୫୪ ଓ୍ବାର୍ଡରୁ ଉଠିବନି ଅଳିଆ

ଭୁବନେଶ୍ୱର, ୧।୧୧ (ବ୍ୟୁରୋ):ସହରରେ ସଫେଇ ବ୍ୟବସ୍ଥାକୁ ନେଇ ଡିଣ୍ଡିମ ପିଟୁଥିବା ବିଏମ୍‌ସିରେ ଥିବା ଅବ୍ୟବସ୍ଥା ପୁଣିଥରେ ପଦାରେ ପଡିଛି। କିଛିଦିନ ବ୍ୟବଧାନରେ ସଫେଇ କର୍ମୀ ଏବଂ ବିଏମ୍‌ସି ଅଧିକାରୀଙ୍କ ମଧ୍ୟରେ ମୁହଁାମୁହିଁ ସ୍ଥିତି ଉପୁଜିବାକୁ ଯାଉଛି। ସଫେଇ ସଂଘ ସହିତ ଆଲୋଚନା ନ କରି ବିଏମ୍‌ସି ବିଭିନ୍ନ ଓ୍ବାର୍ଡରେ ରାତ୍ରିକାଳୀନ ସଫେଇ ଆରମ୍ଭ କରିଥିଲା। ମାତ୍ର ବିଏମ୍‌ସିର ଏଭଳି ନିଷ୍ପତ୍ତିକୁ ବିରୋଧ କରି ମଙ୍ଗଳବାର ବିଏମ୍‌ସି ସଫେଇ ମଜଦୁର ସଂଘ ପକ୍ଷରୁ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରାଯିବ। ଏଥିସହ ମଙ୍ଗଳବାର ୫୪ଟି ଓ୍ବାର୍ଡରେ ସଫେଇ କାର୍ଯ୍ୟ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଢାଞ୍ଚାରେ ଭୁବନେଶ୍ୱରରେ ରାତ୍ରିକାଳୀନ ସଫେଇ ଆରମ୍ଭ କରିଯାଇଛି। ସଫେଇ ସମୟରେ ଆଲୋକ ବ୍ୟବସ୍ଥା ରହିବା ସହ ବିଏମ୍‌ସି କର୍ମଚାରୀ ଉପସ୍ଥିତ ରହିବେ ବୋଲି କୁହାଯାଇଥିଲା। ଏଥିସହ ରାତ୍ରି ସମୟରେ ପୋଲିସ ପାଟ୍ରୋଲିଂ କରୁଥିବାରୁ କୌଣସି ଦୁର୍ଘଟଣା ଘଟିବ ନାହିଁ ବୋଲି ଆଶ୍ୱାସନା ଦିଆଯାଇଥିଲା। ମାତ୍ର ଏସବୁ ବ୍ୟବସ୍ଥା କେବଳ ଘୋଷଣାରେ ସୀମିତ ରହିଛି। ସଫେଇ କର୍ମଚାରୀଙ୍କ ମଧ୍ୟରେ ଅଧାରୁ ଅଧିକ ମହିଳା କର୍ମଚାରୀ ଥିବାବେଳେ ସେମାନଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇ ନାହିଁ। ଯାହାଫଳରେ ବିଳମ୍ବିତ ରାତିରେ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର ଘଟଣା ସାମ୍ନାକୁ ଆସିଛି। ସେହିପରି ଯେଉଁ କର୍ମଚାରୀମାନେ ରାତିରେ କାମ କରିବେ ନାହିଁ ସେମାନଙ୍କୁ ଦିନରେ କାମ କରିବାକୁ ଦିଆଯିବ ନାହଁି ବୋଲି କୁହାଯାଉଛି। ତେଣୁ ଏ ସବୁର ପ୍ରତିବାଦ ସ୍ବରୂପ ସଂଘ ପକ୍ଷରୁ ବିଏମ୍‌ସି ଘେରାଉ କରାଯିବ। ସଂଘର ସମସ୍ତ କର୍ମଚାରୀ ମାଉସୀ ମା’ ଛକଠାରେ ଏକତ୍ରିତ ହେବା ପରେ ସେଠାରୁ ବିଏମ୍‌ସି କାର୍ଯ୍ୟାଳୟ ଅଭିମୁଖେ ବାହାରିବେ ବୋଲି ସୂଚନା ଦିଆଯାଇଛି।
ସଂଘର ସାଧାରଣ ସମ୍ପାଦକ ସହଦେବ ନାୟକଙ୍କ ଅଭିଯୋଗ ଅନୁଯାୟୀ, ରାତ୍ରିକାଳୀନ ସଫେଇ କଲେ ଅଧିକ ଦରମା ମିଳିବ ବୋଲି ବିଏମ୍‌ସି ପ୍ରତିଶ୍ରୁତି ଦେଇଥିଲା। ତେଣୁ ଆମେମାନେ କାମ କରିବାକୁ ରାଜି ହୋଇଥିଲୁ। ମାତ୍ର ରାତିରେ କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଉ ନ ଥିବାବେଳେ ଅନେକ ସମୟରେ କର୍ପୋରେଟରମାନେ ସେମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ବିଶେଷକରି ଓ୍ବାର୍ଡ ନଂ ୫୯, ୬୦ ଏବଂ ୬୧ର କର୍ପୋରେଟର, ଓ୍ବାର୍ଡ ଅଫିସରମାନେ କର୍ମଚାରୀମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ସହ ନାଲିଆଖି ଦେଖାଉଛନ୍ତି। ସେହିପରି ସଫେଇ ସଂସ୍ଥା ଗ୍ରୀନ୍‌ ସର୍କଲର ସୁପରଭାଇଜରମାନେ ମଧ୍ୟ ସମାନ ଆଚରଣ ପ୍ରଦର୍ଶନ କରୁଛନ୍ତି। ରବିବାର ଓ୍ବାର୍ଡ ନଂ ୬୦ରେ ଯେଉଁମାନେ ରାତ୍ରି ସଫେଇ କରି ନ ଥିଲେ ସେମାନଙ୍କୁ ଦିନରେ କାମ କରିବାକୁ ଦିଆଗଲା ନାହିଁ। ଗୋଟେପଟେ ବିଏମ୍‌ସି ସଂଘ ସହ ଆଲୋଚନା ନ କରି ମନମୁଖୀ ଘୋଷଣା କରୁଥିବାବେଳେ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଉନାହିଁ। ତେଣୁ ଏହାର ପ୍ରତିବାଦ ସ୍ବରୂପ ଆମେ ରାସ୍ତାକୁ ଓହ୍ଲାଇବୁ ବୋଲି ସହଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri