକ ସମୟରେ ପ୍ରସୂତି ଏବଂ ନବଜାତକଙ୍କ ମୃତ୍ୟୁ ମଧ୍ୟ ଘଟିଥାଏା କାରଣ ଗ୍ରାମକୁ ଆମ୍ବୁଲାନ୍ସ ଯିବାକୁ ରାସ୍ତା ନାହିଁ । ଭତ୍ତା ଟଙ୍କା ପାଇଁ ହିତାଧିକାରୀଙ୍କୁ ୧୪ କିମି ଦୂର ଟିକବାଲି ଯିବାକୁ ପଡୁଛିା ଗାଁ ରେ ସ୍କୁଲ କିମ୍ବା ଅଙ୍ଗନୱାଡି କେନ୍ଦ୍ର ନାହିଁ । ନିକଟସ୍ଥ ସ୍କୁଲ କହିଲେ ୧୨ କି.ମି ଦୂରରେ ଥିବା ବେହେରା ଗାଁ ପ୍ରାଥମିକ ବିଦ୍ୟାଳୟ ଏବଂ ୧୮ କି.ମି. ଦୂରରେ ଥିବା ଟିକାବାଲି ହାଇସ୍କୁଲ ଏବଂ କଲେଜ ରହିଛି।

ପାହାଡିଆ ଖାଲଖମା ଜଙ୍ଗଲି ରାସ୍ତା ଦେଇ ଚାଲିଚାଲି ଯାଇ ଫେରିବା ଅସମ୍ଭବ। ପାଠ ପଢା ପାଇଁ ଗାଁରୁ ବହୁ ଦୂର ଦୂରାନ୍ତରେ ଥିବା ସେବାଶ୍ରମ ସ୍କୁଲ ଭରସା। ଅଳ୍ପ କେତେଜଣ ଛାତ୍ରୀଛାତ୍ର ଆଶ୍ରମରେ ରହି ପଢ଼ା ସାରିବା ପରେ ଗାଁରେ ରହିବାକୁ ବାଧ୍ୟ ହୁଅନ୍ତି। ଆଉ କେତେଜଣ ୧୮ କି.ମି. ଦୂରରେ ଥିବା ଟିକାବାଲି ସ୍କୁଲ, କଲେଜ ଯାଇ ଫେରୁଛନ୍ତି। ଲୋକେ ମହୁଲ, ଗରା ସଂଗ୍ରହ ସହ ଧାନ ଚାଷ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଅନ୍ୟ କୌଣସି ରୋଜଗାର ପନ୍ଥା ନାହିଁ । ଗାଁ ରୁ ୨ କି.ମି. ଦୂର ବିଲ ମଝିର ଚୁଆ ପାଣି ସଂଗ୍ରହ କରି ତାହାକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। ଖରାଦିନେ ୫ କି.ମି. ଦୂର ନଦୀରୁ ପାଣି ପଡ଼େ ବୋଲି ଗ୍ରାମର ରମା କହଁର, ସୁଶାନ୍ତ ମଲ୍ଲିକ, ଦିଗମ୍ବର କହଁର, ତପସ୍ୟା କହଁର ପ୍ରମୁଖ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ଏଥର ବି ଝୁଲି ରହିଲା କଟକର ୨ ଆସନ

ଭୁବନେଶ୍ୱର,୧୬।୪: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏଥର...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ଭାଜପା ପ୍ରାର୍ଥୀ ତାଲିକାରେ ଆଉ ୨୧ ଜଣଙ୍କ ନାଁ: ୨ଟି ସ୍ଥାନରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୨ ବିଧାନସଭା ପ୍ରାର୍ଥୀଙ୍କୁ ଭାଜପା ବଦଳାଇଛି। ରଣପୁର ଏବଂ ପଟାଙ୍ଗୀ...

ଭାଜପା ପ୍ରାର୍ଥୀ ତାଲିକା: ରାଉଲକେଲାରୁ ଲଢିବେ ଦିଲ୍ଲୀପ ରାୟ

କରିଛି। ରାଉଲକେଲାରୁ ଭାଜପା ଦିଲ୍ଲୀପ ରାୟଙ୍କୁ ଟିକେଟ୍‌ ଦେଇଛି। ଦିଲ୍ଲୀପ ରାୟ ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସାରଦା ପ୍ରସାଦ ନାୟକଙ୍କୁ ଟିକେଟ୍‌ ଦେଇଛି।...

ଘୋଷଣା ହେଲା ଭାଜପା ବିଧାନସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁଠୁ କିଏ ପାଇଲେ ଟିକେଟ୍‌

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ରାଉଲକେଲାରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ। ସେହିପରି ପାଟଣାରୁ ଅଖିଲ ଚନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri