ଓସିଏ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ପ୍ରଣବ ପ୍ରକାଶ ଦାସ

କଟକ ଅଫିସ, ୨୨ା୧୦: ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ୨୮ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନେଇ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଶୁକ୍ରବାର ଏଥିପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ତେବେ ଓସିଏ ସଭାପତି ସହ ସମସ୍ତ ପଦ ପାଇଁ ଜଣେ ଲେଖାଏ ପ୍ରାର୍ଥୀ ଥିବାରୁ ସମସ୍ତେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପ୍ରଣବ ପ୍ରକାଶ ପ୍ରଥମ ଥର ପାଇଁ ସଭାପତି ହୋଇଥିବାବେଳେ ସମ୍ପାଦକ ପଦ ବଜାୟ ରଖିଛନ୍ତି ସଞ୍ଜୟ ବେହେରା। ପୂର୍ବରୁ ସଭାପତି ଥିବା ପଙ୍କଜ ଲୋଚନ ମହାନ୍ତି ଉପସଭାପତି ହୋଇଛନ୍ତି। ବିକାଶ ପ୍ରଧାନ କୋଷାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ଏବଂ ସହସମ୍ପାଦକ ପ୍ରଭାତ ଭୋଳ ଓ ଆପେକ୍ସ କାଉନସିଲ ସଦସ୍ୟ ଭାବେ ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆସନ୍ତା ୨୮ ତାରିଖରେ ବିଧିବଦ୍ଧ ଭାବେ ନିର୍ବାଚିତ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯିବ। ସୂଚନାଯୋଗ୍ୟ ଅକ୍ଟୋବର ୧୪ରେ ଓଡ଼ିଶା କ୍ରିକେଟ ଆସୋସିଏଶନ ନିର୍ବାଚନ ନେଇ ପୁରୀରେ ଅନୁଷ୍ଠିତ ବୈଠକରେ ଯାଜପୁରର ବିଧାୟକ ତଥା ବିଜେଡିର ସାଙ୍ଗଠିନକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓଡ଼ିଶା କ୍ରିକେଟ ଆସୋସିଏଶନର ସଭାପତି ପଦ ପାଇଁ ସର୍ବସମ୍ମତ ପ୍ରାର୍ଥୀ ହୋଇଥିଲେ। ପ୍ରଣବଙ୍କୁ ଓସିଏ ସଭାପତି କରିବାକୁ ବିଭିନ୍ନ ଜିଲା କ୍ରିକେଟ ଆସୋସିଏଶନର ସଦସ୍ୟମାନେ ମତ ଜଣାଇଥିଲେ। ନିର୍ବାଚନ ପାଇଁ ୨୧ରେ ନାମାଙ୍କନ ଦାଖଲ, ୨୨ରେ ଯାଞ୍ଚ ଓ ଅଭିଯୋଗ ଗ୍ରହଣ କରାଯିବା ସହିତ ନାମ ପ୍ରକାଶ ଏବଂ ୨୩ ତାରିଖରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ସହ ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବାର କାର୍ଯ୍ୟକ୍ରମ ରହିଥିଲା। ୨୮ତାରିଖରେ ନିର୍ବାଚନ ହେବାର ଥିଲା। ମାତ୍ର ସମସ୍ତ ପଦ ପାଇଁ ଜଣେ ଲେଖାଏ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ଆଉ ନିର୍ବାଚନ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୭ରୁ ଭିତରକନିକା ମହୋତ୍ସବ: ପ୍ରସ୍ତୁତି କାର୍ଯ୍ୟର ସ୍ଥିତି ପରଖିଲେ ଜିଲାପାଳ

ଋାଜନଗର, ୫।୨ (ଡି.ଏନ୍‌.ଏ.):ଆସନ୍ତା ୭ ତାରିଖରୁ ରାଜନଗର-ଭିତରକନିକା ମୁଖ୍ୟରାସ୍ତା ପାର୍ଶ୍ୱ ନଳିତାପାଟିଆଠାରେ ପ୍ରଥମ କରି ଭିତରକନିକା ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ସଂସ୍କୃତି...

ବନ ବିଭାଗକୁ ଦନ୍ତା ଚିନ୍ତା : ଅଧିକ ହିଂସ୍ର ହେଉଛି

ଢେଙ୍କାନାଳ ଅଫିସ, ୮ା୬ – ଢେଙ୍କାନାଳ-ଅନୁଗୋଳ ଜିଲା ସୀମାନ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତା ଅଧିକ ହିଂସ୍ର ହେବାରେ ଲାଗିଛି। ତାଳଚେରରେ ୫ଜଣଙ୍କୁ...

ଭିଜିଲାନ୍ସ ଜାଲରେ ରେଞ୍ଜର

ଧର୍ମଗଡ,୩୦।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବନ ବିଭାଗ ରେଞ୍ଜର ଲକ୍ଷ୍ମଣ ଶବରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଲକ୍ଷ୍ମଣଙ୍କ ପୈତୃକ ଘର ଲଡୁଗାଁ, ଶ୍ୱଶୁର ଘର...

ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା: ଭିଜିଲାନ୍ସରେ ଅଭିଯୋଗ କଲେ ଜଗନ୍ନାଥ ସେନା

ପୁରୀ ଅଫିସ,୭।୩: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଘରୋଇ ବ୍ୟାଙ୍କରେ ଜମା ରଖାଯିବାକୁ ବିରୋଧ କରିଛି ଶ୍ରୀଜଗନ୍ନାଥ ସେନା। ଶନିବାର ସେନା ପକ୍ଷରୁ ପୁରୀ...

ଅବହେଳିତ ବୈଶିଙ୍ଗା ଡାକ୍ତରଖାନା

ବୈଶିଙ୍ଗା,୧୫।୫(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଡାକ୍ତରଖାନା ପ୍ରତି ସରକାରୀ ଅବହେଳାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। କର୍ମଚାରୀ ଅଭାବ ସାଙ୍ଗକୁ ବିଭିନ୍ନ ସମସ୍ୟାରେ ଥିବା ଏହି...

‘ପିଲାମାନେ ପ୍ରାରମ୍ଭିକ ଶିକ୍ଷାରୁ ଇଂଲିଶ କୁହନ୍ତୁ ବୋଲି ଅଭିଭାବକ ଚାହୁଁଛନ୍ତି’

ରାଜ୍ୟରେ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନେଇ ସରକାରୀସ୍ତରରେ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଉଛି। ତଥାପି ଅଭିଭାବକମାନେ ନିଜ ପିଲାର ଉତ୍ତମ ଭବିଷ୍ୟତ ଗଢିବା...

ଓଡ଼ିଶାକୁ ୨୨୪୯ କୋଟି ଅନୁମୋଦନ

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଜଳ ଜୀବନ ମିଶନ (ଜେଜେଏମ୍‌) ଓ ସ୍ବଚ୍ଛ ଭାରତ ମିଶନ( ଏସ୍‌ବିଏମ୍‌)ରେ ଓଡ଼ିଶାକୁ ୨୨୪୯ କୋଟି...

ବୋମା ଖାଇ ବଳଦ ଆହତ ଘଟଣା: ଶିକାରୀ ଗିରଫ

କେନ୍ଦୁଝର, ୫ା୧୨(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଜଙ୍ଗିରା ସେକ୍ସନ ଅନ୍ତର୍ଗତ ସୋମଗିରି ବାରବାଙ୍କ ସଂରକ୍ଷିତ ଜଙ୍ଗଲ ନିକଟରେ ଗତ ୩ ତାରିଖ ଦିନ ଏକ ବଳଦ...

Advertisement
Archives

Model This Week