ଉପଜିଲାପାଳଙ୍କୁ ଆକ୍ରମଣ ଘଟଣା: ୩ ମହିଳାଙ୍କ ସମେତ ୧୧ ଗିରଫ

ବାଲେଶ୍ୱର ଅଫିସ, ୫।୨: ବାଲେଶ୍ୱର ଜିଲା ରେମୁଣା ବ୍ଲକ ମନ୍ଦାରପୁର ଓ ଦହପଡ଼ା ଅଞ୍ଚଳରେ ଶୁକ୍ରବାର ଉପଜିଲାପାଳ କୁନାଲ ମୋତିରାମ ଚଭନ ଓ ତାଙ୍କ ଡ୍ରାଇଭର ଗଗନ ବିହାରୀ ସାହୁଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ମହିଳାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି। ଏ ନେଇ ଡ୍ରାଇଭର ସାହୁ ସହଦେବଖୁଣ୍ଟା ମଡେଲ୍‌ ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା(ନଂ.୪୦/୨୦୨୩)
ରୁଜୁ କରାଯାଇତଦନ୍ତ ଆରମ୍ଭ ହୋଇଥିବା ଶନିବାର ଏସ୍‌ପି ସାଗରିକା ନାଥ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଶୁକ୍ରବାର ଅପରାହ୍ନରେ ଉପଜିଲାପାଳ କର୍ମଚାରୀଙ୍କ ସହ ରୂପ୍‌ସାରୁ ଫେରୁଥିବା ବେଳେ ବୁଢାବଳଙ୍ଗ ନଦୀ ସେତୁ ନିକଟରେ ଥିବା ସରକାରୀ ଜମିରୁ ମାଟି ଉଠାଯାଉଥିବା ଖବର ପାଇଥିଲେ। ଉପଜିଲାପାଳ ସେଠାରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରି ଥାନାକୁ ଆଣିବାକୁ ଉଦ୍ୟମ କରୁଥିବା ବେଳେ ସେଠାରେ କଣ୍ଟାବଣିଆ ଗ୍ରାମର ୨୦ରୁ ୩୦ ମହିଳା ଓ ପୁରୁଷ ପହଞ୍ଚତ୍ ଜବତ ଟ୍ରାକ୍ଟରକୁ ଛଡ଼ାଇ ନେଇଥିଲେ। ଏହାପରେ ସେମାନେ ଉପଜିଲାପାଳଙ୍କ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ। ଫଳସ୍ବରୂପ ଗାଡି ଭାଙ୍ଗିରୁଜି ଯିବା ସହ ଉପଜିଲାପାଳ ଏବଂ ତାଙ୍କ ଡ୍ରାଇଭର ଆହତ ହୋଇଥିଲେ। ଓଆର-୦୧ ଇଟାଭାଟିର ମାଲିକ ମନୋରଞ୍ଜନ ବେହେରା, ଚିତ୍ତରଞ୍ଜନ ବେହେରା, ସେମାନଙ୍କ ପୁଅ ଏବଂ ଜ୍ୱାଇଁ ଏହି ଆକ୍ରମଣ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ୩୦ରୁ ଊର୍ଦ୍ଧ୍ୱ ସାମିଲ ଥିବାବେଳେ ୧୧ ଜଣଙ୍କୁ ଗିରଫ କରାଯାଇଛି। ମାଷ୍ଟରମାଇଣ୍ଡ କୁହାଯାଉଥିବା ଅଭିଯୁକ୍ତଙ୍କ ସମ୍ପର୍କରେ ପୋଲିସ କୌଣସି ଟେର୍‌ ପାଇପାରିନି। ଗିରଫ ଅଭିଯୁକ୍ତମାନେ ହେଲେ କଣ୍ଟାବଣିଆ ଗ୍ରାମର ରାଜେଶ ଦାସ, ବିବେକ କୁମାର ପ୍ରଧାନ, ରମେଶ ପ୍ରଧାନ, ହିମାଂଶୁ ଶେଖର ଦାସ, ମିଥୁନ ଦାସ, ରବିନାରାୟଣ ଦାସ, ଦୀପୁ ଦାସ, ସାଗର ଦେହୁରୀ, ଗୀତାଣୀ ପ୍ରଧାନ, ବାସନ୍ତୀ ବିଶ୍ୱାଳ ଓ ଜୟନ୍ତୀ ପ୍ରଧାନ। ସମସ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?