ବିନୋଦ କୁମାରଙ୍କ ସମେତ ୩ଜଣଙ୍କୁ ୩ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର,୧ା୧୧(ବ୍ୟୁରୋ):ଓଡ଼ିଶା ଗ୍ରାମୀଣ ଗୃହ ଉନ୍ନୟନ ନିଗମ (ଓଆର୍‌ଏଚ୍‌ଡିସି) ଦ୍ୱାରା ଷ୍ଟେଟ୍‌ ଫେଡେରେଶନ ଲେବର ଆଣ୍ଡ୍‌ କନ୍‌ଷ୍ଟ୍ରକ୍‌ଶନ କୋଅପରେଟିଭ୍‌ ଲିଃ (ଏସ୍‌ଏଫ୍‌ଏଲ୍‌ସିସି)କୁ ଅନୁଚିତ ଅନୁଗ୍ରହ ଦେଖାଇ ୮.୮୦ ଲକ୍ଷ ଟଙ୍କାର ଋଣ ଦେବା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ବହିଷ୍କୃତ ଆଇଏଏସ୍‌ ଅଫିସର ତଥା ଓଆର୍‌ଏଚ୍‌ଡିସିର ତତ୍‌କାଳୀନ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ବିନୋଦ କୁମାରଙ୍କ ସମେତ ୩ ଜଣଙ୍କୁ ୩ ବର୍ଷ ଲେଖାଏ ଜେଲଦଣ୍ଡ ହୋଇଛି। ଅନ୍ୟ ଅଭିଯୁକ୍ତଦ୍ୱୟ ହେଲେ ଓଆର୍‌ଏଚ୍‌ଡିସିର ତତ୍‌କାଳୀନ ଆସିଷ୍ଟାଣ୍ଟ ମ୍ୟାନେଜର ଏ. ଆନନ୍ଦ ରାଓ ଓ ଏସ୍‌ଏଫ୍‌ଏଲ୍‌ସିସିର ଏମ୍‌ଡି ରାଧା ରଞ୍ଜନ ପଟ୍ଟନାୟକ। ଏଥିସହ ୩ ଅଭିଯୁକ୍ତଙ୍କୁ ୫୦ହଜାର ଲେଖାଏ ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଛି। ଜରିମାନା ଅନାଦାୟ ଅଧିକ ୬ମାସ ଜେଲଦଣ୍ଡ ଭୋଗିବାକୁ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତି ସତ୍ୟ ନାରାୟଣ ଷଡ଼ଙ୍ଗୀ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।
ବିବରଣୀ ଅନୁଯାୟୀ, ବିନୋଦ କୁମାର ୨୦୦୦ ଜାନୁୟାରୀ ୪ରୁ ୨୦୦୧ ଏପ୍ରିଲ ୧୫ ପର୍ଯ୍ୟନ୍ତ ଓଆର୍‌ଏଚ୍‌ଡିସିର ଏମ୍‌ଡି ଥିଲେ। ସେହି ସମୟରେ ଏ. ଆନନ୍ଦ ରାଓ ମଧ୍ୟ କମ୍ପାନୀର କର୍ପୋରେଟ୍‌ ଲୋନ୍‌ ସେକ୍ସନ୍‌ରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ। ଏସ୍‌ଏଫ୍‌ଏଲ୍‌ସିସିର ଏମ୍‌ଡି ରାଧାରଞ୍ଜନ ତାଙ୍କ କମ୍ପାନୀର ୨୦ଜଣ କର୍ମଚାରୀଙ୍କ ପାଇଁ ଗୃହ ଋଣ ଆବେଦନ କରିଥିଲେ। ତେବେ ଏହି ଗୃହ ଋଣ ୧୯୯୯ ମହାବାତ୍ୟାରେ ପ୍ରଭାବିତ ଜିଲାଗୁଡିକରେ କାର୍ଯ୍ୟରତ ସରକାରୀ ଓ ଅର୍ଦ୍ଧ ସରକାରୀ କର୍ମଚାରୀ ଏବଂ ସରକାରୀ କମ୍ପାନୀର କର୍ମଚାରୀଙ୍କ ପାଇଁ ବ୍ୟବସ୍ଥା ଥିଲା। ହେଲେ ଏହି ନିୟମକୁ ଉଲ୍ଲଂଘନ କରାଯାଇ ୨୦ ଜଣଙ୍କ ଜାଲ ଦସ୍ତାବିଜ୍‌ ଆଧାରରେ ବିନୋଦ କୁମାର ଏସ୍‌ଏଫ୍‌ଏଲ୍‌ସିସିକୁ ୮ ଲକ୍ଷ ୮୦ ହଜାର ଟଙ୍କାର ଗୃହ ଋଣ ଦେଇଥିଲେ। ଫଳରେ ରାଜ୍ୟ ସରକାରଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିଥିଲା। ଏହା ଜଣାପଡ଼ିବା ପରେ ରାଜ୍ୟ ସରକାର ଭିଜିଲାନ୍ସ ନିକଟରେ ୨୦୦୫ରେ ଅଭିଯୋଗ କରିଥିଲେ। ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ୨୦୦୯ ଜୁନ୍‌ ୧ରେ ଏକ ମାମଲା(ନଂ.୧୬/୦୯) ରୁଜୁ କରାଯାଇ ଘଟଣା ସଂକ୍ରାନ୍ତରେ ତଦନ୍ତ ଆରମ୍ଭ ହୋଇଥିଲା। ତେବେ ୨୦ଜଣଙ୍କ ସାକ୍ଷ୍ୟ ଓ ଅନ୍ୟାନ୍ୟ ଦସ୍ତାବିଜ ଆଧାରରେ ଦୁର୍ନୀତି ସଂକ୍ରାନ୍ତ ପ୍ରମାଣ ପାଇବା ପରେ କୋର୍ଟ ରାୟ ପ୍ରକାଶ କରିଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ହେମନ୍ତ କୁମାର ସ୍ବାଇଁ ମାମଲା ପରିଚାଳନା କରୁଥିଲେ।
ଅନ୍ୟପକ୍ଷରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ଆଇଏଏସ୍‌ ଅଫିସର ବିନୋଦଙ୍କ ବିରୋଧରେ ରାଜ୍ୟ ସରକାର ମୋଟ ୨୭ଟି ଭିଜିଲାନ୍ସ ମାମଲା କରିଥିବାବେଳେ ପୂର୍ବରୁ ୩ଟିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିସହ ଗତ ଫେବୃୟାରୀ ୨ରେ ତାଙ୍କୁ ଚାକିରିରୁ ମଧ୍ୟ ବିଦା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ହେବ ଗୁମ୍ଫା ପର୍ଯ୍ୟଟନର ବିକାଶ

କୋରାପୁଟ,୨୬ା୮(ସ୍ବ.ପ୍ର.): କୋରାପୁଟ ଜିଲାର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ସର୍ବଦା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହି ପ୍ରାକୃତିକ ବିଭବକୁ ଅଧିକ ଆକର୍ଷଣୀୟ କରିବା ଲାଗି କୋରାପୁଟ ଜିଲାରେ...

ହାତୀ ଦାନ୍ତ ଜବତ, ଜଣେ ଗିରଫ

କେନ୍ଦୁଝର,୧୧ା୨(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଘଟଗାଁ ଥାନା ମେଲାଣ ଗ୍ରାମ ନିକଟ ଏନ୍‌ଏଚ୍‌ ୨୦ ନିକଟରୁ ବନ ବିଭାଗ ଜଣେ ହାତୀ ଦାନ୍ତ ଚୋରଙ୍କୁ ଗିରଫ କରିଛି।...

ବଢୁଛି ବାତ୍ୟା ଭୟ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଓଡ଼ିଶାକୁ ବାତ୍ୟା ଭୟ ବଢ଼ିବାରେ ଲାଗିଛି। ଅକ୍ଟୋବର ୨୪ରୁ ୨୬ ମଧ୍ୟରେ ଉତ୍ତର ଓଡ଼ିଶା, ପାରାଦୀପ କିମ୍ବା ପୁରୀଠାରେ ବାତ୍ୟା ପିଟି ହେବା ଆଶଙ୍କା...

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ

ବାରିପଦା ଅଫିସ,୧ା୧୧: ସୋମବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ। ପର୍ଯ୍ୟଟକମାନେ ସକାଳ ୬ରୁ ୯ଟା ମଧ୍ୟରେ ନିଜ ଗାଡ଼ି ଏବଂ ନାଁ ଠିକଣା ଗେଟ୍‌ରେ...

ମାସ୍କ, ହ୍ୟାଣ୍ଡ୍‌ ସାନିଟାଇଜର ଅତ୍ୟାବଶ୍ୟକ ସାମଗ୍ରୀ ଘୋଷିତ, ଯାଞ୍ଚ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ମାସ୍କ ଓ ହ୍ୟାଣ୍ଡ୍‌ ସାନିଟାଇଜରର ଜରୁରୀ ଆବଶ୍ୟକତା ରହିଛି। ଏପରିସ୍ଥଳେ ମାସ୍କ ଓ ହ୍ୟାଣ୍ଡ୍‌ ସାନିଟାଇଜରକୁ ଅତ୍ୟାବଶ୍ୟକ...

ଆଜି ରାଜ୍ୟରୁ ୪୮୨ ପଜିଟିଭ୍‌ ଚିହ୍ନଟ, ୧୩,୨୪,୦୬୯ରେ ପହଞ୍ଚିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୮ା୮(ବ୍ୟୁରୋ): ରାଜ୍ୟରୁ ଗୁରୁବାର ୪୮୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୪,୦୬୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ଆଜିଠୁ ଖୋଲିବ ରାଜଭବନ ଉଦ୍ୟାନ: ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ହେଲା ପ୍ରବେଶପତ୍ର

ଭୁବନେଶ୍ୱର,୫।୧(ବ୍ୟୁରୋ): ସର୍ବସାଧାରଣଙ୍କ ନିମନ୍ତେ ୫ ତାରିଖ ରବିବାରଠାରୁ ଖୋଲାଯିବ ରାଜଭବନ ଉଦ୍ୟାନ। ଲୋକଙ୍କୁ ସହଜ ଓ ସୁବିଧାରେ ପ୍ରବେଶପତ୍ର ମିଳିବା ଉଦ୍ଦେଶ୍ୟରେ ରାଜଭବନ ପକ୍ଷରୁ ମୋବାଇଲ୍‌...

CORONAVIRUS UPDATE: ରାଜ୍ୟରେ ଚିହ୍ନଟ ହେଲେ ଆଉ ୩୭୪୮ ଆକ୍ରାନ୍ତ; ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର, ୯।୯(ବ୍ୟୁରୋ): ରାଜ୍ୟରେ ବୁଧବାର ୩୦ ଜିଲାରୁ ଆଉ ୩୭୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ...

Advertisement
Archives

Model This Week