ରାଜ୍ୟ

‘ଦୂରଦୃଷ୍ଟି ନେତୃତ୍ୱ ମିଶନ ଶକ୍ତି ପ୍ରତିଭାର ବିକାଶ କରିଛି’

ଭୁବନେଶ୍ୱର,୨୦।୯(ବ୍ୟୁରୋ):କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା ଓ ଅନୁଗୋଳ ଜିଲାର ମିଶନ ଶକ୍ତି ଗୋଷ୍ଠୀର ସଦସ୍ୟମାନେ ସୋମବାର ସନ୍ଧ୍ୟାରେ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଗତ ଅଗଷ୍ଟ ୧୫ ତଥା ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ସଦସ୍ୟମାନେ…

୨ରୁ ‘ହର୍‌ ଦିଲ୍‌ ମେ ଗାନ୍ଧୀ’

ଭୁବନେଶ୍ୱର, ୨୦।୯(ବ୍ୟୁରୋ): ଗାନ୍ଧୀ ବିଚାରଧାରାର ପ୍ରସାର ପାଇଁ ଆସନ୍ତା ଗାନ୍ଧୀ ଜୟନ୍ତୀ ଅବସରରେ ଅକ୍ଟୋବର ୨ରୁ ସର୍ବଭାରତୀୟ ସ୍ତରରେ ବର୍ଷବ୍ୟାପୀ ଗାନ୍ଧୀଚେତନା ସମ୍ପର୍କିତ କାର୍ଯ୍ୟକ୍ରମ ‘ହର୍‌ ଦିଲ୍‌ ମେ ଗାନ୍ଧୀ’ର ଶୁଭାରମ୍ଭ ହେବ। ୨୦୨୩ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଏହାର…

ଗୌରହରି ଦାସ ପାଇବେ ‘ଶାରଳା ପୁରସ୍କାର’

ଭୁବନେଶ୍ୱର, ୨୦।୯ (ବ୍ୟୁରୋ):ସାହିତି୍ୟକ, ଗାଳ୍ପିକ ତଥା କଥାକାର ଗୌରହରି ଦାସଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ୪୩ତମ ‘ଶାରଳା ପୁରସ୍କାର’ ମିଳିବ। ତାଙ୍କର ସାହିତ୍ୟ କୃତି ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ସେ ଏହି ସମ୍ମାନ ପାଇବେ ବୋଲି ଇମ୍ଫା ଚାରିଟେବଲ୍‌…

ବିପର୍ଯ୍ୟୟ ଭୟ: ଉପକୂଳ ପାଇଁ ୫ ବର୍ଷିଆ ଯୋଜନା

ଭୁବନେଶ୍ବର,୨୦ା୯(ବ୍ୟୁରୋ):ରାଜ୍ୟକୁ ସବୁ ସମୟରେ ପ୍ରାକୃତିକ ବିପତ୍ତିର ଭୟ ରହିଛି। ଅନେକ ସମୟରେ ବାତ୍ୟା, ବନ୍ୟା, ବଜ୍ରପାତ, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଉଛି। ଲୋକମାନଙ୍କୁ ଏପରି ବିପର୍ଯ୍ୟୟ ସମୟରେ ବଞ୍ଚାଇବା ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ…

କ୍ଲାସ୍‌ ସରିବା ପରେ କଲେଜରେ ରହିପାରିବେନି ପିଲା

ଭୁବନେଶ୍ୱର, ୨୦।୯(ବ୍ୟୁରୋ):କଲେଜ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ସୃଷ୍ଟି ଲାଗି କେତେକ ନୂଆ ପଦକ୍ଷେପ ନେଇଛି ଗଣଶିକ୍ଷା ବିଭାଗ। କ୍ଲାସ ସରିବା ପରେ ଆଉ କ୍ୟାମ୍ପସରେ ରହିପାରିବେନି ଛାତ୍ରୀଛାତ୍ର। ପୂର୍ବଭଳି ଆଉ କ୍ଲାସ୍‌ ପରବର୍ତ୍ତୀ ଖଟି ଜମିବ ନାହିଁ। ଶେଷ କ୍ଲାସ ଘଣ୍ଟା…

ଫୁଲିଲା ହୀରାକୁଦ ଜଳଭଣ୍ଡାର, ଖୋଲିଲା ୪ ଗେଟ୍‌

ସମ୍ବଲପୁର,୧୯ା୯(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡ ଛତିଶଗଡ଼ରେ ଆଗକୁ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୨୦ରୁ ୨୨ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ହୀରାକୁଦ ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ଫୁଟ୍‌ ରହିଥିବା…

ଶିଶୁ ମୃତ୍ୟୁ ଘଟଣା: ଯାଞ୍ଚ କଲେ ସ୍ବାସ୍ଥ୍ୟ ବିଭାଗର ୨ ଜଣିଆ ଟିମ୍‌

କେନ୍ଦୁଝର,୧୯।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଚିକିସତ୍ାଳୟର ଶିଶୁ ୱାର୍ଡରେ ୪ ନବଜାତ ଶିଶୁ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ସ୍ବାସ୍ଥ୍ୟ ବିଭାଗର ୨ ଜଣିଆ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୋମବାର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶିଶୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ…

ଅଶ୍ଲୀଳ ଗୀତକୁ ବିରୋଧ: ଟାଉନ ଥାନାରେ ଏତଲା ଦେଲା ଜିଲା ବିକାଶ ମଞ୍ଚ

କୋରାପୁଟ,୧୯ା୯(ସ୍ବ.ପ୍ର.): କୋରାପୁଟ ଜିଲା ଝିଅଙ୍କୁ ନେଇ ଅଶ୍ଲୀଳ ଗୀତ ପରିବେଷଣ କରିଥିବା ଓମ ଶଙ୍କର ନାମକ ବ୍ୟକ୍ତିଙ୍କ ବିରୋଧରେ ଜିଲା ବିକାଶ ମଞ୍ଚ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଜିଲା ବିକାଶ ମଞ୍ଚ ସମ୍ପାଦକ ଏସ୍‌. ପାଣିଗ୍ରାହୀ ଓ ଅନ୍ୟ ସଦସ୍ୟ…

ରାଜ୍ୟରୁ ୨୧୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ଘଣ୍ଟାରେ ୨୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଯାବତ୍‌ ୧୩,୨୧,୩୪୪ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୮,…

୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ନଡ୍ଡା: ରାଜ୍ୟର ସାଙ୍ଗଠନିକ ସ୍ଥିତିର କରିବେ ସମୀକ୍ଷା

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଆସନ୍ତା ୨୯ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି.ନଡ୍ଡା। ଓଡ଼ିଶାରେ ପହଞ୍ଚିବା ପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଜନତା ମଇଦାନରେ ୨୫ ହଜାର କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବା ସହ ରାଜ୍ୟରେ ସାଙ୍ଗଠନିକ…

ସୃଷ୍ଟି ହେଲା ଲଘୁଚାପ: ୨୧ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ୧୮ ତାରିଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସହ ଉତ୍ତର-ପଶ୍ଚିମ ଦିଗରେ ଓଡିଶା-ଉପକୂଳ ଆଡକୁ ଗତି…

ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର,୧୯ା୯(ଭୁବନେଶ୍ୱର): ପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହି ଘୋଷଣା ପରେ ବର୍ଦ୍ଧିତ ମହଙ୍ଗା ଭତ୍ତା ୩୧%ରୁ ୩୪%କୁ ବୃଦ୍ଧି ପାଇଛି। ଅର୍ଥାତ୍‌ ୩ ପ୍ରତିଶତ ଡିଏ ବୃଦ୍ଧି କରିଛନ୍ତି ସରକାର। ଏହି ବର୍ଦ୍ଧିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?