ପାତ୍ରପଡ଼ାରୁ ଖୋର୍ଦ୍ଧାକୁ ଲମ୍ବିଲା ଗାଡ଼ି ଧାଡ଼ି

ଭୁବନେଶ୍ୱର,୨୮।୨(ବ୍ୟୁରୋ):ଟ୍ରାଫିକ ଜାମ୍‌ ସହରୀ ଜନଜୀବନକୁ ଦହଗଞ୍ଜ କରୁଛି। ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା, ପୁରୀ, କଟକ ଆଦି ବଡ଼ ବଡ଼ ସହରରେ ଏହି ସମସ୍ୟା ଉତ୍କଟ ହେବାରେ ଲାଗିଛି। ପଦାକୁ ବାହାରିଲେ ସହରବାସୀଙ୍କୁ ଟ୍ରାଫିକରେ ଫସିଯିବାର ଭୟ ଘାରୁଛି। ବିଶେଷକରି ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରାଫିକ ଯନ୍ତ୍ରଣା ସବୁଠୁ ବଳିଯାଇଛି। ସୋମବାର ବ୍ରେକ୍‌ ଫେଲ୍‌ ହୋଇଥିବା ଏକ ଟ୍ରକ୍‌ ପାଇଁ ଜାତୀୟ ରାଜପଥର ଭୁବନେଶ୍ୱରୁ ଖୋର୍ଦ୍ଧା ମଧ୍ୟରେ ପ୍ରାୟ ୫ ଘଣ୍ଟାରୁ ଅଧିକ ସମୟ ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ପାତ୍ରପଡ଼ା ନିକଟରୁ ଖୋର୍ଦ୍ଧା ପିତାପଲ୍ଲୀ ପର୍ଯ୍ୟନ୍ତ ଗାଡ଼ି ଲମ୍ବିଥିଲା। ଜାତୀୟ ରାଜପଥ ଓ ସର୍ଭିସ୍‌ ରୋଡ୍‌ରେ ହଜାର ହଜାର ଗାଡିମୋଟର ସହ ଲୋକେ ଫସି ରହି ଖରାରେ ଏକପ୍ରକାର ଛଟପଟ ହୋଇଥିଲେ। ସେମାବେ ପୋଲିସ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଟ୍ରାଫିକ୍‌ ପରିଚାଳନା ସହ ଟ୍ରକ୍‌କୁ ମରାମତି କରି ସାଇଡ୍‌ କରିବାରେ ବାରମ୍ବାର ଉଦ୍ୟମ ବିଫଳ ହେବାରୁ ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା।
ସୋମବାର ସକାଳେ ତମାଣ୍ଡୋ ଥାନା ଅଧୀନ ଗୋହିରା ଛକ ନିକଟରେ ଏକ ଟ୍ରକ ବ୍ରେକ୍‌ ଡାଉନ ହୋଇଥିଲା। ରାସ୍ତା ଉପରୁ ଗାଡିକୁ ହଟାଇବା ପୂର୍ବରୁ ଗୋଟିଏ ପରେ ଗୋଟିଏ ଗାଡି ପଛକୁ ପଛ ଲମ୍ବି ଚାଲିଥିଲା। ଫଳରେ ଉକ୍ତ ରାସ୍ତାରେ ଗାଡି ଯିବାଆସିବା ଆଉ ସମ୍ବବ ହୋଇ ନ ଥିଲା। ସେଠାରେ ଟ୍ରାଫିକ ପରିଚାଳନା ପାଇଁ ପୋଲିସ ପକ୍ଷରୁ କୌଣସି ତତ୍ପରତା ନ ପାଇବାରୁ ଖୋର୍ଦ୍ଧାରୁ ଗୋରିହା ଛକ ପର୍ଯ୍ୟନ୍ତ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ କିମି ପର୍ଯ୍ୟନ୍ତ ଗାଡିର ଲମ୍ବା ଲାଇନ୍‌ ଲାଗିଥିଲା। ସକାଳ ୮ ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଦୁଇ ଚକିଆ ଓ ଚାରି ଚକିଆ ଗାଡି ରାସ୍ତା ଉପରେ ଅଟକି ରହିଥିଲା। ଭିଡରେ ଲୋକମାନେ ହଇରାଣ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣ କରିଥିଲା।ପାଖାପାଖି ୪ ଘଣ୍ଟା ଧରି ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା। ଏହା ଭିତରେ ଖୋର୍ଦ୍ଧା ଆଡୁ ଭୁବନେଶ୍ୱରକୁ ଆସୁଥିବା ଲୋକମାନେ ନାହିଁ ନ ଥିବା ହଇରାଣ ହୋଇଥିଲେ। ଏମିତିକି କିଏ ଅଫିସ ଯିବାକୁ ଓ ଜରୁରୀକାଳୀନ କାମରେ ଯାଉଥିବା ଲୋକମାନେ ଭିଡରେ ଅଣନିଃଶ୍ୱାସୀ ହୋଇ ପଡିଥିଲେ। ଏହାପରେ ପିତାପ୍ଲଲୀଠାରୁ ଗାଡିକୁ ଡାଇଭର୍ସନ କରାଯାଇ ଚନ୍ଦକା ରାସ୍ତାରେ ଗାଡି ଛଡା ଯାଇଥିଲା। ଅନ୍ୟପଟେ ପୋଲିସ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଥିଲେ ଏପରି ଜାମକୁ ନିୟନ୍ତ୍ରଣ କରାଯାଇପାରିଥାନ୍ତା ବୋଲି ଭିଡରେ ଫଶିଥିବା ଲୋକମାନେ କହିଛନ୍ତି। ଆହୁରି ମଧ୍ୟ ସବୁବେଳେ ଛୋଟ ଛୋଟ ସମସ୍ୟାକୁ ନେଇ ଜାତୀୟ ରାଜପଥରେ ବଡ ଧରଣର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ କରିବା ସହ ଆଗାମୀ ଦିନରେ ଜାମକୁ କିଭଳି ରୋକାଯାଇ ପାରିବ ସେ ଦିଗରେ ପଦକ୍ଷେପ ନେବାକୁ ଲୋକମାନେ ଦାବି କରିଛନ୍ତି । ଏନେଇ ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା କହିଛନ୍ତି, ପ୍ରଥମେ ଏକ ଗାଡି ଭୁବନେଶ୍ୱରରୁ ଖୋର୍ଦ୍ଧା ଆଡକୁ ଯାଉଥିବାବେଳେ ରାସ୍ତାରେ ଖରାପ ହୋଇଥିଲା। ତେଣୁ ଭିଡ ହେବାରୁ ସବୁ ଗାଡିକୁ ରଙ୍ଗ ରୁଟ୍‌ରେ ଛଡା ଯାଇଥିଲା। ଏହି ସମୟରେ ରଙ୍ଗ୍‌ ରୁଟ୍‌ରେ ଯାଉଥିବା ଏକ ଟ୍ରକ୍‌ ଗୋହିରା ଛକରେ ବ୍ରେକ ଫେଲ୍‌ ହେବାରୁ ଅଟକି ରହିଥିଲା। ତେଣୁ ଉକ୍ତ ଗାଡିକୁ ହଟାଇବାକୁ ୩ଟି କ୍ରେନ ଲଗାଯାଇଥିଲେ ମଧ୍ୟ ସବୁ ଫେଲ ମାରିଥିଲା। ଏହା ପରେ ଏକ ମେକାନିକଙ୍କୁ ଡକାଯିବାରୁ ସେ ପହଞ୍ଚି ଗାଡି ସଜାଡିବାରୁ ରାସ୍ତାରୁ ଗାଡିକୁ ସାଇଡ୍‌ କରାଯାଇଥିଲା। ଏହାପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା। ଯେହେତୁ ଗାଡିକୁ ଗାଡି ଲମ୍ବା ଲାଇନ ଲାଗିରହିଥିଲା ଟ୍ରାଫିକ ଜାମକୁ ଖାଲି କରିବାକୁ ଟିକେ ଅଧିକ ସମୟ ଲାଗିଥିବା ସେ କହିଛନ୍ତି। ଅନ୍ୟପଟେ ଗୋହିରା ଛକ ପାଖରେ ପ୍ଲାଏ ଓଭର ବ୍ରିଜ୍‌ କାମ ଚାଲୁଥିବାରୁ ମଧ୍ୟ ଟିକେ ସମସ୍ୟା ଲାଗିରହୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂରକ୍ଷଣ ତାଲିକାକୁ ନେଇ ତେଜୁଛି ଅସନ୍ତୋଷ

ଭୁବନେଶ୍ୱର,୨୦।୧୨ (ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ପୌର ନିର୍ବାଚନ ହେବ। ସମୟ ପାଖେଇ ଆସୁଥିବାବେଳେ ଏବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ରାଜନୀତି...

ଗାଁଗଣ୍ଡାରେ କୁମାର ପୂର୍ଣ୍ଣିମା ଉତ୍ସବ: ଆଗ ଭଳି ନାହିଁ ପୁଚିଖେଳ କି ଫୁଲବଉଳବେଣୀ ଗୀତର ମଉଜ

ଭଣ୍ଡାରିପୋଖରୀ, ୧୪ା୧୦(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଲାଗି ରବିବାର ଉତ୍ସବ ମୁଖର ହୋଇଉଠିଛି। କୁମାରୀମାନେ ଓଷା...

୨୦୨୨ରେ ୭.୬୦% ବଢ଼ିଛି ଦୁର୍ଘଟଣାଜନିତ ମୃତ୍ୟୁ

ଭୁବନେଶ୍ବର,୧୭ା୩(ବ୍ୟୁରୋ): ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ପାଇଁ ବାଣିଜ୍ୟ ଏବଂ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ରାଜ୍ୟର ସବୁ ଜିଲାପାଳ,...

୨୦ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା

କଟକ ଅଫିସ, ୧୨।୧୧:୨୦ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ କାଳିଆ ଯୋଜନା ବାବଦ ଟଙ୍କା ଯାଇଛି। ଏମାନଙ୍କୁ କିଏ ହିତାଧିକାରୀ ଚିହ୍ନଟ କଲା ଓ ଏହି...

ପଡ଼ିଶା ଘର ଆଗରେ ପରିସ୍ରା କରିବାରୁ ଗଲା ଜୀବନ

ଜଗତ୍‌ସିଂହପୁର,୧୮।୧୨: ଘର ଆଗରେ ପରିସ୍ରା କରିବାରୁ ପଡ଼ୋଶୀଙ୍କୁ ହତ୍ୟା କରିଛନ୍ତି ଜଣେ ୩୫ ବର୍ଷୀୟ ଯୁବକ। ଏଭଳି ଘଟଣା ଘଟିଛି ଜଗତ୍‌ସିଂହପୁରର ନିମାପଡ଼ା ଗାଁରେ। ମୃତକ...

‘ସଂଖ୍ୟାଗରିଷ୍ଠ ଥାଇ ଏସ୍‌ଟି,ଏସ୍‌ସି, ଓବିସି ଉପେକ୍ଷିତ’

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ୨୨% ଅନୁସୂଚିତ ଜନଜାତି(ଏସ୍‌ଟି), ୧୭% ଅନୁସୂଚିତ ଜାତି(ଏସ୍‌ସି) ଅଧିବାସୀ ରହିଛନ୍ତି। ଏମାନଙ୍କ ସଂଖ୍ୟା ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୪୦%। ଏଥିସହିତ ଯଦି...

କୋରାପୁଟରେ ସର୍ବଦଳୀୟ ବୈଠକ

କୋରାପୁଟ,୧୧।୧୧(ସ୍ବ.ପ୍ର.): କୋଟିଆ ଗ୍ରାମପୁଞ୍ଜକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ନେଇ ମଙ୍ଗଳବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଯୁବତୀଙ୍କ ଅଶ୍ଳିଳ ଭିଡିଓ କରି ବ୍ଲାକ୍‌ମେଲିଂ: ଧରାପଡ଼ିଲେ ହୋଟେଲର ଦୁଇ ଯୁବକ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ନୟାପଲ୍ଲୀ ଥାନା ଏନ୍‌-୧ରେ ଥିବା ଏକ ହୋଟେଲରେ ଏକ ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ହୋଟେଲ କର୍ମଚାରୀ ଭାଇରାଲ କରିବାକୁ ଧମକ ଦେଇଥିବା ଅଭିଯୋଗ...

Advertisement
Archives

Model This Week