Advertisement

୧୦ ମାସରେ ୧୧, ୮୨୪ ଅଭିଯୋଗ

ଭୁବନେଶ୍ୱର, ୧।୧୧(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରବାସୀଙ୍କୁ ସ୍ବଚ୍ଛ ଓ ସୁନ୍ଦର ପରିବେଶ ସହିତ ମୌଳିକ ସୁବିଧା ଯୋଗାଇ ଦେବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ଅନେକ ସମୟରେ ବିଭିନ୍ନ ଯୋଜନା ସହିତ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି। ସେହିପରି ମହାନଗର ନିଗମବାସୀଙ୍କର କୌଣସି ସମସ୍ୟା ଉପୁଜିଲେ ଏଥିପାଇଁ ସେମାନେ ବିଏମ୍‌ସିରେ ଅଭିଯୋଗ କରିପାରିବାର ବ୍ୟବସ୍ଥା ରହିଛି। ପ୍ରତିଦିନ ଏକାଧିକ ଅଭିଯୋଗ ବିଏମ୍‌ସିରେ ଦାଖଲ କରାଯାଉଥିବା ବେଳେ କେତେକ ସମାଧାନ ହୋଇଛି ଓ ଆଉ କେତେକ ଅଭିଯୋଗ ବିଏମ୍‌ସି ଫାଇଲ ତଳେ ପଡିରହିଛି। ଅଭିଯୋଗ କରିବା ପାଇଁ ବିଏମ୍‌ସି ପକ୍ଷରୁ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ର ବ୍ୟବସ୍ଥା କରାଯାଇଛି। ଏଥିସହ ଯେଉଁମାନେ ଅନ୍‌ଲାଇନ୍‌ ବ୍ୟବସ୍ଥା ସମ୍ପର୍କରେ ଅଭ୍ୟସ୍ତ ନୁହଁନ୍ତି ସେମାନଙ୍କ ପାଇଁ ୧୯୨୯ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି। ଚଳିତ ବର୍ଷ ଜାନୁୟାରୀରୁ ଅକ୍ଟୋବର ୩୦ ମଧ୍ୟରେ ବିଏମ୍‌ସିରେ ମୋଟ୍‌ ୧୧ହଜାର ୮୨୪ଟି ଅଭିଯୋଗ ଦାଖଲ କରାଯାଇଛି। ସେଥିମଧ୍ୟରୁ ମୋଟ୍‌ ୧୧ହଜାର ୩୫୮ଟି ସମାଧାନ ହୋଇଥିବାବେଳେ ୪୬୬ଟି ଅଭିଯୋଗ ସମାଧାନ ଅପେକ୍ଷାରେ ରହିଛି। ଅପରପକ୍ଷେ ଷ୍ଟ୍ରିଟ୍‌ ଲାଇଟ୍‌ ସମ୍ବନ୍ଧୀୟ ୬,୧୧୮ଟି ଅଭିଯୋଗ ରହିଥିବାବେଳେ ୫,୮୮୦ଟି ସମାଧାନ ହୋଇଛି। ସେହିପରି ପରିମଳ ସମ୍ପର୍କିତ ମୋଟ୍‌ ୩,୩୯୮ଟି ଅଭିଯୋଗ ଦାଖଲ ହୋଇଥିବାବେଳେ ୩,୩୩୧ଟି ସମାଧାନ ହୋଇଛି। ବାକି ୨,୩୦୮ଟି ରାସ୍ତା, ଖାଲଖମା ଏବଂ ଅନ୍ୟାନ୍ୟ ଅଭିଯୋଗ ରହିଛି। ସେଥିମଧ୍ୟରୁ ୨,୧୪୭ଟି ସମାଧାନ ଅପେକ୍ଷାରେ ରହିଛି।
ଅପରପକ୍ଷେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଦାୟିତ୍ୱ ନେବା ପରେ ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ‘ଜନ ଅଭିଯୋଗ ଶୁଣାଣି’ ଆରମ୍ଭ କରିଛନ୍ତି। ଜୁଲାଇ ୪ ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଯେଉଁଥିରେ ପ୍ରତି ସୋମବାର ସାଧାରଣ ନାଗରିକ ସିଧାସଳଖ କମିଶନରଙ୍କୁ ଭେଟି ନିଜର ଅସୁବିଧା ଜଣାଇ ପାରିବେ। ଏଯାବତ୍‌ ଜନ ଶୁଣାଣିରେ ୧୫୮ଟି ଅଭିଯୋଗ ଆସିଥିବାବେଳେ ସେଥିରୁ ୧୩୭ଟି ସମାଧାନ ହୋଇଛି। ଅପରପକ୍ଷେ କେବଳ ଅକ୍ଟୋବର ମାସରେ ବିଏମ୍‌ସିକୁ ୨୨୪୬ଟି ଅଭିଯୋଗ ଦାଖଲ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଦିନ ଚାଲିଛି ମାଟି ବୁହା

ରୂପସା, ୧୨ା୪ (ଡି.ଏନ.ଏ.) ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧୀନ ଗଡ଼ପଦା ପଞ୍ଚାୟତରେ ଗୋଚର ଜମିରୁ ବେଆଇନ ମାଟିଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ...

ପରମେଶ୍ୱରଙ୍କ ପାଇଁ ପଖାଳ

ଓଡ଼ିଆଙ୍କ ଖାଦ୍ୟ ଐତିହ୍ୟର ଅନ୍ୟତମ ବିଭବ ହେଉଛି ପଖାଳ। ଏହି ପରମ୍ପରା ଯଥା ଦେହେ ତଥା ଦେବେରେ ପରିଣତ ହୋଇଥିବାର ଦେଖାଯାଏ। ଏହି ପରମ୍ପରା ଓଡ଼ିଶାର...

ଶ୍ରୀଲିଙ୍ଗରାଜଙ୍କ ଜମିରେ ବେଆଇନ ନିର୍ମାଣ: ୧୪୪ ଧାରାରେ କାର୍ଯ୍ୟ ବନ୍ଦ କଲା ପୋଲିସ

ପୁରୁଣା ଭୁବନେଶ୍ୱର,୧।୮(ଡି.ଏନ.ଏ): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମାଲିକାନାରେ ନୂଆଗଁ। ମୌଜାରେ ଥିବା ୨.୦୭୦ ଏକର ଜମିରେ ବେଆଇନ ନିର୍ମାଣ କାର୍ଯ୍ୟ ଚାଲୁଥିଲା। କିଛି ବ୍ୟକ୍ତି ସେଠାରେ ମାର୍କେଟ...

ନାଟ କରିବେନି ଦଣ୍ଡ କଳାକାର

ଆଠମଲ୍ଲିକ,୩ା୪(ଡି.ଏନ.ଏ.) ଆଠମଲ୍ଲିକ ଅଞ୍ଚଳରେ ଗଡ଼ଜାତ ଅମଳରୁ ଚାଲିଆସିଥିବା ବହୁ ପୁରାତନ ଲୋକନୃତ୍ୟ ଦଣ୍ଡ ନାଟ ଚଳିତବର୍ଷ କୋଭିଡ୍‌ କଟକଣା ପାଇଁ ହେବନାହିଁ। ସରକାର ଏହି ପାରମ୍ପରିକ...

୪ ବର୍ଷ ପରେ ଜେଲରୁ ମୁକୁଳିଲେ ସାରଥି

କଟକ ଅଫିସ, ୨୫।୭: ସାରଥି ଓରଫ୍‌ ସନ୍ତୋଷ ରାଉଳ ଗୁରୁବାର ଜେଲରୁ ମୁକୁଳିଛନ୍ତି। ସମସ୍ତ ୩ଟି ଯାକ ମାମଲାର ଜାମିନ୍‌ ପାଇବା ପରେ କଟକ ଚୌଦ୍ୱାର...

ରାଜ୍ୟରେ ୨୬ ଜିଲାରୁ ୩୦୩ କରୋନା ପଜିଟିଭ୍‌ ଚିହ୍ନଟ, ୪ ମୃତ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟରେ ରବିବାର ୩୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୭୨ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ...

ବଢ଼ିଲା ବିଧାୟକଙ୍କ ସ୍ବାସ୍ଥ୍ୟବୀମା, ଏଣିକି ମିଳିବ ୧୦ ଲକ୍ଷ ଟଙ୍କାର ସୁବିଧା

ଭୁବନେଶ୍ୱର,୭।୯(ବ୍ୟୁରୋ): ରାଜ୍ୟର ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବାର୍ଷିକ ସ୍ବାସ୍ଥ୍ୟବୀମା ପରିମାଣକୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାକୁ ନେଇ ବାରମ୍ବାର ଦାବି ହେଉଥିବା...

କେନ୍ଦୁଝରରେ ଘନ ଘନ ବିଦ୍ୟୁତ୍‌ କାଟ: ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀସେବା ବାଧାପ୍ରାପ୍ତ, ଶୀଘ୍ର ସମାଧାନ ଦାବି

କେନ୍ଦୁଝର,୧।୬( ସ୍ବ.ପ୍ର.): ଘନ ଘନ ବିଦ୍ୟୁତ୍‌ କାଟ ଯୋଗୁ ଶନିବାର କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ରୋଗୀ ଚିକିତ୍ସା ବାଧାପ୍ରାପ୍ତ ହୋଇଛି। ମେଡିକାଲରେ ଜେନେରେଟର ବ୍ୟବସ୍ଥା...

Advertisement
Archives

Model This Week