ପାତ୍ରପଡ଼ାରୁ ଖୋର୍ଦ୍ଧାକୁ ଲମ୍ବିଲା ଗାଡ଼ି ଧାଡ଼ି

ଭୁବନେଶ୍ୱର,୨୮।୨(ବ୍ୟୁରୋ):ଟ୍ରାଫିକ ଜାମ୍‌ ସହରୀ ଜନଜୀବନକୁ ଦହଗଞ୍ଜ କରୁଛି। ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା, ପୁରୀ, କଟକ ଆଦି ବଡ଼ ବଡ଼ ସହରରେ ଏହି ସମସ୍ୟା ଉତ୍କଟ ହେବାରେ ଲାଗିଛି। ପଦାକୁ ବାହାରିଲେ ସହରବାସୀଙ୍କୁ ଟ୍ରାଫିକରେ ଫସିଯିବାର ଭୟ ଘାରୁଛି। ବିଶେଷକରି ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରାଫିକ ଯନ୍ତ୍ରଣା ସବୁଠୁ ବଳିଯାଇଛି। ସୋମବାର ବ୍ରେକ୍‌ ଫେଲ୍‌ ହୋଇଥିବା ଏକ ଟ୍ରକ୍‌ ପାଇଁ ଜାତୀୟ ରାଜପଥର ଭୁବନେଶ୍ୱରୁ ଖୋର୍ଦ୍ଧା ମଧ୍ୟରେ ପ୍ରାୟ ୫ ଘଣ୍ଟାରୁ ଅଧିକ ସମୟ ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ପାତ୍ରପଡ଼ା ନିକଟରୁ ଖୋର୍ଦ୍ଧା ପିତାପଲ୍ଲୀ ପର୍ଯ୍ୟନ୍ତ ଗାଡ଼ି ଲମ୍ବିଥିଲା। ଜାତୀୟ ରାଜପଥ ଓ ସର୍ଭିସ୍‌ ରୋଡ୍‌ରେ ହଜାର ହଜାର ଗାଡିମୋଟର ସହ ଲୋକେ ଫସି ରହି ଖରାରେ ଏକପ୍ରକାର ଛଟପଟ ହୋଇଥିଲେ। ସେମାବେ ପୋଲିସ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଟ୍ରାଫିକ୍‌ ପରିଚାଳନା ସହ ଟ୍ରକ୍‌କୁ ମରାମତି କରି ସାଇଡ୍‌ କରିବାରେ ବାରମ୍ବାର ଉଦ୍ୟମ ବିଫଳ ହେବାରୁ ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା।
ସୋମବାର ସକାଳେ ତମାଣ୍ଡୋ ଥାନା ଅଧୀନ ଗୋହିରା ଛକ ନିକଟରେ ଏକ ଟ୍ରକ ବ୍ରେକ୍‌ ଡାଉନ ହୋଇଥିଲା। ରାସ୍ତା ଉପରୁ ଗାଡିକୁ ହଟାଇବା ପୂର୍ବରୁ ଗୋଟିଏ ପରେ ଗୋଟିଏ ଗାଡି ପଛକୁ ପଛ ଲମ୍ବି ଚାଲିଥିଲା। ଫଳରେ ଉକ୍ତ ରାସ୍ତାରେ ଗାଡି ଯିବାଆସିବା ଆଉ ସମ୍ବବ ହୋଇ ନ ଥିଲା। ସେଠାରେ ଟ୍ରାଫିକ ପରିଚାଳନା ପାଇଁ ପୋଲିସ ପକ୍ଷରୁ କୌଣସି ତତ୍ପରତା ନ ପାଇବାରୁ ଖୋର୍ଦ୍ଧାରୁ ଗୋରିହା ଛକ ପର୍ଯ୍ୟନ୍ତ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ କିମି ପର୍ଯ୍ୟନ୍ତ ଗାଡିର ଲମ୍ବା ଲାଇନ୍‌ ଲାଗିଥିଲା। ସକାଳ ୮ ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଦୁଇ ଚକିଆ ଓ ଚାରି ଚକିଆ ଗାଡି ରାସ୍ତା ଉପରେ ଅଟକି ରହିଥିଲା। ଭିଡରେ ଲୋକମାନେ ହଇରାଣ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣ କରିଥିଲା।ପାଖାପାଖି ୪ ଘଣ୍ଟା ଧରି ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା। ଏହା ଭିତରେ ଖୋର୍ଦ୍ଧା ଆଡୁ ଭୁବନେଶ୍ୱରକୁ ଆସୁଥିବା ଲୋକମାନେ ନାହିଁ ନ ଥିବା ହଇରାଣ ହୋଇଥିଲେ। ଏମିତିକି କିଏ ଅଫିସ ଯିବାକୁ ଓ ଜରୁରୀକାଳୀନ କାମରେ ଯାଉଥିବା ଲୋକମାନେ ଭିଡରେ ଅଣନିଃଶ୍ୱାସୀ ହୋଇ ପଡିଥିଲେ। ଏହାପରେ ପିତାପ୍ଲଲୀଠାରୁ ଗାଡିକୁ ଡାଇଭର୍ସନ କରାଯାଇ ଚନ୍ଦକା ରାସ୍ତାରେ ଗାଡି ଛଡା ଯାଇଥିଲା। ଅନ୍ୟପଟେ ପୋଲିସ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଥିଲେ ଏପରି ଜାମକୁ ନିୟନ୍ତ୍ରଣ କରାଯାଇପାରିଥାନ୍ତା ବୋଲି ଭିଡରେ ଫଶିଥିବା ଲୋକମାନେ କହିଛନ୍ତି। ଆହୁରି ମଧ୍ୟ ସବୁବେଳେ ଛୋଟ ଛୋଟ ସମସ୍ୟାକୁ ନେଇ ଜାତୀୟ ରାଜପଥରେ ବଡ ଧରଣର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ କରିବା ସହ ଆଗାମୀ ଦିନରେ ଜାମକୁ କିଭଳି ରୋକାଯାଇ ପାରିବ ସେ ଦିଗରେ ପଦକ୍ଷେପ ନେବାକୁ ଲୋକମାନେ ଦାବି କରିଛନ୍ତି । ଏନେଇ ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା କହିଛନ୍ତି, ପ୍ରଥମେ ଏକ ଗାଡି ଭୁବନେଶ୍ୱରରୁ ଖୋର୍ଦ୍ଧା ଆଡକୁ ଯାଉଥିବାବେଳେ ରାସ୍ତାରେ ଖରାପ ହୋଇଥିଲା। ତେଣୁ ଭିଡ ହେବାରୁ ସବୁ ଗାଡିକୁ ରଙ୍ଗ ରୁଟ୍‌ରେ ଛଡା ଯାଇଥିଲା। ଏହି ସମୟରେ ରଙ୍ଗ୍‌ ରୁଟ୍‌ରେ ଯାଉଥିବା ଏକ ଟ୍ରକ୍‌ ଗୋହିରା ଛକରେ ବ୍ରେକ ଫେଲ୍‌ ହେବାରୁ ଅଟକି ରହିଥିଲା। ତେଣୁ ଉକ୍ତ ଗାଡିକୁ ହଟାଇବାକୁ ୩ଟି କ୍ରେନ ଲଗାଯାଇଥିଲେ ମଧ୍ୟ ସବୁ ଫେଲ ମାରିଥିଲା। ଏହା ପରେ ଏକ ମେକାନିକଙ୍କୁ ଡକାଯିବାରୁ ସେ ପହଞ୍ଚି ଗାଡି ସଜାଡିବାରୁ ରାସ୍ତାରୁ ଗାଡିକୁ ସାଇଡ୍‌ କରାଯାଇଥିଲା। ଏହାପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା। ଯେହେତୁ ଗାଡିକୁ ଗାଡି ଲମ୍ବା ଲାଇନ ଲାଗିରହିଥିଲା ଟ୍ରାଫିକ ଜାମକୁ ଖାଲି କରିବାକୁ ଟିକେ ଅଧିକ ସମୟ ଲାଗିଥିବା ସେ କହିଛନ୍ତି। ଅନ୍ୟପଟେ ଗୋହିରା ଛକ ପାଖରେ ପ୍ଲାଏ ଓଭର ବ୍ରିଜ୍‌ କାମ ଚାଲୁଥିବାରୁ ମଧ୍ୟ ଟିକେ ସମସ୍ୟା ଲାଗିରହୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଲ୍‌କାତାରେ ହେବ ବାର୍ସେଲୋନା, ରିୟଲ ମାଡ୍ରିଡ୍‌ ଲିଜେଣ୍ଡ୍ସ ମ୍ୟାଚ୍‌

କୋଲ୍‌କାତା,୧୩ା୧୦: ବିଶ୍ୱ ଫୁଟ୍‌ବଲର ଅନ୍ୟତମ ସଫଳ କ୍ଲବ ବାର୍ସେଲୋନା ଓ ରିୟଲ ମାଡ୍ରିଡ୍‌ର ଲିଜେଣ୍ଡ୍ସ ଦଳ ଆସନ୍ତା ନଭେମ୍ବର ୨୫ରେ କୋଲ୍‌କାତାରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିବେ।…

ଗଞ୍ଜେଇ ସହ ବାଇକ ଜବତ: ଅଭିଯୁକ୍ତ ଗଲେ ଜେଲ             

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧୭ ନଂ.ରାଜ୍ୟ ରାଜପଥ କଡ଼ରେ ଥିବା ପଥପାର୍ଶ୍ଵ ସୁବିଧାକେନ୍ଦ୍ର ନିକଟରୁ ମଙ୍ଗଳବାର ପୂର୍ବାହ୍ନ ସାଢେ ୬…

ତେଜିଲା ଆନ୍ଦୋଳନ, ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ବୈଶିଙ୍ଗା,୧୩।୧୦(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ବଣଦାମଦରପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ନିର୍ଦ୍ଦେଶକୁ ଗ୍ରାମବାସୀ ବିରୋଧ କରିଛନ୍ତି।…

ଆସନ୍ତାକାଲି ଅସ୍ତ ହେବେ ଶୁକ୍ର! ୪ ରାଶିଙ୍କ ଉପରେ ଘୋର ଆର୍ଥିକ ସଙ୍କଟ! ଅଯଥାରେ ବଢିଯିବ ଖର୍ଚ୍ଚ…

ଧନ, ସମୃଦ୍ଧି ଏବଂ ଖୁସିର ଗ୍ରହ ଶୁକ୍ର ଆସନ୍ତା ୧୪ ଅକ୍ଟୋବରରେ ତୁଳା ରାଶିରେ ଅସ୍ତ ହେଉଛନ୍ତି । ନବରାତ୍ରିର ପବିତ୍ର ଦିନଗୁଡ଼ିକରେ ଶୁକ୍ରଙ୍କ ଅସ୍ତଗମନ କିଛି…

ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌, ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଲେ….

ନୂଆଦିଲ୍ଲୀ,୧୩।୧୦: ଭାଜପାର ବରିଷ୍ଠ ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗନ୍‌ ମଙ୍ଗଳବାର ମୋଦି କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ଏପରିକି ଏଲ୍‌. ମୁରୁଗନ୍‌…

ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼

କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି…

ହୃଦ୍‌ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?