ରାଜ୍ୟ

ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଉଚ୍ଛେଦ ଆରମ୍ଭ

ସାକ୍ଷୀଗୋପାଳ, ୨୫।୬(ସ୍ବ.ପ୍ର./ଡି.ଏନ୍‌.ଏ.): ପୁରୀ ଜିଲା ବକୁଳବନରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠା କରାଯାଉଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଆବଶ୍ୟକ ହେଉଥିବା ଜମି ପାଇଁ ଶୁକ୍ରବାର ସତ୍ୟବାଦୀ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସେହି ଅନୁସାରେ ଉକ୍ତ ଜମିରୁ ପ୍ଲଟ…

ତିନି ରଥରେ ଲାଗିଲା ଦୁଆର ବେଢ଼ା

ପୁରୀ ଅଫିସ ୨୫ା୬:ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀନଅରସ୍ଥିତ ରଥଖଳାରେ ରଥର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଶୁକ୍ରବାର ତିନିରଥର ବେଦୀ ସିଂହାସନ ସମେତ ବେଦୀ ଚତୁଃପାଶର୍‌ବରେ ପଟା ପଡ଼ିବା ସମ୍ପୂର୍ଣ୍ଣ ହୋଇଛି। ତିନିରଥର ୧୨ଟି ଦୁଆରବେଢ଼ା ସହ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ଆତଙ୍କରାଜ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ ସୀମା ଟପିଛି। ଶୁକ୍ରବାର ଅପରାହ୍ନରେ ୫ ଗାଡିରେ ୧୦ରୁ ଅଧିକ ଅଣଛାତ୍ର ପହଞ୍ଚତ୍ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇଛନ୍ତି। ଭୟରେ ଛାତ୍ରୀଛାତ୍ର ଦୌଡ଼ି ଜୀବନ ବଞ୍ଚାଇଥିବାବେଳେ ଯେଉଁମାନେ ପ୍ରତିବାଦ କରିଛନ୍ତି ସେମାନଙ୍କୁ…

୨୭ରେ ଘଟଣାସ୍ଥଳ ଯିବ ଏସ୍‌ଆଇଟି

ଭୁବନେଶ୍ୱର,୨୫।୬(ବ୍ୟୁରୋ): କଟକ ଜିଲା ଆଠଗଡ଼ ବନଖଣ୍ଡରୁ ଉଦ୍ଧାର ହୋଇଥିବା ଦୁଇଟି ହାତୀ କଙ୍କାଳ ଘଟଣାରେ ରାଜ୍ୟ ସରକାର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌(ଏସ୍‌ଆଇଟି) ଗଠନ କରିଛନ୍ତି। ମାସକ ଭିତରେ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମିଳିଥିବା ସୂଚନାନୁସାରେ, ଏସ୍‌ଆଇଟି…

ସୁସ୍ଥ ହେଲେ ମହାପ୍ରଭୁ

ପୁରୀ ଅଫିସ, ୨୫ା୬: ଆଷାଢ଼ କୃଷ୍ଣପକ୍ଷ ଏକାଦଶୀ ବା ଖଳିଲାଗି ଏକାଦଶୀ ଅବସରରେ ଶୁକ୍ରବାର ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଖଳିଲାଗି ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁ ଶ୍ରୀଅଙ୍ଗରେ ଖଳି ଲାଗି ହୋଇଛନ୍ତି। ସେହିପରି ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ଦଶମୀ ତିଥିରେ ଶ୍ରୀମନ୍ଦିରକୁ…

ରଥଯାତ୍ରା ପ୍ରସାରଣ ଉପରେ ରହିବନି କଟକଣା

ପୁରୀ ଅଫିସ,୨୫।୬: ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ପାଇଁ ଶୁକ୍ରବାର ଏକ ବୈଠକରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି। ଉପଜିଲାପାଳ ଭବତାରଣ ସାହୁ ଏବଂ ଅତିରିକ୍ତ ଏସ୍‌ପି ମିହିର ପଣ୍ଡା ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବିସ୍ତୃତ ଭାବେ ଆଲୋଚନା…

ଓଭରଲୋଡ୍‌ ସ୍କୁଲ ଗାଡ଼ିର ହେବ କଡ଼ା ଯାଞ୍ଚ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ସ୍କୁଲ ବସ୍‌ ଓ ଅଟୋରେ ଯାଉଥିବା ଛାତ୍ରୀଛାତ୍ରଙ୍କ ଓଭରଲୋଡିଂକୁ ନେଇ କଡ଼ାକଡ଼ି ଯାଞ୍ଚ କରାଯିବ। ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସମସ୍ତ ଆଞ୍ଚଳିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଦିଆଯାଇଛି ଯେ, ଏପ୍ରିଲ୍‌ ୧୯ରେ ଅନୁଷ୍ଠିତ ବିଧାନସଭାର ବିଭାଗୀୟ…

ଅପରାହ୍ନ ୪ରେ ରଥଟଣା

ପୁରୀ ଅଫିସ,୨୫ା୬: ରଥଯାତ୍ରାଠାରୁ ଆରମ୍ଭକରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିନିର୍ଘଣ୍ଟ ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି। ରଥଯାତ୍ରା ଦିନ ମଙ୍ଗଳଆଳତି ସକାଳ ୬ଟା, ମଇଲମ ୬ଟା ୧୦, ତଡ଼ପ ଲାଗି ଓ ରୋଷହୋମ ୬ଟା ୩୦ରେ ସରିବ। ଅବକାଶ…

କୃଷ୍ଣସାଗର ଡାହାଣ କେନାଲ ମରାମତି କରୁଛି ଆନ୍ଧ୍ର

ପାରଳାଖେମୁଣ୍ଡି,୨୫ା୬(ଡି.ଏନ୍‌.ଏ.): ଗଜପତି ଜିଲାରେ ପୁଣି ଆନ୍ଧ୍ର ଅନୁପ୍ରବେଶ କରି ନିଜର ଦାଦାଗିରି ଦେଖାଇଛି। ଚଳିତଥର କୃଷ୍ଣ ସାଗର ଡାହାଣ କେନାଲରେ ଜଳ ଲୁଟି ନେବାକୁ ମସୁଧା କରିଛି। ଗୋଷାଣୀ ବ୍ଲକର ଜଙ୍ଗଲପାଡୁ ନିକଟରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଆନ୍ଧ୍ର ପ୍ରଶାସନର…

ଗୌରହରି, ଦମୟନ୍ତୀ ପାଇବେ ସାହିତ୍ୟ ଅନୁବାଦ ପୁରସ୍କାର

ଭୁବନେଶ୍ୱର, ୨୫।୬ (ବ୍ୟୁରୋ): କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୧ ବର୍ଷ ପାଇଁ ମୋଟ୍‌ ୨୨ଟି ଭାଷାରେ ‘ସାହିତ୍ୟ ଅନୁବାଦ ପୁରସ୍କାର’ ଘୋଷଣା କରାଯାଇଛି। ଏଥର ଓଡ଼ିଶାରୁ ଦୁଇଜଣ ବ୍ୟକ୍ତି ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ବେନିୟାମିନଙ୍କ ରଚିତ ମାଲୟାଲମ୍‌…

ସନ୍ଦେହରେ ରାଜ୍ୟ ବାହାର ବି.ଏଡ୍‌. ଡିଗ୍ରୀଧାରୀ ଶିକ୍ଷକ

ଯାଜପୁର ଅଫିସ,୨୫ା୬: ଓଡ଼ିଶାର ବିଭିନ୍ନ ସ୍ଥାନରେ ରାଜ୍ୟ ବାହାରର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ବି.ଏଡ୍‌. ପାସ୍‌ କରିଥିବା ଯୁବତୀ, ଯୁବକ ନିୟମିତ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। କର୍ନାଟକର ଗୁଲ୍‌ବର୍ଗା ବିଶ୍ୱବିଦ୍ୟାଳୟ ଏବଂ ଉତ୍ତର ପ୍ରଦେଶର କାନପୁର ବିଶ୍ୱବିଦ୍ୟାଳୟରୁ ସେମାନେ ଶିକ୍ଷାଗତ ଯୋଗ୍ୟତା…

ଭିଏଲ୍‌-ଏସ୍‌ଆର୍‌ ଏସ୍‌ଏଏମ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୨୫ା୬: ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ରୁ ଶୁକ୍ରବାର ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ଭିଏଲ-ଏସ୍‌ଆରଏସ୍‌ଏଏମ୍‌’ର ଉତ୍‌କ୍ଷେପଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନାର ମିଳିତ ଉଦ୍ୟମରେ ଏହି କ୍ଷେପଣାସ୍ତ୍ରର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri