ଲିଜ୍‌ଧାରୀ ପୈଠ କରିବେ ୧କୋଟି

ବାଲେଶ୍ୱର ଅଫିସ, ୧୫।୧୦: ବାଲେଶ୍ୱର ଜିଲା ବସ୍ତା ତହସିଲ ଅଧୀନ ସୁବର୍ଣ୍ଣରେଖା ନଦୀର ବେଣାପୁର(କ)ବାଲିଖାଦାନ ଲିଜ୍‌ରୁ ବେଆଇନ ଭାବେ ଅଧିକ ବାଲି ଉତ୍ତୋଳନ ମାମଲାର ଏନଜିଟି ରାୟ ପ୍ରକାଶ ପାଇଛି। ନିୟମ ଉଲ୍ଲଂଘନ କରିଥିବା ଲିଜ୍‌ଧାରୀମାନେ ୧ ମାସ ମଧ୍ୟରେ ୧କୋଟି ଟଙ୍କା ଜରିମାନା ପୈଠ କରିବେ। ଏଥିସହିତ ବେଆଇନ କାର୍ଯ୍ୟରେ ସାମିଲ ଥିବା ତତ୍କାଳୀନ ବସ୍ତା ତହସିଲଦାରଙ୍କ ବିରୋଧରେ ମାମଲା ରୁଜୁ ପାଇଁ ବାଲେଶ୍ୱର ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କୁ ଗତ ୧୩।୧୦।୨୦୨୨ରେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ସୁବର୍ଣ୍ଣରେଖା ନଦୀର ବେଣାପୁର(କ)ବାଲିଖାଦାନକୁ ବସ୍ତା ତହସିଲ ପକ୍ଷରୁ ଗତ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ବାଲି ଉତ୍ତୋଳନ ପାଇଁ ରାଜେଶ ଖଟୁଆଙ୍କୁ ଲିଜ୍‌ ଦିଆଯାଇଥିଲା। ସର୍ତ୍ତାବଳୀ ଅନୁସାରେ ଲିଜ୍‌ଧାରୀ ନିର୍ଦ୍ଦିଷ୍ଟ ସ୍ଥାନରୁ ୭ହଜାର ୫ଶହ କ୍ୟୁବିକ୍‌ ମିଟର ବାଲି ଉତ୍ତୋଳନ କରିବା ନେଇ ଧାର୍ଯ୍ୟ ରହିଥିଲା। ମାତ୍ର ଲିଜ୍‌ଧାରୀ ବେଆଇନ ଭାବେ ମେଶିନ ଲଗାଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିର୍ଦ୍ଦିଷ୍ଟ ସ୍ଥାନର ଆଗ ଓ ପଛ ଅଞ୍ଚଳରୁ ୨୦ହଜାର କ୍ୟୁବିକ୍‌ ମିଟର ବାଲି ଉତ୍ତୋଳନ କରିଥିଲେ। ଏହା ପରିବେଶ ପାଇଁ ବିପଦ ସୃଷ୍ଟି କରିଥିବାରୁ ବସ୍ତା ଥାନା ବାଉଁଶମୁଖା ଗ୍ରାମର ପରିବେଶବିତ୍‌ ସରଳ କୁମାର ପରିଡ଼ା ଗତ ୨୦୨୧ରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇ ୧୧ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ଏନ୍‌ଜିଟି ଏହି ଦରଖାସ୍ତକୁ ପଞ୍ଜୀକୃତ କରି ମାମଲା (ନଂ. ୯/୨୧/ଇଜେଡ୍‌) ରୁଜୁ କରିଥିଲେ। ଏହି ମାମଲାର ବିଚାର କରି ଏନ୍‌ଜିଟି ଲିଜ୍‌ଧାରୀଙ୍କୁ ଏକ ମାସ ମଧ୍ୟରେ ୧କୋଟି ଟଙ୍କା ଜରିମାନା ପୈଠ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ୧ କ୍ୟୁବିକ୍‌ ମିଟରକୁ ୧୧୦୩ ଟଙ୍କା ହିସାବରେ ୨କୋଟି ୨୦ଲକ୍ଷ ୬୦ହଜାର ଟଙ୍କା ପ୍ରତିବର୍ଷ ମୋଟ ୫ ବର୍ଷରେ ୧୧କୋଟି ୩ଲକ୍ଷ ଟଙ୍କା ପୈଠ କରିବାକୁ ରାୟରେ କୁହାଯାଇଛି। ଏହାସହିତ ପ୍ରତିପକ୍ଷ ଆଇନଜୀବୀଙ୍କ ଅଭିଯୋଗ ଅନୁଯାୟୀ ପୁନର୍ବାର କେତେ ବାଲି ବାର୍ଷିକ ଉତ୍ତୋଳନ କରାଯାଇଛି ସର୍ଭେ କରିବା ପାଇଁ ମାଇନିଂ ବିଭାଗର ସିଫାକୁ ନିର୍ଦ୍ଦେଶ ଦେଇଥିବା ଏନ୍‌ଜିଟିର ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri