ବିନୋଦ କୁମାରଙ୍କ ସମେତ ୩ଜଣଙ୍କୁ ୩ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର,୧ା୧୧(ବ୍ୟୁରୋ):ଓଡ଼ିଶା ଗ୍ରାମୀଣ ଗୃହ ଉନ୍ନୟନ ନିଗମ (ଓଆର୍‌ଏଚ୍‌ଡିସି) ଦ୍ୱାରା ଷ୍ଟେଟ୍‌ ଫେଡେରେଶନ ଲେବର ଆଣ୍ଡ୍‌ କନ୍‌ଷ୍ଟ୍ରକ୍‌ଶନ କୋଅପରେଟିଭ୍‌ ଲିଃ (ଏସ୍‌ଏଫ୍‌ଏଲ୍‌ସିସି)କୁ ଅନୁଚିତ ଅନୁଗ୍ରହ ଦେଖାଇ ୮.୮୦ ଲକ୍ଷ ଟଙ୍କାର ଋଣ ଦେବା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ବହିଷ୍କୃତ ଆଇଏଏସ୍‌ ଅଫିସର ତଥା ଓଆର୍‌ଏଚ୍‌ଡିସିର ତତ୍‌କାଳୀନ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ବିନୋଦ କୁମାରଙ୍କ ସମେତ ୩ ଜଣଙ୍କୁ ୩ ବର୍ଷ ଲେଖାଏ ଜେଲଦଣ୍ଡ ହୋଇଛି। ଅନ୍ୟ ଅଭିଯୁକ୍ତଦ୍ୱୟ ହେଲେ ଓଆର୍‌ଏଚ୍‌ଡିସିର ତତ୍‌କାଳୀନ ଆସିଷ୍ଟାଣ୍ଟ ମ୍ୟାନେଜର ଏ. ଆନନ୍ଦ ରାଓ ଓ ଏସ୍‌ଏଫ୍‌ଏଲ୍‌ସିସିର ଏମ୍‌ଡି ରାଧା ରଞ୍ଜନ ପଟ୍ଟନାୟକ। ଏଥିସହ ୩ ଅଭିଯୁକ୍ତଙ୍କୁ ୫୦ହଜାର ଲେଖାଏ ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଛି। ଜରିମାନା ଅନାଦାୟ ଅଧିକ ୬ମାସ ଜେଲଦଣ୍ଡ ଭୋଗିବାକୁ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତି ସତ୍ୟ ନାରାୟଣ ଷଡ଼ଙ୍ଗୀ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।
ବିବରଣୀ ଅନୁଯାୟୀ, ବିନୋଦ କୁମାର ୨୦୦୦ ଜାନୁୟାରୀ ୪ରୁ ୨୦୦୧ ଏପ୍ରିଲ ୧୫ ପର୍ଯ୍ୟନ୍ତ ଓଆର୍‌ଏଚ୍‌ଡିସିର ଏମ୍‌ଡି ଥିଲେ। ସେହି ସମୟରେ ଏ. ଆନନ୍ଦ ରାଓ ମଧ୍ୟ କମ୍ପାନୀର କର୍ପୋରେଟ୍‌ ଲୋନ୍‌ ସେକ୍ସନ୍‌ରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ। ଏସ୍‌ଏଫ୍‌ଏଲ୍‌ସିସିର ଏମ୍‌ଡି ରାଧାରଞ୍ଜନ ତାଙ୍କ କମ୍ପାନୀର ୨୦ଜଣ କର୍ମଚାରୀଙ୍କ ପାଇଁ ଗୃହ ଋଣ ଆବେଦନ କରିଥିଲେ। ତେବେ ଏହି ଗୃହ ଋଣ ୧୯୯୯ ମହାବାତ୍ୟାରେ ପ୍ରଭାବିତ ଜିଲାଗୁଡିକରେ କାର୍ଯ୍ୟରତ ସରକାରୀ ଓ ଅର୍ଦ୍ଧ ସରକାରୀ କର୍ମଚାରୀ ଏବଂ ସରକାରୀ କମ୍ପାନୀର କର୍ମଚାରୀଙ୍କ ପାଇଁ ବ୍ୟବସ୍ଥା ଥିଲା। ହେଲେ ଏହି ନିୟମକୁ ଉଲ୍ଲଂଘନ କରାଯାଇ ୨୦ ଜଣଙ୍କ ଜାଲ ଦସ୍ତାବିଜ୍‌ ଆଧାରରେ ବିନୋଦ କୁମାର ଏସ୍‌ଏଫ୍‌ଏଲ୍‌ସିସିକୁ ୮ ଲକ୍ଷ ୮୦ ହଜାର ଟଙ୍କାର ଗୃହ ଋଣ ଦେଇଥିଲେ। ଫଳରେ ରାଜ୍ୟ ସରକାରଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିଥିଲା। ଏହା ଜଣାପଡ଼ିବା ପରେ ରାଜ୍ୟ ସରକାର ଭିଜିଲାନ୍ସ ନିକଟରେ ୨୦୦୫ରେ ଅଭିଯୋଗ କରିଥିଲେ। ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ୨୦୦୯ ଜୁନ୍‌ ୧ରେ ଏକ ମାମଲା(ନଂ.୧୬/୦୯) ରୁଜୁ କରାଯାଇ ଘଟଣା ସଂକ୍ରାନ୍ତରେ ତଦନ୍ତ ଆରମ୍ଭ ହୋଇଥିଲା। ତେବେ ୨୦ଜଣଙ୍କ ସାକ୍ଷ୍ୟ ଓ ଅନ୍ୟାନ୍ୟ ଦସ୍ତାବିଜ ଆଧାରରେ ଦୁର୍ନୀତି ସଂକ୍ରାନ୍ତ ପ୍ରମାଣ ପାଇବା ପରେ କୋର୍ଟ ରାୟ ପ୍ରକାଶ କରିଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ହେମନ୍ତ କୁମାର ସ୍ବାଇଁ ମାମଲା ପରିଚାଳନା କରୁଥିଲେ।
ଅନ୍ୟପକ୍ଷରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ଆଇଏଏସ୍‌ ଅଫିସର ବିନୋଦଙ୍କ ବିରୋଧରେ ରାଜ୍ୟ ସରକାର ମୋଟ ୨୭ଟି ଭିଜିଲାନ୍ସ ମାମଲା କରିଥିବାବେଳେ ପୂର୍ବରୁ ୩ଟିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିସହ ଗତ ଫେବୃୟାରୀ ୨ରେ ତାଙ୍କୁ ଚାକିରିରୁ ମଧ୍ୟ ବିଦା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?