ରାଜ୍ୟ

ଲମ୍ପି ସଂକ୍ରମଣ ରୋକିବାକୁ ଟିକାକରଣ

ଆରଡ଼ି,୧୮।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଆରଡ଼ି, ସୁନ୍ଦରପୁର, ନାନ୍ଦପୁର ଏବଂ ଓଳଗ ୪ ପଞ୍ଚାୟତରେ ଗୋରୁଙ୍କୁ ଲମ୍ପି ସଂକ୍ରମଣ ବଢ଼ି ଚାଲିଛି। ଏ ସଂକ୍ରାନ୍ତରେ ଗତ ୧୦ ତାରିଖରେ ‘ବଢ଼ି ଚାଲିଛି ଲମ୍ପି ସଂକ୍ରମଣ’ ଶୀର୍ଷକ ଖବର ଧରିତ୍ରୀରେ…

ଫେବୃୟାରୀରେ ଓଡ଼ିଶା ଆସିବେ ପ୍ରିୟଙ୍କା

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ଫେବୃୟାରୀ ୧୮ରେ ଏଆଇସିସି ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବେ। ଖୋର୍ଦ୍ଧା ବରୁଣେଇ ପାଖରେ ଏକ ବିରାଟ ସାଧାରଣ ସଭାର ଆୟୋଜନ କରାଯିବ। ଏଥିରେ ପ୍ରିୟଙ୍କା ଯୋଗଦେବା କାର୍ଯ୍ୟକ୍ରମ ରହିଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି। ରବିବାର କଂଗ୍ରେସ…

କୋଦଳା ଏନ୍‌ଏସି ନିର୍ବାହୀ ଅଧିକାରିଣୀଙ୍କୁ ହାଇକୋର୍ଟଙ୍କ ଛାଟ: ବୈଠକ କରାଇ ନ ଦେବାରୁ ମାମଲା ରୁଜୁ

ବେଗୁନିଆପଡ଼ା,୧୮ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କୋଦଳା ଏନ୍‌ଏସି କାଉନସିଲ ସାଧାରଣ ବୈଠକ କରାଇ ନ ଦେବା ନେଇ ଷଡ଼ଯନ୍ତ୍ର କରିଥିଲେ ନିର୍ବାହୀ ଅଧିକାରିଣୀ। ମ୍ୟୁନିସିପାଲିଟି ଆଇନ ଓ ନିୟମର ଧଜିଆ ଉଡ଼ାଇ ଅଯଥା ହସ୍ତକ୍ଷେପ କରିଥିଲେ ଏବଂ ବୈଠକକୁ ବିଧାୟକ, ଏମ୍‌ପିଙ୍କୁ ଉପସ୍ଥିତ…

ସିନେ ନିର୍ଦ୍ଦେଶକ ପ୍ରଦୀପ ଭୋଳଙ୍କ ପରଲୋକ

ସୁନ୍ଦରଗଡ଼,୧୮ା୧୨(ଡି.ଏନ୍‌.ଏ.): ପ୍ରଖ୍ୟାତ ନାଟ୍ୟକାର ତଥା ଓଡ଼ିଆ ସିନେ ନିର୍ଦ୍ଦେଶକ ପ୍ରଦୀପ୍ତ ଭୋଳଙ୍କ ରବିବାର ସକାଳେ ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ସୁନ୍ଦରଗଡ଼ ଜିଲା…

ରାଜଧାନୀରେ ମଶା ଚିନ୍ତା: ଡ୍ରୋନ୍‌ରେ ହେବ ଔଷଧ ସିଞ୍ଚନ

ଭୁବନେଶ୍ୱର, ୧୮।୧୨ (ବ୍ୟୁରୋ): ରାଜଧାନୀରେ ଚିନ୍ତା ବଢ଼ାଉଛନ୍ତି ମଶା। ପରିମଳ ପରିଚାଳନା ପରେ ଏବେ ମଶାଙ୍କ ଉପଦ୍ରବ ବିଏମ୍‌ସିର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଚାରିଆଡୁ ଅଭିଯୋଗ ଏବଂ ଅସନ୍ତୋଷ ପରେ ଆଗରୁ ଚେଇଁ ଶୋଇଥିବା ବିଏମ୍‌ସିର ଏବେ ଚେତା ପଶିଛି। ମଶାଙ୍କ…

ବିଗୁଡୁଛି ଗହୀରମଥା ପରିବେଶ: ବନ୍ଦ ହେଉନାହିଁ ହୁଇଲର ଦ୍ୱୀପରୁ ମିଶାଇଲ ପରୀକ୍ଷା

କେନ୍ଦ୍ରାପଡ଼ା ଅଫିସ, ୧୮ା୧୨: ବିଶ୍ୱ ପ୍ରସିଦ୍ଧ ଗହିରମଥା ସାମୁଦ୍ରିକ ଅଞ୍ଚଳରେ ବିରଳ ଅଲିଭ ରିଡଲେ କଇଁଛ ଠୁଳ ହୋଇଛନ୍ତି । ଆଇୟୁସିଏନ୍‌ର ରେଡ ଡାଟା ବୁକ୍‌ରେ ଥିବା ଏହି ବିରଳ ପ୍ରଜାତିଙ୍କ ପ୍ରଜନନ ସ୍ଥଳ ତଟକ୍ଷୟ ଯୋଗୁ କମିବାରେ ଲାଗିଛି ।…

ବାରଙ୍ଗ ଥାନା ଏଏସ୍‌ଆଇଙ୍କ ଆତ୍ମହତ୍ୟା ! କାରଣ ଅସ୍ପଷ୍ଟ

ବାରଙ୍ଗ,୧୮।୧୨(ଡି.ଏନ୍‌.ଏ.): ଆତ୍ମହତ୍ୟା କରିଛନ୍ତି ବାରଙ୍ଗ ଥାନା ଏଏସ୍‌ଆଇ ଅଶୋକ ପ୍ରଧାନ। ଗତକାଲି ବିଳମ୍ବିତ ରାତିରେ ତାଙ୍କ ନିଜ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଆତ୍ମହତ୍ୟାର ପକୃତ କାରଣ ଜଣାପଡି ନ ଥିବାବେଳେ ପାରିବାରିକ କଳହ ଯୋଗୁ ଏହି ଘଟଣା ଘଟିଥାଇପାରେ…

ଶାଗମାଛ ଦରରେ ଧାନ ବିକୁଛନ୍ତି ଚାଷୀ

ଗୋପବନ୍ଧୁ ନଗର,୧୮।୧୨(ଡି.ଏନ.ଏ): ଗୋପବନ୍ଧୁ ନଗର ବ୍ଲକ୍‌ ଆଦିବାସୀ ଅଧୂଷିତ ଅଞ୍ଚଳରେ ୯୦ ପ୍ରତିଶତ ଲୋକେ କୃଷି ଉପରେ ନିର୍ଭରଶୀଳ। କୃଷି ମୁଖ୍ୟ ଓ ପ୍ରଧାନ ଜୀବିକା। ତେବେ ଡିସେମ୍ବର ଅଧା ହୋଇ ଯାଇଥିଲେ ମଧ୍ୟ ସରକାରୀସ୍ତରରେ ମଣ୍ଡି ଖୋଲିନାହିଁ। ଫଳରେ ସାଧାରଣ…

ସବୁ ଜିଲାରେ ଖୋଲିବ ବୃଦ୍ଧାଶ୍ରମ

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ରାଜ୍ୟ ସରକାର ସବୁ ଜିଲାରେ ପୁରୁଣା ବୃଦ୍ଧାଶ୍ରମରେ ଭିତ୍ତିଭୂମି ସୁଦୃଢ଼ କରିବା ସହ ନୂଆ ବୃଦ୍ଧାଶ୍ରମ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ମର୍ମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ (ଏସ୍‌ଏସ୍‌ଇପିଡି) ପକ୍ଷରୁ ସମସ୍ତ ଜିଲାପାଳଙ୍କଠାରୁ ନୂଆ…

ବିଦ୍ୟୁତ୍‌ ତାର ଲାଗି ମାଈ ହାତୀର ମୃତ୍ୟୁ ଘଟଣା: ବନ୍ଧା ହେଲେ ୨ ଚାଷୀ

ଦେବଗଡ଼/ରିଆମାଳ,୧୮।୧୨(ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ଫରେଷ୍ଟ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଚଢେଇମରା ପଞ୍ଚାୟତ ଅନ୍ତର୍ଗତ ଖିଲୋବେର୍ଣ୍ଣି ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଈ ହାତୀର ମୃତ୍ୟୁ ଘଟିଥିଲା। ଏଥିରେ ବନବିଭାଗ କାର୍ଯ୍ୟାନୁଷ୍ଠାନ ସ୍ବରୂପ ୨ ଜଣ ଜମି ମାଲିକ…

ଚିଲିକାରେ ୭ ଲକ୍ଷ ବିଦେଶୀ ପକ୍ଷୀ

ବାଲୁଗାଁ, ୧୮ା୧୨(ଡି.ଏନ୍‌.ଏ.): ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସୁଦୂର ବରଫାବୃତ୍ତ ରାଷ୍ଟ୍ରାଞ୍ଚଳରୁ ଚିଲିକାକୁ ରଙ୍ଗବେରଙ୍ଗର ବିଦେଶାଗତ ପକ୍ଷୀଙ୍କ ଆଗମନ ବଢ଼ିବାରେ ଲାଗିଛି। ୧୫ ତାରିଖ(ଗୁରୁବାର) ସୁଦ୍ଧା ସମଗ୍ର ଚିଲିକାରେ ୧୦୬ ପ୍ରଜାତିର ୭ ଲକ୍ଷ ୭ ହଜାର…

ହକି ବିଶ୍ୱକପ୍‌ ପାଇଁ ଜାତୀୟ ସଙ୍ଗୀତ ଗାଇବେ କୋରାପୁଟର ନମିତା

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ଆସନ୍ତା ବର୍ଷ ଜାନୁୟାରୀ ୧୩ରେ ହକି ବିଶ୍ୱକପ୍‌ ଓଡ଼ିଶାରେ ଆୟୋଜନ ହେଉଛି। ଏଥିପାଇଁ ଜାତୀୟ ସଙ୍ଗୀତ ରେକର୍ଡ କରିବେ ନମିତା ମେଲେକା। କୋରାପୁଟ ଜିଲାର ବନ୍ଧୁଗାଓଁ ବ୍ଲକ୍‌ ବାସିନ୍ଦା ନମିତା ଓଡ଼ିଆ, ହିନ୍ଦୀ ସହ ସ୍ଥାନୀୟ କୁଇ ଭାଷାରେ ଗୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?