କେସି ଟାଉନ ହାଇସ୍କୁଲ: ଜଣେ ମାତ୍ର ଶିକ୍ଷୟିତ୍ରୀଙ୍କ ଭରସାରେ ଚାଲିଛି…

ବ୍ରହ୍ମପୁର ଅଫିସ,୨୯।୯: ବ୍ରହ୍ମପୁର ସହରର ୬୧ ବର୍ଷର ପୁରାତନ ଶିକ୍ଷାନୁଷ୍ଠାନ କେସି ଟାଉନ ହାଇସ୍କୁଲ। ସହରର କେନ୍ଦ୍ରସ୍ଥଳରେ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ କାନ୍ଥକୁ ଲାଗି ଏହି ସ୍କୁଲଟି ରହିଛି। ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଦ୍ୱାରା ନିର୍ମିତ ଏହି ସ୍କୁଲରେ ଏଠାରେ ପ୍ରାରମ୍ଭରୁ ତେଲୁଗୁ ଓ ଓଡ଼ିଆ ଭାଷାରେ ଶିକ୍ଷା ପ୍ରଚଳିତ ହେଉଥିଲା। ୧୯୯୪ ପରଠାରୁ ତେଲୁଗୁ ପାଠପଢ଼ା ବନ୍ଦ ହୋଇଛି। ବର୍ତ୍ତମାନ ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଜଣେ ମାତ୍ର ଶିକ୍ଷୟିତ୍ରୀଙ୍କ ଭରସାରେ ହାଇସ୍କୁଲ ଚାଲିଛି। ଏଠାରେ ଜଣେ ମଧ୍ୟ କେହି ଶିକ୍ଷକ କିମ୍ବା ଅଣ ଶିକ୍ଷକ କର୍ମଚାରୀ ନ ଥିବା ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ ବେଳେ ଜଣାପଡ଼ିଛି। ଦୀର୍ଘ ବର୍ଷ ହେଲା ପୁରୁଣା ସ୍କୁଲର ପୁନରୁଦ୍ଧାର କିମ୍ବା ସଫେଇ କାମ ହେଉ ନ ଥିବାରୁ ହାଇସ୍କୁଲର ପରିବେଶ ମଧ୍ୟ ବିପନ୍ନ ହୋଇପଡ଼ିଛି। ଖାଲି ପଡ଼ିଥିବା ଶିକ୍ଷକ ପଦବୀଗୁଡ଼ିକ ପୁରଣ ନିମନ୍ତେ ବାରମ୍ବାର ଦାବି ହୋଇ ଆସୁଥିଲେ ସୁଦ୍ଧା ଶିକ୍ଷା ବିଭାଗ ଏଥିପ୍ରତି ବର୍ତ୍ତମାନ ପର୍ଯ୍ୟନ୍ତ ଧ୍ୟାନ ଦେଇନାହାନ୍ତି।

ବିଦ୍ୟାଳୟରେ ଫାଇଲିନରେ ଦୁଇଟି ଶ୍ରେଣୀ ଗୃହ ଭାଙ୍ଗିଯାଇଥିବା ବେଳେ ବର୍ତ୍ତମାନ ମଧ୍ୟ ଏନସିସି ପ୍ରକୋଷ୍ଠ, ପାଠାଗାର ଓ ସାଇନ୍ସ ଲାବ୍‌କୁ ମିଶାଇ ୨୧ଟି ପ୍ରକୋଷ୍ଠ ରହିଛି। ପାଠାଗାରରେ ମଧ୍ୟ ୧୦ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ ବହି ରହିଛି କିନ୍ତୁ କେହି କର୍ମଚାରୀ ନ ଥିବାରୁ ଛାତ୍ର ଏଥିରୁ ବଞ୍ଚିତ ହେଉଛନ୍ତି। ବିଦ୍ୟାଳୟରେ ଥିବା ଶୌଚାଳୟ ଭାଙ୍ଗି ରୁଜି ଯାଇଥିବାରୁ ଛାତ୍ରମାନେ ବିଦ୍ୟାଳୟ ପରିସରରେ ଥିବା ଲଟାବୁଦାକୁ ଯିବାକୁ ବାଧ୍ୟ ହେଉଛନ୍ତି। ସମସ୍ତ ଅଭିଯୋଗ ଓ ବିଦ୍ୟାଳୟର ସ୍ଥିତିକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ସୁଜତା ପଣ୍ଡାଙ୍କୁ ପଚାରିବାରୁ ବହୁ ବାର ସ୍କୁଲର ସ୍ଥିତି ଅସୁବିଧା ସମ୍ପର୍କରେ ଶିକ୍ଷା ବିଭାଗକୁ ଅବଗତ କରାଯାଇଛି। ଗତ ୮ ଦିନ ପୂର୍ବେ ଶିକ୍ଷକ ପଦବୀ ପୂରଣ ନିମନ୍ତେ ପୁନର୍ବାର ଡିଇଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେହିପରି ସ୍କୁଲ ପରିସର ସଫେଇ ନିମନ୍ତେ ୧୫ ଦିନ ପୂର୍ବରୁ ବିଏମ୍‌ସି ମେୟରଙ୍କୁ ଅନୁରୋଧ କରାଯାଇଥିଲା। ବିଦ୍ୟାଳୟର ଏଭଳି ସ୍ଥିତି ସମ୍ପର୍କରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜିଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଛି। କିନ୍ତୁ ଏଯାବତ କୌଣସିର ପ୍ରତିକାର ହୋଇପାରି ନାହିଁ। ଅନ୍ୟପକ୍ଷରେ ଡିଇଓ ବିନୀତା ସେନାପତିଙ୍କୁ ପଚାରିବାରୁ ଏହା ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ହୋଇଥିବାରୁ ଏଠାରେ ଶିକ୍ଷକ ନେଇ କୌଣସି ସୁବିଧା ନାହିଁ। ସେପ୍ଟେମ୍ବର ୧୫ ସୁଦ୍ଧା ଶିକ୍ଷକ ପଦବୀ ପୂରଣ ଚେଷ୍ଟା ଜାରି ରହିଛି। ଅନ୍ୟପଟେ ବିଦ୍ୟାଳୟର ସଫେଇ ନିମନ୍ତେ ବିଏମ୍‌ସି ସହାୟତା କରିପାରିବେ ବୋଲି ଡିଇଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡ଼ ପ୍ରାର୍ଥୀ ବଦଳାଇଲା ବିଜେଡି, ଜାଣନ୍ତୁ କାହାକୁ ମିଳିଲା ଟିକେଟ୍‌…

ଭୁବନେଶ୍ୱର,୨।୫: ଦେବଗଡ଼ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ବଦଳାଇଛି ବିଜୁ ଜନତା ଦଳ(ବିଜେଡି)। ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଦଳ ପ୍ରାର୍ଥୀ କରିଛି। ସେ ଅରୁନ୍ଧତୀ ଦେବୀଙ୍କ...

କୋରେଇରୁ ଲଢ଼ିବେ ବବିଙ୍କ ମା’ ସନ୍ଧ୍ୟାରାଣୀ ଦାସ

ଭୁବନେଶ୍ୱର,୨।୫: ବିଜେଡି ପକ୍ଷରୁ ଏହାର ଶେଷ ତିନି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ପାଇଁ...

୩ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କାହାକୁ କେଉଁଠୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨ା୫: ଗୁରୁବାର ବିଜେଡି ତା’ର ବାକି ଥିବା ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ଆସନରେ...

ନାମାଙ୍କନପତ୍ର ଦାଖଲ କଲେ ଅପରାଜିତା

ଖୋର୍ଦ୍ଧା,୨ା୫: ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଗୁରୁବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ସହ ଆସି ଖୋର୍ଦ୍ଧା...

ନଦୀରେ ବୁଡ଼ି ଶିଶୁକନ୍ୟାଙ୍କ ଜୀବନ ଗଲା

ଯାଜପୁର,୨ା୫: ଗୁରୁବାର ମା’ଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଜଣେ ଶିଶୁକନ୍ୟାଙ୍କ ଜୀବନ ଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ଯାଜପୁର...

ନାମାଙ୍କନ ଦାଖଲ ବେଳେ ଅପରାଜିତା-ମନ୍ମଥଙ୍କ ସମର୍ଥକ ମୁହାଁମୁହିଁ

ଖୋର୍ଦ୍ଧା,୨ା୫: ଗୁରୁବାର ନାମାଙ୍କନପତ୍ର ଦାଖଲ ବେଳେ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟରେ ମୁହାଁମୁହିଁ ହୋଇଛନ୍ତି ଏମ୍‌ପି ତଥା ଭାଜପା ଲୋକ ସଭା ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ଏବଂ...

ପୁଣି ଏକ ମାଈ ହାତୀର ଜୀବନ ଗଲା

କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମ ନିକଟରେ ଗୁରୁବାର ଏକ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ପ୍ରସବ ବେଦନା ଯୋଗୁ...

ନାମାଙ୍କନପତ୍ର ଦାଖଲ କଲେ ନବକୁମାର, ସରୋଜ

ବୌଦ୍ଧ,୨ା୫(ଅଜିତ କୁମାର ବାରିକ): ବୌଦ୍ଧ କଂଗ୍ରେସ ପକ୍ଷରୁ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସରୋଜ ପ୍ରଧାନ ଏବଂ ବୌଦ୍ଧ କଂଗ୍ରେସ ପ୍ରାର୍ଥୀ ନବକୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri