ଡ୍ରେନ୍‌ ପୋତିଲେ ବିଲ୍‌ଡର, ଘଣ୍ଟ ଘୋଡ଼ାଇଲା ବିଏମ୍‌ସି

ଭୁବନେଶ୍ୱର, ୫।୨ (ବ୍ୟୁରୋ): ଜବରଦଖଲ ସମୟରେ ବିଏମ୍‌ସି କାମ ବନ୍ଦ କରୁନାହିଁ କି କାର୍ଯ୍ୟାନୁଷ୍ଠାନ ନେଉନାହିଁ। କିନ୍ତୁ ଜବରଦଖଲକୁ ଉଚ୍ଛେଦ ପାଇଁ ଅଧିକାରୀମାନେ ଲୋକଙ୍କ ଟଙ୍କାକୁ ପାଣିଭଳି ବୁହାଇ ପକେଟ ଗରମ କରୁଛନ୍ତି। ବିଏମ୍‌ସିର ଏହି ଆଭିମୁଖ୍ୟ ପାଇଁ ସହରରେ ଜବରଦଖଲ ବଢ଼ିଚାଲିଛି। ଓ୍ବାର୍ଡ ନଂ. ୩୭ରେ ଏଭଳି ଏକ ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବେହେରାସାହିର ପ୍ଲଟ୍‌ ନଂ.୫୬୫ରେ ଥିବା ସର୍ବସାଧାରଣ ଡ୍ରେନ୍‌କୁ ଜଣେ ବିଲ୍‌ଡର ନିଜର ଆପାର୍ଟମେଣ୍ଟ ନିର୍ମାଣ ପାଇଁ ପାଇପ ପକାଇ ପୋତି ଦେଇଛନ୍ତି। ବିଲ୍ଡର ଜଣକ ବେଆଇନ ଭାବେ ଘର ନିର୍ମାଣ ଓ ଡ୍ରେନ ଅବରୋଧ କରୁଥିଲେ ମଧ୍ୟ ବିଏମସି ଅଧିକାରୀ ଓ ସ୍ଥାନୀୟ କର୍ପୋରେଟରଙ୍କ ନିରବତାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ସେମାନେ ଏହି ବେଆଇନ କାମକୁ ବିରୋଧ କରିବା ସହ ବନ୍ଦ କରି ବିଏମ୍‌ସିକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯିବାରୁ ବିଲଡର୍‌ ଜଣକ ପୁନର୍ବାର ଜୋର ଜବରଦସ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି। ଲୋକେ ତାଙ୍କୁ ବିଏମ୍‌ସିର ଅନୁମତି ପତ୍ର ମାଗିବାରୁ ସେ ଲୋକଙ୍କୁ ନାଲିଆଖି ଦେଖାଉଛନ୍ତି। ଡ୍ରେନ୍‌ ପୋତିବା କାରଣରୁ ନିକଟରେ ରହୁଥିବା ପ୍ରାୟ ୪୦ରୁ ୫୦ ପରିବାର ପ୍ରଭାବିତ ହେବାର ଆଶଙ୍କା ରହିଛି। ଜଣେ ବିଲ୍‌ଡର ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଜବରଦଖଲ କରିବା ଏବଂ ସବୁ ଜାଣି ବିଏମ୍‌ସି ଅଧିକାରୀ ଓ କର୍ପୋରେଟର ଚୁପ୍‌ ରହିବାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି।
ସ୍ଥାନୀୟ କର୍ପୋରେଟର ବନ୍ଦିତା ପାଲ୍‌ କହିଛନ୍ତି, ବିଲ୍‌ଡରଙ୍କ ଏଭଳି ମନମୁଖି କାର୍ଯ୍ୟକୁ ନେଇ ଜାନୁୟାରୀ ୬ରେ ଜୋନାଲ ଡେପୁଟି କମିଶନର ରବିନାରାୟଣ ଜେଠୀଙ୍କୁ ଅବଗତ କରାଇଥିଲୁ। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଶୁକ୍ରବାର ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କୁ ଅଭିଯୋଗ କରାଯାଇଥିଲା। କମିଶନର ଜେଡିସିଙ୍କୁ ଏ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେବା ପରେ ଜେଡିସି ସଫେଇ ସଂସ୍ଥା ଜାଗୃତିକୁ ଡ୍ରେନ୍‌ ସଫା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କର୍ପୋରେଟର ସଫେଇ ଦେଇଛନ୍ତି। ହେଲେ ଏଯାଏ ବିଏମ୍‌ସି ପକ୍ଷରୁ ଜବରଦଖଲ କରିଥିବା ବିଲ୍‌ଡରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ କିମ୍ବା ତାଙ୍କୁ ତାଗିଦା କରାଯାଇ ନାହିଁ। ବରଂ ବିଲ୍‌ଡରଙ୍କ ବେଆଇନ କାର୍ଯ୍ୟକୁ ବିଏମ୍‌ସି ଅଧିକାରୀମାନେ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରିଛନ୍ତି। ଡ୍ରେନ ସଫା କରିବାକୁ କହିଦେଇ ବିଏମ୍‌ସି ଅଧିକାରୀ ନିଜ ମୁଣ୍ଡରୁ ଦୋଷ ଖସାଇ ଦେବାକୁ ଚାହୁଁଛନ୍ତି। ତେଣୁ ବିଏମ୍‌ସି ଅଧିକାରୀ ଏବଂ ବିଲ୍‌ଡରଙ୍କ ମଧ୍ୟରେ ସଲାସୁତରା ହୋଇ ଏଭଳି କାର୍ଯ୍ୟ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…

ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା: ରାତାରାତି ଖେଳିଲେ ବଡ଼ ଗେମ୍‌, ECଙ୍କୁ ରାତିରେ ଦେଲେ…

କୋଲକାତା,୧୮।୯: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ନୂଆ ମୋଡ଼ ଆସିଛି। ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ଆଦେଶର କିଛି ଘଣ୍ଟା…

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ…

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

୩୧ ଦିନ ପରେ ଉଦୟ ହେଲେ ବୁଧ: ବୃଷ ସମେତ ୫ ରାଶିଙ୍କ ଉପରେ ଧନବର୍ଷା! ଘର-ଗାଡ଼ି କିଣିବାର ରହିଛି ଯୋଗ

ଭୁବନେଶ୍ୱର: ୩୧ ଦିନ ଅସ୍ତ ରହିବା ପରେ ୨୦୨୬ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬ଟା ୫୫ ମିନିଟରେ ଉଦୟ ହୋଇଛନ୍ତି ବୁଧ। ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ, ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?