ଆସିଲେନି ଦୀନେଶ, ଆଲୋଚନା ବିଫଳ

ଭୁବନେଶ୍ୱର,୧୫।୧୦ (ବ୍ୟୁରୋ): ବ୍ରହ୍ମପୁର ବଡ଼ବଜାର ଦେଶୀବେହେରା ସାହିର କେ. ଦୀପିକା ଓ କେ. ଦୀନେଶ ବିବାଦ ଜଟିଳ ହେବାରେ ଲାଗିଛି। ଆପୋସ ସମାଧାନ ଲାଗି ଉଭୟଙ୍କୁ ମହିଳା କମିଶନରଙ୍କ ନିକଟରେ ଅକ୍ଟୋବର ୧୪ରେ ହାଜର ହେବାକୁ ନୋଟିସ କରାଯାଇଥିଲା। ତେବେ ଦୀପିକା ଆସିଥିଲା ବେଳେ ଦୀନେଶ ନ ଆସି ତାଙ୍କ ଓକିଲ ରାଜେନ୍ଦ୍ର ପ୍ରତାପଙ୍କୁ ପଠାଇ ପକ୍ଷ ରଖିବାକୁ କହିଥିଲେ। ଦୀନେଶଙ୍କ ଓକିଲ ଓ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହିତ ଦୀପିକା ମହିଳା କମିଶନରଙ୍କ ନିକଟରେ ହାଜର ହୋଇଥିଲେ। ଉଭୟଙ୍କ ସହିତ ମହିଳା କମିଶନର ୩ ଘଣ୍ଟା ଧରି ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିନଥିଲା। ଦୀନେଶ ଆସି ନ ଥିବାରୁ ତାଙ୍କ ଓକିଲ ସମୟ ମାଗିଥିଲେ। ପୁଣି ନଭେମ୍ବର ୪ରେ ହାଜର ହୋଇ ନିଜ ମତ ରଖିବାକୁ ଦୀନେଶଙ୍କୁ ନୋଟିସ କରାଯାଇଛି। ଅନ୍ୟପଟେ ଦୀପିକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି। ଦୀନେଶ ଜାମିନ ସର୍ତ୍ତ ଖିଲାପ କରିଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ତାଙ୍କ ଜାମିନ ଖାରଜ ପାଇଁ ସେ ପ୍ରାର୍ଥନା କରିବା ସହ ମାମଲାର ତ୍ୱରିତ ଶୁଣାଣି କରିବାକୁ ଅନୁରୋଧ କରିଛନ୍ତି। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଧାରଣାରେ ବସିବି ବୋଲି ଦୀପିକା କହିଛନ୍ତି।
ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ବଡବଜାର ଦେଶୀ ବେହେରା ସାହିର କେ. ଦୀପିକା ଦୀନେଶଙ୍କ ମଧ୍ୟରେ ପ୍ରଥମେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ମାତ୍ର ତାହା ପରବର୍ତ୍ତୀ ସମୟରେ ଧୋକ୍କାବାଜିରେ ପରିଣତ ହୋଇଥିଲା। ଦୁହିଁଙ୍କ ସମସ୍ୟା ନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ଦୀନେଶ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରୁଥିବା ଦୀପିକା ଖବର ପାଇଥିଲେ। ତେଣୁ ସ୍ତ୍ରୀର ମାନ୍ୟତା ପାଇବା ଓ ନିଜ ୧୯ ମାସର ଛୁଆର ପରିଚୟ ଦାବିରେ ଦୀନେଶଙ୍କ ଘର ଆଗରେ ଧାରଣାରେ ବସି ରହିବା ସହ ନ୍ୟାୟ ପାଇଁ ମହିଳା କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ। ସେପ୍ଟେମ୍ବର ୧୯ରେ ଦୀପିକା ପରିବାରବର୍ଗ ସହ ମହିଳା କମିଶନରଙ୍କ ପାଖରେ ହାଜର ହୋଇଥିଲେ ମଧ୍ୟ ଦୀନେଶ ଆସିନଥିଲେ। ଏହାପରେ ବ୍ରହ୍ମପୁର ଏସ୍‌ପିଙ୍କ ଜରିଆରେ ଦୀନେଶଙ୍କୁ ହାଜର ପାଇଁ ନୋଟିସ ଜାରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ଧରି ଘରେ ଅଛି କାର୍‌, ଅନ୍‌ଲାଇନ୍‌ରେ ଫାଇନ୍‌ ଆସିଛି ୩୦୦୦ ଟଙ୍କା

ଭଦ୍ରକ ଅଫିସ,୪ା୭: ଆରଟିଓ ଏବଂ ପୋଲିସ ବିଭାଗର ଅଜବ ନିୟମ। ଦୀର୍ଘ ତିନି ମାସ ଧରି ଘରେ ଥିବା ଏକ କାର୍‌ ଉପରେ ଲାଗିଛି ୩...

ଡ୍ୟୁଟିରେ ଥିଲେ ନର୍ସ: ଛୁରୀ ଭୁଷି ହତ୍ୟାକଲେ ସ୍ବାମୀ

କଟକ ଅଫିସ,୮।୭- କଟକ ଜିଲା ନିଆଳିରେ ଜଣେ ନର୍ସ ତାଙ୍କର ବୃତ୍ତିଗତ କର୍ତ୍ତବ୍ୟ ପାଳନ କରୁଥିବା ସମୟରେତାଙ୍କୁ ହତ୍ୟା କରାଯାଇଛି। ନର୍ସଙ୍କ ସ୍ବାମୀ ଛୁରୀ ଭୁଷି...

ରେକର୍ଡ ଭାଙ୍ଗିଲା କରୋନା: ଦିନକରେ କରୋନା ନେଲା ୬୫ ଜୀବନ

ଭୁବନେଶ୍ୱର,୧୪/୭(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୬୩ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୭୯୫ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...

ଅନୁଭବ-ବର୍ଷା ଭିଡ଼ିଓ ଭାଇରାଲ ମାମଲା: ଆସନ୍ତା ୧୧ରେ ହେବ ଶୁଣାଣି

କଟକ ଅଫିସ,୫।୭: କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବରିକ ବିବାଦ ମାମଲା ଥମିବାର ନାଁ ନେଉନାହିଁ। ଅନୁଭବ...

ମାଟି ଅତଡ଼ା ଧସି ୨ ମୃତ, ୨ ଗୁରୁତର

କୋରାପୁଟ/ନନ୍ଦପୁର,୨୯ା୩ (ସ୍ବ.ପ୍ର): ଘର ଲିପାପୋଛା ପାଇଁ ଆବଶ୍ୟକ ମାଟି ସଂଗ୍ରହ କରୁଥିବା ୪ ମହିଳାଙ୍କ ଉପରେ ଅତଡ଼ା ଧସିଯାଇଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ...

ପ୍ରୋଷ୍ଟେଟ୍‌ ସମସ୍ୟାରେ ପୀଡ଼ିତ ୬୫% ପୁରୁଷ: ଲୁଚାଇଲେ ହୋଇପାରେ ଘାତକ

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଭାରତୀୟଙ୍କ ମଧ୍ୟରେ ବୃଦ୍ଧିପାଉଛି ବିନାଇନ୍‌ ପ୍ରୋଷ୍ଟାଟିକ୍‌ ହାଇପର୍‌ପ୍ଲାସିଆ(ବିପିଏଚ୍‌) ଜନିତ ସମସ୍ୟା। ମୂତ୍ରାଶୟର ବାହ୍ୟପଥରେ ବାଧା ସୃଷ୍ଟି କରୁଥିବା ବିପିଏଚ୍‌ ପ୍ରୋଷ୍ଟେଟ୍‌ ଏକ ବୟସ ସମ୍ବନ୍ଧିତ...

ମାଛ ଧରା ଜାଲରେ ଲାଗିଲା ବ୍ୟାଗ ଭର୍ତ୍ତି ଅଚଳ ଟଙ୍କା

ବାରଙ୍ଗ,୨୨ା୭(ଡି.ଏନ.ଏ.): ପୁରୀ ମେନ କେନାଲରୁ ବୁଧବାର ବ୍ୟାଗ ଭର୍ତ୍ତି ଥିବା ଅଚଳ ଟଙ୍କା ମିଳିଛି। ଅପରାହ୍ନ ସମୟରେ ସ୍ଥାନୀୟ ଗ୍ରାମର ଜଣେ ମାଛଧରାଳି କେନାଲରେ ଜାଲ...

ଧରିତ୍ରୀ ପ୍ରଭାବ: ଯୋରାଡବରାଠାରେ ବିଦ୍ୟୁତ୍‌ ସଂଯୋଗ କାମ ଆରମ୍ଭ

କର୍ଲାମୁଣ୍ଡା,୧୬।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବ୍ରାବସ୍ତିଠାତେ ଗତ ଜୁନ ୧୫ ତାରିଖରେ ହୋଇଥିବା ଝଡତୋଫାନ ଯୋଗୁ ଟ୍ରାନ୍ସଫର୍ମର ପଡିଯାଇଥିଲା। ଦୀର୍ଘ ୨୮ ଦିନ ବିତିଥିଲେ...

Advertisement
Archives

Model This Week