ଉପଜିଲାପାଳଙ୍କୁ ଆକ୍ରମଣ ଘଟଣା: ୩ ମହିଳାଙ୍କ ସମେତ ୧୧ ଗିରଫ

ବାଲେଶ୍ୱର ଅଫିସ, ୫।୨: ବାଲେଶ୍ୱର ଜିଲା ରେମୁଣା ବ୍ଲକ ମନ୍ଦାରପୁର ଓ ଦହପଡ଼ା ଅଞ୍ଚଳରେ ଶୁକ୍ରବାର ଉପଜିଲାପାଳ କୁନାଲ ମୋତିରାମ ଚଭନ ଓ ତାଙ୍କ ଡ୍ରାଇଭର ଗଗନ ବିହାରୀ ସାହୁଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ମହିଳାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି। ଏ ନେଇ ଡ୍ରାଇଭର ସାହୁ ସହଦେବଖୁଣ୍ଟା ମଡେଲ୍‌ ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା(ନଂ.୪୦/୨୦୨୩)
ରୁଜୁ କରାଯାଇତଦନ୍ତ ଆରମ୍ଭ ହୋଇଥିବା ଶନିବାର ଏସ୍‌ପି ସାଗରିକା ନାଥ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଶୁକ୍ରବାର ଅପରାହ୍ନରେ ଉପଜିଲାପାଳ କର୍ମଚାରୀଙ୍କ ସହ ରୂପ୍‌ସାରୁ ଫେରୁଥିବା ବେଳେ ବୁଢାବଳଙ୍ଗ ନଦୀ ସେତୁ ନିକଟରେ ଥିବା ସରକାରୀ ଜମିରୁ ମାଟି ଉଠାଯାଉଥିବା ଖବର ପାଇଥିଲେ। ଉପଜିଲାପାଳ ସେଠାରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରି ଥାନାକୁ ଆଣିବାକୁ ଉଦ୍ୟମ କରୁଥିବା ବେଳେ ସେଠାରେ କଣ୍ଟାବଣିଆ ଗ୍ରାମର ୨୦ରୁ ୩୦ ମହିଳା ଓ ପୁରୁଷ ପହଞ୍ଚତ୍ ଜବତ ଟ୍ରାକ୍ଟରକୁ ଛଡ଼ାଇ ନେଇଥିଲେ। ଏହାପରେ ସେମାନେ ଉପଜିଲାପାଳଙ୍କ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ। ଫଳସ୍ବରୂପ ଗାଡି ଭାଙ୍ଗିରୁଜି ଯିବା ସହ ଉପଜିଲାପାଳ ଏବଂ ତାଙ୍କ ଡ୍ରାଇଭର ଆହତ ହୋଇଥିଲେ। ଓଆର-୦୧ ଇଟାଭାଟିର ମାଲିକ ମନୋରଞ୍ଜନ ବେହେରା, ଚିତ୍ତରଞ୍ଜନ ବେହେରା, ସେମାନଙ୍କ ପୁଅ ଏବଂ ଜ୍ୱାଇଁ ଏହି ଆକ୍ରମଣ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ୩୦ରୁ ଊର୍ଦ୍ଧ୍ୱ ସାମିଲ ଥିବାବେଳେ ୧୧ ଜଣଙ୍କୁ ଗିରଫ କରାଯାଇଛି। ମାଷ୍ଟରମାଇଣ୍ଡ କୁହାଯାଉଥିବା ଅଭିଯୁକ୍ତଙ୍କ ସମ୍ପର୍କରେ ପୋଲିସ କୌଣସି ଟେର୍‌ ପାଇପାରିନି। ଗିରଫ ଅଭିଯୁକ୍ତମାନେ ହେଲେ କଣ୍ଟାବଣିଆ ଗ୍ରାମର ରାଜେଶ ଦାସ, ବିବେକ କୁମାର ପ୍ରଧାନ, ରମେଶ ପ୍ରଧାନ, ହିମାଂଶୁ ଶେଖର ଦାସ, ମିଥୁନ ଦାସ, ରବିନାରାୟଣ ଦାସ, ଦୀପୁ ଦାସ, ସାଗର ଦେହୁରୀ, ଗୀତାଣୀ ପ୍ରଧାନ, ବାସନ୍ତୀ ବିଶ୍ୱାଳ ଓ ଜୟନ୍ତୀ ପ୍ରଧାନ। ସମସ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri