ବସ୍-ଟ୍ରକ୍ ମୁହାଁମୁହିଁ, ୩ ଗୁରୁତର
ବରଗଡ଼ ଅଫିସ,୧୯ା୬: ବରଗଡ଼ ଜିଲା ବରପାଲି ମେହେରପଡ଼ା ନିକଟରେ ରବିବାର ଭୋର୍ ସମୟରେ ସରକାରୀ ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନାହିଁ। ୩ ଡ୍ରାଇଭର ଗୁରୁତର ଥିବା ବେଳେ ୧୮ଜଣ ଯାତ୍ରୀ ଆହତ ହୋଇଛନ୍ତି।…
ବୋହୂଙ୍କ କାଠଫାଳିଆରେ ଶ୍ୱଶୁରଙ୍କ ଜୀବନ ଗଲା
ଆସିକା,୧୯ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ କିଶୋରଚନ୍ଦ୍ରପଲ୍ଲୀ ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଛି। ସାମାନ୍ୟ ବଚସାରୁ ଶ୍ୱଶୁରକୁ କାଠଫାଳିଆରେ ପିଟି ପିଟି ମାରିଦେଇଛନ୍ତି ବୋହୂ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସୀମାଞ୍ଚଳ ନାୟକ(୫୫)। ବୋହୂ ସୁଲତା ନାୟକଙ୍କୁ ପୋଲିସ…
ରାସ୍ତାରେ ଆମ୍ବୁଲାନ୍ସ ରଖି ଆତ୍ମହତ୍ୟା କଲେ ଡ୍ରାଇଭର
ନରସିଂହପୁର,୧୯ା୬(ଡି.ଏନ୍.ଏ.): କଟକ ଜିଲା କାନପୁର ଥାନା ଅଞ୍ଚଳରେ ରାସ୍ତାରେ ଆମ୍ବୁଲାନ୍ସ ରଖି ଗଛରେ ରଶି ଲଗାଇ ଜଣେ ଡ୍ରାଇଭର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ କାବୁଲି ସେନାପତି(୩୫)। ତାଙ୍କ ଘର ତିଗିରିଆ ଥାନା ବିନ୍ଧାଣିମା ଗାଁରେ। ସେ…
ରଥଖଳା ଚଳଚଞ୍ଚଳ, ଲାଗିଲା କଇଁଚି
ପୁରୀ ଅଫିସ,୧୯।୬: ପୁରୀ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ ହୋଇ ଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ବଡ଼ପୋଟଳ ଉଠିବା ପରେ ଶନିବାର ତିନି ରଥରେ କଇଁଚି ବାଡ଼ିଆ ହୋଇଛି । ବିଶ୍ୱକର୍ମାମାନେ…
ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ହଣାହଣି
ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ବସଷ୍ଟାଣ୍ଡରେ ଦୁଇ ବସ୍ କର୍ମଚାରୀଙ୍କ ମଧ୍ୟରେ ସାଧାରଣ ବଚସାରୁ ଗଣ୍ଡଗୋଳ ହୋଇ ଉଗ୍ରରୂପ ଧାରଣ କରିଥିଲା। ଉଭୟଙ୍କ ମଧ୍ୟରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ମଧ୍ୟ ହୋଇଥିଲା।…
ଗିରଫ ହେଲେ ଅମାପ ସମ୍ପତ୍ତିର ଅଧିକାରୀ ଜଳେଶ୍ୱର ବିଡିଓ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ଜଳେଶ୍ୱରର ଅମାପ ସମ୍ପତ୍ତିର ଅଧିକାରୀ ବିଡିଓ ଅଶ୍ୱିନୀ ଦାସ ଗିରଫ ହୋଇଛନ୍ତିି। ତାଙ୍କ ଠାରୁ ଏଯାବତ୍ ମୋଟ ୫ କୋଟି ୭ ଲକ୍ଷ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ଠାବ କରିଛ। ଏଥିରେ କଟକ ଓ ଭୁବନେଶ୍ୱରରେ ୨୪ଟି ପ୍ଲଟ ରହିଛି।…
ପୁଣି ରାଜ୍ୟରେ ୫୧ କରୋନା ପଜିଟିଭ୍ ଚିହ୍ନଟ, ଆଗରେ ଖୋର୍ଦ୍ଧା
ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ରବିବାର ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ ୩୦ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨୧ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା…
ରାଜଧାନୀରେ ‘ଅଗ୍ନିପଥ’ ବିରୋଧ ତେଜୁଛି
ଭୁବନେଶ୍ୱର, ୧୯।୬ (ବ୍ୟୁରୋ): କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ନେଇ ସାରା ଦେଶରେ ବିରୋଧର ନିଅଁା ଜଳିବାରେ ଲାଗିଛି। କଟକ ପରେ ଏବେ ରାଜଧାନୀ ଭୁବନେଶ୍ୱରରେ ଏହାର ତାତି ଦେଖିବାକୁ ମିଳିଲାଣି। ଭାରତୀୟ ସେନାରେ ୪ବର୍ଷିଆ ନିଯୁକ୍ତି ଯୋଜନାକୁ ବିରୋଧ କରି…
ରଥଯାତ୍ରା ଦାୟିତ୍ୱରେ ୮୧ ମାଜିଷ୍ଟ୍ରେଟ୍
ପୁରୀ ଅଫିସ,୧୯।୬: ରଥଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶାନ୍ତିଶୃଙ୍ଖଳା ରକ୍ଷା ସହ ସୁଚାରୁରୂପେ ରଥଯାତ୍ରା ସମ୍ପନ୍ନ କରାଇବାକୁ ୮୧ଜଣ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ରହିବେ। ଏମାନେ ଜୁନ୍ ୨୯ରୁ ଜୁଲାଇ ୧୩ ପର୍ଯ୍ୟନ୍ତ ପୁରୀରେ ରହି କାର୍ଯ୍ୟ କରିବେ। ସେହିପରି ୧୫…
ପୁଣି ଲାଗୁହେଲା ମହାମାରୀ ଆଇନ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣକୁ ଆଖିରେ ରଖି ରାଜ୍ୟ ସରକାର ପୁଣିଥରେ ମହାମାରୀ ଆଇନ ଶନିବାର ଲାଗୁ କରିଛନ୍ତି। କୋଭିଡ୍ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ୨୦୨୦ ମାର୍ଚ୍ଚ ୧୩ ତାରିଖରେ ଏହାକୁ…
ବିଷ୍ଣୁ ବିଗ୍ରହର ସଂରକ୍ଷଣ କରୁ ପ୍ରତ୍ନତତ୍ତ୍ୱ ବିଭାଗ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ଯାଜପୁର ଜିଲା ଅଭୟପୁର ପଞ୍ଚାୟତ ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମରୁ କିଛିଦିନ ତଳେ ଏକ ପୁରାତନ ବିଷ୍ଣୁ ବିଗ୍ରହ ଉଦ୍ଧାର ହୋଇଥିଲା। ଗ୍ରାମର ଏକ ପୋଖରୀର ଖନନ କାର୍ଯ୍ୟ ଚାଲୁଥିବାବେଳେ ଏହି ମୂର୍ତ୍ତିଟି ନଜରକୁ ଆସିଥିଲା। ପରେ ଗ୍ରାମର କିଶୋରିକାନ୍ତ ରାଉତଙ୍କ…
ରାଜନୈତିକ ଛକାପଞ୍ଝା ଜୋର ଧରିଲା
ଡେରାବିଶ, ୧୯।୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ସମବାୟ ସମିତିର ପରିଚାଳନା ନିର୍ଦ୍ଦେଶକ ପଦବୀ ପାଇଁ ରବିବାର ଅର୍ଥାତ୍ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ନିର୍ବାଚନରେ ବ୍ଲକ ଅଧୀନରେ ଥିବା ୧୦ଟି ସମବାୟ ସମିତି ମଧ୍ୟରୁ ୬ଟିରେ ନିର୍ବାଚନ…
Archives


