ପିଡିଏସ୍‌ ଚାଉଳରେ ଅପମିଶ୍ରଣ ଖବରର ତଦନ୍ତ କରାନ୍ତୁ

ଭୁବନେଶ୍ବର, ୨୮ା୨(ବ୍ୟୁରୋ):ରାଜ୍ୟରେ ବଣ୍ଟନ ହେଉଥିବା ପିଡିଏସ୍‌ ଚାଉଳ ଅପମିଶ୍ରିତ ହେବା ଖବରର ତୁରନ୍ତ ତଦନ୍ତ କରିବା ଆବଶ୍ୟକତା ଅଛି। ଏହାସହ ପୁଷ୍ଟିଯୁକ୍ତ ଚାଉଳର ବଣ୍ଟନ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖି ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି।
ଧର୍ମେନ୍ଦ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, କେନ୍ଦ୍ର ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ସାଧାରଣ ଯୋଗାଣ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଭାରତବର୍ଷର କୋଟି କୋଟି ଲୋକଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରୁଛି। ଏହି ଯୋଜନାର ପ୍ରମୁଖ ଲାଭାର୍ଥୀ ଓଡ଼ିଶା ହୋଇଛି। ପ୍ରାୟ ୩.୨୫ କୋଟି ହିତାଧିକାରୀଙ୍କୁ ଏହି ଯୋଜନାରେ ଚାଉଳ ପ୍ରଦାନ କରାଯାଉଛି। ମାତ୍ର ନିକଟରେ କୋରାପୁଟ ଜିଲାର ଲମତାପୁଟ, ବାଲେଶ୍ୱରର ସଦର ବ୍ଲକ ତଥା ସୁନ୍ଦରଗଡ଼ ଜିଲା ବଡବାହାଲଠାରେ ପିଡିଏସରେ ଦିଆଯାଉଥିବା ଚାଉଳ ନେଇ ଜନସାଧାରଣଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିବା ଜଣାପଡିଛି। ପୂର୍ବରୁ ମିଳୁଥିବା ଚାଉଳ ଏବଂ ବର୍ତ୍ତମାନ ମିଳୁଥିବା ଚାଉଳରେ ପାର୍ଥକ୍ୟ ରହିଥିବା କୁହାଯାଉଛି। ବର୍ତ୍ତମାନ ମିଳୁଥିବା ଚାଉଳ ପାଣିରେ ଭିଜିବା ପରେ ତଳେ ରହିବା ପରିବର୍ତ୍ତେ ଉପରେ ଭାସମାନ ଅବସ୍ଥାରେ ରହୁଛି ଏବଂ ରନ୍ଧାଶୈଳୀ ଓ ସ୍ବାଦ ମଧ୍ୟ ଭିନ୍ନଥିବା ଜଣାପଡିଛି। ଏହି କାରଣରୁ ପିଡିଏସ ମାଧ୍ୟମରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ କରାଯାଉଥିବା ନେଇ ଗୁଜବ ସୃଷ୍ଟି କରାଯାଉଛି। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ବିଷୟରେ ତଦନ୍ତ କରିବା ପାଇଁ ମନ୍ତ୍ରଣାଳୟର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ଲାଗି କେନ୍ଦ୍ରମନ୍ତ୍ରୀ ପୀୟୂଷଙ୍କୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ପୋଲିସ ଅଧିକାରୀଙ୍କ କରୋନା ଗୀତ ଭାଇରାଲ

ଖୋର୍ଦ୍ଧା ଅଫିସ,୨୭ା୪ : ସାରା ବିଶ୍ୱ ଆଜି କରୋନା ଯୋଗୁ ଆତଙ୍କିତ ଅବସ୍ଥାରେ ରହିଛି। କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଦେଶରେ ଲକ୍‌ଡାଉନ ଜାରି...

ଷଣ୍ଢପୁରରେ ବୋମାମାଡ଼: ଗୋଟିଏ ପରିବାରର ୫ ଆହତ

ପୁରୀ ଅଫିସ, ୧ା୧ : ନୂତନ ବର୍ଷର ପ୍ରଥମ ଦିନରେ ଫୁଟିଲା ବୋମା। ଗୋଟିଏ କି ଦୁଇଟି ନୁହେଁ, କ୍ରମାଗତ ଭାବେ ୫୦ରୁ ଊର୍ଦ୍ଧ୍ୱ ବୋମା...

ଲମ୍ବୁଛି ଚୋରା ମଦ ଚେର

ବଇଣ୍ଡା,୧୮ା୧୨(ପରିକ୍ଷିତ ସାହୁ) ଚୋରା ମଦ କାରବାର ରୋକିବାକୁ ସ୍ବତନ୍ତ୍ର ଅବକାରୀ ଥାନା ପ୍ରତିଷ୍ଠା ହୋଇଛି। ଅବକାରୀ ବିଭାଗ ସହ ପୋଲିସ ମିଳିତ ପଦକ୍ଷେପ ନେଉଛି। ନୂତନ...

ଗର୍ଭ ଗୃହରେ ଖସିଲା ଦେଢ଼ କିଲୋର ପ୍ଲାଷ୍ଟର

ପୁରୀ ଅଫିସ,୩।୮: ଶ୍ରୀମନ୍ଦିର ଗର୍ଭ ଗୃହରେ ପ୍ରାୟ ଦେଢ଼ କିଲୋ ଓଜନର କେମିକାଲ ପ୍ଲାଷ୍ଟର ଖସିଥିବା ଜଣାପଡ଼ିଛି। ପ୍ଲାଷ୍ଟରଟିକୁ ବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଛି।...

କଟକଣା ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ

ଢେଙ୍କାନାଳ ଅଫିସ, ୧୭।୪ ଭୟଙ୍କର ରୂପ ନେଇ ବାହୁଡ଼ିଛି କରୋନା। ଦେଶ ତଥା ରାଜ୍ୟରେ ସଂକ୍ରମଣ ମାମଲା ରେକର୍ଡ ଭାଙ୍ଗୁଛି। ଦ୍ୱିତୀୟ ଲହରିର ମୁକାବିଲା କରିବାକୁ...

କର୍ନାଟକରେ କମାଲ କଲେ ସାଇପ୍ରକାଶ

ଭଦ୍ରକ ଅଫିସ,୯।୯: ବୟସ ମାତ୍ର ୮ ବର୍ଷ। ୩୦ରୁ ଊର୍ଦ୍ଧ୍ୱ ଯୋଗାସନରେ ମାହିର୍‌। ଆଖି ପିଛୁଳାକେ କରି ଦେଖାନ୍ତି କଷ୍ଟସାଧ୍ୟ ଯୋଗାସନ। ଯେଉଁ ଆସନ କରିବା...

ଲିଙ୍ଗରାଜ ମନ୍ଦିର ପାଇଁ ଅଧ୍ୟାଦେଶ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ଶୈଳୀରେ ରାଜ୍ୟ ସରକାର ଲିଙ୍ଗରାଜ ମନ୍ଦିର ପରିଚାଳନା କରିବାକୁ ଚାହୁଁଛନ୍ତି। ଏଥିଲାଗି ଅଧ୍ୟାଦେଶ ମାଧ୍ୟମରେ ନୂତନ ଆଇନ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି...

୧୦ବର୍ଷ ପରେ ମିଳିଲା ହଜିଲା ପୁଅ

ପାରାଦୀପ, ୨୨।୨ (ସ୍ବ.ପ୍ର.): ଦୀର୍ଘ ଏକ ଦଶନ୍ଧି ହେଲା ପୁଅକୁ ହରାଇଥିବା ବେଳେ ଆଉଥରେ ପୁଅକୁ ପାଇବାର ଆଶା ଛାଡ଼ିଦେଇଥିଲେ। ହେଲେ ଶୁକ୍ରବାର ମହାଶିବରାତ୍ରୀରେ ପୁଅକୁ...

Advertisement
Archives

Model This Week