୧୨୫ ନୂଆ ଓଏଏସ୍‌ ପଦବୀ

ଭୁବନେଶ୍ୱର,୨୨ା୧୦(ବ୍ୟୁରେ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଗ୍ରୁପ୍‌-ଏ ଜୁନିୟର ବ୍ରାଞ୍ଚରେ ୧୨୫ ନୂତନ ପଦବୀକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଫଳରେ କ୍ୟାଡର ସଂଖ୍ୟା ୧୧୮୮ରୁ ୧୩୧୩କୁ ବୃଦ୍ଧି ହୋଇଛି। ପ୍ରତ୍ୟେକ ଜିଲା ପାଇଁ ୨ଟି ଲେଖାଏ ଡେପୁଟି କଲେକ୍ଟର ପଦବୀ ସୃଷ୍ଟି କରାଯାଇଥିବାବେଳେ କଟକ ରାଜସ୍ବ ପର୍ଷଦ ପାଇଁ ୪ ଅନୁସଚିବ, ପ୍ରତ୍ୟେକ ଉପଜିଲାପାଳ କାର୍ଯ୍ୟାଳୟରେ ଗୋଟିଏ ଲେଖାଏ ଡେପୁଟି କଲେକ୍ଟର ହିସାବରେ ୫୮ ଏବଂ ଭୁବନେଶ୍ୱର, ପାରାଦୀପ ଏବଂ ରାଉରକେଲା ପାଇଁ ଡେପୁଟି କଲେକ୍ଟର, ଅତିରିକ୍ତ ଜିଲାପାଳ କାର୍ଯ୍ୟାଳୟ ପାଇଁ ୩ଟି ପଦବୀ ସୃଷ୍ଟି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ୬ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
ରାଜ୍ୟ ସରକାର ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ପାଣିପଞ୍ଚାୟତଗୁଡିକରେ ମହିଳାମାନଙ୍କୁ ସାମିଲ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ପାଣି ପଞ୍ଚାୟତ ଅଧିନିୟମ-୨୦୦୨ର ସଂଶୋଧନ କରାଯାଇଛି। ଏହି ସଂଶୋଧନ ପରେ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପଗୁଡ଼ିକୁ ପାଣିପଞ୍ଚାୟତରେ ମିଶାଇ ଦିଆଯାଇଛି। ଏହାର ହିତାଧିକାରୀଙ୍କ ସ୍ତ୍ରୀ ମଧ୍ୟ ପାଣିପଞ୍ଚାୟତରେ ସାମିଲ ହେବେ। ଚକ କମିଟି ଓ ପାଣି ପଞ୍ଚାୟତର ଅବଧି ୩ ବର୍ଷରୁ ୫ବର୍ଷକୁ ବୃଦ୍ଧି କରାଯାଇଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।
ଓଡ଼ିଶା ପ୍ରାଣୀ ଚିକିତ୍ସା(ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ସଂଶୋଧିତ ନିୟମାବଳୀ-୨୦୨୨କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସଂଶୋଧିତ ନିୟମାବଳୀ ଅନୁଯାୟୀ ପ୍ରାଣୀ ଚିକିତ୍ସକମାନଙ୍କର ନିଯୁକ୍ତି, ମେଡିକାଲ ଅଫିସର, ହୋମିଓପ୍ୟାଥିକ ମେଡିକାଲ ଅଫିସର ଏବଂ ଆୟୁର୍ବେଦିକ ମେଡିକାଲ ଅଫିସରଙ୍କ ନିଯୁକ୍ତି ପ୍ରକ୍ରିୟା ଭଳି ଏଣିକି ଭେଟେରିନାରି ଆସିଷ୍ଟାଣ୍ଟ ସର୍ଜନ ନିଯୁକ୍ତି ପାଇଁ ସାକ୍ଷାତ୍‌କାର ହଟାଇ ଓପିଏସ୍‌ସି ମାଧ୍ୟମରେ କେବଳ ଲିଖିତ ପରୀକ୍ଷା କରାଯିବ।
ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦ୍ବିତୀୟ ବିଚାର ବିଭାଗୀୟ ଅଫିସରଙ୍କୁ ବେତନ କମିଶନଙ୍କ ସୁପାରିସ ଅନୁସାରେ ଦରମା ମିଳିବ। ଏଥିଲାଗି ରାଜ୍ୟ ସରକାର ପ୍ରତିବର୍ଷ ୯୩କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?