ବାଲୁକାକଳାରେ ଦ୍ରୌପଦୀଙ୍କୁ ଶୁଭେଚ୍ଛା
ପୁରୀ ଅଫିସ,୨୧।୭: ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାର ସ୍ପଷ୍ଟ ହୋଇଥିଲେ ହେଁ ଚୂଡ଼ାନ୍ତ ଫଳାଫଳ ପ୍ରକାଶକୁ ଅପେକ୍ଷା ରହିଛି। ଗୁରୁବାର ନିର୍ବାଚନର ଗଣତି ଜାରି ରହିଥିବା ବେଳେ ସାରା ରାଜ୍ୟରେ ଉତ୍ସବର ବାତାବରଣ…
କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ
ଭୁବନେଶ୍ୱର,୨୧ା୭(ବ୍ୟୁରୋ): ସୋନିଆ ଗାନ୍ଧୀଙ୍କୁ ଇଡି ସମନ ପରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ଭବନରୁ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ବାହାରିଥିଲେ। ରାଜମହଲ ଛକରେ ପୋଲିସ ଅଟକାଇବାରୁ କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ ହୋଇଥିଲେ। ସୂଚନାଯୋଗ୍ୟ, ନ୍ୟାଶନାଲ ହେରାଲ୍ଡ…
ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ୱର,୨୧।୭(ବ୍ୟୁରୋ): ବିଧାନସଭା ଅଧିବେଶନରେ ଉଠିଲା ଇଡିର ଜେରା ପ୍ରସଙ୍ଗ । ଏହାକୁ ନେଇ ବିଧାନସଭାରେ ଭାଜପା ଓ କଂଗ୍ରେସ ସଦସ୍ୟଙ୍କ ହୋହାଲ୍ଲା ଓ ହଟ୍ଟଗୋଳ ଯୋଗୁ ବାଚସ୍ପତି ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ସୂଚନାନୁଯାୟୀ, ବିଧାନସଭା ଗୁରୁବାର…
ଶପିଂମଲ୍ରେ ବୁଷ୍ଟର ଡୋଜ୍
ଭୁବନେଶ୍ୱର,୨୧ା୭(ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ କରୋନା ମାଡ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍ସି ଟିକାକରଣକୁ ବ୍ୟାପକ କରିଛି। ରାଜଧାନୀର ବିଭିନ୍ନ ମଲ୍ରେ ବୁଷ୍ଟର ଡୋଜ୍ ବ୍ୟବସ୍ଥା କରିଛି ବିଏମ୍ସି। ଆଜି ପାତ୍ରପଡ଼ା ଡିଏନ ରେଗାଲିଆ ମଲ୍, ହଂସପାଳ ସିମ୍ଫୋନି ମଲ୍…
ଜମିଜମା ବିବାଦକୁ ନେଇ ସଂଘର୍ଷ, ଦୁଇ ଗୁରୁତର
ବାଲେଶ୍ୱର ଅଫିସ,୨୧ା୭: ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ହିଡିଗାଁରେ ଜମିଜମା ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ ସହ ଘର ଭଙ୍ଗାରୁଜା ଓ ଲୁଟ୍ ପାଟ ହୋଇଛି । ବିପକ୍ଷ ଗୋଷ୍ଠୀର ଖଣ୍ଡା ଏବଂ ଠେଙ୍ଗାମାଡ଼ରେ ଦୁଇ ଗୁରୁତର ହୋଇ ଜିଲା…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା ଆର୍.ମାଧବନ
ଭୁବନେଶ୍ୱର,୨୧ା୭(ବ୍ୟୁରୋ): ବଲିଉଡ୍ ଓ ସାଉଥ ଫିଲ୍ମ ଦୁନିଆର ପ୍ରସିଦ୍ଧ ଅଭିନେତା ଆର. ମାଧବନ ଏବଂ ତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୁଧବାର ଭେଟିଥିଲେ। ଏହି ସାକ୍ଷାତ ସମୟରେ ମାଧବନ ମୁଖ୍ୟମନ୍ତ୍ରୀଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ନବୀନ ମଧ୍ୟ ମାଧବନଙ୍କ ପୁଅ…
ଦ୍ରୌପଦୀଙ୍କ ପାଇଁ ଚଳଚଞ୍ଚଳ ମୟୂରଭଞ୍ଜ: ବଣ୍ଟା ହେବ ୫ କୁଇଣ୍ଟାଲ ଲଡ଼ୁ
ବାରିପଦା ଅଫିସ,୨୧ା୭: ଦେଶର ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନେଇ ସମ୍ଭାବନା ଥିବାରୁ ବିଜୟ ଉତ୍ସବ ମନାଇବାକୁ ମୟୂରଭଞ୍ଜ ଜିଲାବାସୀ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଗୁରୁବାର ଫଳାଫଳ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି…
କାମରେ ଲାଗୁନି ନୂଆ ନିମାପଡ଼ା ବସ୍ଷ୍ଟାଣ୍ଡ
ନିମାପଡ଼ା, ୨୧।୭ (ଡି.ଏନ୍.ଏ.): ନିମାପଡ଼ାରେ ନବନିର୍ମିତ ବସ୍ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ନ ପାରି ଦୀର୍ଘଦିନ ଧରି ଅହେଳିତ ଅବସ୍ଥାରେ ରହିଛି। ଫଳରେ ନୂଆ ବସ୍ଷ୍ଟାଣ୍ଡ କାହା ସ୍ବାର୍ଥ ପାଇଁ ନିର୍ମିତ ବୋଲି ନିମାପଡ଼ାବାସୀଙ୍କ ମଧ୍ୟରେ ପ୍ରଶ୍ନ ସୃଷ୍ଟି ହୋଇଛି। ଅଞ୍ଚଳବାସୀଙ୍କ ଦୀର୍ଘ…
ଓଟିଡିସି ମ୍ୟାନେଜର ଗିରଫ
ଭୁବନେଶ୍ୱର,୨୧ା୭(ବ୍ୟୁରୋ): ଭୁବନେଶ୍ୱର ହୋଟେଲ ‘ନିମନ୍ତ୍ରଣ’ରେ ଅର୍ଥ ହେରଫେର ଅଭିଯୋଗରେ ଓଟିଡିସି ମ୍ୟାନେଜର ଓ ଠିକା କର୍ମଚାରୀ ଗିରଫ ହୋଇଛନ୍ତି। ମ୍ୟାନେଜର ରାଜ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନୀଲ ଘଡ଼େଇ ୬ ମାସରେ ୧୭ ଲକ୍ଷ ୫୦ ହଜାର…
୧୫୮୨୦ ଗ୍ରାମୀଣ ରାସ୍ତା କାମ ଅସମ୍ପୂର୍ଣ୍ଣ
କେନ୍ଦ୍ରାପଡ଼ା ଅଫିସ,୨୧ା୭: ଗତ ୨ଦିନ ଧରି ମୌସୁମୀ ବର୍ଷା କେନ୍ଦ୍ରାପଡ଼ା ଜିଲାରେ ଲାଗି ରହିଛି । ଏହି ବର୍ଷା ଚାଷୀଙ୍କ ମନରେ ଖୁସି ଆଣିଥିବା ବେଳେ ବହୁ ରାସ୍ତା ଅବସ୍ଥା ବେହାଲ ହୋଇଛି । ବର୍ଷା ଆରମ୍ଭରୁ କାଦୁଅରେ ବୁଡ଼ିଛି ଅଧିକାଂଶ…
ହୀରାକୁଦରେ ଖୋଲିଲା ଆଉ ୩ ଗେଟ୍
ସମ୍ବଲପୁର,୨୧ା୭(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ଡ୍ୟାମର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଫଳରେ ଗୁରୁବାର ୩ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୫ଟି ଗେଟ୍ ଖୋଲାଯାଇଥିବା ବେଳେ ଆଜି ଆଉ ୩ଟି ଗେଟ୍ ଖୋଲାଯାଇଛି। ମୋଟ୍ ୮ଟି ଗେଟ୍…
ସମୁଦ୍ର କୂଳ ଲଂଘୁଛି, ପ୍ରଶାସନ ସ୍ଥାଣୁ
ଏରସମା,୨୧ା୭(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳ ଭାବେ ସୁପରିଚିତ ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମି ଉଚ୍ଚ ଜୁଆର ପ୍ରଭାବରେ କୂଳ ଖାଇବାରେ ଲାଗିଛି। ସପ୍ତାହେ ହେଲା, ସମୁଦ୍ର ଜଳପତ୍ତନ ଆଶାତୀତ ଭାବେ ବୃଦ୍ଧି ପାଇବା…
Archives


